ମକର (ରାଶି)
ସୌରଜଗତରେ ଗ୍ରହମାନେ ସୂର୍ଯ୍ୟଙ୍କୁ କେନ୍ଦ୍ରକରି ଏକ କାଳ୍ପନିକ ଅଣ୍ଡାକୃତି ପଥରେ ଘୁରିବୁଲୁଥାନ୍ତି । ହିନ୍ଦୁ ଜ୍ୟୋତିଷରେ ଏହି କାଳ୍ପନିକ ପଥ ବା ରାଶିଚକ୍ରକୁ(୩୬୦ ଡିଗ୍ରୀ) ୧୨ ଭାଗ କରାଯାଇ ପ୍ରତ୍ୟେକ ଭାଗକୁ (୩୦ ଡିଗ୍ରୀ) ଗୋଟୀଏ ଗୋଟିଏ ରାଶିର କଳ୍ପନା କରାଯାଇଛି । ମକର ହେଉଛି ତନ୍ମଧ୍ୟରୁ ଦଶମ ରାଶି ।[୧]
ଜ୍ୟୋତିଷୀୟ ପୃଷ୍ଠଭୂମି[ସମ୍ପାଦନା]
ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।[୨] ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ (ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ) । ପ୍ରତ୍ୟେକ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନକୁ ଭିତ୍ତିକରି ୧୨ଗୋଟି ମାସ ଗଣନା କରାଯାଇଛି । ଏହିପରିଭାବେ ୧୨ଟି ରାଶି ନାମରେ ନାମିତ ୧୨ଟି ସୌରମାସ ବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।[୩] ପାଶ୍ଚାତ୍ୟ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ରାଶିଚକ୍ରରେ ସୂର୍ଯ୍ୟଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ ହୁଏ । କିନ୍ତୁ ଭାରତୀୟ ଜ୍ୟୋତିଷ ବା ବୈଦିକ ଜ୍ୟୋତିଷରେ ଚନ୍ଦ୍ରଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ କରାଯାଏ ।[୪]
- ରାଶିଚକ୍ରରେ ମକର ରାଶିର ଅବସ୍ଥାନ ୨୭୧ ଡିଗ୍ରୀରୁ ୩୦୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ଶନି ଏହାର ଅଧିପତି ଗ୍ରହ ।[୧]
- ହିନ୍ଦୁ ଜ୍ୟୋତିଷରେ ମକର ରାଶିର ଆକୃତି/ସଂକେତ ଏକ ମୃଗର ମୁଣ୍ଡ ଓ କୁମ୍ଭୀରର ଶରୀର ପରି ।
- ବୈଦିକ ଜ୍ୟୋତିଷମତେ ମକର ରାଶି ବୈଶ୍ୟ ଜାତି, ରଜଗୁଣୀ, ଜଳ(ପ୍ରଥମ ଭାଗ) ଓ ପୃଥିବୀ(ଡ୍ୱିତୀୟ ଭାଗ) ତତ୍ତ୍ୱ ବିଶିଷ୍ଟ ଏକ ଚର ଓ ସମ ରାଶି ।[୫]
- ହିନ୍ଦୁ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ରାଶିରେ ଅବସ୍ଥାନ କରିଥାନ୍ତି, ତାହା ବ୍ୟକ୍ତିର ଜନ୍ମ ରାଶି ହୁଏ । ମକର ରାଶିରେ ଜନ୍ମିତ ବ୍ୟକ୍ତି ଉଚ୍ଚାଭିଳାଷି, ଗର୍ବୀ ତଥା ପରଶ୍ରୀକାତର ଗୁଣ ବିଶିଷ୍ଟ ହୋଇଥାନ୍ତି ।[୬]
મકર રાશિના ચિહ્ન હેઠળ જન્મેલા પ્રખ્યાત વ્યક્તિત્વ[ସମ୍ପାଦନା]
માઓ ઝેડોંગ, ચીની સામ્યવાદી નેતા.
રિચાર્ડ નિક્સન, એક્સએક્સ સદીના અમેરિકન રાજકારણી. યુનાઇટેડ સ્ટેટ્સના 37 મા રાષ્ટ્રપતિ, અગાઉ 36 મા ઉપરાષ્ટ્રપતિ
માર્ટિન લ્યુથર કિંગ, બાપ્ટિસ્ટ પાદરી, સમાનતા માટે કાર્યકર્તા, વંશીય ભેદભાવ નાબૂદ, નોબેલ શાંતિ પુરસ્કાર વિજેતા, ટાઇમ મેગેઝિન અનુસાર મેન ઓફ ધ યર 1963
મુહમ્મદ અલી, અમેરિકન બોક્સર
સ્વેત્લાના રેડિયોનોવા, રોસ્પ્રિરોડનાડઝોરના વડા[୭][୮][୯]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "Zodiac". Retrieved 30 September 2015.
- ↑ "Indian Clendars" (PDF). Retrieved 24 September 2015.
- ↑ "Months named after rasis". Retrieved 24 September 2015.
- ↑ "Sun Sign and Moon Sign". Retrieved 1 October 2015.
- ↑ Swain, Captain Manasa Ranjan . ବୈଦିକ ଜ୍ୟୋତିଷ, ପୃଷ୍ଠା- ୦୬-୦୭. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.
- ↑ "Misha(Aries)". Retrieved 30 September 2015.
- ↑ "Радионова, Светлана Геннадьевна". ТАСС. Retrieved 2023-06-10.
- ↑ "Радионова Светлана Геннадьевна | биография и последние новости". ФедералПресс (in ରୁଷିୟ). Retrieved 2023-06-10.
- ↑ "Радионова Светлана Геннадьевна - биография, новости, фото, дата рождения, пресс-досье. Персоналии ГлобалМСК.ру". www.globalmsk.ru. Retrieved 2023-06-10.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |