କୃତ୍ତିକା (ନକ୍ଷତ୍ର)

ଉଇକିପିଡ଼ିଆ‌ରୁ
Aries (constellation)ରେ କୃତ୍ତିକା ନକ୍ଷତ୍ରର ଅବସ୍ଥିତି

ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ତୃତୀୟ ନକ୍ଷତ୍ର ହେଉଛି କୃତ୍ତିକା । ରାଶିଚକ୍ର (ଅପମଣ୍ଡଳ)ରେ ମେଷ ରାଶିର ଶେଷଭାଗରେ ୨୬ ଡିଗ୍ରୀ ୪୦ ମିନିଟରୁ ବୃଷ ରାଶିର ପ୍ରାୟ ୧୦ ଡିଗ୍ରୀ ମଧ୍ୟରେ ଅବସ୍ଥିତ ।

ଜ୍ୟୋତିଷୀୟ ପରିଚୟ[ସମ୍ପାଦନା]

ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । [୧]

ଆଧାର[ସମ୍ପାଦନା]

  1. "The 27 Naxatras". Archived from the original on 29 May 2017. Retrieved 30 May 2017.