ଉତ୍ତରାଷାଢ଼ା (ନକ୍ଷତ୍ର)
ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ଏକବିଂଶତମ ନକ୍ଷତ୍ର ହେଉଛି ଉତ୍ତରାଷାଢ଼ା । ରାଶିଚକ୍ର (ଅପମଣ୍ଡଳ)ରେ ଧନୁ ରାଶିରେ ୨୬ ଡିଗ୍ରୀ ୪୦ ମିନିଟରୁ ମକର ରାଶିରେ ୧୦ ଡିଗ୍ରୀ ଯାଏଁ ବ୍ୟାପ୍ତ ।
ଜ୍ୟୋତିଷୀୟ ପରିଚୟ
[ସମ୍ପାଦନା]ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । [୧] ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ ।
ତେବେ ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରିଅଛନ୍ତି । [୨]
ବିଶେଷତ୍ୱ
[ସମ୍ପାଦନା]- ହିନ୍ଦୁ ଜ୍ୟୋତିଷ ମତେ ଉତ୍ତରାଷାଢ଼ା ନକ୍ଷତ୍ର ଦୁଇଗୋଟି ତାରାପୁଞ୍ଜର(en:Zeta Sagittarii, en:Sigma Sagittarii) ସମାହାର ।[୩] ଏହି ତାରାପୁଞ୍ଜ ଏକ ହାତୀର ଶୁଣ୍ଢ ଆକୃତିରେ ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ ଉତ୍ତରାଷାଢ଼ା ।[୪]
- ଉତ୍ତରାଷାଢ଼ା ରାଶିଚକ୍ରରେ ଧନୁ (ରାଶି)ରେ ଧନୁ ରାଶିରେ ୨୬ ଡିଗ୍ରୀ ୪୦ ମିନିଟରୁ ମକର ରାଶିରେ ୧୦ ଡିଗ୍ରୀ ଯାଏଁ ବ୍ୟାପ୍ତ।
- ରବି ଏହାର ଅଧିପତି ।[୫]
- ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ମନୁଷ୍ୟଗଣ ଓ ସତ୍ତ୍ୱଗୁଣ ସହ ସମ୍ବନ୍ଧିତ ।[୬][୭]
- ବୈଦିକ ଜ୍ୟୋତିଷ ମତେ ଉତ୍ତରାଷାଢ଼ା ନକ୍ଷତ୍ର ଲିଙ୍ଗ ଭେଦରେ ସ୍ତ୍ରୀ ଏବଂ ଜାତି ଭେଦରେ କ୍ଷତ୍ରୀୟ ।[୮]
- ମୂଳା ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ କୋମଳ ହୃଦୟ ସଂପନ୍ନ ଏବଂ ସରଳମନା ପ୍ରକୃତିର ହୋଇଥାଆନ୍ତି ।[୯][୧୦]
- ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ଉତ୍ତରାଷାଢ଼ା ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ନିମ୍ନପ୍ରକାରେ ହେବ ।[୧୧]
- ପ୍ରଥମ ପାଦ- Bhe (भे)
- ଦ୍ୱିତୀୟ ପାଦ- Bho (भो),
- ତୃତୀୟ ପାଦ- Ja (जा) ଏବଂ
- ଚତୁର୍ଥ ପାଦ- Ji (जी)
ପୌରାଣିକ କିମ୍ବଦନ୍ତୀ
[ସମ୍ପାଦନା]ଏହି ବିଭାଗଟି ଫାଙ୍କା ଅଛି । ଆପଣ ଏଥିରେ ଅଧିକ ତଥ୍ୟ ଯୋଡ଼ି ଏହାକୁ ଉନ୍ନତ କରିପାରିବେ । |
ଅଧିକ ତଥ୍ୟ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "The 27 Naxatras". Archived from the original on 29 May 2017. Retrieved 30 May 2017.
- ↑ "Fundamentals of Vedic Astrology" (PDF). Archived from the original (PDF) on 4 March 2016. Retrieved 25 September 2015.
- ↑ Harness, Deniss M. The Nakshastras. Motilal Banarasidas. pp. 2–3.
- ↑ "The 27 'Nakshatras' in the Hindu System of Astrology". Archived from the original on 18 September 2015. Retrieved 24 September 2015.
- ↑ "27 Constellations or Nakshtras & their Lord Planets or Swami Grahas in Vedic Astrology or Jyotish". Archived from the original on 19 September 2015. Retrieved 24 September 2015.
- ↑ "Nakshatras, the lunar zodiac of Vedic Astrology". Retrieved 25 September 2015.
- ↑ Rath, Sanjaya. "Naxatra Basics". Retrieved 10 October 2015.
- ↑ Swain, Captain Manasa Ranjan . ବୈଦିକ ଜ୍ୟୋତିଷ, ପୃଷ୍ଠା- 23-24. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ
- ↑ "The 27 Nakshtras". Retrieved 26 September 2015.
- ↑ "27 Naxatras". Retrieved 26 September 2015.
- ↑ "How to name your baby as per Hindu Astrology?"www.mypanchang.com, Retrieved 25 September 2015
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |