ରାଶି ଓ ନକ୍ଷତ୍ର

ଉଇକିପିଡ଼ିଆ‌ରୁ

ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।

ପ୍ରତ୍ୟେକ ନକ୍ଷତ୍ର ପୃଥିବୀର ଚାରିଆଡ଼େ ୨୭ଦିନରେ ଥରେ ଘୁରି ଆସେ । ଏଥିପାଇଁ ନାକ୍ଷତ୍ରିକ ମାସ ୨୭ଦିନ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପରି ନକ୍ଷତ୍ରମାନେ ପୂର୍ବରେ ଉଦିତ ହୋଇ ପଶ୍ଚିମରେ ଅସ୍ତ ଯାଆନ୍ତି । ସବୁ ନକ୍ଷତ୍ର ଆକାଶର ଉତ୍ତରଦିଗରେ ଥିବା ଧ୍ରୁବ ନକ୍ଷତ୍ରକୁ କେନ୍ଦ୍ର କରି ତାହାର ଚାରିଆଡ଼େ ପୂର୍ବରୁ ପଶ୍ଚିମକୁ ବୁଲୁଅଛନ୍ତି । ଧ୍ରୁବନକ୍ଷତ୍ର ପୃଥିବୀର ଉତ୍ତରମେରୁର ଠିକ ମୁଣ୍ଡ ଉପରେ ଆକାଶରେ ଅବସ୍ଥିତ । ଏହା ସର୍ବଦା ଆକାଶରେ ଏକ ସ୍ଥାନରେ ସ୍ଥିର ହୋଇଥାଏ, ଏହାର ଉଦୟ ବା ଅସ୍ତ ନାହିଁ । ନାବିକମାନେ ଓ ମରୁଭୂମିରେ ଭୁଆଁବୁଲିବା ବାଟୋଇମାନେ ଏହି ଧ୍ରୁବନକ୍ଷତ୍ରକୁ ଦେଖି ଅକୂଳ ସମୁଦ୍ରରେ ଓ ଅପନ୍ତରା ମରୁଭୂମିରେ ରାତ୍ରିରେ ଦିଗ ନିର୍ଣ୍ଣୟ କରନ୍ତି । ଏ ଧ୍ରୁବ ନକ୍ଷତ୍ରକୁ ଚିହ୍ନିବା ସହଜ ଅଟେ । ଉତ୍ତରାକାଶରେ ସପ୍ତର୍ଷିମଣ୍ଡଳ ନାମକ ୭ଟି ଉଜ୍ଜଳ ନକ୍ଷତ୍ରବିଶିଷ୍ଟ ଗୋଟିଏ ନକ୍ଷତ୍ର ପୁଞ୍ଜ ଅଛି; ଏହି ମଣ୍ଡଳର ମୁଣ୍ଡପାଖର ୨ଟି ନକ୍ଷତ୍ର ଯୋଗ କରି ସେହି ଗାରକୁ ବଢ଼ାଇଦେଲେ ତାହା ଧ୍ରୁବ ତାରା ପାଖ ଦେଇଯିବ । ଥରେ ଧ୍ରୁବତାରାକୁ ଓ ସପ୍ତର୍ଷିମଣ୍ଡଳକୁ ଚିହ୍ନି ରଖିଲେ ତାରାମାନଙ୍କୁ ଚିହ୍ନିବା ସହଜ ହୁଏ । ପ୍ରତିଦିନ ପ୍ରତି ନକ୍ଷତ୍ର ପୂର୍ବଦିନ ଅପେକ୍ଷା ୪ ମିନିଟ ଲେଖାଏଁ ଡେରି କରି ଉଦିତ ହୁଏ; ଅର୍ଥାତ ଆଜି ଯେଉଁ ତାରା ସନ୍ଧ୍ୟା ୭ଟାବେଳେ ଉଇଁଛି କାଲି ସେ ତାରା ଉଇଁଲାବେଳକୁ ୭ଟା ବାଜି ୪ ମିନିଟ ହୋଇଥିବ । ସୂର୍ଯ୍ୟ ଯେଉଁ ରାଶିରେ ଯେଉଁ ମାସରେ ଅବସ୍ଥାନ କରୁଥାଆନ୍ତି ସୌରମାସର ନାମକରଣ ସେହି ରାଶିର ନାମ ଅନୁସାରେ ହୁଏ । ଯେଉଁ ଚାନ୍ଦ୍ରମାସର ପୂର୍ଣ୍ଣିମାର ସନ୍ଧ୍ୟାରେ ଚନ୍ଦ୍ର ଯେଉଁ ନକ୍ଷତ୍ର ସଙ୍ଗେ ଉଦିତ ହୁଅନ୍ତି ସେହି ନକ୍ଷତ୍ରର ନାମ ଅନୁସାରେ ତାହା ପୂର୍ବର ଚାନ୍ଦ୍ରମାସର ନାମକରଣ ହୁଏ; ଯଥା ବୈଶାଖ ପୂର୍ଣ୍ଣିମାରେ ଚନ୍ଦ୍ର ବିଶାଖା ନକ୍ଷତ୍ର ସଙ୍ଗେ ଉଦିତ ହୁଅନ୍ତି ବୋଲି ପୂର୍ବବର୍ତ୍ତୀ ମାସର ନାମ ବୈଶାଖ । ଆକାଶରେ ନକ୍ଷତ୍ର ଓ ନକ୍ଷତ୍ରପୁଞ୍ଜମାନଙ୍କ ଅବସ୍ଥିତିମାନଙ୍କୁ ଧ୍ରୁବତାରାର ଅବସ୍ଥିତି ସଙ୍ଗେ ଓ ପରସ୍ପରର ଅବସ୍ଥିତି ସଙ୍ଗେ ତୁଳନା କଲେ ଧ୍ରୁବର ଅବସ୍ଥିତି ବଦଳୁନଥିବା ବୋଲି ଜଣାଯାଏ ।

ପ୍ରାଚୀନ ହିନ୍ଦୁମାନେ ଚନ୍ଦ୍ରର ଗତିପଥର ସୀମା ମଧ୍ୟରେ ଥିବା ଭିନ୍ନ ଭିନ୍ନ ନକ୍ଷତ୍ରମାନଙ୍କୁ ୨୭ଟି ନାମ ଦେଇଥିଲେ ଓ ଏ ୨୭ ନକ୍ଷତ୍ରରୁ ଅଧିକା ଅଭିଜିତ ନାମରେ ଆଉ ଗୁଡିଏ ନକ୍ଷତ୍ରକୁ ହିନ୍ଦୁମାନେ ନାମ ଦେଇଥିଲେ । ହିନ୍ଦୁମାନଙ୍କ ବାରଟି ରାଶିର ନାମ ସଙ୍ଗେ ପ୍ରାଚୀନ ମିଶର, ଆରବ, ଗ୍ରୀସରୋମବାସୀମାନଙ୍କ ଦିଆ ନାମର ସମାନତା ଅଛି । ଯଥା ହିନ୍ଦୁମାନଙ୍କ ସିଂହ ରାଶି = ଗ୍ରୀକମାନଙ୍କର ଲିଓ (Leo)= ସିଂହ; କିନ୍ତୁ ହିନ୍ଦୁମାନଙ୍କ ପ୍ରଦତ୍ତ ନକ୍ଷତ୍ରମାନଙ୍କ ନାମ ସଙ୍ଗେ ଗ୍ରୀକ ଆଦିଙ୍କ ପ୍ରଦତ୍ତ ନକ୍ଷତ୍ରମାନଙ୍କ ନାମର ସାମଞ୍ଜସ୍ୟ ଦେଖାଯାଏ ନାହିଁ । ହିନ୍ଦୁ ଜ୍ୟୋତିଷୋକ୍ତ ୨୭ନକ୍ଷତ୍ର ଯଥାକ୍ରମେ ପଶ୍ଚିମରୁ ପୂର୍ବଆଡ଼କୁ ଦେଖା ଯାଆନ୍ତି ।

ଖଗୋଳ = ୪ ସମକୋଣ = ୩୬୦ ଡିଗ୍ରୀ । ଏହି ୩୬୦ ଡିଗ୍ରୀକୁ ୧୨ଟି ରାଶି ଏବଂ ୨୭ଟି ନକ୍ଷତ୍ର ଅଧିକାର କରିଅଛି । ପ୍ରତ୍ୟେକ ରାଶିର ଅଧିକୃତ ସ୍ଥାନ = ୩୬୦/୧୨ = ୩୦ ଡିଗ୍ରୀ, ଏବଂ ପ୍ରତ୍ୟେକ ନକ୍ଷତ୍ରର ଅଧିକୃତ ସ୍ଥାନ = ୩୬୦/୨୭ = ୧୩ ୧/୩ ଡିଗ୍ରୀ; ଅର୍ଥାତ ପ୍ରତ୍ୟେକ ରାଶିର ସୀମା ମଧ୍ୟରେ ୨ ୧/୪ ନକ୍ଷତ୍ର ଅଛି ।

  1. ମେଷ ରାଶି (La-Aries, En-The Ram) = ୧ ଅଶ୍ୱିନୀ ନକ୍ଷତ୍ର + ୧ ଦ୍ୱିଜା + ୧/୪ କୃତ୍ତିକା
  2. ବୃଷ (La-Taurus, En-The bull) = ୩/୪ କୃତ୍ତିକା + ୧ ରୋହିଣି + ୧/୨ ମୃଗଶିରା
  3. ମିଥୁନ (La-Gemini, En-The twins) = + ୧/୨ ମୃଗଶିରା + ୧ ଆର୍ଦ୍ରା + ୩/୪ ପୁନର୍ବସୁ
  4. କର୍କଟ (La-Cancer, En-The crab) = ୧/୪ ପୁନର୍ବସୁ+ ୧ ପୁଷ୍ୟା + ୧ ଅଶ୍ଳେଷା
  5. ସିଂହ (La-Leo, En-Lion) = ୧ ମଘା + ୧ ପୂର୍ବଫାଲ୍ଗୁନୀ + ୧/୪ ଉତ୍ତର ଫାଲ୍ଗୁନୀ
  6. କନ୍ୟା (La-Virgo, En-Virgin) = ୩/୪ ଉତ୍ତର ଫାଲ୍ଗୁନୀ + ୧ ହସ୍ତା + ୧ ଚିତ୍ରା
  7. ତୁଳା (La-Libra, En-The scales) = ୧/୨ ଚିତ୍ରା + ୧ ସ୍ୱାତି + ୩/୪ ବିଶାଖା
  8. ବିଛା (La-Scorpio, En-Scorpion) = ୧/୪ ବିଶାଖା + ୧ ଅନୁରାଧା + ୧ ଜ୍ୟେଷ୍ଠା
  9. ଧନୁ (La-Sagitarius, En-The archer) = ୧ ମୂଲା + ୧ ପୂର୍ବାଷାଢ଼ା + ୧/୪ ଉତ୍ତରାଷାଢ଼ା
  10. ମକର (La-Capricornus, En-Capricorn) = ୩/୪ ଉତ୍ତରାଷାଢ଼ା + ୧ ଶ୍ରବଣା + ୧/୨ ଧନିଷ୍ଠା
  11. କୁମ୍ଭ (La-Aquarius, En-Water-bearer) = ୧/୨ ଧନିଷ୍ଠା + ୧ ଶତଭିଷା + ୩/୪ ପୂର୍ବ ଭାଦ୍ରପଦ
  12. ମୀନ (La-Pisces, En-Fishes) = ୧/୪ ପୂର୍ବ ଭାଦ୍ରପଦ + ୧ ଉତ୍ତର ଭାଦ୍ରପଦ + ୧ ରେବତୀ

୧. ଅଶ୍ୱିନୀ[ସମ୍ପାଦନା]

୨. ଦ୍ୱିଜା[ସମ୍ପାଦନା]

(ଭରଣୀ, ଯମ)

୩. କୃତ୍ତିକା[ସମ୍ପାଦନା]

(ମାତୃମଣ୍ଡଳ, ବହୁଳା, ଅନଳ)

୪. ରୋହିଣି[ସମ୍ପାଦନା]

(ପ୍ରଜାପତି, ରୋହିତ ତାରା)

୫. ମୃଗଶିରା[ସମ୍ପାଦନା]

(ବିଧୁ, ଏଣବ)

୬. ଆର୍ଦ୍ରା[ସମ୍ପାଦନା]

(ଶୂଳିନୀ)

୭. ପୁନର୍ବସୁ[ସମ୍ପାଦନା]

(ସୁରମାତା)

୮. ପୁଷ୍ୟା[ସମ୍ପାଦନା]

(ଗୁରୂ)

୯. ଅଶ୍ଳେଷା[ସମ୍ପାଦନା]

(ଭୁଜଙ୍ଗ, ରାହୁ)

୧୦. ମଘା[ସମ୍ପାଦନା]

(ପିତୃ)

୧୧. ପୂର୍ବଫାଲ୍ଗୁନୀ[ସମ୍ପାଦନା]

(ଯୋନିଭ, ଅର୍ଜୁନୀ)

୧୨. ଉତ୍ତର ଫାଲ୍ଗୁନୀ[ସମ୍ପାଦନା]

(ଅର୍ଯ୍ୟମା)

୧୩. ହସ୍ତା[ସମ୍ପାଦନା]

(କରୀ)

୧୪. ଚିତ୍ରା[ସମ୍ପାଦନା]

(ତ୍ୱଷ୍ଟା, ନାଭିତାରା)

୧୫. ସ୍ୱାତି[ସମ୍ପାଦନା]

(ବାୟୁ, ନିଷ୍ଠ୍ୟ)

୧୬. ବିଶାଖା[ସମ୍ପାଦନା]

୧୭. ଅନୁରାଧା[ସମ୍ପାଦନା]

(ମିତ୍ର)

୧୮. ଜ୍ୟେଷ୍ଠା[ସମ୍ପାଦନା]

(ବାସବ)

୧୯. ମୂଳା[ସମ୍ପାଦନା]

୨୦. ପୂର୍ବାଷାଢ଼ା[ସମ୍ପାଦନା]

୨୧. ଉତ୍ତରାଷାଢ଼ା[ସମ୍ପାଦନା]

(ବିଶ୍ୱ)

୨୨. ଶ୍ରବଣା[ସମ୍ପାଦନା]

(କେଶବ)

୨୩. ଧନିଷ୍ଠା[ସମ୍ପାଦନା]

(ଶ୍ରବିଷ୍ଠା, ଧନ)

୨୪. ଶତଭିଷା[ସମ୍ପାଦନା]

(ଶତତାରକା)

୨୫. ପୂର୍ବ ଭାଦ୍ରପଦ[ସମ୍ପାଦନା]

୨୬ ଉତ୍ତର ଭାଦ୍ରପଦ[ସମ୍ପାଦନା]

୨୭. ରେବତୀ[ସମ୍ପାଦନା]

୨୮. ଅଭିଜିତ[ସମ୍ପାଦନା]

ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଏହାକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରିଅଛନ୍ତି । ଏହା ଧନିଷ୍ଠା ନକ୍ଷତ୍ର ଲାଞ୍ଜ ଦିଗରେ ଅବସ୍ଥିତ । ସୌର ଜଗତ ଏହି ତାରା ଆଡ଼କୁ ଗତି କରୁ ଅଛି ବୋଲି ପାଶ୍ଚାତ୍ୟ ପଣ୍ଡିତମାନେ କହନ୍ତି । ବହୁ ସହସ୍ର ବର୍ଷ ପୂର୍ବେ ଏହି ତାରା ଧ୍ରୁବତାରା (Pole star) ଥିବାର ପଣ୍ଡିତମାନେ ନିର୍ଣ୍ଣୟ କରନ୍ତି ।

ଏହି ୨୮ ନକ୍ଷତ୍ର ବା ତାରାପୁଞ୍ଜ ଛଡ଼ା ଆଉ ଅନେକ ଗୁଡ଼ିଏ ନକ୍ଷତ୍ର ବା ତାରକା ଆକାଶରେ ଦେଖା ଯାଆନ୍ତି । ହିନ୍ଦୁ ଜ୍ୟୋତିଷିମାନେ ତହିଁରୁ କେତେଗୁଡିଏର ନାମକରଣ କରି ଅଛନ୍ତି ।

ବଡ଼ ସପ୍ତର୍ଷିମଣ୍ଡଳ[ସମ୍ପାଦନା]

(ପିତୃଗଣ; ଚିତ୍ରଶିଖଣ୍ଡୀ; ଋକ୍ଷମଣ୍ଡଳ) (En:The Great Bear; The Plough; Charle’s Wain; The Wagon; The Butcher’s cleaver) ଉତ୍ତରାକାଶରେ ଧ୍ରୁବତାରାକୁ କେନ୍ଦ୍ର କରି ତା ଚାରିପାଖରେ କିଛିଦୂର ଛଡ଼ାରେ ଘୂରୁଥିବା ୭ଟି ଉଜ୍ଜଳ ତାରା ୧:କ୍ରତୁ, ୨: ପୂଲହ, ୩. ପୂଲସ୍ତ୍ୟ, ୪. ଅତ୍ରି, ୫. ଅଙ୍ଗିରା, ୬. ବଶିଷ୍ଠ, ୭. ମରୀଚି ।

ଅରୁନ୍ଧତୀ[ସମ୍ପାଦନା]

(La:Alcor; Fr:Saidak) ଉତ୍ତରାକାଶରେ ସପ୍ତର୍ଷିମଣ୍ଡଲର ଲାଞ୍ଜର ଶେଷ ମୁଣ୍ଡ ତାରକାକୁ ଛାଡ଼ି ଗୋଟିଏ ତାରା (୬ଷ୍ଠ ତାରା) ନିକଟରେ ଥିବା କ୍ଷୁଦ୍ର ତାରା । ହିନ୍ଦୁମାନେ ବିଶ୍ୱାସ କରନ୍ତି ଯେ ମରିବାର ୬ମାସ ପୂର୍ବରୁ ଏ ତାରା ମନୁଷ୍ୟର ଆଖିକୁ ଦେଖାଯାଏ ନାହିଁ । ପୁରାଣରେ ଅଛି ଯେ ସପ୍ତର୍ଷିଙ୍କ ପତ୍ନୀମାନଙ୍କୁ ଇନ୍ଦ୍ର ପ୍ରଲୋଭନ ଦେଖାଇବାରୁ ବଶିଷ୍ଠ ପତ୍ନୀ ଅରୁନ୍ଧତୀଙ୍କ ଛଡ଼ା ଅନ୍ୟ ୬ ଜଣଙ୍କ ମନ ବିଚଳିତ ହେଲା । ସପ୍ତର୍ଷିମାନେ ଏ କଥା ଜାଣିପାରି ଅବିଚଳିତା ଅରୁନ୍ଧତୀଙ୍କୁ ବଶିଷ୍ଠଙ୍କ ପାଖେ ସ୍ଥାନ ଦେଲେ ଓ ବାକି ୬ ଜଣଙ୍କୁ ନିଜ ନିଜ ପାଖରୁ ତଡ଼ିଦେଲେ । ସେମାନେ ଯାଇ କୃତ୍ତିକାପୁଞ୍ଜରେ ରହିଲେ । ଅରୁନ୍ଧରୀ ପତିବ୍ରତା ନାରୀର ଆଦର୍ଶ । ଏଥିପାଇଁ ବିବାହିତ ଦମ୍ପତି ପାଣିଗ୍ରହଣବିଧି ଶେଷରେ ସାଙ୍ଗ ହୋଇ ବଷିଷ୍ଟ ଓ ଅରୁନ୍ଧତୀ ନକ୍ଷତ୍ରଦ୍ୱୟଙ୍କୁ ଦର୍ଶନ କରିବାର ବିଧି ଅଛି ।

ଧ୍ରୁବତାରା[ସମ୍ପାଦନା]

(ସୌମ୍ୟଧ୍ରୁବ; ଶିଶୁମାର ପୁଚ୍ଛ) (North pole star; The Polaris) ସବୁ ନକ୍ଷତ୍ର ମଧ୍ୟରେ କେବଳ ଏହି ଧ୍ରୁବତାରା ସ୍ଥିର ଓ ଅଚଳ । ଆକାଶମଣ୍ଡଳର ଅନ୍ୟ ସମସ୍ତ ତାରା ଧ୍ରୁବକୁ କେନ୍ଦ୍ର କରି ପୂର୍ବରୁ ପଶ୍ଚିମକୁ ବେଙ୍ଗଳା ପରି ଘୂରୁଛନ୍ତି। ଏ ତାରା ଅପେକ୍ଷାକୃତ ନିଶ୍ଚଳ ଥିଲେ ମଧ୍ୟ ଏହାର ଗତି ଅଛି ।

ଛୋଟ ସପ୍ତର୍ଷିମଣ୍ଡଳ[ସମ୍ପାଦନା]

(ଶିଶୁମାରମଣ୍ଡଳ; ଧ୍ରୁବାମଣ୍ଡଳ; ଧ୍ରୁବପୁଞ୍ଜ)(La:Ursa Minoris; La: Polaris; En:The Little or Lesser Bear; Ar:Arkas; Ar:Kochab; Ar:Pherkad )

ଧ୍ରୁବମତ୍ସ୍ୟ[ସମ୍ପାଦନା]

(Gr:Thuban; Ar;Rastaban)

କାଶ୍ୟପୀୟ ମଣ୍ଡଳ[ସମ୍ପାଦନା]

(En:Lady’s chair or The lady in ther throne, Caph, Cedar)

ବ୍ରହ୍ମ କଟାହ[ସମ୍ପାଦନା]

(ବ୍ରହ୍ମ ମଣ୍ଡଳ) (Gr:Aige Cappella; Ar:Alajoth, Menakalinnan)

କାଳପୁରୂଷ ପୂଞ୍ଜ[ସମ୍ପାଦନା]

(ରୁଦ୍ର; ଅଗ୍ରହାୟଣ) (En:Orion)

ଆପାଂବତ୍ସ[ସମ୍ପାଦନା]

(ଆପାଂନପାତ୍) (Theta Virginus)

ଅଗସ୍ତ୍ୟ[ସମ୍ପାଦନା]

(Canopus)

ଯାମୀ[ସମ୍ପାଦନା]

(ଯମୂନା; ନଦୀମୂଖ; ଶୂଳ) (La:Acherner; En Eridani; Alpha Eridani)

ତ୍ରିଶଙ୍କୁନଣ୍ଡଳ[ସମ୍ପାଦନା]

(Southern Cross)

ଜୟ[ସମ୍ପାଦନା]

(Alpha Centauris): ମହିଷାସୁର ମଣ୍ଡଳ ବା କିନ୍ନର ମଣ୍ଡଳର ପ୍ରଥମ ତାରା ।

ବିଜୟ[ସମ୍ପାଦନା]

(Beta Centauris) : ମହିଷାସୁର ମଣ୍ଡଳ ବା କିନ୍ନର ମଣ୍ଡଳର ଦ୍ୱିତୀୟ ତାରା ।

ସାରମେୟ ଯୁଗଳ[ସମ୍ପାଦନା]

(କାଳକଞ୍ଜ ମଣ୍ଡଳ) (Cor Caroli or Charle’s heart)

ପରଶୁରାମ ମଣ୍ଡଳ[ସମ୍ପାଦନା]

(Perseus; Merfak; Algol; Caput)

ମତ୍ସ୍ୟ ମୂଖ[ସମ୍ପାଦନା]

(Formalhaut)

କାଳୀୟ[ସମ୍ପାଦନା]

(ହ୍ରଦ ସର୍ପ; ରାହୁମଣ୍ଡଳ) (Hydra)

ତିମି ମଣ୍ଡଳ[ସମ୍ପାଦନା]

(Cetus)

ଆଧାର[ସମ୍ପାଦନା]