ବୃହସ୍ପତି (ଜ୍ୟୋତିଷ)
ବୃହସ୍ପତି | |
---|---|
![]() | |
ବୃହସ୍ପତି (ଗ୍ରହ)ର ସ୍ୱାମୀ ଏବଂ ଶିକ୍ଷାର ସ୍ୱାମୀ | |
Affiliation | ଗ୍ରହ ଏବଂ ହିନ୍ଦୁ ଦେବତାମାନଙ୍କ ଗୁରୁ |
ଲୋକ | ବୃହସ୍ପତି ମଣ୍ଡଳ କିମ୍ବା ଲୋକ |
ଗ୍ରହ | ବୃହସ୍ପତି |
Mantra | ॐ बृं बृहस्पतये नमः॥ |
ସ୍ୱାମୀ/ସ୍ତ୍ରୀ | ତାରା |
Mount | ହାତୀ/ ଆଠ ଘୋଡ଼ା ଯୁକ୍ତ ରଥ |
ବୃହସ୍ପତି ହିନ୍ଦୁ ଧର୍ମ ବିଶ୍ଵାସ ଅନୁସାରେ ଜଣେ ଦେବତା ଅଟନ୍ତି। ତାଙ୍କୁ ''ପ୍ରାର୍ଥନା ବା ଭକ୍ତିର ସ୍ୱାମୀ" ରୂପେ ପୂଜା କରାଯାଏ।
[୧] ବେଦରେ ମଧ୍ୟ ଆରାଧ୍ୟ ଦେବତା ରୂପେ ବୃହସ୍ପତିଙ୍କ ମାନ୍ୟତା ରହିଛି। ବେଦ ପୁରାଣ ବର୍ଣ୍ଣନା ଅନୁସାରେ ବୃହସ୍ପତିଙ୍କୁ ଧର୍ମର ଅବତାର ବୋଲି ବିଶ୍ୱାସ କରାଯାଏ ଏବଂ ସେ ମନୁଷ୍ୟ ଓ ଦେବତା ମାନଙ୍କ ମଧ୍ୟରେ ମଧ୍ୟସ୍ଥତା କରିଥାନ୍ତି ।
ବୃହସ୍ପତି ହିନ୍ଦୁ ଦେବତାମାନଙ୍କ ଗୁରୁ ଅଟନ୍ତି ଏବଂ ଦୈତ୍ୟବାଦ୍ ର ପ୍ରଚାରକ ଶୁକ୍ରାଚାର୍ଯ୍ୟଙ୍କ କଠୋର ବିରୋଧୀ ଅଟନ୍ତି । ତାଙ୍କୁ ନବଗ୍ରହ ସମୂହର ନାୟକ ବୋଲି ବିବେଚନା କରାଯାଏ, ସେଥିପାଇଁ ତାଙ୍କୁ ଗଣପତି ବୋଲି କୁହାଯାଏ । ସେ ଜ୍ଞାନ ଓ ବିଦ୍ୟାର ଦେବତା ଋପେ ଗ୍ରହଣିୟ ଅଟନ୍ତି । ସେ "ବାର୍ହସ୍ପତ୍ୟ ସୂତ୍ର"ର ରଚନା କରିଥିଲେ । ପୁରାଣ ରେ ବର୍ଣ୍ଣିତ ତାଙ୍କ ସ୍ୱରୂପ ବର୍ଣ୍ଣ ସୁବର୍ଣ୍ଣ ଏବଂ
ହିନ୍ଦୁ ଧର୍ମରେ
[ସମ୍ପାଦନା]ଋଗ୍ୱେଦ ଅନୁଶାରେ ବୃତାଙ୍କୁ୍ପତିକୁ ଅ ମଧ୍ୟଙୁ ିରସ ଋଷିଙ୍କ ପୁତ୍ର ବୋଲି ବିଶ୍ୱାସ କରାଯାଏ [୨] ଏବଂ "ଶିବ ପୁରାଣ" ଅନୁଶାରେ ତାଙ୍କୁ ସୁରୁପର ପୁତ୍ର ବୋଲି ବିଶ୍ୱାସ କରାଯାଏ । ତାଙ୍କର ଦୁଇ ଭାଇ ଅଛନ୍ତି: "ଅତଥ୍ୟ" ଏବଂ ସମ୍ବର୍ତନ" । ତାଙ୍କର ତିନିଜଣ ପତ୍ନୀ ଅଛନ୍ତି । ପ୍ରଥମ ପତ୍ନୀ "ଶୁଭା", ସେ ସାତଜଣ ପୁତ୍ରୀ (ଭାନୁମତି, ରାକା, ଆର୍ଚିସ୍ମତି, ମହାମତି, ମହିଷ୍ମତି, ସିନିବଳୀ ଏବଂ ହବିଷ୍ମତିଙ୍କୁ) ଜନ୍ମ ଦେଇଥିଲେ । ଦ୍ୱିତୀୟ ପତ୍ନୀ "ତାରା", ଯାହାଙ୍କର ସାତଜଣ ପୁତ୍ର ଏବଂ ଜଣେ ପୁତ୍ରୀ ଅଛନ୍ତି ତଥା ତୃତୀୟ ପତ୍ନୀ "ମମତା"ଙ୍କଠାରୁ କଚ ଓ ଭରଦ୍ୱାଜ ନାମରେ ଦୁଇଜଣ ପୁତ୍ର ଜନ୍ମ ହୋଇଥିଲେ । ବୃହସ୍ପତି, ପ୍ରଭାସ ତୀର୍ଥର ତଟ ଭଗବାନ ଶିବଙ୍କର ଅଖଣ୍ଡ ତପସ୍ୟା କରି ଦେବଗୁରୁର ପଦବୀ ପାଇଥିଲେ । ସେତିକିବେଳେ ଭଗବାନ ଶିବ ପ୍ରସନ୍ନ ହୋଇ ତାଙ୍କୁ "ନବଗ୍ରହ"ରେ ଏକ ସ୍ଥାନ ଦେଇଥିଲେ । କଚ, ବୃହସ୍ପତିଙ୍କ ପୁତ୍ର ଥିଲେ କିମ୍ବା ଭ୍ରାତା, ଏହି ବିଷୟରେ ମତଭେଦ ରହିଛି । କିନ୍ତୁ ମହାଭାରତ ଅନୁଶାରେ "କଚ" ତାଙ୍କର ଭ୍ରାତା ଥିଲେ । ଭରଦ୍ୱାଜ ଗୋତ୍ରର ସମସ୍ତ ବ୍ରାହ୍ମଣ ତାଙ୍କ ବଂଶଜ ବୋଲି ବିଶ୍ୱାସ କରାଯାଏ ।
ଜ୍ୟୋତିଷରେ
[ସମ୍ପାଦନା]
ଜ୍ୟୋତିଷ ଅନୁଶାରେ ବୃହସ୍ପତିଙ୍କୁ ନବ ଗ୍ରହର ସ୍ୱାମୀ ଭାବେ ବିଶ୍ୱାସ କରାଯାଏ ଏବଂ ନବଗ୍ରହରେ ଗଣାଯାଏ । ତାଙ୍କୁ ଗୁରୁ, ଚୁରା କିମ୍ବା ଦେବଗୁରୁ ମଧ୍ୟ କୁହାଯାଏ । ତାଙ୍କୁ କୌଣସି ଗ୍ରହରୁ ଅତ୍ୟାଧିକ ଶୁଭଗ୍ରହ ଭାବେ ବିଶ୍ୱାସ କରାଯାଏ । ସେ ଗୁରୁ କିମ୍ବା ବୃହସ୍ପତି (ଧନୁ ରାଶି) ଓ (ମୀନ ରାଶି)ର ସ୍ୱାମୀ ଅଟନ୍ତି । ବୃହସ୍ପତି ଗ୍ରହ (କର୍କଟ ରାଶି)ରେ ଉଚ୍ଚ ଭାବରେ ରହିଥାନ୍ତି ଏବଂ (ମକର ରାଶି)ରେ ନିଚ୍ଚ ଭାବେ ରହିଥାନ୍ତି । ସୂର୍ଯ, ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ବୃହସ୍ପତିଙ୍କ ପାଇଁମିତ୍ର ଗ୍ରହ ଅଟନ୍ତି । ବୁଧ ଶତୃ ଏବଂ ଶନି ତଟସ୍ଥ ଅଟନ୍ତି । ବୃହସ୍ପତିଙ୍କ ତିନି ନକ୍ଷତ୍ର "ପୁନର୍ବସୁ", ବିଶାଖା ଓ "ପୂର୍ବା ଭାଦ୍ରପଦ" ରହିଛନ୍ତି ।[୩]
ଗୁରୁଙ୍କୁ ବୈଦିକ ଜ୍ୟୋତିଷରେ "ଆକାଶ"ର ତତ୍ତ୍ୱ ବୋଲି ଜଣାଯାଏ । ଏହାର ଗୁଣ ବିଶାଳତା, ବିକାଶ, ବ୍ୟକ୍ତିର କୁଣ୍ଡଳୀ ଓ ଜୀବନରେ ବିସ୍ତାରର ସଙ୍କେତ ହୋଇଥାଏ । ଗୁରୁ ପୂର୍ବଜନ୍ମର କର୍ମ, ଧର୍ମ, ଦର୍ଶନ, ଜ୍ଞାନ ଏବଂ ସନ୍ତାନରୁ ସମ୍ବନ୍ଧିତ ବିଷୟରେ ସନ୍ତୁଳନର ପ୍ରତିନିଧିତ୍ତ୍ୱ କରିଥାଏ । ଏହା ଶିକ୍ଷଣ ଏବଂ ଜ୍ଞାନର ପ୍ରସାରରେ ସମ୍ବନ୍ଧିତ ରହିଥାଏ । ଯାହାର କୁଣ୍ଡଳୀରେ ବୃହସ୍ପତି ଉଚ୍ଚ ଥାଏ, ସେହି ମନୁଷ୍ୟର ଜୀବନରେ ପ୍ରଗତି ହୋଇଥାଏ, ତା'ର ସାମ୍ରାଜ୍ୟ ଓ ସମୃଦ୍ଧି ବଢିଯାଏ । ମଧୁମେହର ସିଧା ସମ୍ବନ୍ଧ କୁଣ୍ଡଳୀର ବୃହସ୍ପତିରୁ ବିଶ୍ୱାସ କରାଯାଏ । ପାରମ୍ପରିକ ହିନ୍ଦୁ ଜ୍ୟୋତିଷ ଅନୁସାରେ ଗୁରୁଙ୍କ ପୂଜା ଆରଧନା ପେଟକୁ ପ୍ରଭାବିତ କରୁଥିବା ରୋଗରୁ ଦୂରେଇ ପାରେ ତଥା ପାପର ନାଶ କରିଥାଏ ।