ସିଂହ (ରାଶି)

ଉଇକିପିଡ଼ିଆ ରୁ
Jump to navigation Jump to search

ସୌରଜଗତରେ ଗ୍ରହ ମାନେ ସୂର୍ଯ୍ୟଙ୍କୁ କେନ୍ଦ୍ରକରି ଏକ କାଳ୍ପନିକ ଅଣ୍ଡାକୃତି ପଥରେ ଘୁରିବୁଲୁଥାନ୍ତି । ହିନ୍ଦୁ ଜ୍ୟୋତିଷରେ ଏହି କାଳ୍ପନିକ ପଥ ବା ରାଶିଚକ୍ରକୁ(୩୬୦ ଡିଗ୍ରୀ) ୧୨ ଭାଗ କରାଯାଇ ପ୍ରତ୍ୟେକ ଭାଗକୁ (୩୦ ଡିଗ୍ରୀ) ଗୋଟୀଏ ଗୋଟିଏ ରାଶିର କଳ୍ପନା କରାଯାଇଛି । ସିଂହ ହେଉଛି ତନ୍ମଧ୍ୟରୁ ପଞ୍ଚମ ରାଶି ।[୧]

ଜ୍ୟୋତିଷୀୟ ପୃଷ୍ଠଭୂମି[ସମ୍ପାଦନା]

ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।[୨] ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ (ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ) । ପ୍ରତ୍ୟେକ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନକୁ ଭିତ୍ତିକରି ୧୨ଗୋଟି ମାସ ଗଣନା କରାଯାଇଛି । ଏହିପରିଭାବେ ୧୨ଟି ରାଶି ନାମରେ ନାମିତ ୧୨ଟି ସୌରମାସ ବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।[୩] ପାଶ୍ଚାତ୍ୟ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ରାଶିଚକ୍ରରେ ସୂର୍ଯ୍ୟଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ ହୁଏ । କିନ୍ତୁ ଭାରତୀୟ ଜ୍ୟୋତିଷ ବା ବୈଦିକ ଜ୍ୟୋତିଷରେ ଚନ୍ଦ୍ରଙ୍କର ଅବସ୍ଥାନକୁ ନେଇ ଜନ୍ମ ରାଶି ନିର୍ଣ୍ଣୟ କରାଯାଏ ।[୪]

  • ରାଶିଚକ୍ରରେ ସିଂହ ରାଶିର ଅବସ୍ଥାନ ୧୨୧ ଡିଗ୍ରୀରୁ ୧୫୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ରବି ଏହାର ଅଧିପତି ଗ୍ରହ ।[୧]
  • ହିନ୍ଦୁ ଜ୍ୟୋତିଷରେ ସିଂହ ରାଶିର ଆକୃତି/ସଂକେତ ଏକ ସିଂହ ପରି ।
  • ବୈଦିକ ଜ୍ୟୋତିଷମତେ ସିଂହ ରାଶି କ୍ଷତ୍ରୀୟ ଜାତି, ଅଗ୍ନିତତ୍ତ୍ଵ ବିଶିଷ୍ଟ ଏକ ସ୍ଥିର ଓ ବିସମ ରାଶି ।[୫]
  • ହିନ୍ଦୁ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ରାଶିରେ ଅବସ୍ଥାନ କରିଥାନ୍ତି, ତାହା ବ୍ୟକ୍ତିର ଜନ୍ମ ରାଶି ହୁଏ । ସିଂହ ରାଶିରେ ଜନ୍ମିତ ବ୍ୟକ୍ତି ସାହସୀ, ଆତ୍ମବିଶ୍ଵାସି ତଥା ଉଚ୍ଚାଭିଳାଷି ହୋଇଥାନ୍ତି ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Zodiac". Retrieved 30 September 2015. 
  2. "Indian Clendars" (PDF). Retrieved 24 September 2015. 
  3. "Months named after rasis". Retrieved 24 September 2015. 
  4. "Sun Sign and Moon Sign". Retrieved 1 October 2015. 
  5. Swain, Captain Manasa Ranjan . ବୈଦିକ ଜ୍ୟୋତିଷ, ପୃଷ୍ଠା- ୦୬-୦୭. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.
  6. "Misha(Aries)". Retrieved 30 September 2015.