ରୋହିଣି (ନକ୍ଷତ୍ର)

ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ଚତୁର୍ଥ ନକ୍ଷତ୍ର ହେଉଛି ରୋହିଣି । ରାଶିଚକ୍ରରେ (ଅପମଣ୍ଡଳ) ଏହା ବୃଷ ରାଶିର ପ୍ରଥମ ଭାଗରେ ୧୦ ଡିଗ୍ରୀରୁ ପ୍ରାୟ ୨୩ ଡିଗ୍ରୀ ୨୦ ମିନିଟ ମଧ୍ୟରେ ଅବସ୍ଥିତ ।
ଜ୍ୟୋତିଷୀୟ ପରିଚୟ[ସମ୍ପାଦନା]
ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । [୧] ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ ।
ତେବେ ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରିଅଛନ୍ତି । [୨]
ବିଶେଷତ୍ୱ[ସମ୍ପାଦନା]
- ହିନ୍ଦୁ ଜ୍ୟୋତିଷ ମତେ ରୋହିଣି ନକ୍ଷତ୍ର ପାଞ୍ଚୋଟି ତାରାର (en:Aldebaran) ସମାହାର ।[୩] ଏହି ତାରକାପୁଞ୍ଜ ଏକ ରଥ ଆକୃତିରେ ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ ଭରଣୀ।[୪]
- ରୋହିଣି ନକ୍ଷତ୍ର ରାଶିଚକ୍ରରେ ବୃଷ (ରାଶି) ମଧ୍ୟରେ ୧୦ଡିଗ୍ରୀରୁ ୧୩ ଡିଗ୍ରୀ ୨୦ ମିନିଟ ପର୍ଯ୍ୟନ୍ତ ବ୍ୟାପ୍ତ ।
- ଚନ୍ଦ୍ର ଏହାର ଅଧିପତି ।[୫]
- ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ମନୁଷ୍ୟଗଣ ଓ ରଜ ଗୁଣ ସହ ସମ୍ବନ୍ଧିତ ।[୬][୭]
- ବୈଦିକ ଜ୍ୟୋତିଷ ମତେ ଅଶ୍ୱିନୀ ନକ୍ଷତ୍ର ଲିଙ୍ଗ ଭେଦରେ ସ୍ତ୍ରୀ ।[୮]
- ଅଶ୍ୱିନୀ ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ ବଦରାଗୀ ପ୍ରକୃତି ବିଶିଷ୍ଟ ହୋଇଥାଆନ୍ତି ।[୯][୧୦]
- ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ରୋହିଣି ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ନିମ୍ନପ୍ରକାରେ ହେବ ।[୧୧]
- ପ୍ରଥମ ପାଦ- O (ओ) Vu/Bu
- ଦ୍ୱିତୀୟ ପାଦ-Va/Ba (वा)
- ତୃତୀୟ ପାଦ- Vi/Bi (वी) ଏବଂ
- ଚତୁର୍ଥ ପାଦ- Vu/Bu (वु) ।
ପୌରାଣିକ କିମ୍ବଦନ୍ତୀ[ସମ୍ପାଦନା]
![]() | ଏହି ବିଭାଗଟି ଫାଙ୍କା ଅଛି । ଆପଣ ଏଥିରେ ଅଧିକ ତଥ୍ୟ ଯୋଡ଼ି ଏହାକୁ ଉନ୍ନତ କରିପାରିବେ । |
ଅଧିକ ତଥ୍ୟ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "The 27 Naxatras". Retrieved 30 May 2017.
- ↑ "Fundamentals of Vedic Astrology" (PDF). Retrieved 25 September 2015.
- ↑ Harness, Deniss M. The Nakshastras. Motilal Banarasidas. pp. 2–3.
- ↑ "The 27 'Nakshatras' in the Hindu System of Astrology". Retrieved 24 September 2015.
- ↑ "27 Constellations or Nakshtras & their Lord Planets or Swami Grahas in Vedic Astrology or Jyotish". Retrieved 24 September 2015.
- ↑ "Nakshatras, the lunar zodiac of Vedic Astrology". Retrieved 25 September 2015.
- ↑ Rath, Sanjaya. "Naxatra Basics". Retrieved 10 October 2015.
- ↑ Swain, Captain Manasa Ranjan . ବୈଦିକ ଜ୍ୟୋତିଷ, ପୃଷ୍ଠା- 23-24. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.
- ↑ "The 27 Nakshtras". Retrieved 26 September 2015.
- ↑ "27 Naxatras". Retrieved 26 September 2015.
- ↑ "How to name your baby as per Hindu Astrology?"www.mypanchang.com, Retrieved 25 September 2015
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |