ପୁଷ୍ୟା (ନକ୍ଷତ୍ର)

ଉଇକିପିଡ଼ିଆ‌ରୁ
ରାଶି ଚକ୍ରରେ ପୁଷ୍ୟା ନକ୍ଷତ୍ରର ଅବସ୍ଥିତି

ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ଅଷ୍ଟମ ନକ୍ଷତ୍ର ହେଉଛି ପୁଷ୍ୟା । ରାଶିଚକ୍ର (ଅପମଣ୍ଡଳ)ରେ କର୍କଟ ରାଶିରେ ୦୩ ଡିଗ୍ରୀ ୨୦ ମିନିଟରୁ ୧୬ ଡିଗ୍ରୀ ୪୦ ମିବିଟ ଯାଏଁ ବ୍ୟାପ୍ତ ।

ଜ୍ୟୋତିଷୀୟ ପରିଚୟ[ସମ୍ପାଦନା]

ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । [୧] ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ ।

ତେବେ ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରିଅଛନ୍ତି । [୨]

ବିଶେଷତ୍ୱ[ସମ୍ପାଦନା]

  • ହିନ୍ଦୁ ଜ୍ୟୋତିଷ ମତେ ପୁଷ୍ୟା ନକ୍ଷତ୍ର ତିନିଗୋଟି ତାରାର (en:Gamma Cancri), (en:Delta Cancri) & (en:Theta Cancri) ସମାହାର ।[୩] ଏହି ତାରାପୁଞ୍ଜ ଏକ ଫୁଲ ଆକୃତିରେ ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ ପୁଷ୍ୟା ।[୪]
  • ପୁଷ୍ୟା ରାଶିଚକ୍ରରେ କର୍କଟ (ରାଶି) ରାଶିରେ ୦୩ ଡିଗ୍ରୀ ୨୦ ମିନିଟରୁ ୧୬ ଡିଗ୍ରୀ ୪୦ ମିବିଟ ଯାଏଁ ବ୍ୟାପ୍ତ ।
  • ଶନି ଏହାର ଅଧିପତି ।[୫]
  • ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ଦେବଗଣ ଓ ତାମସ ଗୁଣ ସହ ସମ୍ବନ୍ଧିତ ।[୬][୭]
  • ବୈଦିକ ଜ୍ୟୋତିଷ ମତେ ପୁଷ୍ୟା ନକ୍ଷତ୍ର ଲିଙ୍ଗ ଭେଦରେ ପୁରୁଷ ଏବଂ ଜାତି ଭେଦରେ କ୍ଷତ୍ରୀୟ ।[୮]
  • ପୁଷ୍ୟା ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ ଦୁର୍ବଳମନା, ଏବଂ କୁଟିଳ ପ୍ରକୃତିର ହୋଇଥାଆନ୍ତି ।[୯][୧୦]
  • ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ପୁଷ୍ୟା ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ନିମ୍ନପ୍ରକାରେ ହେବ ।[୧୧]
ପ୍ରଥମ ପାଦ- Hu (हु )
ଦ୍ୱିତୀୟ ପାଦ- He (हे)),
ତୃତୀୟ ପାଦ- Ho (हो) ଏବଂ
ଚତୁର୍ଥ ପାଦ- Da (ड)

ପୌରାଣିକ କିମ୍ବଦନ୍ତୀ[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "The 27 Naxatras". Archived from the original on 29 May 2017. Retrieved 30 May 2017.
  2. "Fundamentals of Vedic Astrology" (PDF). Archived from the original (PDF) on 4 March 2016. Retrieved 25 September 2015.
  3. Harness, Deniss M. The Nakshastras. Motilal Banarasidas. pp. 2–3.
  4. "The 27 'Nakshatras' in the Hindu System of Astrology". Archived from the original on 18 September 2015. Retrieved 24 September 2015.
  5. "27 Constellations or Nakshtras & their Lord Planets or Swami Grahas in Vedic Astrology or Jyotish". Archived from the original on 19 September 2015. Retrieved 24 September 2015.
  6. "Nakshatras, the lunar zodiac of Vedic Astrology". Retrieved 25 September 2015.
  7. Rath, Sanjaya. "Naxatra Basics". Retrieved 10 October 2015.
  8. Swain, Captain Manasa Ranjan . ବୈଦିକ ଜ୍ୟୋତିଷ, ପୃଷ୍ଠା- 23-24. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.
  9. "The 27 Nakshtras". Retrieved 26 September 2015.
  10. "27 Naxatras". Retrieved 26 September 2015.
  11. "How to name your baby as per Hindu Astrology?"www.mypanchang.com, Retrieved 25 September 2015