Jump to content

ଶୀତଲ ପାତ୍ର

ଉଇକିପିଡ଼ିଆ‌ରୁ
(Sheetal Patraରୁ ଲେଉଟି ଆସିଛି)
ଶୀତଲ ପାତ୍ର
ଜନ୍ମ
ଶୀତଲ ପାତ୍ର

ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୫ରୁ- ଏବେଯାଏଁ

ଶୀତଲ ପାତ୍ର ଜଣେ ଓଡ଼ିଆ ଅଭିନେତ୍ରୀ ଏବଂ ଦୂରଦର୍ଶନ ଉପସ୍ଥାପିକା । ସେ ଓଡ଼ିଆ ଚଳଚ୍ଚିତ୍ର ଯିଏ ଯାହା କହୁ ମୋର ଢୋରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।[][] ଶୀତଲ ଓଡ଼ିଶୀ ନୃତ୍ୟର ପ୍ରଶିକ୍ଷଣ ନେଇଛନ୍ତି ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଅଭିନୟ ଜୀବନ

[ସମ୍ପାଦନା]

ଶୀତଲ ପିଲାଦିନରୁ ଓଡ଼ିଶୀ ନୃତ୍ୟରେ ପ୍ରଶିକ୍ଷଣ ନେଇଥିଲେ ।[] ସେ ଅନେକ ମଞ୍ଚରେ ମଧ୍ୟ ନୃତ୍ୟ ପରିବେଶଣ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଆଧ୍ୟାତ୍ମିକ ଧାରାବାହିକ ଶ୍ରୀ ଜଗନ୍ନାଥର ନିର୍ଦ୍ଦେଶକ ହର ପଟ୍ଟନାୟକ ଶୀତଲଙ୍କୁ ଜଣେ ନର୍ତ୍ତକୀ କେତକି ଭୂମିକାରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ।[] ଧାରାବାହିକର କାହାଣୀ ଅନୁସାରେ ଜୟଦେବ ପୁରୀକୁ ଆସି ଅବସ୍ଥାନ କରିବା ବେଳେ କେତେକି ତାଙ୍କ ପାଇଁ ଅବଢ଼ା ପଠାଉଥିଲେ । ସେହି ଭୂମିକାରେ ଶୀତଲଙ୍କର ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ ।

ଏହାପରେ ୨୦୧୫ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଯିଏ ଯାହା କହୁ ମୋର ଢୋ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ମୀନକେତନ ଶୀତଲଙ୍କୁ ପ୍ରସ୍ତାବ ଦେଇଥିଲେ ।[] ଏହି ଚଳଚ୍ଚିତ୍ରରେ ଶୀତଲଙ୍କ ସ‌ହ ନାୟକ ବାବୁଶାନ୍ ଏବଂ ମୀନକେତନ ମଧ୍ୟ ଅଭିନୟ କରିଥିଲେ ।[] ୧୮ ଅକ୍ଟୋବର ୨୦୧୫ରେ ଦୁର୍ଗାପୂଜା ସମୟରେ ବାବୁଶାନଙ୍କ ସ‌ହ ମୁକ୍ତିଲାଭ କରିଥିଲା ଭଲପାଏ ତତେ ୧୦୦ରୁ ୧୦୦[] ୨୦୧୬ ନବ ବର୍ଷରେ ପୁଣିଥରେ ବାବୁଶାନ ଏବଂ ରିୟାଙ୍କ ସ‌ହ ଶୀତଲଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ତୁ ଯେ ସେଇ[] ୨୦୧୬ ଦୁର୍ଗାପୂଜା ସମୟ ମୁକ୍ତିଲାଭ କରିଥିଲା ତୋର ଦିନେକୁ ମୋର ଦିନେ । ଏହି ଚଳଚ୍ଚିତ୍ରରେ ଶୀଲଙ୍କ ସ‌ହ ଅମ୍ଳାନ, ରିୟା ଏବଂ ଅରିନ୍ଦମ ଅଭିନୟ କରିଥିଲେ ।[] ୨୦୧୭ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିଲା ଦିଲ୍ ଦିୱାନା ହେଇଗଲା[][]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରମନ୍ତବ୍ୟ
୨୦୧୫ଯିଏ ଯାହା କହୁ ମୋର ଢୋଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
ଭଲପାଏ ତତେ ୧୦୦ରୁ ୧୦୦
୨୦୧୬ତୁ ଯେ ସେଇ
ପ୍ରେମରେ ପ୍ରେମରେ
ତୋର ଦିନେକୁ ମୋର ଦିନେ
୨୦୧୭ଦିଲ୍ ଦିୱାନା ହେଇଗଲା
ସୁନାପିଲା- ଟିକେ ସ୍କୃ ଢିଲା
୨୦୨୩ ପ୍ରଥା [୧୦]

ଦୂରଦର୍ଶନ

[ସମ୍ପାଦନା]
ଧାରାବାହିକଭୂମିକାଚେନାଲ
ଶ୍ରୀ ଜଗନ୍ନାଥକେତକିତରଙ୍ଗ ଟିଭି
ଝୁମ ଓଡ଼ିଶା ଝୁମ୍- ଏଥର ନାଚିବେ ଜୁନିଅର ଯୋଡ଼ିବିଚାରିକାତରଙ୍ଗ ଟିଭି
  1. "ଶୀତଲ୍‌ଙ୍କ ହାତ ଖାଲି!". sambad.in. 7 March 2018. Retrieved 13 March 2018.
  2. 1 2 "SHTEEL ODIA ACTRESS PHOTO- JIE JAHA KAHU MOR DHO HEROINE". Incredible Orissa. 3 January 2015. Archived from the original on 5 May 2017. Retrieved 9 March 2017.
  3. 1 2 "Sheetal Patra Is The Young And Talented Actress In Odia Film Industry". E News ଓଡ଼ିଆ. 29 November 2016. Retrieved 9 March 2017.
  4. "Jie Jaha Kahu Mora Dho (ଯିଏ ଯାହା କହୁ ମୋର ଢୋ) - 2015 Odia Comedy Film". Ollywood OdiaPortal. Retrieved 9 March 2017.
  5. "Bhala Pae Tate 100 ru 100 Odia Movie of Babushan, Sital". 15 October 2015. Archived from the original on 10 December 2017. Retrieved 9 March 2017.
  6. "Tu Je Sei Odia Movie of Babusan, Riya, Sheetal, Sarthak Films". 1 January 2016. Archived from the original on 17 January 2017. Retrieved 9 March 2017.
  7. "Odia Film in Durga Puja 2016 of Anubhav, Babushan, Arindam". 7 October 2016. Archived from the original on 17 March 2017. Retrieved 9 March 2017.
  8. "Babushan Mohanty And Sheetal in the upcoming movie "Dil Diwana Heigala"". 2 November 2016. Retrieved 9 March 2017.
  9. "ହାଟ୍ରିକ୍‌ ପରେ ଏଥର ଅଟକି ଯାଇଛନ୍ତି ଶୀତଲ". sambad.in. 6 January 2018. Retrieved 1 February 2018.
  10. "ପ୍ରଥା ପାଇଁ ପ୍ରସ୍ତୁତି". ପ୍ରମେୟ. 15 March 2023. p. 8. Archived from the original on 28 August 2023. Retrieved 28 August 2023.

ବାହାର ଆଧାର

[ସମ୍ପାଦନା]