Jump to content

ଅଟଳ ବିହାରୀ ପଣ୍ଡା

ଉଇକିପିଡ଼ିଆ‌ରୁ
(Atal Bihari Pandaରୁ ଲେଉଟି ଆସିଛି)
ଅଟଳ ବିହାରୀ ପଣ୍ଡା
୨୦୧୪ ମସିହାରେ ଭୁବନେଶ୍ୱରଠାରେ ୨୬ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଅଟଳ ବିହାରୀ ପଣ୍ଡା
ଭୁବନେଶ୍ୱରରେ ଅଟଳ ବିହାରୀ ପଣ୍ଡା
ଜନ୍ମ(1931-12-01)୧ ଡିସେମ୍ବର ୧୯୩୧
ମୃତ୍ୟୁ୫ ଜୁନ ୨୦୨୧(2021-06-05) (ବୟସ ୮୯)
ବୃତ୍ତି(ସମୂହ)ନାଟ୍ୟକାର, ଗୀତିକାର ଓ ଅଭିନେତା
ସକ୍ରିୟ ବର୍ଷମଞ୍ଚ ଅଭିନେତା ଭାବେ ୧୯୪୪-୨୦୧୨
ଚଳଚ୍ଚିତ୍ର ଅଭିନେତା ଭାବେ ୨୦୧୩-୨୦୨୧
ପ୍ରସିଦ୍ଧିମଞ୍ଚ ଓ ଚଳଚ୍ଚିତ୍ର ଅଭେତା
ଉଲ୍ଲେଖନୀୟ କୃତିଶଲାବୁଢ଼ା, ଆଦିମ ବିଚାର
ବୈବାହିକ-ସାଥୀଲଳିତା
ସନ୍ତାନ୩ ପୁଅ ଓ ୩ ଝିଅ
ପିତାମାତା(s)ବାସୁଦେବ ପଣ୍ଡା, ଲକ୍ଷ୍ମୀ ପ୍ରିୟା ପଣ୍ଡା

ଅଟଳ ବିହାରୀ ପଣ୍ଡା (୧ ଡିସେମ୍ବର ୧୯୩୧ - ୫ ଜୁନ ୨୦୨୧) ଜଣେ ଭାରତୀୟ ନାଟ୍ୟକାର, ଗୀତିକାର ଓ ଅଭିନେତା ଥିଲେ । ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକାଠାରେ ସେ ୧୯୩୧ ମସିହା ଡିସେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୪୪ ମସିହାରୁ ସେ ମଞ୍ଚ ନାଟରେ ଅଭିନୟ କରିଆସୁଥିଲେ ଓ ୨୦୧୩ ମସିହାରେ ଶଲାବୁଢ଼ା ଜରିଆରେ ପ୍ରଥମ କରି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଉଭୟ ଶଲାବୁଢ଼ା ଓ ଆଦିମ ବିଚାର ଚଳଚ୍ଚିତ୍ରରେ ଅଭିନୟ ପାଇଁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।[] ସେ ପ୍ରଧାନତଃ ସମ୍ବଲପୁରୀରେ ନାଟକ ରଚନା କରୁଥିଲେ ଓ ୬୫ରୁ ଅଧିକ ମଞ୍ଚ ଓ ବେତାର ନାଟକ ରଚନା କରିଥିଲେ । ତାଙ୍କ ରଚିତ ନାଟକ "ଫଟା କପାଲ" ଥିଲା ପ୍ରଥମ ସମ୍ବଲପୁରୀ ମୁଦ୍ରିତ ନାଟକ । ୨୦୧୯ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଭିନୟ ଓ ନାଟ୍ୟକଳାରେ ତାଙ୍କର ଅବଦାଙ୍କୁ ଭିତ୍ତି କରି ତାଙ୍କୁ ଡି. ଲିଟ ଉପାଧି ପ୍ରଦାନ କରିଥିଲେ ।[][]

୨୦୨୧ ମସିହା ଜୁନ ୫ ତାରିଖରେ ସମ୍ବଲପୁରଠାରେ ସେପ୍ଟିସିମିଆ ରୋଗର ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[]

ଜୀବନୀ

[ସମ୍ପାଦନା]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଅଟଳ ବିହାରୀ ପଣ୍ଡା ୧୯୩୧ ମସିହା ଡିସେମ୍ବର ୧ତାରିଖ ଦିନ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ବିନିକାଠାରେ ଜନ୍ମଗ୍ରହଣ କରିଥିଲେ ।[][] ତାଙ୍କ ପିତା ଥିଲେ କବିରାଜ ବାସୁଦେବ ପଣ୍ଡା ଓ ମାତା ଲକ୍ଷ୍ମୀ ପ୍ରିୟା ପଣ୍ଡା । ସେ ଥିଲେ ପରିବାରର ଜ୍ୟେଷ୍ଠ ପୁତ୍ର । ତାଙ୍କ ପତ୍ନୀଙ୍କ ନାମ ଥିଲା ଲଳିତା । ତାଙ୍କର ୩ଟି ପୁଅଙ୍କ ନାମ ଆର୍ତ୍ତତ୍ରାଣ, ଅଶ୍ୱିନୀ ଓ ଅରୁଣ । ତାଙ୍କର ୩ଟି ଝିଅ ମଧ୍ୟ ଅଛନ୍ତି । ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବା ପରେ ବୁର୍ଲା ସହରରେ ବସବାସ କରୁଥିଲେ ।

୨୦୨୧ ମସିହା ଜୁନ ୫ ତାରିଖରେ ସେପ୍ଟିସିମିଆ ରୋଗର ପୀଡ଼ିତ ହୋଇ ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।[]ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା ।

କଳାକାର ଜୀବନ

[ସମ୍ପାଦନା]

ପିଲାଦିନରୁ ଅଟଳ ବିହାରୀ ପଣ୍ଡା ନାଟକ ପ୍ରତି ଆକର୍ଷିତ ଥିଲେ ଓ ୧୯୪୪ ମସିହାରୁ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୮୫ ମସିହାରେ ସେ ଆକାଶବାଣୀ ସମ୍ବଲପୁରଆକାଶବାଣୀ କଟକ କେନ୍ଦ୍ରରୁ ଗୀତିକାର ଭାବେ ସ୍ୱୀକୃତି ଲାଭ କରି ସଙ୍ଗୀତ ରଚନା କରିଆସୁଥିଲେ ।[] ସେ ୧୦୦ରୁ ଅଧିକ ମଞ୍ଚନାଟକରେ ଅଭିନୟ କରିଥିଲେ । ସେ ମୁଖ୍ୟତଃ ସମ୍ବଲପୁରୀରେ ନାଟକ ରଚନା କରୁଥିଲେ ଓ ୬୫ରୁ ଅଧିକ ମଞ୍ଚ ଓ ବେତାର ନାଟକ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ନାଟକ "ଫଟା କପାଲ" ସମ୍ବଲପୁରୀ ଭାଷାର ପ୍ରଥମ ମୁଦ୍ରିତ ନାଟକ ଥିଲା । ତାଙ୍କଦ୍ୱାରା ରଚିତ ଅନ୍ୟ କିଛି ସମ୍ବଲପୁରୀ ନାଟକ ଥିଲା "ଭଏଁଷ ଆଗେ ନାଗଧୁନି", "ଫଟା ମଣ୍ଡଳ", "କୂଆଁ ଭିତରେ ଦେଣ୍ଡୁ" ଓ "ଲେଞ୍ଜାତାରା" ।[] ସେ "ମଣି ସଂଗ୍ରହ" ଓ "କ୍ଳାନ୍ତ ଅପରାହ୍ନ" ନାମରେ ଦୁଇଟି ଓଡ଼ିଆ ନାଟକ ମଧ୍ୟ ରଚନା କରିଥିଲେ । ତାଙ୍କ ରଚିତ ଏକ ଲୋକପ୍ରିୟ ଅପେରା ନାଟକ ଥିଲା "ବାଘ ମାତିଛି" । ସେ ଅନେକ ସମ୍ବଲପୁରୀ ଗୀତ ଲେଖିଥିଲେ ଏବଂ ସେଥିରୁ ଅଧିକାଂଶ ଗୀତ ଫକୀର ପଟ୍ଟନାୟକ ଗାୟନ କରିଥିଲେ ।[] ୨୦୧୩ ମସିହାରେ ସବ୍ୟସାଚୀ ମହାପାତ୍ର ନିଜ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଶଲାବୁଢ଼ାରେ ସଂଳାପ ଲେଖିବା ପାଇଁ ଅଟଳ ବିହାରୀ ପଣ୍ଡାଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ପରେ ପଣ୍ଡାଙ୍କୁ ହିଁ ମୁଖ୍ୟ ଅଭିନେତା ଭାବରେ ଚୟନ କରିଥିଲେ । ପରେ ସେ ମହାପାତ୍ରଙ୍କ "ଆଦିମ ବିଚାର" ଓ "ଶଲାବୁଢ଼ାର ବଦଲା" ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ।

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. "Veteran Actor, Sala Budha Fame Atal Bihari Panda No More". www.sambadenglish.com. Eastern Media. Archived from the original on 5 June 2021. Retrieved 5 June 2021.
  2. ୨.୦ ୨.୧ "Honorary D Litt conferred on Atal Bihari Panda". newindianexpress.com. Retrieved 6 June 2021.
  3. ୩.୦ ୩.୧ "ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା ଆଉ ନାହାନ୍ତି". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 5 June 2021. Retrieved 5 June 2021.
  4. ୪.୦ ୪.୧ "ଫିଲ୍ମ "ଶଲାବୁଢ଼ା"ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ". www.khabar.odishatv.in. ଓଡ଼ିଶା ଟେଲିଭିଜନ. Archived from the original on 5 June 2021. Retrieved 5 June 2021.
  5. "ଆରପାରିରେ ଅଟଳ". ସମାଜ. ୬ ଜୁନ ୨୦୨୧. p. ୪. Archived from the original on ୬ ଜୁନ ୨୦୨୧. Retrieved 6 June 2021. {{cite web}}: Check date values in: |date= and |archivedate= (help)
  6. "ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ ଅଟଳ". ଧରିତ୍ରୀ. ୬ ଜୁନ ୨୦୨୧. p. ୭. Retrieved 6 June 2021. {{cite web}}: Check date values in: |date= (help)
  7. "ଦୁଃଖସାଗରରେ ଭସାଇ ଆରପାରିରେ ନାଟ୍ୟକାର, ଗୀତିକାର ଏବଂ ସମ୍ବଲପୁରୀ ଚଳଚ୍ଚିତ୍ର ଅଭିନେତା ଡ ଅଟଳ ବିହାରୀ ପଣ୍ଡା". www.samajalive.in. ସମାଜ. Archived from the original on 5 June 2021. Retrieved 5 June 2021.
  8. Chitrasen Pasayat (1998). Tribe, Caste, and Folk Culture. Rawat Publications. ISBN 978-81-7033-457-6.
  9. "ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା : ୯୨ ବର୍ଷ ବୟସରେ ଦେହାନ୍ତ; ସିନେମା 'ଶଲା ବୁଢ଼ାର ବଦଲା'ରେ ଅଭିନୟ ଦେଇଥିଲା ନୂଆ ପରିଚୟ". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 5 June 2021. Retrieved 5 June 2021.
  10. Arihant Experts (4 June 2019). Know Your State Odisha. Arihant Publications India limited. pp. 179–. ISBN 978-93-131-9327-2.
  11. "Mohapatra's 'Sala Budha' bags awards in 7 categories". timesofindia.indiatimes.com. Retrieved 6 June 2021.
  12. "Adim Vichar sweeps state film honours". telegraphindia.com. Retrieved 6 June 2021.
  13. "ବିଜୟ ମହାନ୍ତିଙ୍କୁ ଜୟଦେବ ପୁରସ୍କାର". ଧରିତ୍ରୀ. ୧୩ ଡିସେମ୍ବର ୨୦୧୫. p. ୨. Retrieved 6 June 2021. {{cite web}}: Check date values in: |date= (help)
  14. "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସହିତ୍ୟିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 6 June 2021.