ଆର୍ଯ୍ୟନ ଦାଶ
ଆର୍ଯ୍ୟନ ଦାଶ | |
---|---|
ଜନ୍ମ | ଆର୍ଯ୍ୟନ ଦାଶ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୨୦୧୮-ଏବେଯାଏଁ |
ଆର୍ଯ୍ୟନ ଦାଶ ଜଣେ ଓଡ଼ିଆ କଥାଚିତ୍ର ଏବଂ ହିନ୍ଦୀ ଥିଏଟର ଅଭିନେତା ।[୧] ଆର୍ଯ୍ୟନ ଅଭିନେତା ଅନୁପମ ଖେରଙ୍କ ସହ ଏକ ଥିଏଟରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ।[୨] ସେ ଓଡ଼ିଆ କଥାଚିତ୍ର ଜଗତରେ ଯୋଗୀ ଚଳଚ୍ଚିତ୍ର ଜରିଆରେ ପ୍ରବେଶ କରିଥିଲେ ।[୩][୪]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଆର୍ଯ୍ୟନଙ୍କର ଘର ପୁରୀ ସହରରେ । ତାଙ୍କର ପିତା ଜଣେ ବାୟୁସେନା ଅଧିକାରୀ ।[୫] ସେଥିପାଇଁ ସେ ମୁମ୍ବାଇରେ ଅବସ୍ଥାନ କରୁଛନ୍ତି । ଆର୍ଯ୍ୟନ ଏୟାର କ୍ରାଫ୍ଟ ଇଂଜିନିୟରିଂରେ ସ୍ନାତକ କରିଥିଲେ ।[୧] ଏହାପରେ ସେ ମୁମ୍ବାଇର କିଶୋର ନମିତ୍ ଆକ୍ଟିଂ ଇନ୍ଷ୍ଟିଚ୍ୟୁଟରେ ଯୋଗ ଦେଇଥିଲେ ।[୨] ସେଠାରେ ସେ ଅଭିନୟ ଶିକ୍ଷା କରିଥିଲେ । ଏହାପରେ ସେ ଅଭିନେତା ଅନୁପମ ଖେରଙ୍କ ସହ ଏକ ଥିଏଟରରେ ଅଭିନୟ କରିଥିଲେ ।[୬]
ଅଭିନୟ ଜୀବନ
[ସମ୍ପାଦନା]ଆର୍ଯ୍ୟନ ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ ନାନା ପାଟେକରଙ୍କର ସହକାରୀ ଭାବରେ ଏକ କନ୍ନଡ ଚଳଚ୍ଚିତ୍ରରେ କାମ କରିଥିଲେ ।[୭][୫] ଏହି ସହ ସେ କିଛି ଚଳଚ୍ଚିତ୍ରର ସହ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଆର୍ଯ୍ୟନ ଓଡ଼ିଆ ଆଲବମ୍ ଭିଡ଼ିଓରେ ମଧ୍ୟ ଅଭିନୟ କରିଥିଲେ । ସେ ସାଥିୟା, ପ୍ରେମରେ ତୋର ଦିଓ୍ବାନ ହେଲି ଓ ମୋର ମାଆ ଆଦି ଆଲବମ୍ ଭିଡ଼ିଓରେ ଅଭିନୟ କରିଥିଲେ ।[୨]
ଆର୍ଯ୍ୟନ ଓଡ଼ିଆ କଥାଚିତ୍ର ଯୋଗୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୮] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ବେହେରା ।[୯] ଏହି ଚଳଚ୍ଚିତ୍ରର ପ୍ରଯୋଜକ ଶ୍ରୀଧର ମାର୍ଥା ଆର୍ଯ୍ୟନଙ୍କୁ ଫୋନ କରି ଚଳଚ୍ଚିତ୍ରଟିରେ ଅଭିନୟ ପାଇଁ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିରେ ଆର୍ଯ୍ୟଙ୍କ ସହ ନିକିତା ମିଶ୍ର ଅଭିନୟ କରିଥିଲେ । ନିକିତା ପୂର୍ବରୁ ଶିଶୁ କଳାକାର ଭାବରେ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।[୧୦] ବିଜୟ ମହାନ୍ତି, ମନୋଜ ମିଶ୍ର, ସ୍ମିତା ମହାନ୍ତି, ହର ରଥ, ଜୟୀରାମ ସାମଲ, ଦେବୁ ବ୍ରହ୍ମା, ଚକ୍ରଧର ଜେନା, ରବି ମିଶ୍ର, ହାଡୁ, ଥିନ୍, ସୁମନ୍, ପ୍ରଜ୍ଞା ଖଟୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୬]
ଆର୍ଯ୍ୟନଙ୍କର ଆଗାମୀ ଚଳଚ୍ଚିତ୍ର ହେଉଛି ଯୋଉଠି ଥିଲେ ବି ତୁ ମୋର ।[୧୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଉଛନ୍ତି ଶ୍ରୀକାନ୍ତ ଗୌତମ ।[୧୨]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ନିର୍ଦ୍ଦେଶକ | ଭୂମିକା | ମନ୍ତବ୍ୟ |
---|---|---|---|---|
୨୦୧୮ | ଯୋଗୀ | ନିରଞ୍ଜନ ବେହେରା | ପ୍ରଭୁ | ପ୍ରଥମ ଓଡ଼ିଆ କଥାଚିତ୍ର |
୨୦୨୩ | କହିଦେ ଥରେ ଆଇ ଲଭ୍ ୟୁ | ଚଣ୍ଡୀ ପରିଜା | [୧୩] | |
- | ଯୋଉଠି ଥିଲେ ବି ତୁ ମୋର | ଶ୍ରୀକାନ୍ତ ଗୌତମ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଓଲିଉଡରେ ପ୍ରବେଶ କରିବେ ଆଉ ଜଣେ ନୂଆ ନାୟକ : ଫିଲ୍ମ 'ଯୋଗୀ'ରେ ଆସିବେ ନଜର". କନକ ନ୍ୟୁଜ. 27 October 2017. Retrieved 1 November 2017.
- ↑ ୨.୦ ୨.୧ ୨.୨ "ଚିହ୍ନନ୍ତୁ ଓଡ଼ିଆ ସିନେମା 'ଯୋଗୀ'ର ନୂଆ ନାୟକ ଆର୍ଯ୍ୟନଙ୍କୁ". sambad.in. 27 October 2017. Retrieved 1 November 2017.
- ↑ "ଆର ବର୍ଷକୁ ଆସିବେ ଓଲିଉଡର ଏହି ଫ୍ରେସ୍ ଯୋଡି". sambad.in. 28 December 2017. Retrieved 1 February 2018.
- ↑ "ଆସୁଛନ୍ତି ଆର୍ଯ୍ୟନ୍". ସମାଜ. 4 February 2018. Retrieved 7 February 2018.[permanent dead link]
- ↑ ୫.୦ ୫.୧ "ଓଲିଉଡ ଜଗତରେ ଆଉ ଏକ ନୂଆ ମୁହଁ, ଆଗାମୀ ଓଡ଼ିଆ ସିନେମା ଯୋଗୀରେ ସେ ମୁଖ୍ୟ ନାୟକ". E News ଓଡ଼ିଆ. 28 October 2017. Retrieved 1 November 2017.
- ↑ ୬.୦ ୬.୧ "ଏକ ନୂଆ ଶୀର୍ଷକ, ନୂଆ କାହାଣୀ ତଥା ନୂଆ ମୁହଁକୁ ନେଇ ପ୍ରସ୍ତୁତ କରାଯାଉଛି ଆଗାମୀ ଚଳଚ୍ଚିତ୍ର". wwgossip. 31 October 2017. Retrieved 1 November 2017.[permanent dead link]
- ↑ "ପ୍ରଭୁ ଚରିତ୍ରରେ ଆସୁଛନ୍ତି ଏହି ଓଲିଉଡ ନାୟକ". sambad.in. 19 April 2018. Retrieved 6 June 2018.
- ↑ "ଭାଗ୍ୟବାନ୍ ଆର୍ଯ୍ୟନ୍". ସମାଜ ରବିବାର. 8 April 2018. Retrieved 12 April 2018.[permanent dead link]
- ↑ "ଅଭିନୟ ନିଶା". ସମାଜ. 8 October 2017. Retrieved 8 October 2017.[permanent dead link]
- ↑ "ନବାଗତା ନିକିତା". ସମାଜ. 15 October 2017. Retrieved 15 October 2017.[permanent dead link]
- ↑ "ଆର୍ଯ୍ୟନଙ୍କ ସୌଭାଗ୍ୟ". ସମାଜ. 13 May 2017. Retrieved 19 May 2018.[permanent dead link]
- ↑ "ଆସୁଛନ୍ତି ଓଲିଉଡକୁ ଏହି ନବାଗତ ନାୟକ". sambad.in. 21 March 2018. Retrieved 21 March 2018.
- ↑ "ଦୁଇ ଓଡ଼ିଆ ଛବି ମଧ୍ୟରେ ଜୋରଦାର ଟକ୍କର". ନିର୍ଭୟ. 16 September 2023. p. 10. Archived from the original on 16 September 2023. Retrieved 16 September 2023.