୧୦ମ ଲୋକ ସଭା
ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୦ମ ଲୋକ ସଭାପାଇଁ ୧୯୯୧ ମସିହାରେ ସାଧାରଣ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ସଭାର କାର୍ଯ୍ୟକାଳ ଥିଲା ୨୦ ଜୁନ ୧୯୯୧ରୁ ୧୦ ମଇ ୧୯୯୬ । ଏହି ଲୋକ ସଭା ପାଇଁ ୧୯୯୧ ମସିହାରେ ମଇ-ଜୁନ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୯୯୧ର ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭାର ୪ ଜଣ ସଦସ୍ୟ ଲୋକ ସଭାକୁ ମନୋନୀତ ହୋଇଥିଲେ ।[୧]
ଏହି ଲୋକ ସଭାରେ କଂଗ୍ରେସ ଦଳ ସମୁଦାୟ ୨୪୭ଟି ଆସନ ଗ୍ରହଣ କରିଥିଲା, ଯାହାକି ପୂର୍ବ ଲୋକ ସଭା ଅର୍ଥାତ ୯ମ ଲୋକ ସଭାଠାରୁ ୪୭ଟି ଆସନ ଅଧିକ ଥିଲା । ଏହି ନିର୍ବାଚନ ପରେ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ପି. ଭି. ନରସିଂହ ରାଓ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ । ତାଙ୍କର କାର୍ଯ୍ୟକାଳ ଥିଲା ୨୧ ଜୁନ ୧୯୯୧ରୁ ୧୬ ମଇ ୧୯୯୬ । ଏହାପରେ ୧୧ଶ ଲୋକ ସଭା ୧୯୯୬ ମସିହା ସାଧାରଣ ନିର୍ବାଚନ ପରେ ୧୫ ମଇ ୧୯୯୬ରେ ଗଠିତ ହୋଇଥିଲା ।
ଗୁରୁତ୍ୱପୂର୍ଣ୍ଣ ସଦସ୍ୟ
[ସମ୍ପାଦନା]- ବାଚସ୍ପତି:
- ଶିବରାଜ ପାଟିଲ (୧୦ ଜୁଲାଇ ୧୯୯୧ରୁ ୨୨ ମଇ ୧୯୯୬)
- ଉପ-ବାଚସ୍ପତି:
- ଏସ୍. ମଲ୍ଲିକାର୍ଜୁନାୟ (୧୩ ଅଗଷ୍ଟ ୧୯୯୧ରୁ ୧୦ ମଇ ୧୯୯୬)
- ମହା ସଚିବ
- କେ ସି ରସ୍ତୋଗି (୨୦ ଜୁନ ୧୯୯୧ରୁ ୩୧ ଡିସେମ୍ବର ୧୯୯୧)
- ସି କେ ଜୈନ (୧ ଜାନୁଆରୀ ୧୯୯୨ରୁ ୩୧ ମଇ ୧୯୯୪)
- ଆର୍. ସି. ଭରଦ୍ୱାଜ (୩୧ ମଇ ୧୯୯୪ରୁ ୩୧ ଡିସେମ୍ବର ୧୯୯୫)
- ଏସz. ଏନ୍. ମିଶ୍ର (୧ ଜାନୁଆରୀ ୧୯୯୬ରୁ ୧୦ ମଇ ୧୯୯୬)
ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ
[ସମ୍ପାଦନା]ବିଭିନ୍ନ ରାଜନୈତିକ ଦଳରୁ ୧୦ମ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ତାଲିକା ନିମ୍ନରେ ଦର୍ଶାଯାଇଛି-
| S.No. | Party Name | Number of MPs |
|---|---|---|
| ୧ | ଭାରତୀୟ ଜାତୀୟ କଂଗ୍ରେସ | ୨୫୨ |
| ୨ | ଭାରତୀୟ ଜନତା ପାର୍ଟି | ୧୨୧ |
| ୩ | ଜନତା ଦଳ | ୬୩ |
| ୪ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) | ୩୬ |
| ୫ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି | ୧୪ |
| ୬ | ଏ.ଆଇ.ଏ ଡି.ଏମ୍.କେ | ୧୨ |
| ୭ | ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା | ୭ |
| ୮ | ତେଲୁଗୁ ଦେଶମ୍ ପାର୍ଟି | ୮ |
| ୯ | ଟି.ଡି.(ଭି) | ୬ |
| ୧୦ | ଆର୍.ଏସ୍.ପି | ୫ |
| ୧୧ | ଜନତା ଦଳ | ୪ |
| ୧୨ | ଶିବ ସେନା | ୪ |
| ୧୩ | ବହୁଜନ ସମାଜ ପାର୍ଟି | ୩ |
| ୧୪ | ଫରୱାର୍ଡ଼ ବ୍ଳକ (ମାର୍କ୍ସବାଦୀ) | ୩ |
| ୧୫ | ନୋମିନେଟେଡ୍ | ୩ |
| ୧୬ | ସର୍ବଭାରତୀୟ ମୁସଲମାନ ଦଳ | ୨ |
| ୧୭ | ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ | ୧ |
| ୧୮ | ଏଆଇଏମ୍ଆଇଏମ୍ | ୧ |
| ୧୯ | ଅସାମ ଗଣ-ପରିଷଦ | ୧ |
| ୨୦ | ସିପିଆ (ଏମ୍ ଲ୍) | ୧ |
| ୨୧ | ସାସିଆଲିଷ୍ଟ ଜାତୀୟ କଂଗ୍ରେସ | ୧ |
| ୨୨ | କଂଗ୍ରେସ | ୧ |
| ୨୩ | ହରିଆଣା ବିକାଶ ଦଳ | ୧ |
| ୨୪ | ସ୍ୱାଧୀନ | ୧ |
| ୨୫ | କେରଳ କଂଗ୍ରେସ | ୧ |
| ୨୬ | ମଣିପୁର ପିପୁଲ୍ସ୍ ପାର୍ଟି | ୧ |
| ୨୭ | (ଏନ୍.ପି.ସି.) | ୧ |
| ୨୮ | ସମତ ଦଳ | ୧ |
| ୨୯ | ସିକ୍କିମ ସଂଗ୍ରାମ ପରିଷଦ | ୧ |
ଆଧାର
[ସମ୍ପାଦନା]- ↑ "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.