ଖଞ୍ଜଣି

ଉଇକିପିଡ଼ିଆ‌ରୁ
ଖଞ୍ଜଣି
ଲିଙ୍ଗରାଜଙ୍କ ରୁକୁଣା ରଥଯାତରେ ଖଞ୍ଜଣି ବାଦନ
ମାଧ୍ୟମବାଦ୍ୟଯନ୍ତ୍ର, ତାଳବାଦ୍ୟ
ସଂସ୍କୃତିଓଡ଼ିଆ ଚଳଣି
ଗୀତ-ସଙ୍ଗୀତଲୋକଗୀତ

ଖଞ୍ଜଣି ଏକ ପାରମ୍ପାରିକ ଓଡ଼ିଆ ବାଦ୍ୟଯନ୍ତ୍ର ।[୧] ଖଞ୍ଜଣି ବଜାଇ ମୁଖ୍ୟତଃ ଭଜନ ଓ ଲୋକଗୀତ ପରିବେଷଣ କରାଯାଏ ।[୨]

ଖଞ୍ଜଣି, ଏକ ଏକମୁହାଁ ବାଦ୍ୟଯନ୍ତ୍ର । ତିନି-ଚାରି ଆଙ୍ଗୁଳି ଚଉଡା ଗୋଲାକାର କାଠ ବା ମାଟି ବଳୟର ଗୋଟିଏ ପାଖରେ ଚମଡା ଛାଉଣି କରି ଏହି ବାଦ୍ୟଯନ୍ତ୍ରକୁ ତିଆରି କରାଯାଇଥାଏ । ଅପର ପାଖଟି ଖୋଲା ଥାଏ । ଖଞ୍ଜଣିକୁ ବାମ ହାତରେ ଧରି ଡାହାଣ ହାତ ଆଙ୍ଗୁଳିଦ୍ୱାରା ବଜାଯାଏ । ଖଞ୍ଜଣିରେ ଛୋଟ ଛୋଟ ଏକାଧିକ ଝାଞ୍ଜ ଖଞ୍ଜାଯାଇଥାଏ । ଖଞ୍ଜଣି ବାଜିଲେ, ଝାଞ୍ଜ ବାଜେ ।[୩] ଖଞ୍ଜଣି ବଜାଇବା ପ୍ରକ୍ରିୟାକୁ "ଖଞ୍ଜଣି ମାଡ଼" ବୋଲି କୁହାଯାଏ ।

ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ଲୋକମାନେ ଭାଗବତ ଟୁଙ୍ଗୀମାନଙ୍କରେ ଖଞ୍ଜଣି ବଜେଇ ଭଜନ ଗାଇ ଭଗବାନଙ୍କୁ ସ୍ମରଣ କରିଥାନ୍ତି ।[୪] ଆଜିକାଲି ଭାଗବତ ଟୁଙ୍ଗୀ କମିବା ସହ, ଖଞ୍ଜଣିର ଆଦୃତି ମଧ୍ୟ କମିବାକୁ ଲାଗିଛି । ତେବେ ବୈଷ୍ନବ ଓ ମହିମା[୫] ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଖଞ୍ଜଣିର ପ୍ରସାର ଏବେ ମଧ୍ୟ ରହିଛି । [୬] ଖଞ୍ଜଣି ଓଡ଼ିଶା ବ୍ୟତିତ ମଧ୍ୟ-ପ୍ରାଚ୍ୟ, କୁର୍ଦିସ୍ତାନ, ଇରାନ, ଆର୍ମେନିୟା, ତୁର୍କି, ପାକିସ୍ତାନ, ଆଫଗାନିସ୍ତାନ ଓ କେନ୍ଦ୍ର-ଏସିଅ ଦେଶମାନଙ୍କରେ ମଧ୍ୟ ବ୍ୟବହାର କରାଯାଏ । ଏସବୁ ଅଞ୍ଚଳରେ ଏହି ଖଞ୍ଜଣି ଜାତୀୟ ବାଦ୍ୟଯନ୍ତ୍ର ଡାପ, ଡାଫ, ଡଫଲୀ, ଟାଫ, ଡେଫ ଆଦି ନାମରେ ପରିଚିତ । [୭]

ଆଧାର[ସମ୍ପାଦନା]

  1. Raja Ram Mehrotra (1 January 2001). Book Of Indian Names. Rupa & Company. pp. 3–. ISBN 978-81-7167-542-5.
  2. http://www.thehindu.com/todays-paper/tp-national/tp-otherstates/basant-utsav-showcases-art-forms-of-ganjam/article5748829.ece
  3. Mānnā De (2007). Memories Come Alive: An Autobiography. Penguin Books India. pp. 54–. ISBN 978-0-14-310193-2.
  4. http://odishamuseum.nic.in/?q=node/95
  5. http://www.telegraphindia.com/1150220/jsp/odisha/story_4418.jsp#.VTTKivAwDSg
  6. http://odishan.com/3613
  7. ସମ୍ବାଦ ୨୦/୦୪/୨୦୧୫ ପୃଷ୍ଠା ୪