ରବୀନ୍ଦ୍ର ମଣ୍ଡପ

ଉଇକିପିଡ଼ିଆ‌ରୁ

ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱରଠାରେ ଥିବା ଏକ ସରକାରୀ ପ୍ରେକ୍ଷାଳୟ । ପ୍ରେକ୍ଷାଳୟଟି ଭୁବନେଶ୍ୱରର କେନ୍ଦ୍ରସ୍ଥଳ ମଧୁସୂଦନ ନଗରଠାରେ ଅବସ୍ଥିତ । ଏହା ରବୀନ୍ଦ୍ରନାଥ ଠାକୁରଙ୍କ ନାମରେ ନାମିତ । ଏଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।[୧]

ରବୀନ୍ଦ୍ର ମଣ୍ଡପ

ଇତିହାସ[ସମ୍ପାଦନା]

ରବୀନ୍ଦ୍ର ମଣ୍ଡପ, ୧୯୬୦ ମସିହାରେ ନିର୍ମାଣ କରାଯାଇଥିଲା । ଜୁଲିଅସ ଭାଜ ଏହି ପ୍ରେକ୍ଷାଳୟକୁ ଡିଜାଇନ କରିଥିଲେ ।[୨]

ସୁବିଧା ଓ ସୁଯୋଗ[ସମ୍ପାଦନା]

ଏହି ମଣ୍ଡପରେ ୮୬୦ ଜଣ ଲୋକଙ୍କର ବସିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୫୬୦ଟି ସିଟ ମୁଖ୍ୟ ହଲରେ, ୨୩୫ଟି ସିଟ ବାଲକୋନୀରେ ଓ ୩୫ଟି ସିଟ ଲବିରେ ଅଛି । ଏଠାରେ ୩୨ ଚ୍ୟାନେଲ ସାଉଣ୍ଡ ମିକ୍ସିଂର କନସୋଲ ରହିଛି ।[୩]

ଆଧାର[ସମ୍ପାଦନା]

  1. "କଳା ଓ ସଂସ୍କୃତି". www.khordha.nic.in. Archived from the original on 11 September 2023. Retrieved 11 September 2023.
  2. "Centres Of Cultural Activities". www.visit.bhubaneswar.me. bhubaneswar.me. Archived from the original on 11 September 2023. Retrieved 11 September 2023.
  3. "Rabindra Mandap gets a facelift". www.newindianexpress.com. The New Indian Express. Archived from the original on 11 September 2023. Retrieved 11 September 2023.