ମହମ୍ମଦ ମହସୀନ
Appearance
(ମହମ୍ମଦ ମହସିନରୁ ଲେଉଟି ଆସିଛି)
ମହମ୍ମଦ ମହସୀନ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତା, ଚଳଚ୍ଚିତ୍ର ନିର୍ଦ୍ଦେଶକ, ଚଳଚ୍ଚିତ୍ର ପ୍ରଯୋଜକ, କାହାଣୀକାର |
ସନ୍ତାନ | ଅବ୍ରାର[୧] |
ମହମ୍ମଦ ମହସୀନ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତା ଓ ନିର୍ଦ୍ଦେଶକ ।[୨] ମୁମ୍ବାଇରେ କେତେକ ହିନ୍ଦୀ ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ମହମ୍ମଦ ମହସୀନ ଓଡ଼ିଶାକୁ ଫେରି ପ୍ରଶାନ୍ତ ନନ୍ଦଙ୍କ ସହଯୋଗୀ ଭାବେ ଶେଷ ଶ୍ରାବଣ, ବଳିଦାନ, ମା ଓ ମମତା, ପୂଜା ଓ ହିସାବ ନିକାଶ ଇତ୍ୟାଦି କଥାଚିତ୍ରରେ କାମ କରିଥିଲେ । ବାରିପଦାର ପ୍ରଯୋଜକ ବଟକୃଷ୍ଣ ନାୟକ ୧୯୮୨ ମସିହାରେ ଫୁଲ ଚନ୍ଦନ କଥାଚିତ୍ରରେ ମହମ୍ମଦ ମହସୀନଙ୍କୁ ପ୍ରଥମେ ସ୍ୱାଧୀନ ଭାବେ ନିର୍ଦ୍ଦେଶନା ଦେବାର ସୁଯୋଗ ଦେଇଥିଲେ ।
କଥାଚିତ୍ର ଜୀବନ
[ସମ୍ପାଦନା]କଥାଚିତ୍ର | ମୁକ୍ତିଲାଭ ବର୍ଷ | ଭୂମିକା |
---|---|---|
ଲକ୍ଷ୍ମୀ ପ୍ରତିମା | ୨୦୦୭ | ନିର୍ଦ୍ଦେଶକ |
ଧର୍ମ ସହିଲେ ହେଲା | ୨୦୦୨ | ନିର୍ଦ୍ଦେଶକ |
ବିଧିର ବିଧାନ | ୧୯୮୯ | ଅଭିନେତା |
ମମତାର ଡୋରି | ୧୯୮୯ | ଅଭିନେତା |
ଏଇ ତ ଦୁନିଆଁ | ୧୯୮୭ | ଅଭିନେତା |
ଜଗା ହାତରେ ପଘା | ୧୯୮୫ | ପ୍ରଯୋଜକ |
ସହରୀ ବାଘ | ୧୯୮୫ | ଅଭିନେତା |
ଜନନୀ | ୧୯୮୪ | ଅଭିନେତା |
ଫୁଲ ଚନ୍ଦନ | ୧୯୮୨ | ନିର୍ଦ୍ଦେଶକ |
ହିସାବ ନିକାଶ | ୧୯୮୨ | ଅଭିନେତା |
ମା ଓ ମମତା | ୧୯୮୦ | ଅଭିନେତା |
ନୟା | ୧୯୭୯ | ଅଭିନେତା |
ବଳିଦାନ | ୧୯୭୮ | ଅଭିନେତା |
ନାଗଫାଶ | ୧୯୭୭ | ଅଭିନେତା |
ଶେଷ ଶ୍ରାବଣ | ୧୯୭୬ | ଅଭିନେତା |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ୧୯୮୨: ଶ୍ରେଷ୍ଠ ନିର୍ଦ୍ଦେଶକ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, (ଫୁଲ ଚନ୍ଦନ)[୩]
ଆଧାର
[ସମ୍ପାଦନା]- ↑ "BBC World News selects picture of Odia based in Dubai". Bhubaneswar Buzz. Retrieved 26 August 2016.
- ↑ "ଏହି ସିନେମାରେ ଓଲିଉଡ୍ର ନାମୀ ନିର୍ଦ୍ଦେଶକ ସାଜିଥିଲେ ଶିକ୍ଷକ". sambad.in. 5 September 2017. Archived from the original on 11 September 2017. Retrieved 8 September 2017.
- ↑ cinemasagar.com: Orissa State Film Award Winners
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ମହମ୍ମଦ ମହସୀନ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ମହମ୍ମଦ ମହସୀନ