ମେଦ ବହୁଳତା

ଉଇକିପିଡ଼ିଆ ରୁ
(ସ୍ଥୌଲ୍ୟତା ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମେଦ ବହୁଳତା
ତିନୋଟି ଛାଯା-ଛବିରେ ସାଧାରଣ ଦେହ (ବାମ), ମଧ୍ୟମ ମେଦଯୁକ୍ତ ଦେହ (ମଝି), ଏବଂ ମେଦବହୁଳ ଦେହ (ଡାହାଣ) ଦର୍ଶାଯାଇଛି
ତିନୋଟି ଛାଯା-ଛବିରେ ସାଧାରଣ, ମଧ୍ୟମ ମେଦଯୁକ୍ତ ଦେହ ଓ ମେଦବହୁଳ ଦେହ ଓ ଅଣ୍ଟା ଦର୍ଶାଯାଇଛି
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି endocrinology[*]
ଆଇସିଡ଼ି-୧୦ E66.
ଆଇସିଡ଼ି-୯-ସିଏମ୍ 278
ଓଏମ୍‌ଆଇଏମ୍ 601665
ରୋଗ ଡାଟାବେସ 9099
ମେଡ଼ିସିନ-ପ୍ଲସ 007297
ଇ-ମେଡ଼ିସିନ med/1653
MeSH C23.888.144.699.500

ମେଦ ବ‌ହୁଳତା ବା ଓବେସିଟି ଏକ ମେଡିକାଲ ରୋଗ ଯେଉଁଥିରେ ଅତ୍ୟଧିକ ଶରୀର ଚର୍ବି ଜମାହୋଇଯାଏ ଯାହା ସ୍ୱାସ୍ଥ୍ୟ ଉପରେ ପ୍ରତିକୁଳ ପ୍ରଭାବ ପକାଏ ।[୧] ଯାହାର ବଡି ମାସ ଇଣ୍ଡେକ୍ସ (ବିଏମଆଇ) (ଲୋକର ଓଜନ ହରଣ ଲୋକର ମିଟରରେ ଉଚ୍ଚତାର ବର୍ଗ) ୩୦ରୁ ଅଧିକ ଥାଏ, ତାହାକୁ ମେଦ ବ‌ହୁଳତା କୁହାଯାଏ ଓ ୨୫ରୁ ୩୦ ଭିତରେ ଥିଲେ ଅଧିଭାର କୁହାଯାଏ । [୧] କେତେକ ପୂର୍ବ ଏସିଆ ଦେଶମାନଙ୍କରେ ଏହାଠାରୁ କମ ମୂଲ୍ୟାୟନ କରନ୍ତି ।[୨] ମେଦ ବ‌ହୁଳତା ଥିଲେ ଅନେକ ରୋଗ ହେବା ସମ୍ଭାବନା ଥାଏ ଯଥା; ହୃତ୍‌ପିଣ୍ଡ ରୋଗ, ଡାଏବେଟିସ ୨, ଅବସ୍ଟ୍ରକ୍ଟିଭ ସ୍ଲିପ ଆପନିଆ, କେତେକ କର୍କଟଓଷ୍ଟିଓଆର୍ଥ୍ରାଇଟିସ[୩]ମେଦ ବହୁଳତାର କେତେକ ପ୍ରତିଶବ୍ଦମାନଙ୍କର ନାମ: ସ୍ଥୌଲ୍ୟତା, ମେଦୋବୃଦ୍ଧି, ସ୍ଥୁଳକାୟତ୍ତ୍ୱ, ନୁଦ୍‌ବୁଦ ବ୍ୟାଧି[୪]

ମେଦ ବହୁଳତା ହେବାର ଅନେକ କାରଣ ମଧ୍ୟରେ ଅତ୍ୟଧିକ ଶକ୍ତିଦାୟକ ଖାଦ୍ୟ, ଶାରୀରିକ ପରିଶ୍ରମର ଅଭାବ ଓ ଜେନେଟିକ ସମ୍ବେଦନଶୀଳତା ଉଲ୍ଲେଖନୀୟ ।[୧][୫] କେତେକ କେସ୍‌ରେ ଜିନ୍, ଅନ୍ତସ୍ରାବୀ ଗ୍ରନ୍ଥି ସମସ୍ୟା, ଔଷଧ ବା ମାନସିକ ବେମାରୀ ମୂଖ୍ୟ କାରଣ ହୋଇପାରେ ।[୬] କେତେକ ମତରେ ଅଳ୍ପ ଖାଦ୍ୟ ଖାଇଲେ ମଧ୍ୟ ଏହି ରୋଗ ହୁଏ, ଏ ମତବାଦର ପ୍ରମାଣ ସାଧାରଣ ଭାବରେ ଅନୁମୋଦିତ ହୁଏ ନାହିଁ ।[୭] ସାଧାରଣତଃ ମେଦ ବହୁଳ ଲୋକଙ୍କର ଶକ୍ତି କ୍ଷୟ ଅନ୍ୟମାନଙ୍କ ଅପେକ୍ଷା ଅଧିକ ହୁଏ କାରଣ ଏମାନଙ୍କର ବଡି ମାସ ନିମନ୍ତେ ଅଧିକ ଶକ୍ତି ଆବଶ୍ୟକ ହୁଏ ।[୭][୮]

ମେଦ ବହୁଳତାକୁ ସାମାଜିକ ଓ ବ୍ୟକ୍ତଗତ ପସନ୍ଦର ପରିବର୍ତ୍ତନ କରି ପ୍ରତିରୋଧ କରିହୁଏ ।[୧] ଖାଦ୍ୟ ଓ ଶାରୀରିକ ବ୍ୟାୟାମଦ୍ୱାରା ଏହାର ମୂଖ୍ୟ ଚିକିତ୍ସା କରାଯାଏ ।[୩] ଶକ୍ତି ସମ୍ପନ୍ନ ଖାଦ୍ୟ ଯେପରିକି ଚର୍ବି ଓ ଶର୍କରା ଜାତୀୟ ଖାଦ୍ୟ କମ୍ କରି ତନ୍ତୁ ଯୁକ୍ତ ଖାଦ୍ୟ ଅଧିକ ଖାଇଲେ ଖାଦ୍ୟର ଗୁଣବତ୍ତା ଉନ୍ନତ ହୁଏ ।[୧] ଉପ‌ଯୁକ୍ତ ଖାଦ୍ୟ ସ‌ହିତ ଔଷଧ ଖାଇଲେ ଖାଦ୍ୟ ରୁଚି କମିଯାଏ ବା ଚର୍ବି ଅବଶୋଷଣ କମିଯାଏ ।[୯] ଖାଦ୍ୟ, ବ୍ୟାୟାମ ଓ ଔଷଧ କାର୍ଯ୍ୟକାରୀ ନ ହେଲେ ଗ୍ୟାସ୍ଟ୍ରିକ ବେଲୁନ ବା ଅପରେଶନ କରି ପାକସ୍ଥଳୀର ଲମ୍ବ ଓ ପରିମାଣ ବା ଭଲ୍ୟୁମ କମେଇ ଦେଲେ ଶୀଘ୍ର ପେଟ ପୂର୍ଣ୍ଣ ଲାଗିବ ଓ ପୋଷକ ଅବଶୋଷଣ କମିଯିବ ।[୧୦][୧୧]

ମୃତ୍ୟୁର ଏକ କାରଣ ମେଦ ବହୁଳତାକୁ ପ୍ରତିରୋଧ କରାଯାଇ ପାରିବ । ମେଦାଳତା ଏକ ମୃତ୍ୟୁ ପ୍ରତିରୋଧକ୍ଷମ ଅବସ୍ଥା ଯାହା ପୃଥିବୀବ୍ୟାପି ବୟଃପ୍ରାପ୍ତ ଓ ପିଲାଙ୍କର ରୋଗ ହାରରେ ବୃଦ୍ଧି ଘଟୁଛି ।[୧][୧୨] ସନ ୨୦୧୪ରେ ୬୦୦ ନିୟୁତ ବୟସ୍କ (୧୩%) ଓ ୪୨ ନିୟୁତ ୫ ବର୍ଷ ବୟସରୁ କମ୍ ପିଲାଙ୍କର ମେଦାଳତା ହୋଇଥିଲା ।[୧]ଏହା ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ହୁଏ ।[୧] ବିଶାରଦ ମାନଙ୍କ ମତରେ ଏହା ଏକବିଂଶ ଶତାବ୍ଦୀର ଏକ ସାଂଘାତିକ ଜନସ୍ୱାସ୍ଥ୍ୟ ସମସ୍ୟା ।[୧୩] ମେଦାଳତା ଏକ କଳଙ୍କ ରୂପେ ଆଧୁନିକ ପୃଥିବୀ ବିଶେଷତଃ ପଶ୍ଚିମ ପୃଥିବୀରେ ପରିଚିତ ଯଦିଓ ଏକ ସମୟରେ ଏହା ସମ୍ପତ୍ତି ଓ ପ୍ରଜନନକ୍ଷମ (fertility) ଅବସ୍ଥା ବୋଲି ବିବେଚିତ ହେଉଥିଲା ଓ ଅଦ୍ୟାବଧି କେତେକ ସ୍ଥାନରେ ହେଉଛି ।[୩][୧୪] ସନ ୨୦୧୩ରେ ଆମେରିକାଲ ମେଡିକାଲ ଆସୋସିଏସନ ଏହାକୁ ଏକ ରୋଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛନ୍ତି ।[୧୫][୧୬]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Obesity and overweight Fact sheet N°311". WHO. January 2015. Retrieved 2 February 2016. 
  2. Kanazawa, M; Yoshiike, N; Osaka, T; Numba, Y; Zimmet, P; Inoue, S (2005). "Criteria and classification of obesity in Japan and Asia-Oceania.". World review of nutrition and dietetics 94: 1–12. PMID 16145245. doi:10.1159/000088200. 
  3. ୩.୦ ୩.୧ ୩.୨ Haslam DW, James WP (2005). "Obesity". Lancet (Review) 366 (9492): 1197–209. PMID 16198769. doi:10.1016/S0140-6736(05)67483-1. 
  4. "Purnachandra Ordia Bhashakosha,ପୃଷ୍ଠା ୪୪୪୦". 
  5. Yazdi, FT; Clee, SM; Meyre, D (2015). "Obesity genetics in mouse and human: back and forth, and back again.". PeerJ 3: e856. PMC 4375971. PMID 25825681. doi:10.7717/peerj.856. 
  6. Bleich S, Cutler D, Murray C, Adams A (2008). "Why is the developed world obese?". Annu Rev Public Health (Research Support) 29: 273–95. PMID 18173389. doi:10.1146/annurev.publhealth.29.020907.090954. 
  7. ୭.୦ ୭.୧ Oxford Handbook of Medical Sciences (୨nd ed.). Oxford: OUP Oxford. ୨୦୧୧. p. ୧୮୦. ISBN ୯୭୮୦୧୯୧୬୫୨୨୯୫. 
  8. Kushner, Robert (୨୦୦୭). Treatment of the Obese Patient (Contemporary Endocrinology). Totowa, NJ: Humana Press. p. ୧୫୮. ISBN ୧-୫୯୭୪୫-୪୦୦-୧. Retrieved April ୫, ୨୦୦୯. 
  9. Yanovski SZ, Yanovski JA (Jan 1, 2014). "Long-term drug treatment for obesity: a systematic and clinical review.". JAMA: the Journal of the American Medical Association (Review) 311 (1): 74–86. PMC 3928674. PMID 24231879. doi:10.1001/jama.2013.281361. 
  10. Colquitt, JL; Pickett, K; Loveman, E; Frampton, GK (Aug 8, 2014). "Surgery for weight loss in adults". The Cochrane database of systematic reviews (Meta-analysis, Review) 8: CD003641. PMID 25105982. doi:10.1002/14651858.CD003641.pub4. 
  11. Imaz I, Martínez-Cervell C, García-Alvarez EE, Sendra-Gutiérrez JM, González-Enríquez J (July 2008). "Safety and effectiveness of the intragastric balloon for obesity. A meta-analysis". Obes Surg 18 (7): 841–6. PMID 18459025. doi:10.1007/s11695-007-9331-8. 
  12. Encyclopedia of Mental Health (୨ ed.). Academic Press. ୨୦୧୫. p. ୧୫୮. ISBN ୯୭୮୦୧୨୩୯୭୭୫୩୩. 
  13. Dibaise JK, Foxx-Orenstein AE (July 2013). "Role of the gastroenterologist in managing obesity". Expert Review of Gastroenterology & Hepatology (Review) 7 (5): 439–51. PMID 23899283. doi:10.1586/17474124.2013.811061. 
  14. Woodhouse R (2008). "Obesity in art: A brief overview". Front Horm Res. Frontiers of Hormone Research 36: 271–86. ISBN 978-3-8055-8429-6. PMID 18230908. doi:10.1159/000115370. 
  15. Pollack, Andrew (June 18, 2013). "A.M.A. Recognizes Obesity as a Disease". New York Times. Archived from the original on June 18, 2013. http://www.webcitation.org/6Hav05TK0. 
  16. Weinstock, Matthew (June 21, 2013). "The Facts About Obesity". H&HN. American Hospital Association. Retrieved June 24, 2013.