ଡାଏବେଟିକ କିଟୋଏସିଡୋସିସ

ଉଇକିପିଡ଼ିଆ ରୁ
Jump to navigation Jump to search
ଡାଏବେଟିକ କିଟୋଏସିଡୋସିସ
Infuuszakjes.jpg
ଡାଏବେଟିକ କିଟୋଏସିଡୋସିସ ହେଲେ ସାଂଘାତିକ ନିର୍ଜଳନ ହୋଇପାରେ ଓ ଶିରାଭ୍ୟନ୍ତର ତରଳ ପଦାର୍ଥ ଦେବା ଆବଶ୍ୟକ ହୁଏ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିEndocrinology
ଆଇସିଡ଼ି-୧୦E10.1, E11.1, E12.1, E13.1, E14.1
ଆଇସିଡ଼ି-୯-ସିଏମ୍250.1
ରୋଗ ଡାଟାବେସ3709
ମେଡ଼ିସିନ-ପ୍ଲସ000320
ଇ-ମେଡ଼ିସିନmed/548
Patient UKଡାଏବେଟିକ କିଟୋଏସିଡୋସିସ
MeSHD016883

ଡାଏବେଟିକ କିଟୋଏସିଡୋସିସ ବା ମଧୁମେହ କିଟୋଏସିଡୋସିସ (ଇଂରାଜୀ ଭାଷାରେ Diabetic ketoacidosis ବା DKA) ମଧୁମେହ ରୋଗର ଏକ ଜଟିଳ ଅବସ୍ଥା ଯାହା ପ୍ରାଣ ଘାତକ ହୋଇପାରେ । ଏହାର ଲକ୍ଷଣ: ବାନ୍ତି (vomiting), ପେଟ ଯନ୍ତ୍ରଣା, ଗଭୀର ଗ୍ୟାସ୍ପିଙ୍ଗ ଶ୍ୱାସକ୍ରିୟା (deep gasping breathing), ଅଧିକ ପରିସ୍ରା (increased urination), ଦୁର୍ବଳତା, ମାନସିକ ସ୍ୱନ୍ଦ (confusion) ଓ କୋମା । ରୋଗୀର ନିଶ୍ୱାସରେ ଏକ ନିର୍ଦ୍ଦଷ୍ଟ ଗନ୍ଧ ଆସେ । ଏହାର ଲକ୍ଷଣ ଦୃତ ଗତିରେ ଆସେ । କେତେକ କେଶ୍‌ରେ ପୂର୍ବରୁ ମଧୁମେହ ରୋଗ ଥିବା କଥା ରୋଗୀ ଜାଣିପାରିନଥାଏ ।[୧]

ଡିକେଏ ଅବସ୍ଥା ସାଧାରଣତଃ ମଧୁମେହ ଟାଇପ ୧ରେ ହୁଏ କିନ୍ତୁ କେତେକ ପରିସ୍ଥିତିରେ ଅନ୍ୟ ମଧୁମେହ ରୋଗରେ ମଧ୍ୟ ହୋଇପାରେ । ସଂକ୍ରମଣ (infection), ଇନସୁଲିନ insulin ସଠିକ ଭାବରେ ନେଇ ନ ଥିଲେ, ସ୍ଟ୍ରୋକକର୍ଟିକୋସ୍ଟିରଏଡ (steroids) ଭଳି କେତେକ ଔଷଧ ଏହି ଅବସ୍ଥାକୁ ଟ୍ରିଗର କରିପାରେ ।[୧] ଇନସୁଲିନ ଅଭାବ ହେଲେ ଶରୀର ଫ୍ୟାଟି ଏସିଡ (fatty acid) ପୋଡ଼ି ଏସିଡିକ କିଟୋନ ବଡି (ketone bodies) ତିଆରି କରିବା ଫଳରେ ଡିକେଏ ହୁଏ ।[୨] ରକ୍ତରେ ଶର୍କରା ପରିମାଣ ଅଧିକ ଥିଲେ, କମ ରକ୍ତ ପିଏଚ (low blood pH) ଥିଲେ ଓ ରକ୍ତ ବା ପରିସ୍ରାରେ କିଟୋଏସିଡ (ketoacids) ଥିଲେ ଡିକେଏ ନିର୍ଣ୍ଣୟ କରାଯାଏ ।[୧]

ଇନସୁଲିନ ଓ ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluid) ଦେଇ ଡିକେଏ ଚିକିତ୍ସା କରାଯାଏ । [୧] ସବକ୍ୟୁଟାନିଅସ (injection under the skin) ବା ଶିରାଭ୍ୟନ୍ତର ଇନସୁଲିନ ଦେବା ରୋଗର ଭୟାବ‌ହତା ଉପରେ ନିର୍ଭର କରେ; ସାଂଘାତିକ ହୋଇଥିଲେ ଶିରାଭ୍ୟନ୍ତର ଇଞ୍ଜେକସନ ଦିଆଯାଏ ।[୨] ହାଇପୋକାଲେମିଆ ପ୍ରତିରୋଧ ନିମନ୍ତେ ସାଧାରଣତଃ ପଟାସିଅମ (potassium) ଦିଆଯାଏ । ଚିକିତ୍ସା ଚାଲୁରହିବା ସମୟରେ ରକ୍ତ ଶର୍କରା ଓ ପଟାସିଅମ ସ୍ତର ନିୟମିତ ଭାବରେ ପରୀକ୍ଷା କରି ନିୟନ୍ତ୍ରଣ କରାଯାଏ ।[୧] ସଂକ୍ରମଣ ଥିଲେ ଆଣ୍ଟିବାୟୋଟିକ (Antibiotics) ଦିଆଯାଏ ।[୩] ରକ୍ତ ପିଏଚ ଅତି କମ ଥିଲେ ସୋଡ଼ିଅମ ବାଇକାର୍ବୋନେଟ (sodium bicarbonate) ଦିଆଯାଏ କିନ୍ତୁ ଏହାର ଉପକାରୀତା ବିଷୟ ସ୍ପଷ୍ଟ ଭାବରେ ଜଣାନଥିବାରୁ ଏହା ଦେବାକୁ ସୁପାରିସ କରାଯାଏ ନାହିଁ । [୧][୩]

ସ୍ଥାନ ଅନୁସାରେ ଏହି ରୋଗର ହାର ପୃଥିବୀରେ ବଦଳେ । [୪] ମଧୁମେହ ଟାଇପ ୧ ରୋଗୀ ମଧ୍ୟରୁ ଇଂଲଣ୍ଡରେ ବର୍ଷକୁ ୪% ରୋଗୀଙ୍କର ଓ ମାଲୟେସିଆରେ ବର୍ଷକୁ ୨୫% ରୋଗୀଙ୍କର ଡିକେଏ ହୁଏ ।[୧][୪] ଡିକେଏ ବିଷୟ ସନ ୧୮୮୬ରେ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ଓ ସନ ୧୯୨୦ରେ ଇନସୁଲିନ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଏହା ପ୍ରାଣ ଘାତକ ଥିଲା । [୫] ସମୟାନୁଯାୟୀ ସଠିକ ଓ ଯଥେଷ୍ଟ ଚିକିତ୍ସା ମିଳିଲେ ଅଧିନା ମୃତ୍ୟୁ ହାର ସଙ୍କଟ ମାତ୍ର ୧ରୁ ୪% ରହୁଛି । [୩][୧] ଡିକେଏ ଥିବା ପିଲାଙ୍କ ମଧ୍ୟରୁ ୧% ପିଲାଙ୍କର ସେରେବ୍ରାଲ ଇଡିମା (cerebral edema) ହୁଏ । [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Misra, S; Oliver, NS (28 October 2015). "Diabetic ketoacidosis in adults". BMJ (Clinical research ed.). 351: h5660. doi:10.1136/bmj.h5660. PMID 26510442.
  2. ୨.୦ ୨.୧ Kitabchi AE, Umpierrez GE, Miles JM, Fisher JN (July 2009). "Hyperglycemic crises in adult patients with diabetes". Diabetes Care. 32 (7): 1335–43. doi:10.2337/dc09-9032. PMC 2699725. PMID 19564476.
  3. ୩.୦ ୩.୧ ୩.୨ Joint British Diabetes Societies Inpatient Care Group (September 2013). "The Management of Diabetic Ketoacidosis in Adults" (pdf). p. 8. Retrieved 14 August 2015.
  4. ୪.୦ ୪.୧ Maletkovic, J; Drexler, A (December 2013). "Diabetic ketoacidosis and hyperglycemic hyperosmolar state". Endocrinology and metabolism clinics of North America. 42 (4): 677–95. PMID 24286946.
  5. Eledrisi MS, Alshanti MS, Shah MF, Brolosy B, Jaha N (May 2006). "Overview of the diagnosis and management of diabetic ketoacidosis". American Journal of the Medical Sciences. 331 (5): 243–51. doi:10.1097/00000441-200605000-00002. PMID 16702793.
  6. Bialo, SR; Agrawal, S; Boney, CM; Quintos, JB (15 February 2015). "Rare complications of pediatric diabetic ketoacidosis". World journal of diabetes. 6 (1): 167–74. PMID 25685287.