ବ୍ୟାୟାମ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Participant in a triathlon at Catoctin Mountain in 2005

ବ୍ୟାୟାମ ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ଓ କାର୍ଯ୍ୟକ୍ଷମ ହୋଇଥାଏ । ମନୁଷ୍ୟ ବିଭିନ୍ନ ଇଚ୍ଛା ପୁରଣ ନିମନ୍ତେ ବ୍ୟାୟାମ କରେ ଯଥା ଓଜନ କମେଇବା ବା ସ୍ଥିର ରଖିବା, ମାଂସପେଶୀ ସୁଦୃଢ଼ କରିବା, କ୍ରୀଡ଼ା କୌଶଳରେ ଶୀର୍ଷକୁ ଯିବା, ନିର୍ଦ୍ଦିଷ୍ଟ ଗଣ୍ଠିମାନଙ୍କୁ ଚଳନକ୍ଷମ ରଖିବା ଓ ଆନନ୍ଦ ପାଇବା ନିମନ୍ତେ କରାଯାଏ । ନିୟମିତ ଓ ବାରମ୍ବାର ବ୍ୟାୟାମ କଲେ ଇମ୍ମ୍ୟୁନ ରୋଗ ପ୍ରତିରେଧକ ଶକ୍ତି ବଢ଼ିଥାଏ ତଥା ହୃତ୍‌ପିଣ୍ଡରକ୍ତନଳି ରୋଗ, ଟାଇପ ୨ ଡାଏବେଟିସମେଦ ବହୁଳତା ଆଦି ରୋଗମାନଙ୍କୁ ପ୍ରତିରୋଧ ହୋଇଥାଏ ।[୧][୨] ବ୍ୟାୟାମ ଦ୍ୱାରା ମାନସିକ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହେ, ବିଷାଦ ଦୂର ହୁଏ, ଯୁକ୍ତାତ୍ମକ ମନୋବଳ ବୃଦ୍ଧି ହୁଏ ଏବଂ ସୁସ୍ଥ ଶରୀରର ଯୌନକ୍ଷମତା ବୃଦ୍ଧି ହୁଏ । ଶିଶୁ ମେଦ ବହୁଳତା ବିଶ୍ୱବ୍ୟାପୀ ଏକ ଚିନ୍ତାର ବିଷୟ [୩]। ଏହାର ବିବିଧ ଉପକାରୀତାକୁ ଦୃଷ୍ଟିରେ ରଖି ସ୍ଵାସ୍ଥ୍ୟ କର୍ମୀମାନେ ବ୍ୟାୟାମର ଉପକାରୀତାକୁ "ଆଶ୍ଚର୍ଯ୍ୟଜନକ" ବା "ଚମତ୍କାର" ଔଷଧ ଭାବେ ଅଭିହିତ କରିଥାନ୍ତି ।[୪]

ବର୍ଗକରଣ[ସମ୍ପାଦନା]

ଦେହ ଉପରେ ପ୍ରଭାବ ଅନୁସାରେ ଶାରୀରିକ ବ୍ୟାୟାମକୁ ସାଧାରଣତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଏ ।[୫]

  • ଏରୋବିକ ବ୍ୟାୟାମ - ଏହି ବ୍ୟାୟାମରେ ବଡ଼ ବଡ଼ ମାଂସପେଶୀମାନଙ୍କୁ ବ୍ୟବହାର କରାଯାଏ ଯେଉଁମାନଙ୍କର ଅମ୍ଳଜାନ ଆବଶ୍ୟକତା ବିଶ୍ରାମ ନେବା ବେଳର ଆବଶ୍ୟକତାଠାରୁ ଅଧିକ [୫]। ହୃତ୍‌ପିଣ୍ଡ-ରକ୍ତନଳୀର ସହନଶୀଳତା ବୃଦ୍ଧି କରିବା ଏହାର ଲକ୍ଷ [୬] Examples of aerobic exercise include cycling, swimming, brisk walking, skipping rope, rowing, hiking, playing tennis, continuous training, and long slow distance training.[୫]। ସାଇକେଲ ଚଲେଇବା, ଦଉଡ଼ି ଡିଆଁ, ନୌକା ଚାଳନା, ଟେନିସ ଖେଳିବା, ହାଇକିଙ୍ଗ (ଦୂରବର୍ତ୍ତୀ ଚାଲି), ବିଶ୍ରାମହୀନ ଟ୍ରେନିଙ୍ଗ ଏବଂ ଦୂରବର୍ତ୍ତୀ ଧୀର ଟ୍ରେନିଙ୍ଗ ଇତ୍ୟାଦି ଏହି ଏରୋବିକ ବ୍ୟାୟାମ ଅନ୍ତର୍ଭୁକ୍ତ ।
Animation of a full push-up (the wide positioning of the hands increases the push-up's use of chest muscles as opposed to arm muscles)[୭]
Side view of a push-up

ବ୍ୟାୟାମ ଦ୍ଵାରା ଶକ୍ତି, ବେଗ ଓ ସ୍ଫୁର୍ତ୍ତି ବୃଦ୍ଧି ହୁଏ ।

ସ୍ଵାସ୍ଥ୍ୟ ଉପରେ ପ୍ରଭାବ[ସମ୍ପାଦନା]

US Marines exercising on the ଛାଞ୍ଚ:USS

ଶାରୀରିକ ଦକ୍ଷତା ବଜାୟ ରଖିବା ନିମନ୍ତେ ବ୍ୟାୟାମ ଅତି ଗୁରୁତ୍ତ୍ଵପୂର୍ଣ୍ଣ ଅଟେ । ସ୍ଵାସ୍ଥ୍ୟପ୍ରଦ ଓଜନ, ସୁସ୍ଥ ସାନ୍ଦ୍ରତା (Density) ସମ୍ପର୍ଣ୍ଣ ଅସ୍ଥି, ଶକ୍ତି ସମ୍ପର୍ଣ୍ଣ ମାଂସପେଶୀ, ଗଣ୍ଠିର ଚଳନ କ୍ଷମତା, ସଠିକ ଶରୀର କ୍ରିୟାତତ୍ତ୍ଵ ପ୍ରଦାନ ନିମନ୍ତେ ବ୍ୟାୟାମ ଆବଶ୍ୟକ । ନୂତନ ଗବେଷଣାଦ୍ଵାରା ଜଣାଯାଏ, ବ୍ୟାୟାମଦ୍ଵାରା ସଙ୍କୁଚିତ ମାଂସପେଶୀମାନଙ୍କରୁ ମାୟୋକାଇନ୍‌ସ୍ (myokines) ନାମକ ଏକ ପଦାର୍ଥ ନିର୍ଗତ ହୁଏ ଯାହା ନୂତନ ତନ୍ତୁ ବୃଦ୍ଧି କରିବାରେ, ତନ୍ତୁ ମରାମତି କରିବାରେ, ଏକାଧିକ ପ୍ରଦାହ ନିରୋଧକ ସୃଷ୍ଟି କରିବାରେ ସାହାଯ୍ୟ କରେ ।[୧୦]
ବ୍ୟାୟାମ କରିବାଦ୍ଵାରା ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ ବିପନ୍ନକାରୀ[୧୧] କର୍ଟିଜଲ ( cortisol) ସ୍ତର ଦେହରେ କମିଯାଏ[୧୨] । ଅନ୍ୟ ପକ୍ଷରେ ଏହାଦ୍ଵାରା ଲାଳ ନାଇଟ୍ରାଇଟ ବୃଦ୍ଧି ହୁଏ ଯାହା ନାଇଟ୍ରିକ ଅକ୍ସାଇଡରେ ପରିଣତ ହୁଏ ଓ ତାହାଦ୍ଵାର ଟ୍ରେନିଙ୍ଗ ଲୋଡ଼ ବଢ଼େ । ଏହି ଲାଳ ପରୀକ୍ଷାଦ୍ୱାରା ବ୍ୟାୟାମ ଅବସ୍ଥିତି ଜଣାଯାଏ ।[୧୩]
ଖାଦ୍ୟ ଖାଇବା ପରେ ବ୍ୟାୟାମ କରିବା ଅପେକ୍ଷା ଖାଦ୍ୟ ଖାଇବା ପୂର୍ବରୁ ବ୍ୟାୟାମ କଲେ ରକ୍ତ ଶର୍କରା ପରିମାଣ ଅଧିକ କମିଯାଏ [୧୪]ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ଶାରୀରିକ ଅକର୍ମଣ୍ୟତା ଯୋଗୁ ୧୭% ହୃତ୍‌ପିଣ୍ଡ ରୋଗ ଓ ଡାଏବେଟିସ, ୧୦ % ସ୍ତନ କର୍କଟକଲନ କର୍କଟ ମାନବ ଦେହରେ ଅଧିକ ହୁଏ [୧୫]
ମଧ୍ୟମ ବ୍ୟାୟାମ (40 to 70% of VO2 Max) ଅପେକ୍ଷା ଅତ୍ୟଧିକ ବ୍ୟାୟାମ (90–95% of VO2 Max) କଲେ ହୃତ୍‌ପିଣ୍ଡ ବୃଦ୍ଧିପ୍ରାପ୍ତ (cardiac hypertrophy) ହୁଏ, କିନ୍ତୁ ଏହାର ମୃତ୍ୟୁ ତଥା ସ୍ଵାସ୍ଥ୍ୟ ଉପରେ କୌଣସି ପ୍ରଭାବ ଥିବା ଜଣାଯାଇ ନାହିଁ ।[୧୬]

Exercise in space: Astronaut Daniel Tani, Expedition 16 flight engineer, works out at the Unity node of the International Space Station using the short bar of the Interim Resistive Exercise Device (IRED) to perform pull-ups to increase his upper body strength while in a microgravity environment

କେତେକ ଅନୁଶୀଳନ ଦ୍ଵାରା ଜଣାଯାଏ, ସୁସ୍ଥ ବ୍ୟକ୍ତି ଅତ୍ୟଧିକ ବ୍ୟାୟାମ କରିବା ଦ୍ଵାରା ଓପିଅଏଡ ପେପ୍‌ଟାଇଡ ପରିମାଣ ବୃଦ୍ଧି ହୁଏ ଓ ଏହା ନିଉରୋଟ୍ରାନ୍ସମିଟରମାନଙ୍କ ସହ ମିଶି ବ୍ୟାୟାମ ଜନିତ ପ୍ରଫୁଲ୍ଲତା (euphoria) ବୃଦ୍ଧି କରାଏ ଯାହା ଏକ ରକମ ନିଶା ଅଟେ ଓ ଟେସ୍ଟୋସ୍ଟିରନ ସହ ଗ୍ରୋଥ ହରମୋନ କ୍ଷରଣ ଅଧିକ କରାଏ [୧୭]
ଏରୋବିକ ବ୍ୟାୟାମଦ୍ଵାରା କାର୍ଡିଆକ ଭଲ୍ୟୁମ ବେଶୀ ହୁଏ ଓ ଆନେରୋବିକ ବ୍ୟାୟାମଦ୍ଵାରା ହୃତ୍‌ପିଣ୍ଡ-ନିଳୟର କାନ୍ଥ ମୋଟା ହୁଏ ଯାହା ଅତ୍ୟନ୍ତ ଉପକାରୀ ।
ବ୍ୟାୟାମଦ୍ଵାରା ସବୁ ଲୋକ ସମ ଭାବରେ ଉପକୃତ ହୁଅନ୍ତି ନାହିଁ ।ଏରୋବିକ ବ୍ୟାୟାମ କଲେ ଅଧିକାଂଶ ଲୋକଙ୍କର ମଧ୍ୟମ ଧରଣର ସହନଶୀଳତା ବୃଦ୍ଧି ହୁଏ, କେତେକ ଲୋକ ୨ ଗୁଣ ଅମ୍ଳଜାନ ଅଧିକ ଗ୍ରହଣ କରନ୍ତି ଓ ଅନ୍ୟ କେତେକ କୌଣସି ଉପକାର ପାଆନ୍ତି ନାହିଁ ।[୧୮][୧୯] ଖାଦ୍ୟଟେସ୍ଟୋସ୍ଟିରନଦ୍ଵାରା ହୁତ୍‌ପିଣ୍ଡ ମାଂସପେଶୀ ମୋଟା ହୁଏ ।[୨୦] ଜିନଗତ ପାର୍ଥକ୍ୟ ଯୋଗୁ ଉତ୍ତମ ଆଥଲେଟ ଓ ସାଧାରଣ ଲୋକଙ୍କ ମଧ୍ୟରେ ଏହି ପାର୍ଥକ୍ୟ ଦେଖାଯାଏ ।[୨୧][୨୨] ମଧ୍ୟ ବୟସ୍କ ଲୋକଙ୍କର ପରବର୍ତ୍ତୀ ବୟସ୍କ ଲୋକଙ୍କ ଅପେକ୍ଷା ବ୍ୟାୟାମଦ୍ଵାରା ଅଧିକ ଉପକାର ହୁଏ ।[୨୩]

ହୃତପିଣ୍ଡ-ରକ୍ତନଳୀ ପ୍ରଣାଳୀ[ସମ୍ପାଦନା]

ବ୍ୟାୟାମ କରିବା ଦ୍ଵାରା ହୃତ୍‌ପିଣ୍ଡ-ରକ୍ତନଳୀ ସମୂହର ଉପକାରୀତା ପ୍ରମାଣିତ ହୋଇ ଲିପିବଦ୍ଧ ହୋଇଛି । ଶାରୀରିକ କ୍ରିୟାହୀନତା ସହ ମୃତ୍ୟୁ ହାରର ସିଧା ସଳଖ ସମ୍ପର୍କ ଅଛି । କରୋନାରୀ ରୋଗ ହେବା ନିମନ୍ତେ କର୍ମହୀନତା ଏକ ରିସ୍କ ଫ୍ୟାକ୍ଟର ଅଟେ । ମଧ୍ୟମ ଧରଣର ବ୍ୟାୟାମ ବା ଶାରୀରିକ କର୍ମଦ୍ଵାରା ହୃତ୍‌ପିଣ୍ଡ ସର୍ବାଧିକ ଉପକୃତ ହୁଏ । ସ୍ଥାନାବଦ୍ଧ ବ୍ୟକ୍ତିମାନଙ୍କର ହୃତ୍‌ପିଣ୍ଡ ଜନିତ ମୃତ୍ୟୁର ସର୍ବାଧିକ ରିସ୍କ ରହେ ।[୨୪]

ଇମ୍ମ୍ୟୁନ ସିସ୍ଟମ[ସମ୍ପାଦନା]

ଶହ ଶହ ଅନୁଶୀଳନଦ୍ଵାରା ଜଣାଯାଇଛି, ବ୍ୟାୟାମ ଓ ଇମ୍ମ୍ୟୁନ ସିସ୍ଟମ ମଧ୍ୟରେ କୌଣସି ସିଧା ସଳଖ ସମ୍ପର୍କ ନାହିଁ । ଆଥଲେଟ ଓ ନନ୍ଆଥଲେଟଙ୍କର ଇମ୍ମ୍ୟୁନ ସିସ୍ଟମ ପ୍ରାୟ ସମାନ । ଆଥଲେଟମାନଙ୍କର ପ୍ରାକୃତିକ କିଲର କୋଷ ସଂଖ୍ୟା ଓ ସାଇଟୋଟକ୍ସିକ କାମ ସାମାନ୍ୟ ଅଧିକ ହେଲେ ମଧ୍ୟ ଏହା ବିଶେଷ ଦୃଷ୍ଟି ଆକର୍ଷଣକାରୀ ନୁହେଁ ।[୨୫]
ମାରାଥନ ଦୌଡ଼ାଳିମାନେ ଭିଟାମିନ ଗ ଅଧିକ ଖାଇଲେ ଉର୍ଦ୍ଧ୍ଵଶ୍ଵାସନଳୀ ରୋଗ କମ ହେବା ଦେଖାଯାଏ ।[୨୫]
ସକ୍ରିୟ ବ୍ୟକ୍ତିମାନଙ୍କର ସି‌-ରିଆକ୍ଟିଭ ପ୍ରୋଟିନ କମ ରହେ, ତେଣୁ ଏମାନଙ୍କର ପ୍ରଦାହକାରୀ ପ୍ରଭାବ କମ ରହେ ।[୨୫]

ମସ୍ତିଷ୍କ କର୍ମ[ସମ୍ପାଦନା]

ସ୍ନାୟୁକ୍ଷୟକାରୀ ରୋଗ ଓ ସ୍ନାୟୁ-ମାଂସପେଶୀ ରୋଗମାନଙ୍କରେ ଶାରୀରିକ କାର୍ଯ୍ୟ ସ୍ନାୟୁ ରକ୍ଷାକାରୀ ହେବା ଦେଖାଯାଇଛି ।[୨୬] ଏହା ଦ୍ଵାରା ଡିମେନ୍ସିଆ ରୋଗ ସମ୍ଭାବନା କମ ହେବା ପ୍ରମାଣ ମିଳିଛି ।[୨୭] ସେରୋଫିଲି ହାର୍ଟ ଡିଜିଜ୍ ସ୍ଟଡି ଦ୍ଵାରା ୨୩୭୫ ପୁରୁଷଙ୍କୁ ୩୦ ବର୍ଷ ଧରି ଅନୁଶୀଳନ କରି ଦେଖାଯାଇଛି, ଯେଉଁମାନେ ନିୟମିତ ବ୍ୟାୟାମ କରନ୍ତି ସେମାନଙ୍କର ବ୍ୟାୟାମ୍ ନ କରୁଥିବା ଲୋକଙ୍କ ଅପେକ୍ଷା ଡିମେନ୍ସିଆ ୫୯ % କମ ହେଉଛି ।[୨୮]
ବ୍ୟାୟାମଦ୍ଵାରା ମସ୍ତିଷ୍କର ଉପକାର ହେବାର ନିମ୍ନଳିଖିତ କାରଣ ହୋଇପାରେ ।

  • ମସ୍ତିଷ୍କକୁ ଅଧିକ ରକ୍ତ ଓ ଅମ୍ଳଜାନ ଯୋଗାଣ ।
  • ଅଧିକ ଗ୍ରୋଥ ଫ୍ୟାକ୍ଟର ଯୋଗାଣଦ୍ଵାରା ସ୍ନାୟୁ ବୃଦ୍ଧି ହୁଏ[୨୯] ସିନାପ୍ଟିକ ପ୍ଲାସ୍ଟିସିଟି ଅଧିକ ହୁଏ ।[୩୦] ଏହାଦ୍ଵାରା ସ୍ଵଳ୍ପ ଓ ଦୀର୍ଘକାଳୀନ ସ୍ମୃତି ଶକ୍ତି ଉନ୍ନତ ହୋଇପାରେ ।
  • ଅଧିକ ଡୋପାମିନ୍, ଗ୍ଲୁଟାମେଟ, ନର୍-ଏପିନେଫ୍ରିନ ଓ ସେରୋଟୋନିନ୍ ଭଳି (dopamine, glutamate, norepinephrine, and serotonin) କେମିକାଲ ସୃଷ୍ଟି ଯୋଗୁ କଗ୍‌ନିସନ ବୃଦ୍ଧି ହୁଏ ।[୩୧]

ନିଦ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Stampfer MJ, Hu FB, Manson JE, Rimm EB, Willett WC (2000). "Primary Prevention of Coronary Heart Disease in Women through Diet and Lifestyle". New England Journal of Medicine 343 (1): 16–22. doi:10.1056/NEJM200007063430103. PMID 10882764. 
  2. Hu FB, Manson JE, Stampfer MJ, Colditz G, Liu S, Solomon CG, Willett WC (2001). "Diet, lifestyle, and the risk of type 2 diabetes mellitus in women". The New England Journal of Medicine 345 (11): 790–797. doi:10.1056/NEJMoa010492. PMID 11556298. 
  3. "WHO: Obesity and overweight". who.int. http://www.who.int/dietphysicalactivity/publications/facts/obesity/en/. 
  4. National Center for Biotechnology Information, "The miracle drug"
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ National Institutes of Health, National Heart, Lung, and Blood Institute (June 2006). "Your Guide to Physical Activity and Your Heart". U.S. Department of Health and Human Services. http://www.nhlbi.nih.gov/health/public/heart/obesity/phy_active.pdf. 
  6. Wilmore J., Knuttgen H. (2003). "Aerobic Exercise and Endurance Improving Fitness for Health Benefits". The Physician and Sportsmedicine 31 (5): 45. doi:10.3810/psm.2003.05.367. 
  7. http://www.livestrong.com/article/512170-difference-between-close-and-wide-armed-pushups/
  8. De Vos N., Singh N., Ross D., Stavrinos T. et al. (2005). "Optimal Load for Increasing Muscle Power During Explosive Resistance Training in Older Adults". The Journals of Gerontology 60A (5): 638–647. 
  9. De Vos N., Singh N., Ross D., Stavrinos T. et al. (2005). "Optimal Load for Increasing Muscle Power During Explosive Resistance Training in Older Adults". The Journals of Gerontology 60A (5): 638–647. 
  10. Muscle as a secretory organ. Pedersen BK. American Physiological Society. Compr Physiol 3:1337-1362, 2013. http://www.inflammation-metabolism.dk/index.php?pageid=21&pmid=23897689
  11. A. Cornil, A. De Coster, G. Copinschi, J. R. M. Franckson (1965). "Effect of muscular exercise on the plasma level of cortisol in man". European Journal of Endocrinology. 
  12. Cohen S, Williamson GM (1991). "Stress and infectious disease in humans". Psychological Bulletin 109: 5–24. doi:10.1037/0033-2909.109.1.5. PMID 2006229. 
  13. Díaz Gómez et al., Miguel Mauricio (May 21, 2013). "Salivary Surrogates of Plasma Nitrite and Catecholamines during a 21-Week Training Season in Swimmers". PLOS One. http://www.plosone.org/article/info%3Adoi%2F10.1371%2Fjournal.pone.0064043. Retrieved 26 June 2014. 
  14. Borer KT, Wuorinen EC, Lukos JR, Denver JW, Porges SW, Burant CF (August 2009). "Two bouts of exercise before meals but not after meals, lower fasting blood glucose". Medicine in Science and Sports and Exercise 41 (8): 1606–14. doi:10.1249/MSS.0b013e31819dfe14. PMID 19568199. 
  15. Silberner, Joanne (June 7, 2010). "100 Years Ago, Exercise Was Blended Into Daily Life". npr.org. http://www.npr.org/templates/story/story.php?storyId=127525702. Retrieved 23 November 2010. 
  16. Wisløff U, Ellingsen Ø, Kemi OJ (July 2009). "High=Intensity Interval Training to Maximize Cardiac Benefit of Exercise Taining?". Exercise and Sports Sciences Reviews 37 (3): 139–146. doi:10.1097/JES.0b013e3181aa65fc. PMID 19550205. 
  17. Hanc, J. 1987. Your Health Behind the Runner\'s Euphoria. \'\'Newsday, April 21, 1987,\'\' 11. Retrieved October 5, 2006, from ProQuest database
  18. Bouchard C, An P, Rice T, Skinner JS, Wilmore JH, Gagnon J, Pérusse L, Leon AS, Rao DC (September 1, 1999). "Familial aggregation of VO(2max) response to exercise training: results from the HERITAGE Family Study". Journal of Applied Physiology 87 (3): 1003–1008. PMID 10484570. Retrieved 2007-07-17. 
  19. Kolata, Gina (February 12, 2002). "Why Some People Won't Be Fit Despite Exercise". The New York Times. http://query.nytimes.com/gst/fullpage.html?res=9406EEDE113CF931A25751C0A9649C8B63&sec=health. Retrieved 2007-07-17. 
  20. Hubal MJ, Gordish-Dressman H, Thompson PD, Price TB, Hoffman EP, Angelopoulos TJ, Gordon PM, Moyna NM, Pescatello LS, Visich PS, Zoeller RF, Seip RL, Clarkson PM (June 2005). "Variability in muscle size and strength gain after unilateral resistance training". Medicine and Science in Sports and Exercise 37 (6): 964–972. PMID 15947721. 
  21. Brutsaert TD, Parra EJ (2006). "What makes a champion? Explaining variation in human athletic performance" (PDF). Respiratory Physiology & Neurobiology 151 (2–3): 109–123. doi:10.1016/j.resp.2005.12.013. PMID 16448865. Archived from the original on 2007-08-10. Retrieved 2007-07-17. 
  22. Geddes, Linda (2007-07-28). "Superhuman". New Scientist. pp. 35–41. 
  23. "Being active combats risk of functional problems". http://www.nlm.nih.gov/medlineplus/news/fullstory_58065.html. 
  24. AHA: Physical activity recommendations
  25. ୨୫.୦ ୨୫.୧ ୨୫.୨ Gleeson M (August 2007). "Immune function in sport and exercise". J. Appl. Physiol. 103 (2): 693–9. doi:10.1152/japplphysiol.00008.2007. PMID 17303714. 
  26. Grondard C, Biondi O, Armand AS, Lécolle S, Della Gaspera B, Pariset C, Li H, Gallien CL, Vidal PP, Chanoine C, Charbonnier F (2005). "Regular Exercise Prolongs Survival in a Type 2 Spinal Muscular Atrophy Model Mouse". The Journal of Neuroscience. (Abstract) 25 (33): 7615–7622. doi:10.1523/JNEUROSCI.1245-05.2005. PMID 16107648. 
  27. West Virginia Department of Health and Human Resources
  28. Elwood P, Galante J, Pickering J, et al. Healthy Lifestyles Reduce the Incidence of Chronic Diseases and Dementia: Evidence from the Caerphilly Cohort Study. PLOS ONE 2013;8(12)e81877. http://www.plosone.org/article/info%3Adoi%2F10.1371%2Fjournal.pone.0081877
  29. van Praag H, Kempermann G, Gage FH (March 1999). "Running increases cell proliferation and neurogenesis in the adult mouse dentate gyrus". Nat. Neurosci. 2 (3): 266–70. doi:10.1038/6368. PMID 10195220. 
  30. Hunsberger JG, Newton SS, Bennett AH, Duman CH, Russell DS, Salton SR, Duman RS (2007). "Antidepressant actions of the exercise-regulated gene VGF". Nat. Med. 13 (12): 1476–82. doi:10.1038/nm1669. PMID 18059283. 
  31. Parker-Pope, T. (2001). For a Healthy Brain You Really Need to Use Your Head -- Physical and Mental Exercise Can Stave Off Mental Decline. The Wall Street Journal Europe, November 26, 2001, 8. Retrieved October 5, 2006, from ProQuest database.