ହୃତ୍‌ପିଣ୍ଡ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ହୃତ୍‌ପିଣ୍ଡ
Heart rotating.gif
ଛାତିର ମଝି ସ୍ଥାନରେ ହୃତ୍‌ପିଣ୍ଡ ଅବସ୍ଥିତ । ଏହାର ମାଂସପେଶୀପୁଞ୍ଜ ବାମ ପାଖରେ ଅଧିକ ଥାଏ ଓ ଏହାର ଶିର୍ଷ ସାମାନ୍ୟ ବାମ ପାଖକୁ ଢଳି ରହିଥାଏ ।
Heart anterior exterior view.jpg
ମାନବ ହୃତ୍‌ପିଣ୍ଡର ଚିତ୍ର
ଲାଟିନ ଭାଷା କର୍ (cor)
System ରକ୍ତ ସଞ୍ଚାଳନ
ଧମନୀ ଦକ୍ଷିଣ କରୋନାରୀ ଧମନୀ, ବାମ କରୋନାରୀ ଧମନୀ, ସମ୍ମୁଖସ୍ଥିତ ଆନ୍ତଃ ନିଳୟ ଧମନୀ
ଶିର ସୁପିରିଅର୍ ଭେନା କାଭା, ଇନ୍‌ଫିରିଅର୍ ଭେନା କାଭା, ଦକ୍ଷିଣ ପଲ୍‌ମୋନାରି ଶିରା, ବାମ ପଲ୍‌ମୋନାରି ଶିରା
Nerve Accelerans nerve, ଭେଗସ୍ ସ୍ନାୟୁ
MeSH Heart

ହୃତ୍‌ପିଣ୍ଡ ହେଉଛି ସମସ୍ତ ମେରୁଦଣ୍ଡୀ ପ୍ରାଣୀଙ୍କ ଶରୀରରେ ଥିବା ଏକ ମାଂସଳ ଅଙ୍ଗ ଯାହା ମାନବ ଓ ଅନ୍ୟ ପଶୁମାନଙ୍କ ଦେହରେ ଥାଏ ଓ ରକ୍ତ ସଞ୍ଚାଳନ ପ୍ରଣାଳୀରେ ଥିବା ରକ୍ତନଳୀ ଭିତରକୁ ରକ୍ତ ପମ୍ପ କରେ ।[୧] ରକ୍ତ ଶରୀରକୁ ଅମ୍ଳଜାନପୋଷକ (nutrients) ଯୋଗାଏ ତ‌ଥା ବିପାକ ଜନିତ ବର୍ଜ୍ୟବସ୍ତୁ ନିଷ୍କାସନରେ ସାହାଯ୍ୟ କରେ । [୨] ଛାତିର ମେଡିଆସ୍ଟାଇନମ୍‌ର ମଧ୍ୟ କୋଠରୀରେ ଏହା ଅବସ୍ଥିତ । [୩] ଅତି ଶକ୍ତ ମାଂସପେଶୀରେ ଗଠିତ ଏହି ଅଙ୍ଗର ଆକାର ହାତମୁଠା ପରି । ଏହା ନିୟମିତ ସଙ୍କୁଚିତ ଓ ପ୍ରସାରିତ ହୋଇ ଶରୀରରେ ରକ୍ତ ସଞ୍ଚାଳନ କରେ ।

ମାନବ ଓ ଅନ୍ୟାନ୍ୟ ପଶୁ, ପକ୍ଷୀଙ୍କର ହୃତ୍‌ପିଣ୍ଡ ଚାରୋଟି କୋଠରୀରେ ବିଭକ୍ତ ହୋଇଥାଏ: ଉପର ବାମ ଓ ଡାହାଣ ଅଳିନ୍ଦ, ନିମ୍ନ ବାମ ଓ ଡାହାଣ ନିଳୟ[୪][୫] ସାଧାରଣତଃ ଡାହାଣ ଅଳିନ୍ଦ ଓ ନିଳୟକୁ ଡାହାଣ ହୃତ୍‌ପିଣ୍ଡ କୁହାଯାଏ ଓ ବାମ ପାଖରେ ଥିବା ଅଳିନ୍ଦ ଓ ନିଳୟକୁ ବାମ ହୃତ୍‌ପିଣ୍ଡ କୁହାଯାଏ । [୬] ମାଛର ଦୁଇଟି କୋଠରୀ ଥାଏ ଓ ସରୀସୃପଙ୍କର ତିନୋଟି କୋଠରୀ ଥାଏ । [୫] ସୁସ୍ଥ ହୃତ୍‌ପିଣ୍ଡରେ ପ୍ରତି କୋଠରୀର ପ୍ରସ୍ଥାନ ପଥରେ ହୃତ୍‌ପିଣ୍ଡ କପାଟିକା (heart valve) ଥାଏ, ତେଣୁ ରକ୍ତ ସଞ୍ଚାଳନ ସର୍ବଦା ଏକ ଦିଗରେ ହୁଏ ଓ ପଛୁଆ ରକ୍ତ ପ୍ରବାହ ହୁଏ ନାହିଁ । [୩] ହୃତ୍‌ପିଣ୍ଡଟି ଗୋଟିଏ ସୁରକ୍ଷାକାରୀ ମୁଣା ବା ପେରିକାର୍ଡିଅମ (pericardium) ଭିତରେ ଥାଏ ଓ ସେହି ହୃଦାବରଣର ଦୁଇ ସ୍ତର ମଧ୍ୟରେ ସ୍ୱଳ୍ପ ପରିମାଣର ତରଳ ପଦାର୍ଥ ଥାଏ । ହୃତ୍‌ପିଣ୍ଡର କାନ୍ଥର ତିନୋଟି ସ୍ତର ଥାଏ; ଏପିକାର୍ଡିଅମ୍, ମାୟୋକାର୍ଡିଅମଏଣ୍ଡୋକାର୍ଡିଅମ[୭]

ହୃତ୍‌ପିଣ୍ଡ ଦୁଇଟି ରକ୍ତ ସଞ୍ଚାଳନ ପ୍ରଣାଳୀରେ ରକ୍ତ ପମ୍ପ କରେ । ସ୍ୱଳ୍ପ ଅମ୍ଳଜାନ ଥିବା ରକ୍ତ ଶାରୀରିକ ରକ୍ତ ସଞ୍ଚାଳନ ତନ୍ତ୍ରରୁ ସୁପିରିଅର ଭେନାକାଭାଇନ୍‌ଫିରିଅର୍ ଭେନାକାଭା ମାଧ୍ୟମରେ ଆସି ଦକ୍ଷିଣ ଅଳିନ୍ଦରେ ପ୍ରବେଶ କରେ ଓ ସେଠାରୁ ଦକ୍ଷିଣ ନିଳୟରେ ପ୍ରବେଶ କରେ । ଏହା ପରେ ହୃତ୍‌ପିଣ୍ଡ ରକ୍ତକୁ ଫୁସ୍‌ଫୁସିୟ ସଞ୍ଚାଳନକୁ ପମ୍ପ କରେ ଯେଉଁଠାରେ ଫୁସ୍‌ଫୁସ୍‌ରେ ରକ୍ତ ସ‌ହ ଅମ୍ଳଜାନର ମିଶ୍ରଣ ଓ ଅଙ୍ଗାରକାମ୍ଳ ନିଷ୍କାସନ ହୁଏ । ଅମ୍ଳଜାନ ମିଶ୍ରିତ ରକ୍ତ ଫୁସ୍‌ଫୁସ୍‌ରୁ ବାମ ଅଳିନ୍ଦ ଓ ତାପରେ ବାମ ନିଳୟକୁ ଯାଇ ସେଠାରୁ ଆଓର୍ଟା ଭିତରକୁ ପମ୍ପ ହୁଏ । ଏହି ରକ୍ତ ଶରୀରର ପ୍ରତ୍ୟେକ ଅଂଶକୁ ଯାଏ, ବିପାକ ପ୍ରକ୍ରିୟାରେ ଅମ୍ଳଜାନ ବ୍ୟବ‌ହୃତ ହେଲାପରେ ଅଙ୍ଗାରକାମ୍ଳ ତ୍ୟକ୍ତ ହୁଏ । [୨] ସାଧାରଣତଃ ପ୍ରତି ହୃତ୍‌ସ୍ପନ୍ଦନରେ ଯେତିକି ରକ୍ତ ଫୁସ୍‌ଫୁସ୍‌ ଭିତରକୁ ଛଡ଼ାଯାଇଥାଏ ସେତିକି ରକ୍ତ ବାମ ନିଳୟ ଶରୀର ମଧ୍ୟକୁ ଛାଡ଼େ । ଅମ୍ଳଜାନବର୍ଜିତ ରକ୍ତ ହୃତ୍‌ପିଣ୍ଡ ଭିତରକୁ ଶିରା ଆଣେ ଓ ଅମ୍ଳଜାନ ମିଶ୍ରିତ ରକ୍ତ ଶରୀର ମଧ୍ୟକୁ ଧମନୀ ଛାଡ଼େ । ଶିରା ଅପେକ୍ଷା ଧମନୀରେ ରକ୍ତଚାପ ଅଧିକ ଥାଏ । [୨][୩] ବିଶ୍ରାମ ସମୟରେ ପ୍ରତି ମିନିଟ ପିଛା ହୃତ୍‌ପିଣ୍ଡର ସଙ୍କୋଚନ ୭୨ଥର ହୁଏ । [୨] ବ୍ୟାୟାମ କଲେ ଏହି ସଙ୍କୋଚନ ହାର ବଢ଼େ କିନ୍ତୁ ହୃତ୍‌ପିଣ୍ଡ ହାର ଦୀର୍ଘ ସୁତ୍ରରେ କମିଯାଏ ଓ ଏହା ସ୍ୱାସ୍ଥ୍ୟ ପକ୍ଷରେ ଭଲ । [୮]

ସନ ୨୦୦୮ରେ ସାରା ପୃଥି୍ବୀରେ ହୃତ୍‌ପିଣ୍ଡରକ୍ତନଳୀ ରୋଗ ମୃତ୍ୟୁର ଏକ ସାଧାରଣ କାରଣ ଓ ୩୦% ଥିଲା,[୯][୧୦] ଏଥିରୁ ଦୁଇ ତୃତୀୟାଂଶ କରୋନାରୀ ଧମନୀ ରୋଗଷ୍ଟ୍ରୋକ ଥିଲା ।[୯] ଧୁମ୍ରପାନ, ଅତ୍ୟଧିକ ଓଜନ ବୃଦ୍ଧି, କମ୍ ବ୍ୟାୟାମ, ଅଧିକ କୋଲେଷ୍ଟେରଲ, ଉଚ୍ଚ ରକ୍ତଚାପମଧୁମେହ ରୋଗର ଅପଚିକିତ୍ସା ଏହି ରୋଗ ସଙ୍କଟସୃଷ୍ଟିକାରୀ ଅଟନ୍ତି । [୧୧] ଛାତିରେ ସ୍ଟେଥୋସ୍କୋପ୍ ଥୋଇ ହୃତ୍‌ପିଣ୍ଡ-ଶବ୍ଦ ଶୁଣି, ଇସିଜି କରି ରୋଗ ନିର୍ଣ୍ଣୟ କରାଯାଏ । [୩] ହୃଦ୍‌ରୋଗକୁ ଚିକିତ୍ସା କରୁଥିବା ବିଶେଷଜ୍ଞମାନଙ୍କୁ କାର୍ଡ଼ିଓଲୋଜିସ୍ଟ କ‌ହନ୍ତି ଯଦିଓ ଏ ଧରଣର ରୋଗୀଙ୍କୁ ଚିକିତ୍ସା କରିବାରେ ଯଦିଓ ଅନେକ ସ୍ପେସିଆଲିଷ୍ଟଙ୍କ ଭୂମିକା ଥାଏ ।[୧୦]

ଗଠନ[ସମ୍ପାଦନା]

The human heart is in the middle of the thorax, with its apex pointing to the left.[୧୨]

ଛାତିରେ ଥିବା ବକ୍ଷାସ୍ଥିର ପୃଷ୍ଠ ଭାଗରେ ଥିବା ମଧ୍ୟ ମିଡିଆସ୍ଟାଇନମ‌ରେ ମେରୁଅସ୍ଥି ଟି୫ରୁ ଟି୮ ପର୍ଯ୍ୟନ୍ତ ଲେବୁଲରେ ହୃତ୍‌ପିଣ୍ଡ ଅବସ୍ଥାନ କରିଥାଏ । ହୃତ୍‌ପିଣ୍ଡର ବୃହତ୍ ଭାଗ ମଧ୍ୟ ରେଖାର ବାମ ପାର୍ଶ୍ୱରେ ଥାଏ (ଯଦିଓ ବେଳେ ବେଳେ ଦକ୍ଷିଣ ଦିଗରେ ଥାଏ ଯାହାକୁ ଡେକ୍ସଟ୍ରୋକାର୍ଡ଼ିଆ କୁହାଯାଏ) ଓ ସେହି ବାମ ପାଖରେ ଛାତି ଉପରେ ତାହାର ସ୍ପନ୍ଦନ ଅନୁଭବ କରିହୁଏ କାରଣ ବାମ ହୃତ୍‌ପିଣ୍ଡ ସାରା ଶରୀରକୁ ରକ୍ତ ଯୋଗାଉଥିବାରୁ ତାହାର ଗଠନ ଶକ୍ତ ହୋଇଥାଏ । ଦୁଇ ଫୁସଫୁସ ମଝିରେ ଥିବାରୁ ଓ ବାମ ପାଖକୁ ଢଳି ରହିଥିବାରୁ ବାମ ଫୁସଫୁସଟି ଡାହାଣ ଅପେକ୍ଷା ଛୋଟ ଥାଏ । ମାନବ ହୃତ୍‌ପିଣ୍ଡରେ ୪ଟି କୋଠରୀ ଥାଏ । କେତେକ ପ୍ରାଣୀଙ୍କର ମାତ୍ର ୨ଟି କିମ୍ବା ୩ଟି କୋଠରୀ ଥାଏ ।

ମାନବ ହୃତ୍‌ପିଣ୍ଡର ଗଠନ ।

ମାନବ ହୃତ୍‌ପିଣ୍ଡର ୪ଟି କୋଠରୀ ମଧ୍ୟରୁ ୨ଟି ଅଳିନ୍ଦ ଓ ୨ଟି ନିଳୟ । ଦକ୍ଷିଣ ଅଳିନ୍ଦରେଶରୀରରୁ ରକ୍ତ ଆସି ପହଞ୍ଚେ । ଏଠାରୁ ରକ୍ତ ଦକ୍ଷିଣ ନିଳୟ ବାଟ ଦେଇ ଫୁସ୍‌ଫୁସ୍‌ରେ ପହଞ୍ଚେ । ଫୁସ୍‌ଫୁସ୍‌ରେ ରକ୍ତ ଅଙ୍ଗାରକାମ୍ଳ ତ୍ୟାଗ କରି ଅମ୍ଳଜାନ ଗ୍ରହଣ କରେ । ତାପରେ ରକ୍ତ ବାମ ଅଳିନ୍ଦ ଓ ବାମ ନିଳୟ ଦେଇ ଶରୀରର ବିଭିନ୍ନ ଅଙ୍ଗକୁ ସଞ୍ଚାଳିତ ହୁଏ । ଅମ୍ଳଜାନଯୁକ୍ତ ରକ୍ତ ବହନ କରୁଥିବାରୁ ଦକ୍ଷିଣ ନିଳୟ ତୁଳନାରେ ବାମ ନିଳୟ ୬ ଗୁଣା ଅଧିକ କାମ କରେ ।

ତୀର ଦିଗରେ ହୃତ୍‌ପିଣ୍ଡର ରକ୍ତ ସଞ୍ଚାଳନ

ରକ୍ତ ଶିରା ଓ ଧମନୀ ଦେଇ ପ୍ରବାହିତ ହୁଏ । ମାନବ ଶରୀରରେ ସାମାନ୍ୟତଃ ହୃତ୍‌ପିଣ୍ଡର ଅବସ୍ଥିତି ବକ୍ଷ (thorax)ର ମଧ୍ୟଭାଗରେ ଥାଏ, ହୃତ୍‌ପିଣ୍ଡର ସବୁଠୁ ବଡ଼ ଭାଗଟି ଟିକେ ବାମ ପାର୍ଶ୍ଵରେ ଏବଂ ବକ୍ଷାସ୍ଥି (breastbone)ର ପୃଷ୍ଠ ଭାଗରେ ରହିଥାଏ । (ମାତ୍ର ବେଳେବେଳେ ଏହା ଡାହାଣ ପାର୍ଶ୍ଵରେ ମଧ୍ୟ ରହିଥାଏ ଦେଖନ୍ତୁ ଡେକ୍ସଟ୍ରୋ କାର୍ଡିଆ (dextrocardia) ହୃତ୍‌ପିଣ୍ଡ ସାଧାରଣତଃ ବାମ ପଟେ ଥିବାର ଅନୁଭୁତି ହୁଏ, କାରଣ ବାମ ହୃତ୍‌ପିଣ୍ଡ (left heart) (ବାମ ନିଳୟ)ର ସ୍ପନ୍ଦନ ଅଧିକ ପ୍ରବଳ ହୋଇଥାଏ, (କାରଣ ଏହା ଶରୀରର ପ୍ରାୟ ସମସ୍ତ ଭାଗକୁ ରକ୍ତ ପମ୍ପ୍ କରିଥାଏ) ବାମ ଫୁସ୍‌ଫୁସ୍ ଡାହାଣ ଫୁସ୍‌ଫୁସ୍ ଠାରୁ ସାମାନ୍ୟ ଛୋଟ ହୋଇଥାଏ ।

କରୋନାରି ସଞ୍ଚାଳନଦ୍ଵାରା (coronary circulation) ହୃତ୍‌ପିଣ୍ଡକୁ ରକ୍ତ ସରବରାହ ହୁଏ । ହୃତ୍‌ପିଣ୍ଡକୁ ଏକ ଦୁଇ ସ୍ତରୀୟ ଥଳିଦ୍ଵାରା ଆବଦ୍ଧ ହୋଇ ରହେ, ଯାହାକୁ ପେରିକାର୍ଡିଅମ୍‌ (pericardium) କୁହାଯାଏ, ଏହା ଦୁଇ ଫୁସ୍‌ଫୁସ୍ ମଝିରେ ରହିଥାଏ । ପେରିକାର୍ଡିଅମ ଦୁଇଟି ସ୍ତରଦ୍ୱାରା ଗଠିତ ହୋଇଥାଏ: ତନ୍ତୁମୟ ପେରୀ କାର୍ଡିୟମ୍ ଯାହା ସଘନ ତନ୍ତୁମୟ ସଂଯୋଜି ଉତକ (dense fibrous connective tissue)ଦ୍ଵାରା ତିଆରି ହୋଇଥାଏ; ଏବଂ ଏହା ଏକ, ଦୁଇ ଝିଲ୍ଲିପଟର ସଂରଚନା (ଭିତ୍ତୀୟ୍ ଏବଂ ଅନ୍ତରଙ୍ଗୀ ପେରୀ କାର୍ଡିୟମ୍) ଯାହା ଏକ ଶିରମି (serous) ଦ୍ରବ୍ୟ ଯୁକ୍ତ ହୋଇଥାଏ, ଏବଂ ହୃତ୍‌ପିଣ୍ଡର ସଂକୋଚନ ସମୟରେ ହେଉଥିବା ଘର୍ଷଣକୁ କମ କରିଥାଏ । ହୃତ୍‌ପିଣ୍ଡ ବକ୍ଷଗୁହାର କେନ୍ଦ୍ରୀୟ ବିଭାଜନ ମଧ୍ୟ ସ୍ଥାନୀକା (mediastinum)ରେ ଅବସ୍ଥିତ । ମଧ୍ୟସ୍ଥାନୀକାରେ ଅନ୍ୟ ସଂରଚନା ଗୁଡିକ ମଧ୍ୟ ଅବସ୍ଥିତ, ଯେମିତିକି ଗ୍ରସନୀ ଏବଂ ଶବାସ୍ ନଳୀ (esophagus and trachea), ଏବଂ ଏଥିରେ ବାମ ଏବଂ ଡାହାଣ ଫୁଫୁସୀୟ ଗୃହ (pulmonary cavities) ରହିଥାଏ, ଯେଉଁଥିରେ ଫୁସ୍‌ଫୁସ୍ (lung) ରହିଥାଏ |[୧୩]


ଏପେକ୍ସ୍ ତଳ ଦିଗରେ ଅବସ୍ଥିତ ଏକ ମୋଟା ବିନ୍ଦୁ (ଯାହା ତଳ ଓ ବାମ ପଟକୁ ମୁହଁ କରିଥାଏ ).ହୃତ୍ ପିଣ୍ଡ ସ୍ପନ୍ଦନ୍ ଗଣନା କରିବା ପାଇଁ ଗୋଟିଏ ପରୀଶ୍ରାବକ (stethoscope)କୁ ସିଧା ଏପେକ୍ସ୍ ଉପରେ ଲଗାଯାଏ | ଏହା ବାମମଧ୍ୟ କ୍ଲେବିକଲ୍ ରେଖା ( left mid - clavicular line)ର ୫ମ ଅନ୍ତର ମଧ୍ୟମ ସ୍ଥାନ ( intercostal space )ର ପୃଷ୍ଠ (posterior) ଭାଗରେ ଅବସ୍ଥିତ | ସାମାନ୍ୟ ବୟସ୍କ ମାନଙ୍କ ପାଇଁ ହୃଦୟର ଓଜନ (୨୫୦- ୩୦୦) ଗ୍ରାମ୍ (୯-୧୨ oz) ହୋଇଥାଏ,କିମ୍ବା ଏହା ଆକାରରେ ବନ୍ଦ ମୁଷ୍ଟିର ୨ ଗୁଣ ହୋଇଥାଏ | ( ପିଲାମାନଙ୍କ କ୍ଷେତ୍ରରେ ଏହା ପାଖାପାଖି ବନ୍ଦ ମୁଷ୍ଟି ଆକାରର ହୋଇଥାଏ | କିନ୍ତୁ ଅତିବୃଦ୍ଧୀ (hypertrophy) କାରଣ ଯୋଗୁଁ ରୋଗୀ ହୃଦୟର ଦ୍ରବ୍ୟମାନ ୧୦୦୦ ଗ୍ରାମ୍ (୨ lb) ହୋଇପାରେ | ମାନବ ହୃତ୍‌ପିଣ୍ଡରେ ୪ଟି କୋଠରୀ ଥାଏ, ଉପର ୨ଟି ଅଳିନ୍ଦ (ଏକବଚନ : ଏଟ୍ରିଅମ୍ ) ଏବଂ ତଳ ୨ଟି ନିଳୟ


ଇସିଜି ପରୀକ୍ଷା

ଆଧାର[ସମ୍ପାଦନା]

  1. Taber, Clarence Wilbur; Venes, Donald (୨୦୦୯). Taber's cyclopedic medical dictionary. F a Davis Co. pp. ୧୦୧୮–୨୩. ISBN ୦-୮୦୩୬-୧୫୫୯-୦. 
  2. ୨.୦ ୨.୧ ୨.୨ ୨.୩ Hall, John (୨୦୧୧). Guyton and Hall textbook of medical physiology (୧୨th ed. ed.). Philadelphia, Pa.: Saunders/Elsevier. p. ୧୫୭. ISBN ୯୭୮-୧-୪୧୬୦-୪୫୭୪-୮.  ଆଧାର ଭୁଲ: Invalid <ref> tag; name "Guyton" defined multiple times with different content ଆଧାର ଭୁଲ: Invalid <ref> tag; name "Guyton" defined multiple times with different content ଆଧାର ଭୁଲ: Invalid <ref> tag; name "Guyton" defined multiple times with different content
  3. ୩.୦ ୩.୧ ୩.୨ ୩.୩ Keith L. Moore; Arthur F. Dalley; Anne M. R. Agur. "୧". Clinically Oriented Anatomy. Wolters Kluwel Health/Lippincott Williams &Wilkins. pp. ୧୨୭–୧୭୩. ISBN ୯୭୮-୧-୬୦୫୪୭-୬୫୨-୦. 
  4. Cecie Starr; Christine Evers; Lisa Starr (୨ January ୨୦୦୯). Biology: Today and Tomorrow With Physiology. Cengage Learning. pp. ୪୨୨–. ISBN ୯୭୮-୦-୪୯୫-୫୬୧୫୭-୬. Retrieved ୭ June ୨୦୧୨. 
  5. ୫.୦ ୫.୧ Reed, C. Roebuck; Brainerd, Lee Wherry; Lee,, Rodney; Inc, the staff of Kaplan, (୨୦୦୮). CSET : California Subject Examinations for Teachers (୩rd ed. ed.). New York, NY: Kaplan Pub. p. ୧୫୪. ISBN ୯୭୮୧୪୧୯୫୫୨୮୧୬. 
  6. Phibbs, Brendan (୨୦୦୭). The human heart: a basic guide to heart disease (୨nd ed.). Philadelphia: Lippincott Williams & Wilkins. p. ୧. ISBN ୯୭୮୦୭୮୧୭୬୭୭୭୪. 
  7. Betts, J. Gordon (୨୦୧୩). Anatomy & physiology. pp. ୭୮୭–୮୪୬. ISBN ୧୯୩୮୧୬୮୧୩୫. Retrieved ୧୧ August ୨୦୧୪. 
  8. Hall, John (୨୦୧୧). "୮୪". Guyton and Hall textbook of medical physiology (୧୨th ed. ed.). Philadelphia, Pa.: Saunders/Elsevier. pp. ୧୦୩୯–୧୦୪୧. ISBN ୯୭୮-୧-୪୧୬୦-୪୫୭୪-୮. 
  9. ୯.୦ ୯.୧ "Cardiovascular diseases (CVDs) Fact sheet N°317 March 2013". WHO. World Health Organization. Retrieved 20 September 2014. 
  10. ୧୦.୦ ୧୦.୧ Longo, Dan; Fauci, Anthony; Kasper, Dennis; Hauser, Stephen; Jameson, J.; Loscalzo, Joseph (August ୧୧, ୨୦୧୧). Harrison's Principles of Internal Medicine (୧୮ ed.). McGraw-Hill Professional. p. ୧୮୧୧. ISBN ୯୭୮୦୦୭୧୭୪୮୮୯୬. 
  11. Graham, I; Atar, D; Borch-Johnsen, K; Boysen, G; Burell, G; Cifkova, R; Dallongeville, J; De Backer, G; Ebrahim, S; Gjelsvik, B; Herrmann-Lingen, C; Hoes, A; Humphries, S; Knapton, M; Perk, J; Priori, SG; Pyorala, K; Reiner, Z; Ruilope, L; Sans-Menendez, S; Scholte op Reimer, W; Weissberg, P; Wood, D; Yarnell, J; Zamorano, JL; Walma, E; Fitzgerald, T; Cooney, MT; Dudina, A; European Society of Cardiology (ESC) Committee for Practice Guidelines, (CPG) (Oct 2007). "European guidelines on cardiovascular disease prevention in clinical practice: executive summary: Fourth Joint Task Force of the European Society of Cardiology and Other Societies on Cardiovascular Disease Prevention in Clinical Practice (Constituted by representatives of nine societies and by invited experts).". European heart journal 28 (19): 2375–414. PMID 17726041. doi:10.1093/eurheartj/ehm316. 
  12. "Gray's Anatomy of the Human Body – 6. Surface Markings of the Thorax". Bartleby.com. Retrieved 2010-10-18. 
  13. Maton, Anthea; Jean Hopkins, Charles William McLaughlin, Susan Johnson, Maryanna Quon Warner, David LaHart, Jill D. Wright (୧୯୯୩). Human Biology and Health. Englewood Cliffs, New Jersey: Prentice Hall. ISBN ୦-୧୩-୯୮୧୧୭୬-୧. OCLC ୩୨୩୦୮୩୩୭. 

ବାହର ତଥ୍ୟ[ସମ୍ପାଦନା]