ଆଖି

ଉଇକିପିଡ଼ିଆ ରୁ
Jump to navigation Jump to search
ଆଖି
Schematic diagram of the human eye en.svg
Schematic diagram of the vertebrate eye.
Krilleyekils.jpg
Compound eye of Antarctic krill

ଆଖି ହେଉଛି ମଣିଷ ଓ ଅନ୍ୟ ପଶୁପକ୍ଷୀମାନଙ୍କ ଶରୀରରେ ଥିବା ଏକ ଅଙ୍ଗ । ଏହା ଦେଖିବାରେ ସାହାଯ୍ୟ କରିଥାଏ । ଆଖିର ଆଗ ପରଦା ବା କରନିଆ ଏକେବାରେ କାଚପରି ସଫା । ତା ପଛକୁ ଗୋଟାଏ କୋଠରୀ । ସେଥିରେ ପାଣି ଭଳି ଦ୍ରବ୍ୟ ଭରି ରହିଥାଏ । ତା ପଛକୁ ଗୋଟାଏ ମାଂସପେଶୀର ଗୋଲାକାର ପରଦା - ଆଇରିସ । ସେ ପରଦାର ଠିକ୍ ମଝିରେ ଫାଙ୍କଟାଏ ଥାଏ । ତାକୁ ପିଉପିଲ କୁହାଯାଏ । ଏହି ପିଉପିଲଟି ଠିକ୍ କେମେରାର ସର୍ଟର ଭଳି କାମ କରେ । ବେଶୀ ଆଲୁଅରେ ଛୋଟ ହୋଇଯାଏ ଓ କମ୍ ଆଲୁଅ ହେଲେ ମେଲା ହୋଇଯାଏ ।

ତା ପଛକୁ ଲେନ୍ସ ଓ ଲେନ୍ସ ପଛକୁ ଭିଟ୍ରିଯାସ ହ୍ୟୁମାର ତା ପଛକୁ ରେଟିନା ଥାଏ । ଆଲୁଅ ପ୍ରଥମେ ଆଖିର କରନିଆ ଦେଇ ଲେନ୍ସ ପାର ହେଲା ବେଳକୁ ଆଲୁଅ କଣା ସବୁ ସମାନ୍ତରାଳ ହୋଇ ଯାଆନ୍ତି । ସେସବୁ ସମାନ୍ତରାଳ ଆଲୁଅ ରେଟିନା ଦେହରେ ପଡ଼ିଲେ ରେଟିନାର ବିଭିନ୍ନ ପ୍ରକାରର ଜୀବକୋଷମାନେ ଉତ୍ତେଜିତ ହୁଅନ୍ତି ।

କାର୍ଯ୍ୟପ୍ରଣାଳୀ[ସମ୍ପାଦନା]

ଆଲୁଅ ଧରିବା ପାଇଁ ଆଖିର ରେଟିନାରେ ପ୍ରାୟ ୧୩୭ ନିଯୁତ ଜୀବକୋଷ ଥାଏ । ତା ମଧ୍ୟରୁ ୧୩୦ ନିଯୁତ ଖାଲି କଳା ଓ ଧଳା ଚିହ୍ନିବା ପାଇଁ ଲମ୍ବା ଲମ୍ବା ଜୀବକୋଷ ଓ ସାତ ନିଯୁତ ପିରାମିଡ ଭଳି ଜୀବକୋଷ ରଙ୍ଗୀନ ଆଲୁଅ ଧରି ରଖିବା ପାଇଁ । ଏଇ ଦୁଇପ୍ରକାର ଜୀବକୋଷମାନଙ୍କ ପାଇଁ ମଣିଷ ସବୁପ୍ରକାରର ଆଲୁଅ ସହଜରେ ବାରିପାରେ । ଲମ୍ବା ଲମ୍ବା ଜୀବକୋଷ ବା ରଡମାନେ ରେଟିନା ସାରା ବିଛାଡି ହୋଇ ରହିଥାନ୍ତି। ମାତ୍ର ପିରାମିଡ ଭଳି ଜୀବକୋଷ ମାନେ କେବଳ ଗୋଟାଏ ଜାଗାରେ ଠୁଳ ହୋଇ ରହିଥାନ୍ତି । ସେଇ ଜାଗାଟି ହେଲା ଫୋବିଆ - ଗୋଟାଏ ମୁଗ ଆକାରର ଖାଲିଆ ଜାଗା । ଯେତେ ଆଲୁଅ ଆଖିର ଲେନ୍ସ ଦେଇ ଆସେ ତାର ଫୋକସ ବିନ୍ଦୁ ହେଲା ଏଇ ଫୋବିଆ । ଖୁବ୍ ପାଖ ଜିନିଷକୁ ଦେଖିବା ପାଇଁ ଏଇ ଫୋବିଆ ହେଉଛି ଦାୟୀ । ରେଟିନାର ଜୀବକୋଷମାନଙ୍କରେ ଆଲୁଅ ପଡ଼ିଲେ ନାନା ପ୍ରକାର ରାସାୟନିକ ପ୍ରତିକ୍ରିୟା ହୋଇଯାଏ । ସେଇ ପ୍ରତିକ୍ରିୟା ହେଲେ ସେମାନଙ୍କ ଦେହରେ ବିଦ୍ୟୁତ ପ୍ରବାହ ହୁଏ । ସେ ବିଦ୍ୟୁତ ପ୍ରବାହ ଆଖିର ସ୍ନାଯୁକୁ ଯାଇ ମସ୍ତିସ୍କରେ ଥିବା ଅକ୍ସିପିଟେଲ ଲୋବକୁ ଯାଏ। ସେଠାରେ ମସ୍ତିସ୍କ ଏ ସବୁକୁ ବିଶ୍ଳେଷଣ କରି ମଣିଷକୁ କଣ ଦେଖିଲା ବୋଲି ଜଣାଇଦିଏ । ରଙ୍ଗୀନ ଆଲୁଅ ଦେଖିଲାବେଳେ ମଧ୍ୟ ସେହିପରି ରାସାୟନିକ ପ୍ରତିକ୍ରିୟା ଓ ବିଦ୍ୟୁତ୍ ପ୍ରବାହ ହୁଏ । ମାତ୍ର ଏ ପ୍ରତିକ୍ରିୟା ଏତେ ସୂକ୍ଷ୍ମ ଓ କିଟିମିଟିଆ ଯେ , ଟିକିଏ କିଛି ଖରାପ ହେଲେ ରଙ୍ଗିନ ଜିନିଷ ଦେଖିବାରେ ଅସୁବିଧା ହୁଏ । ଅଳ୍ପ ବହୁତ ଆଠ ଜଣକରେ ଜଣଙ୍କର କିଛି ନା କିଛି ଅସୁବିଧା ଥାଏ ରଙ୍ଗିନ ଜିନିଷ ଦେଖିବା ପାଇଁ । ଆଲୁଅ କମି ଯିବା କ୍ଷଣି ଅନ୍ଧାରରେ ରଙ୍ଗିନ ଜିନିଷ ଦେଖି ହୁଏ ନାହିଁ । ସବୁ ପ୍ରାୟ ଧୂସରିଆ ଦେଖା ଯାଆନ୍ତି କାରଣ ଆଖିର କୋନ ଜୀବକୋଷମାନେ ଅନ୍ଧାରରେ କିଛି କାମ କରି ପାରନ୍ତି ନାହିଁ । କେବଳ ଲମ୍ବା ଜୀବକୋଷ - ରଡମାନେହିଁ କାମ କରନ୍ତି ।

ମଣିଷ ପିଲା ଥିଲାବେଳେ କେବଳ ଆଲୁଅ ବା ଅନ୍ଧାର ବୁଝି ପାରିଥାଏ । ପାଖ ଜିନିଷକୁ ଦେଖି ପାରେ ନା । ଦୁଇଟି ଆଖିର ଲୟ ବଦ୍ଧତା ନ ଥାଏ। ଧିରେ ଧିରେ ବଢିଗଲା ପରେ ଦୁଇଟି ଆଖି ଠିକ୍ ଭାବରେ ଦେଖେ ଓ ଲୟବଦ୍ଧତା ବଢେ। ଝାପ୍ସା ଆଲୁଅରେ ପିଲାମାନେ ପଢି ପାରନ୍ତି ବଡ଼ ମାନେ ପାରନ୍ତି ନାହିଁ। ତାର କାରଣ ହେଲା ପିଲାବେଳେ ଆଖିର ମାଂସପେଶୀ ସବୁ ଖୁବ୍ ତାଜା ଥାଏ ଓ ଭଲ କାମ କରିପାରେ । ଆଖି ଦିନକୁ ପ୍ରାୟ ୧୦,୦୦୦ ଥର ଘୁରି ବୁଲେ । ଏଥିରୁ ଆଖିର ମାଂସପେଶୀର ଶକ୍ତିର କଳନା କରାଯାଇପାରେ।

ବିଶ୍ରାମ[ସମ୍ପାଦନା]

ଶୋଇଗଲାପରେ ଆଖି ପୂର୍ଣ୍ଣ ବିଶ୍ରାମ ପାଏ। ମାତ୍ର ଚେଇଁଥିଲାବେଳେ ମଧ୍ୟ ଟିକିଏ ଟିକିଏ ; ଯଦିଓ ଖୁବ୍ କମ୍ ସମୟ ପାଇଁ ଆଖିମିଟିକା ମାରିବା ସମୟଟାରେ ଆଖି ବିଶ୍ରାମ ନେଇଥାଏ । ବେଳେବେଳେ ଦୁଇଆଖି ପାଳି କରି କାମ କରନ୍ତି । ଗୋଟିଏ ଆଖି ନବେ ଭାଗ କାମ କଲାବେଳେ ଅନ୍ୟଟି ଅଳସେଇ ଯାଏ । ଏହିପରି ଦୁଇଆଖି ଶରୀରପାଇଁ ଅନବରତ କାମ କରିଥାଏ।

ଲୁହ[ସମ୍ପାଦନା]

ଆଖିର ଲୁହରେ ଲାଇସୋଜାଇମ ମଧ୍ୟ ଅଛି - ଏହା ଆଖିର ପ୍ରତିରକ୍ଷା ବ୍ୟବସ୍ଥା। କୌଣସି ଜୀବାଣୁ ଆସିଲେ ତାକୁ ମାରିଦେବା ପାଇଁ ଏହା କାମରେ ଲାଗେ।


ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]