କୋମା

ଉଇକିପିଡ଼ିଆ‌ରୁ
କୋମା
ICD-10R40.2
ICD-9780.01

ଭେଷଜ ବିଜ୍ଞାନରେ, କୋମା (ଗ୍ରୀକ ଶବ୍ଦ κῶμα koma, ଅର୍ଥ ଗଭୀର ନିଦ୍ରା) ଏକ ୬ ଘଣ୍ଟାରୁ ଅଧିକ ଅଚେତନ ଅବସ୍ଥା ଯେଉଁଠାରୁ ଜଣେ ଲୋକକୁ ଉଠେଇ ହୁଏନି, ପୀଡ଼ା ଦାୟକ ଉଦ୍ଦୀପନା, ଆଲୋକଶବ୍ଦ ପ୍ରୟୋଗ କଲେ ମଧ୍ୟ ବିଚଳିତ ହୁଏନି; ନିଦ୍ରା ଓ ଜାଗ୍ରତ ଚକ୍ର ଅଭାବ ଥାଏ ଓ କୌଣସି ସ୍ୱେଚ୍ଛାକୃତ କର୍ମ କରିପାରେନି.[୧] କୋମାରେ ଥିବା ଅବସ୍ଥାକୁ କୋମାଟୋଜ କ‌ହନ୍ତି ।
କୋମାଟୋଜ ରୋଗୀ କିଛି ଅନୁଭବ କରିପାରେ ନାହିଁ, କ‌ହିପାରେ ନାହିଁ, ଶୁଣିପାରେ ନାହିଁ ଓ ଚଳତ୍‌ଶକ୍ତିହୀନ ହୁଏ ।[୨] ଚେତନ ଅବସ୍ଥାରେ ରହିବା ନିମନ୍ତେ ଦୁଇଟି ସ୍ନାୟବିକ ଅଂଶକ ଆବଶ୍ୟକ । ପ୍ରଥାମଟି ଗ୍ରେ ମ୍ୟାଟର ଯାହା ସେରେବ୍ରାଲ କର୍ଟେକ୍ସର ବାହ୍ୟ ସ୍ତର । ଦ୍ୱିତୀୟଟି ରେଟିକ୍ୟୁଲାର ଆକ୍ଟିଭେଟିଙ୍ଗ ସିସ୍ଟମ ଯାହା ବ୍ରେନ ସ୍ଟେମ(RAS) ଭିତରେ ଥାଏ ।[୩][୪] ଏହି ଦୁଇଟିରୁ ଯେ କୌଣସି ଗୋଟିଏ ଆଘାତପ୍ରାପ୍ତ ହେଲେ କୋମା ହେବ । ଗ୍ରେ ମ୍ୟାଟରରେ ସ୍ନାୟୁମାନଙ୍କର ନ୍ୟୁକ୍ଲିଅସ ଥାଏ ।
ଆର.ଏ.ଏସ. ମଧ୍ୟରେ ଆସେଣ୍ଡିଙ୍ଗ ରେଟିକ୍ୟୁଲାର ଆକ୍ଟିଭେଟିଙ୍ଗ ସିସ୍ଟମ ଥାଏ ଯାହା ମସ୍ତିଷ୍କ‌କୁ ଜାଗ୍ରତ କରାଏ ଓ ଏହା ରେଟିକ୍ୟୁଲାର ଫର୍ମେସନରୁ ଥାଲାମସ ମଧ୍ୟ ଦେଇ ସେରେବ୍ରାଲ କର୍ଟେକ୍ସକୁ ଯାଏ ।[୫] ଏହାର କର୍ମ ବାଧାପ୍ରାପ୍ତ ହେଲେ କୋମା ହୁଏ ।

Image of a man at beginning of documented 3-month coma.[୬]
Image of the man still unresponsive to stimuli.[୭]

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ସାଧାରଣତଃ ଜଣେ ବ୍ୟକ୍ତି ନୁଜ ଇଚ୍ଛାରେ ଆଖି ଖୋଲି ନ ପାରିଲେ ସୁପ୍ତ-ଜାଗ୍ରତ ଚକ୍ର ନ ଥିଲେ, ତୀବ୍ର ବା ଯନ୍ତ୍ରଣାଦାୟକ ସ୍ପର୍ଷ ବା କଥା କ‌ହିବାଦ୍ୱାରା କୌଣସି ପ୍ରତିକ୍ରିୟା ନ ଦେଖେଇଲେ ଓ ଗ୍ଲାସ୍‌ଗୋ ସ୍କେଲରେ ୩ରୁ ୮ ସ୍କୋର ଥିଲେ[୮] କୋମାଟୋଜ ଅଛି ବୋଲି ଧରାଯାଏ ।[୧] ଆଘାତର ପ୍ରତିକ୍ରିୟା ସ୍ୱରୁପ ବେଳେ ବେଳେ ଶରୀର ଏଥିରୁ ସୁଧାର ଆଣିବା ନିମନ୍ତେ ସାଧାରଣ ଶାରୀରିକ କ୍ରିୟାକଳାପକୁ ସ୍ୱଳ୍ପ ସମୟ ନିମନ୍ତେ ବନ୍ଦ କରି କୋମାକୁ ଚାଲିଯାଏ । ସୁତରାଂ ଏହା ଏକ କ୍ଷତି ପୁରଣ ଅବସ୍ଥା ହୋଇପାରେ । ଏହାର ଗାମ୍ଭିର୍ଯ୍ୟ ଓ ପ୍ରାରମ୍ଭ କ୍ରିୟା ଅନ୍ତର୍ନିହିତ ରୋଗ ଉପରେ ନିର୍ଭର କରେ । ଉଦାହରଣ ସ୍ୱରୁପ ହାଇପୋଗ୍ଲାଇସେମିଆ(ସ୍ୱଳ୍ପ ରକ୍ତ ଶର୍କରା) ଓ ରକ୍ତରେ ଅଧିକ ଅଙ୍ଗାରକାମ୍ଳ(ହାଇପରକାପ୍ନିଆ) ଥିଲେ ପ୍ରାରମ୍ଭରେ ସାମାନ୍ୟ ଉତ୍ତେଜନା ଓ ମାନସିକ ଗୋଳମାଳ ହୁଏ କିନ୍ତୁ ଏହା ଅଗ୍ରସର ହୋଇ ଓବ୍‌ଟ୍ୟୁଣ୍ଡେସନ, ସ୍ଟୁପର ଓ ଅବଶେଷରେ ସମ୍ପୁର୍ଣ୍ଣ ଅଚେତନ ଅବସ୍ଥା ଆସେ । ଅନ୍ୟ ପକ୍ଷରେ ମସ୍ତିଷ୍କ ଆଘାତ ଓ ସବ୍ଆରାକ୍‌ନଏଡ ରକ୍ତସ୍ରାବ ହେଲେ ଅତିଶୀଘ୍ର କୋମା ହୁଏ ।

କାରଣ[ସମ୍ପାଦନା]

କୋମାର ଅନେକ କାରଣ ହୋଇପାଏ, ଯଥା; ମାଦକତା (ନିଶା ଅପବ୍ୟବ‌ହାର, ମାତ୍ରାଧିକ ପ୍ରେସ୍କ୍ରାଇବ୍‌ଡ ଔଷଧ, ନିଜେ ନିଜେ କିଣିଥିବା ଔଷଧ ଇତ୍ୟାଦି), ମେଟାବୋଲିକ ଅବ୍ୟବସ୍ଥା, କେନ୍ଦ୍ରୀୟ ସ୍ନାୟୁ ସିସ୍ଟମ ରୋଗ, ତୀବ୍ର ସ୍ନାୟବିକ ଆଘାତ ଯେପରିକି ସ୍ଟ୍ରୋକହାର୍ନିଏସନ, ହାଇପୋକ୍ସିଆ, ହାଇପୋଥର୍ମିଆ, ହାଇପୋଗ୍ଲାଇସେମିଆ ଓ ଆଘାତ ଯେପରିକି ମୁଣ୍ଡରେ ଆକ୍ସିଡେଣ୍ଟ । ଆଘାତ ପରେ ଉଚ୍ଚ ମସ୍ତିଷ୍କ କ୍ଷମତାର ସୁରକ୍ଷା ନିମନ୍ତେ ଓ ଅତ୍ୟଧିକ ଯନ୍ତ୍ରଣାରୁ ରକ୍ଷା କରିବା ନିମନ୍ତେ ମଧ୍ୟ କୋମା ଚିକିତ୍ସା କରାଯାଏ ।[୯]
ସମୁଦାୟ କୋମା ରୋଗୀଙ୍କ ମଧ୍ୟରୁ ୪୦% କେବଳ ନିଶା ଔଷଧର ବିଷାକ୍ତ ପ୍ରଭାବ ଯୋଗୁ ହୁଏ ।[୧୦] ନିଶାଔଷଧ ସିନାପ୍ସ କର୍ମକୁ ଦୁର୍ବଳ କରିଦେଇ ମସ୍ତିଷ୍କ୍କ‌କୁ ଜାଗ୍ରତ କରିବାରୁ ବାଧା ଦିଏ ।[୫] ଏହାର ପ୍ରଭାବରେ ଅନିୟନ୍ତ୍ରିତ ନାଡ଼ି ଗତି, ରକ୍ତ ଚାପ, ଅନିୟମିତ ଶ୍ୱାସକ୍ରିୟା ଓ ଅଧିକ ଝାଳ ବାହାରି କୋମା ହୁଏ । ଚିକିତ୍ସାଳୟରେ ରୋଗୀ ପ‌ହ‌ଞ୍ଚିଲେ ଭେସ୍ଟିବୁଲାର-ଅକୁଲାର ରିଫ୍ଲେକ୍ସ ପରୀକ୍ଷା କରି ଆଖିର ପ୍ୟୁପିଲ(ପୁଅ) ଆକାର ଓ ଚକ୍ଷୁ ଡୋଳା ଗତି ଦେଖାଯାଏ ।[୫]
ଦ୍ୱିତୀୟ ବୃହତ୍ କାରଣ ହେଉଛି ହୃତପିଣ୍ଡ ରୋଗ ବା କାର୍ଡିଆକ ଆରେସ୍ଟ ଯାହା ସମୁଦାୟ କୋମାର ୨୫% ।[୧୦] ସ୍ନାୟୁମାନଙ୍କର କର୍ମକ୍ଷମତା ନିମନ୍ତେ ବ‌ହୁତ ଅମ୍ଳଜାନ ଆବଶ୍ୟକ ହୁଏ । ଅମ୍ଳଜାନ ଅଭାବରେ ନିଉରୋନାଲ ଏକ୍ସଟ୍ରାସେଲ୍ୟୁଲାର ସୋଡିୟମକ୍ୟାଲସିୟମ କମିଯାଏ ଓ ଇନ୍ଟ୍ରାସେଲ୍ୟୁଲାର କ୍ୟାଲସିୟମ ସ୍ତର ବଢ଼ିଯାଏ ଯାହା ଫଳରେ ନିଉରନ କମ୍ୟୁନିକେସନ କ୍ଷତିଗ୍ରସ୍ତ ହୁଏ ।[୧୧] ଅମ୍ଳଜାନ ଅଭାବ ହେଲେ ଏଟିପି କମିଯାଏ, ସିସ୍ଟୋସ୍କେଲିଟନ ନଷ୍ଟ ହୁଏ, ନାଇଟ୍ରିକ ଏସିଡ ଅଧିକ ହୋଇ ଜୀବକୋଷ ନଷ୍ଟ ହୋଇଯାଏ ।
ସ୍ଟ୍ରୋକର ପାର୍ଶ୍ୱପ୍ରତିକ୍ରିୟା ଯୋଗୁ ୨୦% କୋମା ହୁଏ ।[୧୦] ସ୍ଟ୍ରୋକ ଯୋଗୁ ମସ୍ତିଷ୍କର ଗୋଟିଏ ଅଂଶକୁ ରକ୍ତ ସରବରାହ ବନ୍ଦ ହୋଇଯାଏ । ମସ୍ତିଷ୍କରେ ରକ୍ତସ୍ରାବଟ୍ୟୁମର ହେଲେ ମଧ୍ୟ ରକ୍ତ ସରବରାହ କମିଯାଇ ସ୍ନାୟୁକୋଷ ମରିଯାଆନ୍ତି ଓ କୋମା ହୁଏ ।
ଅତ୍ୟଧିକ ରକ୍ତସ୍ରାବ, ଅପ‌ପୁଷ୍ଟି(ମାଲନ୍ୟୁଟ୍ରିସନ), ହାଇପୋଥର୍ମିଆ, ହାଇପରଥର୍ମିଆ, ଅସାଧାରଣ ଶର୍କରା ସ୍ତର ଓ ଅନେକ ବାୟୋଲୋଜିକାଲ ଅବ୍ୟବସ୍ଥା ଯୋଗୁ ୧୫% କୋମା ହୁଏ ।

ରୋଗ ନିର୍ଣ୍ଣୟ[ସମ୍ପାଦନା]

କୋମାର ରୋଗ ନିର୍ଣ୍ଣୟ ଅତି ସ‌ହଜ, କିନ୍ତୁ କେଉଁ ରୋଗ ଯୋଗୁ କୋମା ହୋଇଛି ତାହା ଜାଣିବା ବେଳେ ବେଳେ ଚାଲେଞ୍ଜିଙ୍ଗ ହୁଏ । ଏହି ରୋଗୀ ଆସିଲେ ପ୍ରଥମେ ତାହାକୁ ଏ.ବି.ସି.(ଶ୍ୱାସନଳୀ, ଶ୍ୱାସକ୍ରିୟା ଓ ରକ୍ତ ସଞ୍ଚାଳନ ବା ଇଂରାଜୀରେ A-airway, B-breathing, C- circulation) ପଦ୍ଧତିରେ ସ୍ଟାବିଲାଇଜ କରିବାକୁ ହୁଏ । ଥରେ ଓଗୀ ସ୍ଟେବଲ ହୋଇଗଲା ପରେ କୋମାର କାରଣ ଖୋଜିବାକୁ ଇନଭେସ୍ଟିଗେସନ କରାଯାଏ । ଏହା ଜାଣିବା ନିମନ୍ତେ ରୋଗୀର ଶାରୀରିକ ପରୀକ୍ଷା, ଇମେଜିଙ୍ଗ ଓ ସ୍ପେସିଆଲ ପରୀକ୍ଷା କରାଯାଏ ନିର୍ଣ୍ଣୟାତ୍ମକ ସ୍ଟେପ ରୋଗୀ ଡାକ୍ତରଖାନାକୁ ଆସିବା ସଙ୍ଗେ ସଙ୍ଗେ ଅଚେତନତାର କାରଣ ଜାଣିବା ନିମନ୍ତେ କେତେକ ନିର୍ଣ୍ଣୟାତ୍ମକ ପରୀକ୍ଷା କରାଯାଏ । ୟଙ୍ଗ[୫] ମତରେ ନିମ୍ନ ଲିଖିତ ସ୍ଟେପ ନିଆଯିବା କଥା:

  1. ମେଡିକାଲ ଇତିହାସ ଓ ରୋଗୀର ସାଧାରଣ ପରୀକ୍ଷା ।
  2. ରୋଗୀ ପ୍ରକୃତରେ କୋମାରେ ଅଛି କି ନାହିଁ । ଏହା ସାଇକୋଜେନିକ କି ନାହିଁ, ଭଲ ରୂପେ ପରୀକ୍ଷା କରି ଦେଖିବାକୁ ହୁଏ ।
  3. ମସ୍ତିଷ୍କର କେଉଁ ସ୍ଥାନ ରୋଗ‌ଗ୍ରସ୍ତ ହୋଇଛି ଓ ତାହାର ଭୟାବ‌ହତା କେତେ ତାହା ଗ୍ଲାସଗୋ ସ୍କେଲରେ ସ୍ଥିର କରିବାକୁ ହୁଏ ।
  4. ରକ୍ତ ପରୀକ୍ଷା କରିବାକୁ ପଠେଇ ଔଷଧ ଜନିତ କି ହାଇପୋ/ ହାଇପର ଭେଣ୍ଟିଲେସନ ଯୋଗୁ ହୋଇଛି ନିର୍ଣ୍ଣୟ କରିବାକୁ ହୁଏ ।
  5. ସେରମ ଗ୍ଲୁକୋଜ, କ୍ୟାଲସିୟମ, ସୋଡ଼ିୟମ, ପୋଟାସିୟମ, ମ୍ୟାଗନେସିୟମ, ଫସଫେଟ, ୟୁରିଆ ଓ କ୍ରିଏଟିନିନ ସ୍ତର ପରୀକ୍ଷା କରି ଦେଖାଯାଏ ।
  6. ସିଟି ବା ଏମ.ଆର.ଆଇ. କରାଯାଏ ।
  7. ଇ.ଇ.ଜି. କରି ମସ୍ତିଷ୍କର କ୍ରିୟାକଳାପ ମନିଟର କରାଯାଏ ।

ପ୍ରାରମ୍ଭିକ ଆସେସମେଣ୍ଟ ଓ ଇଭାଲୁଏସନ[ସମ୍ପାଦନା]

ରୋଗୀର ଚେତନାବସ୍ଥା ଜାଣିବା ନମନ୍ତେ AVPU(Alert, vocal stimuli, painful stimuli, unresponsive) ସ୍କେଲ ବ୍ୟବ‌ହାର କରାଯାଏ । ଏହା ଅନୁସାରେ ରୋଗୀର ପ୍ରତିକ୍ରିୟା ଅନୁଶୀଳନ କରାଯାଏ । ମତେ ଶୁଣିପାରୁଛନ୍ତି କି କ‌ହି ତାହାର ଉତ୍ତର, ରୋଗୀକୁ ଚିମୁଟିଦେଇ ତାର ପ୍ରତିକ୍ରିୟା ଅଥବା ସମ୍ପୁର୍ଣ୍ଣ ପ୍ରତିକ୍ରିୟାହୀନ; ଏ ସମସ୍ତ ଦେଖାଯାଏ । ଗ୍ଲାସ୍‌ଗୋ ସ୍କେଲରେ ମସ୍ତିଷ୍କର ଆଘାତ ପରିମାଣ ନିର୍ଣ୍ଣୟ କରାଯାଏ । ଏଥିରେ ୩ରୁ ୧୫ ପର୍ଯ୍ୟନ୍ତ ସ୍କେଲ ଥାଏ ଯାହା ସାମାନ୍ୟରୁ ଅଧିକତମ ଆଘାତ ଦର୍ଶାଏ ।
ଗଭୀର ଚେତନଶୂନ୍ୟତାରେ ଅମ୍ଳଜାନ ଅଭାବ ଦେଖାଯାଇପାରେ, କାରଣ ଏହି ସମୟରେ ଗଳା ଓ ମୁଖମଣ୍ଡଳର ମାଂସପେଶୀ ଶୀଥିଳ ହୋଇଯାଅନ୍ତି ଓ ପ୍ରଶ୍ୱାସ-ନିଶ୍ୱାସ କ୍ରିୟା ସମୁଚିତ ଭାବେ ସାଧିତ ହୋଇପାରେ ନାହିଁ । ଏଥି ନିମନ୍ତେ ଓରୋଫାଇଞ୍ଜିଆଲ ଏୟାର‌ୱେ, ନାଜୋଫାରିଞ୍ଜିଆଲ ଏୟାର‌ୱେଏଣ୍ଡୋଟରାକିଆଲ ଟ୍ୟୁବର ସାହାଯ୍ୟ ନିଆଯାଏ ।

ଶାରୀରିକ ପରୀକ୍ଷା[ସମ୍ପାଦନା]

Decorticate posturing, indicating a lesion at the red nucleus or above. This positioning is stereotypical for upper brain stem, or cortical damage. The other variant is Decerebrate posturing, not seen in this picture.

ରୋଗୀ ଟିକିଏ ସ୍ଥିତାବସ୍ଥାକୁ ଆସିଲା ପରେ ଶାରୀରିକ ପରୀକ୍ଷା ତନ୍ନ ତନ୍ନ କରି ଦେଖିବା ଆବଶ୍ୟକ । ଶ୍ୱାସକ୍ରିୟା ପଦ୍ଧତି, ଶରୀରର ରକ୍ତ ସଞ୍ଚାଳନ ଓ ଅବସ୍ଥା ସ‌ହ ବିଭିନ୍ନ ରିଫ୍ଲେକ୍ସର ଉପସ୍ଥିତି ପରୀକ୍ଷା କରି ଦେଖାଯାଏ । ସ୍ପେସିଆଲ ରିଫ୍ଲେକ୍ସ ଯେପରିକି ଓକୁଲୋସେଫାଲିକ ରିଫ୍ଲେକ୍ସ, ଓକୁଲୋଭେସ୍ଟିବୁଲାର ରିଫ୍ଲେକ୍ସ, କର୍ନିଆଲ ରିଫ୍ଲେକ୍ସ, ଗାଗ ରିଫ୍ଲେକ୍ସନାଜାଲ ଟିକ୍ଲ ଆଦି ଦେଖାଯାଏ ।
ରୋଗୀର ମେଟାବୋଲିଜ୍ମ, ଫ୍ଲୁଇଡ ସ୍ଟାଟସ, ହୃତ୍‌ପିଣ୍ଡ କ୍ରିୟା, ରକ୍ତନଳୀ ସ୍ୱାସ୍ଥ୍ୟ ଓ ତନ୍ତୁ ଅମ୍ଳଜାନ ଇତ୍ୟାଦି ଜାଣିବା ନିମନ୍ତେ ରକ୍ତଚାପ, ମଳଦ୍ୱାର ଉତ୍ତାପ, ନାଡ଼ୀ ଗତି ହାର, ଶ୍ୱାସକ୍ରିୟା ଗତି ହାର ଓ ଅମ୍ଳଜାନ ସାଚୁରେସନ ଇତ୍ୟାଦି ଦେଖାଯାଏ ।
କୋମାଟୋଜ ରୋଗୀର ଶ୍ୱାସକ୍ରିୟା ତାଳ ଓ ଲୟ ଅନୁଶୀଳନ ଅତି ଗୁରୁତ୍ତ୍ୱପୂର୍ଣ୍ଣ । ଚେନସ୍ଟ୍ରୋକ (Cheyne-Stokes) ଶ୍ୱାସକ୍ରିୟାରେ ଶ୍ୱାସ ବନ୍ଦ ଓ ଅତ୍ୟଧିକ ଶ୍ୱାସ ଏକାନ୍ତର ଭାବେ ଚାଲୁରହେ । ଏହା ଅତି ବିପଦଜନ‌କ ଅବସ୍ଥା । ପେଣ୍ଡିଙ୍ଗ ହାର୍ନିଏସନ, କର୍ଟିକାଲ ଲିଜନ] କିମ୍ବା ବ୍ରେନସ୍ଟେମ ନଷ୍ଟ[୩] ହେଲେ ଏହିପରି ସୂଚନା ଦେଖାଯାଏ । ଆପନିଉସ୍ଟିକ ଶ୍ୱାସରେ (apneustic breathing) ହଠାତ ଶ୍ୱାସକ୍ରିୟା ବନ୍ଦ ହୋଇଯାଏ ଓ ପନ୍ସ ଲିଜନରେ[୧][୩] ଏହା ହୁଏ । ମେଡୁଲା ଲିଜନରେ ଆଟାଭିସ୍ଟିକ ଶ୍ୱାସକ୍ରିୟା (Ataxic breathing ) ହୁଏ ।
କୋମା ରୋଗୀର ଅଙ୍ଗଭଙ୍ଗୀରୁ ମସ୍ତିଷ୍କର କେଉଁ ସ୍ଥାନ ନଷ୍ଟ ହୋଇଛି ଅନୁମାନ କରି ଜାଣିହୁଏ । ରୋଗୀ ଯଦି ସଳଖ ଭାବେ ଉପରକୁ ମୁହଁ କରି ଶୋଇଛି, ଦୁଇ ଗୋଡ଼ ସିଧାସଳଖ ରହିଛି, ଦୁଇ ବାହୁ ଦେହ ପାଖରେ ଅଛି ଓ କ‌ହୁଣିଠାରେ ପ୍ରବାହୁ(forearm) ବଙ୍କା ହୋଇରହିଛି ତାହାହେଲେ ଏହାକୁ ଡିକର୍ଟିକେଟ ଭଙ୍ଗିମା କୁହାଯାଏ ଓ ରେଡ୍ ନ୍ୟୁକ୍ଲିଅସ ସ୍ଥାନରେ ବା ତା ଉପରେ ମସ୍ତିଷ୍କ ନଷ୍ଟ ହୋଇଛି ବୋଲି ଧରାଯାଏ । ରେଡ୍ ନ୍ୟୁକ୍ଲିଅସ ତଳକୁ ନଷ୍ଟ ହୋଇଥିଲେ ଶରୀର ଭଙ୍ଗିମାକୁ ଡିସେରିବ୍ରେଟ ଭଙ୍ଗିମା କୁହାଯାଏ । ଏଥିରେ ବାହୁ, ପ୍ରବାହୁ ସମସ୍ତ ସିଧା ଦେହ ପାଖରେ ରହେ, ନିମ୍ନ ଅବୟବ ସିଧା ଲମ୍ବା ହୋଇ ରହିଥାଏ ।
ଓକୁଲୋସେଫାଲିକ ରେଫ୍ଲେକ୍ସ - ଏହାଦ୍ୱାରା ବ୍ରେନସ୍ଟେମ ଠିକ୍ ଅଛି କି ନାହିଁ ଜଣାପଡ଼େ । ଉପରକୁ ଶୋଇରହିଥିବା ରୋଗୀର ଦୁଇ ଆଖିପତାକୁ ଧୀରେ କପାଳ ଆଡ଼କୁ ଟାଣି ମୁଣ୍ଡକୁ ବାମ କଡ଼କୁ ଘୁରାଇ ଦେଇ ଡୋଳା ଡାହାଣ ଦିଗକୁ ଗତି କରୁଛି କି ନାହିଁ ଅନୁଶୀଳନ କରାଯାଏ; ସେହିପରି ଡାହାଣ ଦିଗକୁ ମୁଣ୍ଡକୁ ବୁଲାଇ ବାମ ଦିଗକୁ ଡୋଳା ଗତି କରୁଛି କି ନାହିଁ ଦେଖାଯାଏ । ଯଦି ବିପରୀତ ଦିଗକୁ ଡୋଳା ଗତି କରେ ତାହାହେଲେ ବ୍ରେନସ୍ଟେମ ଠିକ ଅଛି । ଯଦି ଦୁଇ ଆଖି ଏକଦିଗକୁ ବୁଲେନାହିଁ ତାହେଲେ ସେହି ଦିଗରେ ଥିବା ବ୍ରେନସ୍ଟେମରେ ଆଘାତ ଥିବା ଜଣାଯାଏ । ଯଦି ଗୋଟିଏ ଆଖି ବୁଲେନାହିଁ ତାହେଲେ ମିଡିଆଲ ଲଙ୍ଗିଚୁଡିନାଲ ଫାସିକୁଲସ ନଷ୍ଟ ହୋଇଥିବା ଜଣାଯାଏ । କ୍ୟାଲୋରିକ ରିଫ୍ଲେକ୍ସ - ଏହି ପରୀକ୍ଷାରେ ଥଣ୍ଡା ପାଣି ଗୋଟିଏ କାନ ଭିତରକୁ ଇଞ୍ଜେକ୍ଟ କରାଯାଏ ଓ ଡୋଳାର ଗତି ଦେଖାଯାଏ । ଆଖି ଡୋଳା ଯଦି ଧୀରେ ସେହି କାନ ଆଡ଼କୁ ବୁଲେ ତେବେ ବ୍ରେନସ୍ଟେମ ଠିକ ଅଛି ଧରାଯାଏ । ଯଦି ନ ବୁଲେ ତାହାହେଲେ ବ୍ରେନସ୍ଟେମ ନଷ୍ଟ ହେବା ଜଣାଯାଏ । ଯଦି ରୋଗୀ ଚେତନ ଅବସ୍ଥାରେ ଅଛି ବା ଅଳସୁଆ ହୋଇ ଶୋଇଛି ତାହେଲେ ଦୃତ ନିସ୍ଟାଗମସ ଅନ୍ୟ ଦିଗଆଡ଼କୁ ହୁଏ ଓ ଏଥି ନିମନ୍ତେ କର୍ଟେକ୍ସ ଦାୟୀ ।
କ୍ରାନିଆଲ ସ୍ନାୟୁ(Cranial nerves; C.N. ବା କ୍ରା.ସ୍ନା.) ଆକଳନ କରିବା ଏକ ଗୁରୁତ୍ତ୍ୱପୁର୍ଣ୍ଣ କାମ । ଅଚେତନ ଅବସ୍ଥାଯୋଗୁ ଅଲ୍ପ କେତେକ ସ୍ନାୟୁ ଆକଳନ କରିହୁଏ । ଏଗୁଡ଼ିକ ମଧ୍ୟରେ କ୍ରା,ସ୍ନା, ୨, ୩, ୫, ୭, ୯ ଓ ୧୦ । କ୍ରା.ସ୍ନା.୯ ଓ ୧୦ ଗ୍ୟାଗ ରିଫ୍ଲେକ୍ସଦ୍ୱାରା ଆକଳନ କରାଯାଏ । ଆଲୋକ‌କୁ ପ୍ରତିକ୍ରିୟା ଦେଖାଇଲେ କ୍ରା.ସ୍ନା.୩ (ବା ଏହାର ପାରାସିମ୍ପାଥେଟିକ ଫାଇବର) ଠିକ ଅଛି ବୋଲି ଜଣାଯାଏ । କର୍ନିଆଲ ରିଫ୍ଲେକ୍ସ ସଠିକ ଥିଲେ କ୍ରା.ସ୍ନା.୭ ଓ ୫ ଠିକ ଥିବା ଜଣାଯାଏ ।
ଆଖି ପିତୁଳା ଆକଳନ କଲେ କୋମାର କାରଣ ବିଷୟରେ ଅନେକ ସୂଚନା ମିଳେ । ନିମ୍ନରେ ଦତ୍ତ ଟେବୁଲରେ ଟେକ୍‌ନିକାଲ ଓ ମେଡିକାଲ ଗାଇଡଲାଇନରେ କେତେକ ସାଧାରଣ ପିତୁଳା ପରୀକ୍ଷାଲବ୍‌ଧ ସୂଚନା ଓ ତାହାର ଭାଷାନ୍ତର ଦିଆଗଲା ।[୩]


ଆଖି ପିତୁଳା ଆକାର (ବାମ ବନାମ ଡାହାଣ) ସମ୍ଭାବ୍ୟ ବ୍ୟାଖ୍ୟା
ସାଧାରଣ ଆଖି, ଦୁଇ ଆଖି ପିତୁଳା ସମାନ ଆକାର ଓ ସମାନ ଆଲୋକ ପ୍ରତିକ୍ରିୟା । ଏହା ଅର୍ଥ ସମ୍ଭବତଃ କୋମା ନାହିଁ । ନିଶା ବା ନିଦ ପ୍ରଭାବରେ ଅଛି ।
”ପିନ ମୂନ” ପିତୁଳା – ହିରୋଇନ କିମ୍ବା ଅଫିମ ନିଶାର ଯୋଗୁ କୋମା ହୋଇଛି । ଏହି ଆଖି ପିତୁଳା (ଉଭୟ ଆଖିରେ) ତଥାପି ଆଲୋକକୁ ପ୍ରତିକ୍ରିୟା ଦେଖାଉଛି । ପନ୍ସ ଆଘାତ ଆଉ ଏକ ସମ୍ଭାବନା ହୋଇପାରେ । [୩]
ଗୋଟିଏ ପିତୁଳା ସଠିକ ଥିବାବେଳେ ଅନ୍ୟଟି ବିସ୍ଫାରିତ ଅଛି । ଏଠାରେ ବାମ ଆଖି ସାଧାରଣ ଓ ଡାହାଣ ଆଖି ବିସ୍ଫାରିତ) ଅକୁଲୋମୋଟୋର ସ୍ନାୟୁ ଆଘାତପ୍ରାପ୍ତ ହୋଇଥାଇପାରେ ବା ରକ୍ତନଳୀ ଅସୁବିଧା ଥାଇପାରେ ।

ଇମେଜ ଓ ବିଶେଷ ପରୀକ୍ଷା ଫଳ[ସମ୍ପାଦନା]

ମସ୍ତିଷ୍କ ଇମେଜିଙ୍ଗରେ ସିଟି ସ୍କାନଏମ.ଆର.ଆଇ. କରି ମସ୍ତିଷ୍କ ଭିତରେ ରକ୍ତସ୍ରାବ ବା ମସ୍ତିଷ୍କର ହାର୍ନିଆ ହୋଇଥିଲେ ଜଣାପଡ଼ିଯାଏ । ବିଶେଷ ପରୀକ୍ଷା ଯେପରିକି ଇ.ଇ.ଜି.ଦ୍ୱାରା ମସ୍ତିଷ୍କର କାର୍ଯ୍ୟକଳାପ ସ୍ତର ଯେପରିକି ସେମାନ୍ଟିକ ପ୍ରୋସେସିଙ୍ଗ ଜଣାଯାଏ,[୧୨] ସିଜର(Seizures) ଉପସ୍ଥିତି ଓ ଗୁରୁତ୍ତ୍ୱପୁର୍ଣ୍ଣ ଉପଲବ୍ଧ ଟୁଲ ସାହାଯ୍ୟରେ ମସ୍ତିଷ୍କର କ୍ରିୟାକଳାପ ଜାଣିବା ସ‌ହ ରୋଗୀ ପୁନର୍ବାର ଜାଗ୍ରତ ହେବା ସମ୍ଭାବନା ସ୍ଥିର କରି ହୁଏ ।[୧୩] ଅଟୋନୋମସ ରେସପନ୍ସ ଯେପରିକି ସ୍କିନ କଣ୍ଡକ୍ଟାନ୍ସ ରେସପନ୍ସ ସାହାଯ୍ୟରେ ରୋଗୀର ଭାବପ୍ରବଣତା ବିଷୟରେ ସମ୍ୟକ ସୂଚନା ମିଳେ । [୧୪]

ଇତିହାସ[ସମ୍ପାଦନା]

ଯେ କୌଣସି ସ୍ନାୟୁ ରୋଗ ନିର୍ଣ୍ଣୟ ନିମନ୍ତେ ସଠିକ୍ ଇତିହାସ ଓ ଶାରୀରିକ ପରୀକ୍ଷା ଅନ୍ତ୍ୟନ୍ତ ମୌଳିକ ଅଟେ । ରୋଗୀ, ତାହାର ପରିବାର ଓ ସାଙ୍ଗସାଥୀଙ୍କଠାରୁ ଇତିହାସ ସଂଗ୍ରହ କରାଯାଏ । କୋମାର ଗଭୀରତା, ଅଗ୍ରଗତି ଓ ସମ୍ଭାବ୍ୟ ଫଳାଫଳ ନିରଦ୍ଧାରଣ ନିମନ୍ତେ ଗ୍ଲାସ୍‌ଗୋ କୋମା ସ୍କେଲ୍ ଅତୀବ ଉପକାରୀ ଓ ଆବଶ୍ୟକ । ସଠିକ ନିର୍ଣ୍ଣ‌ୟ ନିମନ୍ତେ ରୋଗୀ ପରୀକ୍ଷା, ଇମେଜିଙ୍ଗ ଓ ଇତିହାସ ଏକାନ୍ତ ଆବଶ୍ୟକ ।

ଗମ୍ଭୀରତା ଓ ବର୍ଗୀକରଣ[ସମ୍ପାଦନା]

କୋମାକୁ ପ୍ଲମ୍ପୋସ୍‌ନର ୪ ଭାଗରେ ବିଭକ୍ତ କରି ବର୍ଗୀକରଣ[୩] କରିଛନ୍ତି ଯଥା (୧) ସୁପ୍ରାଟେଣ୍ଟୋରିଆଲ, (୨) ଇନ୍‌ଫ୍ରାଟେଣ୍ଟୋରିଆଲ, (୩) ମେଟାବୋଲିକ (୪) ଡିଫ୍ୟୁଜ୍‌ଡ । ଏହା କେବଳ ଆଘାତ ସ୍ଥାନ ନିରୁପଣ କରେ, ଗମ୍ଭୀରତା ବା ପୂର୍ବାନୁମାନ ବିଷୟରେ କିଛି ସୂଚନା ଦିଏନାହିଁ । କୋମାର ଗମ୍ଭୀରତା କେତେକ ସ୍ତର ମଧ୍ୟ ଦେଇ ନିରୁପିତ ହୁଏ । ରୋଗୀ ଏ ସମସ୍ତ ସ୍ତର ଦେଇ ଗତି ନ କରିପାରେ । ପ୍ରଥମେ ମସ୍ତିଷ୍କର ପ୍ରତିକ୍ରିୟା କମିଯାଏ, ସାଧାରଣ ରିଫ୍ଲେକ୍ସ ହଜିଯାଏ, ରୋଗୀ ଯନ୍ତ୍ରଣାକୁ ପ୍ରତିକ୍ରିୟା କରେନାହିଁ ଓ ଶଣିପାରେ ନାହିଁ ।
ଅନ୍ୟ ପକ୍ଷରେ ରାଞ୍ଚୋ ଲସ୍ ଆମିଗୋସ ସ୍କେଲ ଏକ ଜଟିଳ ସ୍କେଲ ଓ ଏହାର ଆଠଟି ସ୍ତର ଥାଏ । ପ୍ରଥମ କିଛି ସପ୍ତାହ କିମ୍ବା ମାସ ମଧ୍ୟରେ ଏହାଅ ବ୍ୟବ‌ହାର ହୁଏ ।

ଚିକିତ୍ସା[ସମ୍ପାଦନା]

ଡାକ୍ତରୀ ଚିକିତ୍ସା[ସମ୍ପାଦନା]

କୋମାର କାରଣ ଓ ଗମ୍ଭୀରତା ଉପରେ ଡାକ୍ତରଖାନା ଚିକିତ୍ସା ନିର୍ଭର କରେ । ସର୍ବୋତ୍ତମ ଚିକିତ୍ସା ଜଣାନଥିଲେ ମଧ୍ୟ ଆଡମିସନ ସଙ୍ଗେ ସଙ୍ଗେ ଇଣ୍ଟେନସିଭ କେୟାର ୟୁନିଟରେ ରୋଗୀକୁ ନିଆଯାଏ ।[୫] ସେଠାରେ ଶ୍ୱାସକ୍ରିୟା ମନିଟର ବା ନିରିକ୍ଷଣ କରାଯାଏ ତ‌ଥା ମସ୍ତିଷ୍କର ସି.ଟି. ସ୍କାନ କରାଯାଏ । ନଳୀ ମାଧ୍ୟମରେ ଶ୍ୱାସ କ୍ରିୟା (intubation and ventilation) ସମ୍ପାଦନ କରାଯାଏ । ଦରକାର ମୁତାବକ ଶିରା ମଧ୍ୟରେ (intravenous/ I.V.) ଫ୍ଲୁଇଡ ବା ତରଳ ପଦାର୍ଥ ଓ ରକ୍ତ ଦିଆଯାଏ । ରୋଗୀ ଗମ୍ଭୀର ଅବସ୍ଥାରୁ ସାଷ୍ଟମ ହେଲା ପରେ ସଂକ୍ରମଣ, ଘାଆ ବା ଅଲସର(decubitus ulcer), ନିମୋନିଆ ଆଦିକୁ ଚିକିତ୍ସା କରାଯାଏ ଓ ସନ୍ତୁଳିତ ଆହାର[୧୫] ଦିଆଯାଏ । ରୋଗୀ ଚାଲବୁଲ ନ କରି ପଡ଼ିରହୁଥିବାରୁ ବିଭିନ୍ନ ସଂକ୍ରମଣ ରୋଗ ସମସ୍ୟା ହେବା ସମ୍ଭାବନା ରହେ । ଶୋଇଥିବା ରୋଗୀକୁ ପ୍ରତି ୨ ବା ୩ ଘଣ୍ଟାରେ କଡ଼ ଲେଉଟେଇବାକୁ ହୁଏ । ଏହା ଅଲସର, ନିମୋନିଆଆଟେଲେକ୍ଟାସିଆରୁ ରକ୍ଷା କରେ । ରୋଗୀ ଖାଦ୍ୟ ନ ଖାଇପାରି ଗିଳିଦେବାଯୋଗୁ, ଗ୍ୟଗ ରିଫ୍ଲେକ୍ସ ନ ଥିବାରୁ ଖାଦ୍ୟ ନଳୀ ମାଧ୍ୟମରେ ସଂକ୍ରମଣ ହୁଏ । ବ‌ହୁତ ଦିନ ଧରି ପଡ଼ିରହିଲେ ଗଣ୍ଠି ଶକ୍ତ (contracture) ହୋଇ ବିକଳାଙ୍ଗ ହୁଏ ।
ରୋଗୀ ବିଛଣାରେ ପଡ଼ିରହି ବେଳେ ଛଟପଟ ହୁଏ ଓ ବାତ ମାରିପାରେ, ଏଣୁ ସ୍ୱତନ୍ତ୍ର ନିରୀକ୍ଷଣର ଅବଶ୍ୟକତା ଥାଏ । ଏହି ଅବସ୍ଥାରେ ଦେହରେ ଲାଗିଥିବ ନଳୀଗୁଡ଼ିକୁ ଟାଣି ଦେଇପାରେ । ରୋଗୀକୁ ଔଷଧ ଦେଇ ଶାନ୍ତ କରାଯାଏ । ଖଟରୁ ତଳେ ପଡ଼ି ନ ଯିବା ନିମନ୍ତେ ଖଟରେ ସାଇଡ ବାର ଦିଆଯାଏ ।[୧୫]
କୋମାରୁ ଜାଗ୍ରତ କରିବା ନିମନ୍ତେ ମସ୍ତିଷ୍କ ଫୁଲା କମେଇବା ଔଷଧ ଦିଆଯାଏ, ଓ ହାଇପୋଥର୍ମିଆ ଉପଚାର କରାଯାଏ । କାର୍ଡିଆକ ଆରେସ୍ଟ ହୋଇଥିବା ରୋଗୀମାନଙ୍କର ହାଇପୋଥର୍ମିଆ ମୂଖ୍ୟ ଚିକିତ୍ସା ଅଟେ । ଏହି ଚିକିତ୍ସାରେ ବାହାର ଓ ଇଣ୍ଟ୍ରାଭେନସ ଥଣ୍ଡା ପ୍ରୟୋଗ କରି ୨୪ ଘଣ୍ଟା ପର୍ଯ୍ୟନ୍ତ ରୋଗୀର ଉତ୍ତାପ ୨/୩ ଡିଗ୍ରୀ କମେଇ ଦିଆଯାଏ ।[୧୬] ୨୦୦୨ ମସିହାର ବାଲ୍ଡରଦୋଟ୍ଟିର(Baldursdottir) ଓ ସ‌ହକର୍ମୀମାନେ[୧୬] ଏହି ଚିକିତ୍ସା କରି ଦେଖିଲେ ଅନ୍ୟ ରୋଗୀଙ୍କ ଅପେକ୍ଷା ଏହି ଚିକିତ୍ସା ପ୍ରୟୋଗରେ ଅଧିକ ରୋଗୀ ବଞ୍ଚିଯାଉଛନ୍ତି । ଏହି କାରଣରୁ ଡାକ୍ତରଖାନାରେ କାର୍ଡିଆକ ଆରେସ୍ଟ ହୋଇ କୋମା ହୋଇଥିବା ସମସ୍ତ ରୋଗୀଙ୍କୁ ଏହି ଚିକିତ୍ସା କରାଯାଉଛି ।[୧୬]

ଆବେଗ ଆହ୍ୱାନ[ସମ୍ପାଦନା]

କୋମା ରୋଗୀର ବନ୍ଧୁ ପରିଜନ ତ‌ଥା ପ୍ରାଥମିକ ସ୍ୱାସ୍ଥ୍ୟକର୍ମୀମାନେ ଅନେକ ଆବେଗର ସମ୍ମୁଖୀନ ହୁଅନ୍ତି । ହତାଶା, କ୍ରୋଧ, ଉଦ୍‌ବିଗ୍ନତା ଓ ନାସ୍ତି ସୂଚନା ଆହ୍ୱାନ ଅଧିକ ଥାଏ । ରୋଗୀର ଯତ୍ନ ସମ୍ପର୍କରେ ପରିବାର ସଦସ୍ୟ ଓ ଆଶ୍ରିତଙ୍କ ସ‌ହ ବନ୍ଧୁତ୍ତ୍ୱପୂର୍ଣ୍ଣ ବାତାବରଣ ଓ ଚିକିତ୍ସକଙ୍କ ସ‌ହ ଉତ୍ତମ ସୌହାର୍ଦ୍ର୍ୟ ରକ୍ଷା କରିବା ଏକାନ୍ତ ଆବଶ୍ୟକ ।[୧୭]

ପୂର୍ବାନୁମାନ[ସମ୍ପାଦନା]

କୋମାରେ ଥିବା ରୋଗୀ କିଛି ଦିନ, କିଛି ସପ୍ତାହ ବା ଅନେକ ବର୍ଷ ଧରି ସେହି ଅବସ୍ଥାରେ ରହିପାରନ୍ତି । ତା ପରେ କୋମାରୁ ଉନ୍ନତି କରି ସାରିଲା ପରେ ମୃତ୍ୟୁ ବରଣ କରନ୍ତି ବା ଆଂଶିକ କୋମାରେ ଦୀର୍ଘ ଦିନ ଧରି ରହ‌ନ୍ତି (୪୨ ବର୍ଷ ପର୍ଯ୍ୟନ୍ତ ରେକର୍ଡ ଅଛି) ।[୧୮]
କୋମା ପର ଫଳାଫଳ ତାହାର କାରଣ, ସ୍ଥାନ, ଗମ୍ଭୀରତା ଓ ନଷ୍ଟ ସ୍ନାୟୁ ଉପରେ ନିର୍ଭର କରେ । ଗଭୀର କୋମାରେ ଅଛିର ଅର୍ଥ ନୁହେଁ ଯେ ତାହାର ପୁନରୁତ୍ଥାନ ସମ୍ଭାବନା ଅତି କମ । ଗଭୀର କୋମାରେ ଥିବା ରୋଗୀ ଭଲ ହେବା ଦେଖାଯାଇଛି ଓ ଅଳ୍ପ କୋମାରେ ଥିବା ରୋଗୀ ଆଦୌ ଭଲ ନ ହେବା ମଧ୍ୟ ଦେଖାଯାଇଛି ।
ଶାରୀରିକ, ବୁଦ୍ଧିଗତ ଓ ମାନସିକ ଅସୁବିଧା ନେଇ ରୋଗୀ ଆରୋଗ୍ୟ ହୁଏ । ଏହା ଅତି ଧୀରେ ହୁଏ । କେତେକ ରୋଗୀଙ୍କର ସାମାନ୍ୟ ମୌଳିକ ଉନ୍ନତି ଲାଭ ଛଡ଼ା ଅଧିକ କିଛି ହୁଏ ନାହିଁ କିନ୍ତୁ ଅନ୍ୟ କେତେକ ରୋଗୀ ସମ୍ପୁର୍ଣ୍ଣ ଚେତନ ଅବସ୍ଥାକୁ ଆସନ୍ତି ।[୧୯] ପ୍ରଥମେ କିଛି ଦିନ ଅଳ୍ପ କେତେକ ମିନିଟ ଜାଗ୍ରତ ହୁଅନ୍ତି ଏହି ସମୟ ସୀମା ଧିରେ ଧିରେ ଉନ୍ନତି କରେ । ସିନେମାରେ ଦେଖେଇବା ଭଳି କୋମାରୁ ଉଠି ସାଙ୍ଗେ ସାଙ୍ଗେ ସାଧାରଣ ଜୀବନ ବିତେଇବା ସମ୍ଭବ ନୁହେଁ । ବାସ୍ତବରେ କୋମାରୁ ଉଠି ରୋଗୀ କନଫ୍ୟୁଜନ ଅବସ୍ଥାରେ ରହେ, ସେ ସେଠାକୁ କିପରି ଆସିଲା ବୁଝି ପାରେନାହିଁ, ଭଲରେ କଥା କ‌ହି ପାରେ ନାହିଁ, ଶବ୍ଦ ସଠିକ ଭାବେ ମିଶ୍ରଣ କରିପାରେ ନାହିଁ ।
ପୁନରୁଦ୍ଧାରର ସମୀକ୍ଷା ପରିସଂଖ୍ୟନ ଅନୁସାରେ କଲେ ମଧ୍ୟ ସ୍ୱଳ୍ପ ସମ୍ଭାବନା ଥିବା ରୋଗୀ ଭଲ ହୋଇପାରେ । ସମୟ ହିଁ ସବୁଠାରୁ ଉତ୍ତମ ମାପକ । ମସ୍ତିଷ୍କ ଆଘାତର ଚାରି ମାସ ବିତି ଗଲା ପରେ ଆଶିଂକ ଉନ୍ନତିର ଆଶା ୧୫%, ସମ୍ପୁର୍ଣ୍ଣ ଆରୋଗ୍ୟ ଆଶା ଅତି କମ ।[୨୦]
ନିମୋନିଆ ଭଳି ସଂକ୍ରମଣ ଯୋଗୁ ଅଧିକାଂଶ ଲୋକ ମୃତ୍ୟୁବରଣ କରନ୍ତି । ଅନେକ ଦିନ ଧରି ଶୋଇ ରହିବା ଯୋଗୁ ଏହି ଅବସ୍ଥା ଉପୁଜେ ।
ବେଳେ ବେଳେ ଦୀର୍ଘ ସମୟ ପରେ ମଧ୍ୟ ଉନ୍ନତି ହେବା ପରିଲକ୍ଷିତ ହୁଏ । ଟେରି ୱାଲିସ କଥା କ‌ହିପାରିଥିଲେ ଓ ତାଙ୍କ ଚାରିପଟ ବିଷୟରେ ଅବଗତ ହୋଇପାରିଥିଲେ ।[୨୧] ୨୦୦୭ ମସିହାରେ ୧୯ ବର୍ଷର କୋମା ପରେ ଜାନ ଜେବସ୍କି ଆରୋଗ୍ୟ ଲାଭ କରିଥିଲେ ।
କୋମାରେ ଛଅ ବର୍ଷ ରହିବା ପରେ ଜଣେ ରୋଗୀର ମସ୍ତିଷ୍କରେ ଇଲେକଟ୍ରୋଡ(en:deep brain stimulation/DBS) ଦେଇ ଆଶିଂକ ଯୋଗାଯୋଗ କ୍ଷମତା ଉଦ୍ଧାର କରାଇ ପାରିଥିଲେ । କିଛି ସମୟ ନିମନ୍ତେ ନିଜକୁ ଜାଣିପାରୁଥିଲା ।[୨୨]
କିଛି ସେକଣ୍ଡ ବା କିଛି ମିନିଟର କୋମା ପରେ ଆଘାତ ପର ସ୍ମୃତିହୀନତା ଦେଖାଯାଏ ଯାହା କିଛି ଘଣ୍ଟାରୁ କିଛି ଦିନ ପର୍ଯ୍ୟନ୍ତ ରହେ । ଆରୋଗ୍ୟ ନିମନ୍ତେ ମାସ ମାସ ବିତିପାରେ । କିଛି ସପ୍ତାହ ଧରି କୋମାରେ ଥିଲେ ମାସ ଓ ବର୍ଷ ଧରି ଆରୋଗ୍ୟ ଧାରା ବଜାୟ ରହେ ।[୨୩]

ସମାଜ ଓ ସଂସ୍କୃତି[ସମ୍ପାଦନା]

ଡଃ ଏଲକୋ ଡିକ୍ସ, ଗବେଷକ, ଫିଲିମରେ ଦେଖାଯାଉଥିବା କୋମା ବିଷୟ ଲେଖି ୨୦୦୬ ମସିହାରେ ନିଉରୋଲୋଜି ପତ୍ରିକାର ପ୍ରକାଶ କରାଇଥିଲେ । ୧୯୭୦ରୁ ୨୦୦୪ ମସିହା ମଧ୍ୟରେ ତିଆରି ହୋଇଥିବା ୩୦ଟି ଫିଲିମ ଦେଖି ସେ ଅନୁଶୀଳନ କରିଥିଲେ ଯେ କେବଳ ଦୁଇଟି ଫିଲିମରେ କୋମାର ପ୍ରକୃତ ଚିତ୍ର ପ୍ରଦର୍ଶିତ ହୋଇଥିଲା । ବାକି ୨୮ଟି ଚିତ୍ରରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ନ ଥାଇ ଆଶ୍ଚର୍ଯ୍ୟଜନ‌କ ଆରୋଗ୍ୟ, ଅମୂଳକ ଚିକିତ୍ସାର ବର୍ଣ୍ଣନା ଓ ମାଂସପେଶୀ ସମ୍ପର୍ଣ୍ଣ କୋମା ରୋଗୀ ହୋଇଥିବା ଦର୍ଶାଯାଇଥିଲା ।[୨୪]

ଅଧିକ ତ‌ଥ୍ୟ[ସମ୍ପାଦନା]

  • Brain death, lack of activity in both cortex, and lack of brainstem function
  • Coma scale, a system to assess the severity of coma
  • Induced coma, a deliberately caused coma to protect a patient's brain or during treatment
  • Locked-in syndrome, Paralysis of most muscles, except ocular muscles of the eyes, while patient is conscious
  • Persistent vegetative state (vegetative coma), deep coma without detectable awareness. Damage to the cortex, with an intact brainstem.
  • Process Oriented Coma Work, for an approach to working with residual consciousness in comatose patients.

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Weyhenmyeye, James A.; Eve A. Gallman (2007). Rapid Review Neuroscience 1st Ed. Mosby Elsevier. pp. 177–9. ISBN 0-323-02261-8.{{cite book}}: CS1 maint: multiple names: authors list (link)
  2. Bordini, A.L.; Luiz, T.F.; Fernandes, M.; Arruda, W. O.; Teive, H. A. (2010). "Coma scales: a historical review". Arquivos de neuro-psiquiatria. 68 (6): 930–937. doi:10.1590/S0004-282X2010000600019. PMID 21243255.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Hannaman, Robert A. (2005). MedStudy Internal Medicine Review Core Curriculum: Neurology 11th Ed. MedStudy. pp. (11–1) to (11–2). ISBN 1-932703-01-2.
  4. "Persistent vegetative state: A medical minefield". New Scientist: 40–3. July 7, 2007. See diagram.
  5. ୫.୦ ୫.୧ ୫.୨ ୫.୩ ୫.୪ Young, G.B. (2009). "Coma". Ann N Y Acad Sci. 1157 (1157): 32–47. Bibcode:2009NYASA1157...32Y. doi:10.1111/j.1749-6632.2009.04471.x.
  6. "Video of man at beginning of documented 3 month coma".
  7. "Video of man still nonresponsive to stimuli while in coma".
  8. Russ Rowlett. "Glasgow Coma Scale". University of North Carolina at Chapel Hill.
  9. Benjamin Werdro. "Induced Coma".
  10. ୧୦.୦ ୧୦.୧ ୧୦.୨ Liversedge, Timothy; Hirsch (2010). "Coma". Anaesthesia & Intensive Care Medicine. 11 (9): 337–339. doi:10.1016/j.mpaic.2010.05.008.
  11. Busl, K. M.; Greer, D. M. (2010). "Hypoxic-ischemic brain injury: Pathophysiology, neuropathology and mechanisms". NeuroRehabilitation: 5–13.
  12. Daltrozzo, J., Wioland, N., Mutschler, V., Lutun, P., Jaeger, A., Calon, B., Meyer, A., Pottecher, T., Lang, S., Kotchoubey, B. (2009c). Cortical Information Processing in Coma, Cognitive & Behavioral Neurology, 22(1), 53-62.[୧] Archived 2011-08-14 at the Wayback Machine.
  13. Daltrozzo, J., Wioland, N., Mutschler, V., Kotchoubey, B. (2007). Predicting Coma and other Low Responsive Patients Outcome using Event-Related Brain Potentials: A Meta-analysis. Clinical Neurophysiology, 118, 606-614.[୨] Archived 2011-08-14 at the Wayback Machine.
  14. Daltrozzo, J., Wioland, N., Mutschler, V., Lutun, P., Calon, B., Meyer, A., Jaeger, A., Pottecher, T., Kotchoubey, B. (2010a). Electrodermal Response in Coma and Other Low Responsive Patients. Neuroscience Letters, 475(1), 44-47.[୩] Archived 2011-08-14 at the Wayback Machine.
  15. ୧୫.୦ ୧୫.୧ "Coma" (PDF). Archived from the original (PDF) on 2010-06-27. Retrieved 2010-12-08.
  16. ୧୬.୦ ୧୬.୧ ୧୬.୨ Baldursdottir, S.; Sigvaldason, K.; Karason, S.; Valsson, F.; Sigurdsson, G. H. (2010). "Induced hypothermia in comatose survivors of asphyxia: a case series of 14 consecutive cases". Acta Anaesthesiol. Scand. 54 (7): 821–826. doi:10.1111/j.1399-6576.2010.02248.x. PMID 20497127.
  17. Coma Care (2010-03-30). "Caring for Care Giver and Family". Archived from the original on 2020-09-19. Retrieved 2010-12-08.
  18. Edwarda O’Bara, who spent 4 decades in a coma, dies at 59 Read more here: http://www.miamiherald.com/2012/11/22/3109800/edwarda-obara-who-spent-4-decades.html#storylink=cpy
  19. NINDS (October 29, 2010). "Coma Information Page: National Institute of Neurological Disorders and Stroke (NINDS)". Archived from the original on 2010-12-04. Retrieved 2010-12-08.
  20. Formisano R; Carlesimo GA; Sabbadini M; et al. (May 2004). "Clinical predictors and neuropleropsychological outcome in severe traumatic brain injury patients". Acta Neurochir (Wien). 146 (5): 457–62. doi:10.1007/s00701-004-0225-4. PMID 15118882.
  21. "Mother stunned by coma victim's unexpected words". The Sydney Morning Herald. 2003-07-12.
  22. "Electrodes stir man from six-year coma-like state". Cosmos Magazine. 2 August 2007. Archived from the original on 16 December 2009. Retrieved 15 January 2015.
  23. "Post-traumatic amnesia". Archived from the original on 2012-05-11. Retrieved 2015-01-15.
  24. Eelco F.M. Wijdicks, MD and Coen A. Wijdicks, BS (2006). "The portrayal of coma in contemporary motion pictures". Neurology. 66 (9): 1300–1303. doi:10.1212/01.wnl.0000210497.62202.e9. PMID 16682658. Retrieved 2009-11-25.{{cite journal}}: CS1 maint: multiple names: authors list (link)