ଭାସ୍ୱତୀ ବସୁ

ଉଇକିପିଡ଼ିଆ ରୁ
Jump to navigation Jump to search
ଭାସ୍ୱତୀ ବସୁ
ଜନ୍ମ ଓ ଜନ୍ମସ୍ଥାନ
ଭାସ୍ୱତୀ ବସୁ
ଜାତୀୟତା ଭାରତୀୟ
ପ୍ରସିଦ୍ଧିଅଭିନେତ୍ରୀ
ବାପା ବୋଉଅସୀମ ବସୁ (ବାପା)[୧]
ଗୀତା ବସୁ (ମା)

ଭାସ୍ୱତୀ ବସୁ ଜଣେ ଓଡ଼ିଆ କଥାଚିତ୍ର, ମଞ୍ଚ[୨] ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ କଳା ନିର୍ଦ୍ଦେଶକ ଅସୀମ ବସୁଙ୍କ କନ୍ୟା ।[୩][୪] ସେ କଥାନ୍ତରକ୍ଷଣିକା- ଦ ଲସ୍ଟ ଆଇଡି‌ଆ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।[୫] କଥାନ୍ତରରେ ନିଜ ଅଭିନୟ ନିମନ୍ତେ ସେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୬]

ପ୍ରାରମ୍ଭିକ ଜୀବନ ଓ ପରିବାର[ସମ୍ପାଦନା]

ଭାସ୍ୱତୀ ବସୁଙ୍କ ବାପା ଅସୀମ ବସୁ ଏବଂ ମାଆ ଗୀତା ବସୁ । ଅସୀମ ବସୁ ଜଣେ ଓଡ଼ିଆ ଚିତ୍ରକର, ଅଭିନେତା, ନିର୍ଦ୍ଦେଶକ, ସାହିତ୍ୟିକ ଏବଂ କଳା ନିର୍ଦ୍ଦେଶକ ଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ଭାସ୍ୱତୀ ବସୁ ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର କଥାନ୍ତରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ହିମାଂଶୁ ଖଟୁଆ । ଅନୁ ଚୌଧୁରୀ, ବେଦପ୍ରସାଦ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ମିହିର ସ୍ୱାଇଁ, ଚକ୍ରଧର ଜେନା, ମାମୁନି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

୨୦୧୭ର ଓଡ଼ିଆ କଥାଚିତ୍ର କ୍ଷଣିକା- ଦ ଲସ୍ଟ ଆଇଡି‌ଆରେ ଭାସ୍ୱତୀ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ମାଣ କରିଥିଲେ ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ । ଚୌଧୁରୀ ବିକାଶ ଦାସ, ସୁଶାନ୍ତ ମିଶ୍ର, ଅମ୍ରିତା ଚୌଧୁରୀ, ସ୍ୱସ୍ତିକ ଚୌଧୁରୀ, ହୃଷିକେଶ ଭୋଇ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନ୍ତବ୍ୟ
୨୦୦୬ କଥାନ୍ତର ହିମାଂଶୁ ଖଟୁଆ
୨୦୧୭ କ୍ଷଣିକା- ଦ ଲସ୍ଟ ଆଇଡି‌ଆ ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ

ପୁରସ୍କାର[ସମ୍ପାଦନା]

  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - କଥାନ୍ତର ଚଳଚ୍ଚିତ୍ର[୬]

ଆଧାର[ସମ୍ପାଦନା]

  1. "ଅସୀମ ଥିଲେ କଳାଜଗତର ସୂର୍ଯ୍ୟ" (PDF). ପର୍ଯ୍ୟବେକ୍ଷକ. ୧୩ ଫେବୃଆରୀ ୨୦୧୭. Retrieved 3 July 2018. Check date values in: |date= (help)
  2. "ନାଟକ 'ସେଇ ଲୋକଟି' ମଞ୍ଚସ୍ଥ" (PDF). ନିତିଦିନ. ୧୯ ଜୁନ ୨୦୧୮. Retrieved 3 July 2018. Check date values in: |date= (help)
  3. "Eminent theatre personality Asim Basu passes away". ପ୍ରଗତିବାଦୀ. ୧ ଫେବୃଆରୀ ୨୦୧୭. Retrieved 3 July 2018. Check date values in: |date= (help)
  4. "Asim Utsav to celebrate Odisha's veteran stage artist's life and work". Odisha Sun Times. ୮ ଫେବୃଆରୀ. Retrieved 3 July 2018. Check date values in: |date= (help)
  5. "Odisha-based filmmaker ecstatic after UK invite". Odisha Sun Times. ୨୧ ଅକ୍ଟୋବର ୨୦୧୭. Retrieved 3 July 2018. Check date values in: |date= (help)
  6. ୬.୦ ୬.୧ Ganguly, Arindam (୩୧ ଜୁଲାଇ ୨୦୧୭). "Female Blackout Day: Campaign kicks up storm in social media". Orissa Post. Retrieved 3 July 2018. Check date values in: |date= (help)

ବାହାର ଲିଙ୍କ[ସମ୍ପାଦନା]