ବ୍ୟବହାରକାରୀଙ୍କ ଆଲୋଚନା:Adyasha1994

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି ରସଗୋଲା ସହିତ ଆପଣଙ୍କୁ ପାଛୋଟି ନେଉଛୁ!
ଉଇକିପିଡ଼ିଆରେ କିପରି ଲେଖିବେ ଜାଣିବାକୁ ଚାହୁଁଛନ୍ତି କି? ପ୍ରଶ୍ନଟିଏ ପଚାରନ୍ତୁ

ଆଦରର Adyasha1994,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ମୁଁ ଆଶା କରୁଛି ଆପଣଙ୍କୁ ଏହି ଜ୍ଞାନକୋଷ ବ୍ୟବହାର କରିବାକୁ ସୁବିଧାଜନକ ହେବ ଓ ଏଠାରେ ପ୍ରସଙ୍ଗମାନ ସମ୍ପାଦନା କରି ଆପଣ ଆନନ୍ଦିତ ହେବେ । ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବେ:

ଯଦି ଆପଣ ଉଇକିପିଡ଼ିଆରେ କିପରି ଲେଖିବେ ତାହା ଜାଣିବାକୁ ଚାହୁଁଥାନ୍ତି ତେବେ ଆମ ଚାଟ ସଭାକୁ ଯାଇ ପ୍ରଶ୍ନଟିଏ ପଚାରନ୍ତୁ ।

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ । ଆପଣ ଏକ ପ୍ରସଙ୍ଗ ବାବଦରେ କିଛି ଆଲୋଚନା କରିବାକୁ ଚାହିଁଲେ ସେହି ପ୍ରସଙ୍ଗର "ଆଲୋଚନା" ପୃଷ୍ଠାକୁ ଯାଇ ସେଠି ନିଜ ମତାମତ ପରେ ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏହା ଆପଣଙ୍କ ନାମ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସହଯୋଗ ଲୋଡ଼ା ପଡ଼ିଲେ, ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ଏହି ପୃଷ୍ଠାରେ ପ୍ରଶ୍ନ ଆଗରୁ ଏଇ କୋଡ଼ {{help me}} ନକଲ କରି ପକାଇଦିଅନ୍ତୁ । --ସୁଭାସିସ ପାଣିଗାହି (ଆଳାପ) ୦୭:୦୮, ୬ ଜାନୁଆରୀ ୨୦୧୬ (UTC)



ଆଦ୍ୟାଶା, ଅଞ୍ଜୁମ ଚୋପ୍ରା ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ ତୁମେ ମୋ ପାଇଁ ପ୍ରଶ୍ନଟିଏ ପଚାରିଥିଲ । ଅଳ୍ପଦିନ ହେବ ଲେଖିବା ଆରମ୍ଭ କରି ମଧ୍ୟ ଏତେ ବଡ଼ ପ୍ରସଙ୍ଗ ଲେଖିପାରିଛ, ସେଥିପାଇଁ ତୁମକୁ ବହୁତ ଅଭିନନ୍ଦନ । ପ୍ରସଙ୍ଗରେ ବେଶି କିଛି ଭୁଲ ନଥିଲା । ହଁ ଛୋଟ ମୋଟ ଯାହା କିଛି ମୁଁ ବଦଳେଇଛି, ତାହା ତୁମେ ପ୍ରସଙ୍ଗର ଇତିହାସକୁ ଯାଇ ଦେଖି ପାରିବ । ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ବାବଦରେ, ଉପରେ ତୁମ ଆଲୋଚନା ପୃଷ୍ଠାରେ ଯାହା ଲେଖାଯାଇଛି, ତାହା ତୁମେ ପଢିଥିବ ବୋଲି ଆଶା । ତା ବ୍ୟତିତ, ଯେତେବେଳେ କୌଣସି ପ୍ରସଙ୍ଗକୁ ଅନ୍ୟଭାଷାରୁ ଅନୁବାଦ କରୁଛ, ମୂଳ ପ୍ରସଙ୍ଗଟିକୁ ବୁଝି ନିଜ ଶବ୍ଦ ବ୍ୟବହାର କରି ଲେଖିଲେ ପ୍ରସଙ୍ଗଟି ଆହୁରି ଭଲ ହେବ । ଶବ୍ଦରୁ ଶବ୍ଦକୁ ଅନୁବାଦ କରିବା ଅନାବଶ୍ୟକ । ତେବେ ଭଲ ଲେଖୁଛ, ଆଗକୁ ଆହୁରି ଭଲ ଲେଖିବ ବୋଲି ମୋର ବିଶ୍ଵାସ । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୩୮, ୮ ଅପ୍ରେଲ ୨୦୧୬ (IST)[reply]

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ[ସମ୍ପାଦନା]

ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?)

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST)[reply]

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣ[ସମ୍ପାଦନା]

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯
ନମସ୍କାର,
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍‌ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ ।

ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ ।

ପରମ ବୀର ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୨୦୨୩ ସେପ୍ଟେମ୍ବର ୧୫ - ୨୦

ଆସନ୍ତା ସେପ୍ଟେମ୍ବର ୧୫ରୁ ଆରମ୍ଭ ହେଉଛି ପରମ ବୀର ଚକ୍ର ଗଣସମ୍ପାଦନା । ଆସନ୍ତୁ ମିଶି ଲେଖିବା ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମ ବୀର ଚକ୍ରରେ ସମ୍ମାନିତ ୨୧ ଜଣ ସୈନିକଙ୍କ ଉପରେ ପ୍ରସଙ୍ଗ ।

ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)