Jump to content

ନରଟ୍ରିପ୍ଟିଲିନ

ଉଇକିପିଡ଼ିଆ‌ରୁ
ନରଟ୍ରିପ୍ଟିଲିନ
Skeletal formula of nortriptyline
Ball-and-stick model of the nortriptyline molecule
Clinical data
Trade namesPamelor, Noritren, Nortrilen, others
SynonymsDesitriptyline; ELF-101; E.L.F. 101; N-7048
AHFS/Drugs.commonograph
MedlinePlusa682620
Pregnancy
category
  • AU: C
  • US: D (Evidence of risk)
    Routes of
    administration
    By mouth
    Drug classTricyclic antidepressant (TCA)
    ATC code
    Legal status
    Legal status
    Pharmacokinetic data
    Bioavailability32–79[]
    Protein binding92%[]
    MetabolismLiver
    Metabolites10-E-Hydroxynortriptyline
    Elimination half-life18–44 hours (mean 30 hours)[]
    ExcretionUrine: 40%[]
    Feces: minor[]
    Identifiers
    • 3-(10,11-Dihydro-5H-dibenzo[a,d]cyclohepten-5-ylidene)-N-methyl-1-propanamine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.717 Edit this at Wikidata
    Chemical and physical data
    FormulaC19H21N
    Molar mass263.384 g/mol
    3D model (JSmol)
    • c3cc2c(/C(c1c(cccc1)CC2)=C/CCNC)cc3
    • InChI=1S/C19H21N/c1-20-14-6-11-19-17-9-4-2-7-15(17)12-13-16-8-3-5-10-18(16)19/h2-5,7-11,20H,6,12-14H2,1H3 checkY
    • Key:PHVGLTMQBUFIQQ-UHFFFAOYSA-N checkY
      (verify)

    ନରଟ୍ରିପ୍ଟିଲିନ (ଇଂରାଜୀ ଭାଷାରେ Nortriptyline, ଏକ ବିକ୍ରୟ ନାମ ପାମେଲୋର/ Pamelor) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀ, ନିଉରୋପାଥିକ ଯନ୍ତ୍ରଣା (neuropathic pain), ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର, ଧୂମ୍ରପାନ ବନ୍ଦଉଦ୍‌ବେଗ ଆଦି ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହୃତ ହୁଏ ।[][] ଯୁବକମାନଙ୍କର ଅବସାଦ ଚିକିତ୍ସାରେ ଉପକାରୀ ହୁଏନାହିଁ ।[] ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର ରୋଗରେ ଏହା ଅଳ୍ପ ପସନ୍ଦର ଚିକିତ୍ସା । [] ପାଟିରେ ଏହି ଔଷଧ ଦିଆଯାଏ । []

    ନରଟ୍ରିପ୍ଟିଲିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଷ୍କ ପାଟି, କୋଷ୍ଠକାଠିନ୍ୟ, ଝାପ୍‌ସା ଦୃଷ୍ଟି, ଠିଆରେ ଅଳ୍ପ ରକ୍ତଚାପ (low blood pressure with standing) ଓ ଦୁର୍ବଳତା ହୋଇପାରେ ।[] ସାଂଘାତିକ ପ୍ରତିକ୍ରିୟା ହେଲେ ବାତ (seizures), ୨୬ ବର୍ଷ ବୟସରୁ କମ ପିଲାଙ୍କ ଆତ୍ମହତ୍ୟା ପ୍ରବଣତା,ୟୁରିନାରି ରିଟେନସନ, ଗ୍ଲକୋମା, ମାନିଆ (mania) ଓ ଅନେକ ପ୍ରକାରର ହୃତ‌ପିଣ୍ଡ ସମସ୍ୟା ଉତ୍ପନ୍ନ ହୋଇପାରେ ।[] ଗର୍ଭାବସ୍ଥାରେ ଏହି ଔଷଧ ଦେଲେ ସମସ୍ୟା ସୃଷ୍ଟି ହୋଇପାରେ । [] କିନ୍ତୁ ସ୍ତନ୍ୟପାନ (breastfeeding) ସମୟରେ ଏହା ଅପେକ୍ଷାକୃତ ନିରାପଦ ଥିବା ଜଣାଯାଏ ।[] ଏହା ଏକ ଟ୍ରାଇସାଇକ୍ଲିକ ଆଣ୍ଟିଡେପ୍ରେସାଣ୍ଟ (tricyclic antidepressant ) ଓ ଏହା ସେରୋଟୋନିନ (serotonin) ଓ ନରଏପିନେଫ୍ରିନ (norepinephrine) ସ୍ତର ବଦଳ କରି କାର୍ଯ୍ୟକ୍ଷମ ହୋଇଥାଏ ।[]

    ନରଟ୍ରିପ୍ଟିଲିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସନ ୧୯୬୪ରେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । [] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ହୋଲସେଲ ବାବଦ ଏକ ମାସରେ ପ୍ରାୟ ୪.୨୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[] ସନ ୨୦୧୬ରେ ଏହାର ୩.୧ ପ୍ରେକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାର ୧୯୨ ସ୍ଥାନରେ ଥିଲା ।[]

    1. 1 2 3 4 5 Thomas L. Lemke; David A. Williams (24 January 2012). Foye's Principles of Medicinal Chemistry. Lippincott Williams & Wilkins. pp. 588–. ISBN 978-1-60913-345-0.
    2. 1 2 3 4 British national formulary : BNF 76 (76 ed.). Pharmaceutical Press. 2018. p. 374. ISBN 9780857113382.
    3. 1 2 3 4 5 6 7 8 9 "Nortriptyline Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 22 March 2019.
    4. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    5. "The Top 300 of 2019". clincalc.com. Retrieved 26 February 2019.

    ବାହ୍ୟ ଲିଙ୍କ

    [ସମ୍ପାଦନା]