ସାନ୍ତାଳ ଜନଜାତି
ଏହି ପ୍ରସଙ୍ଗଟିରେ ଗୋଟିଏ ମଧ୍ୟ ଆଧାର ଦିଆଯାଇନାହିଁ । |
![]() | ଏହି ପ୍ରସଙ୍ଗର ମୂଳ ବିଭାଗଟି ଆଉଥରେ ଲେଖାହେବା ଉଚିତ । |
ଜୀବନ[ସମ୍ପାଦନା]
ଭାରତରେ ନାନା ଜନ ଯାତିର ଆଦିବାସୀ ବସବାସ କରିଥାନ୍ତି |ସେମାନଙ୍କ ଭିତରୁ ସାନ୍ତାଳ ଜନ ଜାତି ଅନ୍ୟତମ | ଏମାନଙ୍କର ଜୀବନ ଅତି ସରଳ ଅଟେ | ଏମାନେ ପ୍ରତି ମୁହୁର୍ତ୍ତରେ ଜୀବନକୁ ଅତି ଆନନ୍ଦରେ ବିତାଇଥାନ୍ତି |ଏମାନେ ବଂଚିବା ପାଇଁ ସଦାସର୍ବଦା ସଂଗ୍ରାମ କରିଥାନ୍ତି ।ଏମାନଙ୍କର ଖାଇବା,ପିଇବା ଓ ଚାଲିଚଳନ ଅତି ସାଧାରଣ ଅଟେ | ଓଡ଼ିଶା ଏକ ଆଦିବାସୀ ପ୍ରଧାନ ରାଜ୍ୟ |ସମୁଦାୟ ୩୦ଟି ଜିଲ୍ଲା ମଧ୍ୟରୁ ସବୁଠାରୁ ବୃହତମ ଜିଲ୍ଲା ମୟୁରଭଞ୍ଜରେ ଶତକଡା ୫୫ ଭାଗ ଆଦିବାସୀ ଜନ ଯାତିର ଲୋକେ ବାସ କରନ୍ତି |ଏମାନଂକ ଜୀବନ ଜିବିକା ମାଟି,ପାଣି,ଜିବଜନ୍ତୁ,ଗଛଲତା,ଝରଣା,ପାହାଡକୁ ନେଇ ଅତି ସହଜ,ସରଳ ଓ ଚପଳ ଭାବେ ଚାଲିଥାଏ |ଭୂୟା,କଲହ,ବାଥୁଡି,ପରଜା ଓ ସାନ୍ତାଳ ପ୍ରଭୃତି ଜନ ଜାତି ନାଚିନାଚି ପ୍ରକୃତି କୋଳରେ ହଜାଇ ଦିଅନ୍ତି |ମକର,କରମା ପୂଜା ଓ ବିଭିନ ଧର୍ମ ବିଶ୍ୱାସ ପୂଜାକୁ ଏମାନେ ଅତି ଆନନ୍ଦର ସହ ପାଳନ କରିଥାନ୍ତି |
ଜୀବିକା[ସମ୍ପାଦନା]
ଜୀବନକୁ ବଂଚାଈବା ପାଇଁ ଏମାନେ ବିଭିନ୍ନ ଜୀବିକା ଉପରେ ନିର୍ଭର କରିଥାନ୍ତି |ସେମାନେ ମୁଖ୍ୟତଃ ଚାସ ଉପରେ ନିର୍ଭର କରିଥାନ୍ତି | ସେମାନେ ବର୍ଷରେ ଦୁଈ ପ୍ରକାରର ଫସଲ କାଯ୍ୟ କରନ୍ତି, ରବି ଫସଲ ଓ ଖରିଫ ଫସଲ |ଏମାନେ ମୁଖ୍ୟ ଧାନ ଚାଷ କରିଥାନ୍ତି |ଧାନକୁ ଅମଳ କରି କିଛି ଧାନ ଖାଈବା ପାଈ ଘରେ ରଖନ୍ତି ଓ ଦରକାର ସମୟରେ କିଛି ଧାନ ବଜାରରେ ବିକ୍ରି କରି ଟଂକା ଉପାର୍ଜନ କରିଥାନ୍ତି |ତାହାଛଡା ସେମାନେ ଖରା ଦିନେ ନଦୀ ପାଖରେ ପନିପରିବା ଚାଷ କରି ଜୀବିକା ଅର୍ଜନ କରିଥାନ୍ତି |ତାହା ସହିତ ସେମାନେ ଜଂଗଲରୁ କାଠ ,ସାଳ ପତ୍ର ,ଛତୁ, ମହୁଲ,କେଂନ୍ଦୁ ପତର ଓ ନିମ୍ବ ମଞିକୁ ସଂଗ୍ରହ କରି ବିକ୍ରି କରିଥାନ୍ତି |
ତାହା ସହିତ କେତେକ ସାନ୍ତାଳି ମହିଳାମାନେ ହାଟରେ ହାନ ଡିଆ ବିକ୍ରି କରି ପଇସା ପାଇଥାନ୍ତି | ସେମିତି କେତେକ ପୁରୁଷ ଲୋକମାନେ ଚଣା ଦୋକାନି ହୋଇ ହାଟ,ଖେଳ ପଡ଼ିଆ ଓ ମେଳାରେ ଚଣା ବିକ୍ରି କରି ଟଂକା ରୋଜଗାର କରିଥାନ୍ତି | ଚାଷରୁ ଯାହା ଅର୍ଥ ପାଇଥାନ୍ତି ,ତାହା ପରିବାର ପାଇ ନିଅଁଟ ପଡ଼ିଥାଏ | ତେଣୁ ଅର୍ଥର ଅଭାବ ଯୋଗୁ ଏମାନେ ସହରକୁ ଯାଇ କାମ କରି ଅର୍ଥ ଉପାର୍ଜନ କରନ୍ତି |
ସାନ୍ତାଳମାନଙ୍କର ଜୀବନ[ସମ୍ପାଦନା]
ଭାରତ ବର୍ଷରେ ନାନା ଜନ ଜାତିର ଆଦିବାସୀ ବସବାସ କରନ୍ତି | ସେମାନଙ୍କ ଭିତରୁ ସାନ୍ତାଳ ଜନ ଜାତି ଅନ୍ୟତମ | ଏମାନଙ୍କର ଜୀବନ ଅତି ସରଳ ଅଟେ | ପ୍ରତି ମୁହୁରତରେ ଜୀବନକୁ ଅତି ଆନନ୍ଦରେ ବିତାଇ ଥାନ୍ତି | ଏମାନେ ବଞ୍ଚିବା ପାଇଁ ସଂଗ୍ରାମ କରି ଥାନ୍ତି |ଜୀବନ ଯାପନ ଅତି ସରଳ ଅଟେ |ସାନ୍ତାଳ ମାନଙ୍କର ସଂସ୍କୃତି ସମସ୍ତଙ୍କୁ ଆକର୍ଷିତ କରିପାରିଛି |
ଆଧାର[ସମ୍ପାଦନା]
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |