ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୯

ଉଇକିପିଡ଼ିଆ‌ରୁ

ଓଡ଼ିଆ ଲୋକକଥା, ସାହାଡା ବୃକ୍ଷ କବିତାରେ କିପରି ସଫଳ ଭାବରେ ଉପସ୍ଥାପିତ ହୋଇଛି - ଆଲୋଚନା କର ans +2 1st year 2023

ସିଆଇଏସ-ଏଟୁକେ (CIS-A2K)ର ବାର୍ଷିକ ଯୋଜନା ନିମନ୍ତେ ଆଲୋଚନା[ସମ୍ପାଦନା]

ସିଆଇଏସ-ଏଟୁକେ (CIS-A2K)ର ଗତ ବର୍ଷର (୨୦୧୩-୨୦୧୪) ବାର୍ଷିକ ଯୋଜନା ପ୍ରସ୍ତୁତ ବେଳେ ଓଡ଼ିଆକୁ ଏକ ମୁଖ୍ୟ ଭାଷା ଭାବେ ଗ୍ରହଣ କରାଯାଇଥିଲା । ଅନେକ ଅଭିଜ୍ଞ ଉଇକିଆଳି ଏହି ଯୋଜନା ପ୍ରସ୍ତୁତିରେ ସହଯୋଗ କରିଥିଲେ । ଗତବର୍ଷର ନାନାଦି କାର୍ଯ୍ୟକ୍ରମର ସଫଳତା, ବିଫଳତା, ଶିକ୍ଷା ଓ ମତାମତକୁ ଭିତ୍ତି କରି ଏହି ସମ୍ଭାବିତ ଯୋଜନା ପ୍ରସ୍ତୁତ କରାଯାଇଛି । ଏହା ଓଡ଼ିଆ ଉଇକିଆଳିଙ୍କ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ପଠିତ ଓ କାର୍ଯ୍ୟରେ ପରିଣତ ହେବା ନିମନ୍ତେ ଗୃହୀତ ହେବାପରେ ବିଭିନ୍ନ କାମ ଆରମ୍ଭ ହେବ । ଏହି ଯୋଜନା ଚଳିତ ବର୍ଷର ଜୁନଠାରୁ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ସମ୍ବାବିତ କାର୍ଯ୍ୟକ୍ରମକୁ ଆଖିରେ ରଖି ତିଆରି କରାଯାଇଛି । ଯଦି କିଛି ଉପଯୋଗୀ ସମ୍ଭାବନା ଆଗକୁ ଆସେ ସିଆଇଏସ-ଏଟୁକେ ତାହା ଗ୍ରହଣ କରିବ ଓ ଏଥିରେ ଅନ୍ତର୍ଭୁକ୍ତ କରିବ । ଏହି ଯୋଜନାର ମୂଳ ଇଂରାଜୀ ଯୋଜନା ମେଟା-ଉଇକିରେ ଉପଲବ୍ଧ । ଏହା ଏକ ଦୀର୍ଘ ଯୋଜନା ହୋଇଥିବାରୁ କେବଳ ମୁଖ୍ୟ ନାମ ଓ ଉପକ୍ରମଟିକୁ ଓଡ଼ିଆରେ ଅନୁବାଦ କରାଯାଇଛି । ଯୋଜନାଟିକୁ ଆପଣମାନେ ଏହି ବାର୍ଷିକ ଯୋଜନା ପୃଷ୍ଠାରେ ପଢ଼ିପାରିବେ ଓ ପୃଷ୍ଠାର ଆଲୋଚନା ପୃଷ୍ଠାରେ ଆପଣମାନଙ୍କ ମତାମତ ରଖିପାରିବେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୧:୨୪, ୨୫ ମାର୍ଚ୍ଚ ୨୦୧୪ (UTC)

ଓଡ଼ିଆରେ ଉଇକି-ପାଠାଗାର (ଉଇକିସୋର୍ସ) ପ୍ରକଳ୍ପକୁ ପୁନରାରମ୍ଭ କରିବା ଉଦ୍ଦେଶ୍ୟରେ ସୀମିତ କିଛି ବହିର ଡିଜିଟାଇଜେସନ ପାଇଁ ମଧ୍ୟ ଆଉ ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ଦୟାକରି ସେହି ପ୍ରକଳ୍ପର ଆଲୋଚନା ପୃଷ୍ଠାରେ ନିଜର ମତାମତ ଓ ପରାମର୍ଶ ରଖିବେ ।

ଉଇକିଆଳିମାନଙ୍କୁ ଅନୁରୋଧ ଉଭୟ ଯୋଜନାରେ ଆଗାମୀ ମାସ ୧୫ ତାରିଖ ମଧ୍ୟରେ ନିଜର ମତାମତ ଓ ପରାମର୍ଶ ଆଦି ରଖିଲେ ଆପଣଙ୍କ ମତ ଅନୁସାରେ ଆମେ ସହଳ ବଦଳ କରି କାର୍ଯ୍ୟକାରୀ କରିବା ଦିଗରେ ଆଗେଇପାରିବୁ । ଧନ୍ୟବାଦ--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୨:୧୮, ୨୭ ମାର୍ଚ୍ଚ ୨୦୧୪ (UTC)

ସୃଜନିକାର ଡିଜିଟାଲ ପୁସ୍ତକ ଯୋଗାଣ[ସମ୍ପାଦନା]

ପିଲାଛୁଆ ସଂସାରକୁ ଛାଡି ଭୁବନେଶ୍ଵର ୩୦.୩.୨୦୧୪ରେ ଓଡିଶା ଦିବସ ପାଳନ ପାଇଁ ଯାଇଥିଲି ଓ ଅନ୍ୟମାନେ ମଧ୍ୟ ଏଥିରେ ଯୋଗଦେଇଥିଲେ । କିନ୍ତୁ, ମୋର ଏକ ଦୁରନ୍ତ ଅଭିଳାଷ ପୂରଣ ହେବ, ସୃଜନିକା ଦ୍ଵାରା ସମସ୍ତ ଡିଜିଟାଲ ପୁସ୍ତକଗୁଡିକ ମିଳିବାର ଖୁସିରେ ମନ ମୋର ଉଡୁଥିଲା ସୀମାହୀନ ଆକାଶରେ । କିନ୍ତୁ ଆମ୍ବ ବଦଳରେ ଆମ୍ବଡା ମିଳିଲା ।--Dsasanka (ମୋ ଆଲୋଚନା) ୧୧:୦୯, ୩ ଅପ୍ରେଲ ୨୦୧୪ (UTC)

ଶଶାଙ୍କ ଭାଇ, ସୃଜନିକା ଏ ମୁହୂର୍ତ୍ତରେ ବହିମାନ ଆମକୁ ଦେବା ପାଇଁ ଖୋଲାଖୋଲି ମନା କରିଛନ୍ତି । କିଛି ଦିନ ଅପେକ୍ଷା କରି ସେ ଭିତରେ ଗୋଟେ ଭଲ ପ୍ରସ୍ତାବ ସେମାନଙ୍କୁ ଦେବାକୁ ପଡ଼ିବ । ସେମାନଙ୍କ ମନକୁ ପାଇଲେ ସେମାନେ ଆମକୁ ବହି ଯୋଗାଇବେ । ତେଣୁ ମୋର ବିନୀତ ଅନୁରୋଧ କିଛି କାଳ ଧୈର୍ଯ୍ୟ ଧର, ନିଶ୍ଚେ ମିଳିବ ସେ ସବୁ ବହି । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୫:୪୧, ୩ ଅପ୍ରେଲ ୨୦୧୪ (UTC)

ଲୋଗୋରେ ବଦଳ ନିମନ୍ତେ ପ୍ରସ୍ତାବ[ସମ୍ପାଦନା]

"ଓଡ଼ିଆ ଓଟି ଜଗନ୍ନାଥ" ଫଣ୍ଟର ବ୍ୟବହାର[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ଲୋଗୋରେ ବ୍ୟବହୃତ ଫଣ୍ଟ "ମୁକ୍ତା" ସମ୍ପୂର୍ଣ୍ଣ ରୂପେ ଫ୍ରି ଲାଇସେନ୍ସ ଯୁକ୍ତ ନୁହେଁ-ଏହା କେବଳ ଅଣଲାଭକାରୀ ଉଦ୍ଦେଶ୍ୟରେ ବ୍ୟବହାର ହେଇପାରିବ ଯାହା କିଛି ମାତ୍ରାରେ ଉଇକିପିଡ଼ିଆର ମୂଳ ନିୟମ (ସମ୍ପୂର୍ଣ୍ଣ ଖୋଲା, ଲାଭକାରୀ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହୃତ ହୋଇପାରିବ)ର ବ୍ୟତିକ୍ରମ । ଏବେ ଆମ ଉଦ୍ୟମରେ "ଓଡ଼ିଆ ଓଟି ଜଗନ୍ନାଥ" ଫଣ୍ଟ ସମ୍ପୂର୍ଣ୍ଣ ଖୋଲା ଲାଇସେନ୍ସ ବିତରିତ ହୋଇଛି । ଏହାର ନିର୍ମାଣ ତଥା ପରଖରେ ଓଡ଼ିଆ ଉଇକିଆଳୀଙ୍କ ଅବଦାନ ମଧ୍ୟ ରହିଛି । ତେଣୁ ଏହି ଫଣ୍ଟକୁ ଓଡ଼ିଆ ଉଇକିପିଡ଼ିଆର ଲୋଗୋରେ ବ୍ୟବହାର କରିବାକୁ ପ୍ରସ୍ତାବ ରଖୁଛି ।

ଏହା ଏକ ଉଦାହରଣ ଲୋଗୋ, ଏଥିରେ "ଓଡ଼ିଆ ଓଟି ଜଗନ୍ନାଥ" ବ୍ୟବହାର କରାଯାଇଛି ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୮:୩୦, ୪ ଅପ୍ରେଲ ୨୦୧୪ (UTC)

ସମର୍ଥନ ସମର୍ଥନ[ସମ୍ପାଦନା]

  1. ପ୍ରସ୍ତାବକ ଭାବେ...--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୦୨, ୩ ଅପ୍ରେଲ ୨୦୧୪ (UTC)
  2. ହଁ, ଭଲ ହେବ । -- ଅଂଶୁମାନ ତାର ଯୋଡ଼ିବେ? ୧୪:୫୮, ୩ ଅପ୍ରେଲ ୨୦୧୪ (UTC)
  3. ଠିକ କଥା, ଏହା ହେବା ଉଚିତ--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୯:୩୪, ୩ ଅପ୍ରେଲ ୨୦୧୪ (UTC)
  4. ସମର୍ଥନ ।--ଶିତିକଣ୍ଠ (ଆଲୋଚନା) ୨୨:୫୧, ୩ ଅପ୍ରେଲ ୨୦୧୪ (UTC)
  5. ସମର୍ଥନ --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୬:୧୭, ୪ ଅପ୍ରେଲ ୨୦୧୪ (UTC)
  6. ସମର୍ଥନ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୪୬, ୪ ଅପ୍ରେଲ ୨୦୧୪ (UTC)
  7. ହଁ, ଭଲ ହେବ । --ଆଦିତ୍ୟ ମହାର (ଆଲୋଚନା) ୧୨:୩୦, ୧୬ ଅପ୍ରେଲ ୨୦୧୪ (UTC)
  8. ସମ୍ପୁର୍ନ ସମର୍ଥନ । --ଚିଦାନନ୍ଦ ସାହୁ (ମୋ ଆଲୋଚନା) ୦୦:୦୫, ୨୬ ଅପ୍ରେଲ ୨୦୧୪ (UTC)

ବିରୋଧ ବିରୋଧ[ସମ୍ପାଦନା]

ଭିନ୍ନ ମତ ଭିନ୍ନ ମତ[ସମ୍ପାଦନା]

  1. ଏହି ଫଣ୍ଟ ବ୍ୟବହାର କରି ଗୋଟିଏ Sample ଲେଖା ଏଠାରେ ପ୍ରଥମେ ଲେଖାଯାଉ । କେତେ ଭଲ ଦେଖାଯାଉଛି, ସମସ୍ତେ ଦେଖନ୍ତୁ । ଲାଇସେନ୍ସ ନିୟମ ଅନୁସାରେ ବଦଳେଇବା ଉଚିତ । --Subas Chandra Rout (ମୋ ଆଲୋଚନା) ୦୬:୫୬, ୪ ଅପ୍ରେଲ ୨୦୧୪ (UTC)
  2. ସୁବାଷ ବାବୁଙ୍କ ସହ ଏକମତ । ବର୍ତ୍ତମାନ ଫଣ୍ଟଟି ଭଲ ଦେଖାଯାଉନାହିଁ । "ଓଡ଼ିଆ ଓଟି ଜଗନ୍ନାଥ" ଫଣ୍ଟରେ Sample ଲେଖାଟିଏ ଦେଖିସାରି ନିଷ୍ପତି ନେବା । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୭:୧୪, ୪ ଅପ୍ରେଲ ୨୦୧୪ (UTC)

ଉପଶିରୋନାମକୁ ଖୋଲାଜ୍ଞାନକୋଷ ଲେଖିବା[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆର ଲୋଗୋରେ ଥିବା ଉପଶିରୋନାମ "the free encyclopedia"ର ଅନୁବାଦ "ଏକ ଖୋଲା ଜ୍ଞାନକୋଷ" ଲେଖାଯାଇଛି । ଏହାକୁ ବଦଳାଇ "ଏକ ଖୋଲା ଜ୍ଞାନକୋଷ" ବଦଳରେ କେବଳ "ଖୋଲା ଜ୍ଞାନକୋଷ" ଲେଖିବାକୁ ପ୍ରସ୍ତାବ ରଖୁଛି ।

ସମର୍ଥନ ସମର୍ଥନ[ସମ୍ପାଦନା]

  1. ପ୍ରସ୍ତାବକ ଭାବେ...--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୦୩, ୩ ଅପ୍ରେଲ ୨୦୧୪ (UTC)
  2. ସମର୍ଥନ । ଓଡ଼ିଆ ବ୍ୟାକରଣ ଅନୁସାରେ "ଏକ ବହି", "ଏକ ଲୋକ", "ଏକ କଲମ" ବଦଳରେ "ବହି/ବହିଟିଏ", "ଲୋକ/ଜଣେ ଲୋକ", "କଲମ/କଲମଟିଏ" ହୁଏ । ଏ କ୍ଷେତ୍ରରେ "ଖୋଲା ଜ୍ଞାନକୋଷ" ପ୍ରଥମେ, ତା ପରେ "ଗୋଟିଏ ଖୋଲା ଜ୍ଞାନକୋଷ" କିମ୍ବା "ଖୋଲା ଜ୍ଞାନକୋଷଟିଏ" ଠିକ ହେବ ବୋଲି ମୋର ବ୍ୟକ୍ତିଗତ ମତ । ତେବେ ସମସ୍ତେ ଯେଉଁ ମତ ଦେବେ ଆମେ ସେ ମତକୁ ଗ୍ରହଣ କରିବା ଠିକ ହେବ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୭:୩୫, ୪ ଅପ୍ରେଲ ୨୦୧୪ (UTC)

ବିରୋଧ ବିରୋଧ[ସମ୍ପାଦନା]

  1. ମୁଁ ଭାବୁଛି ଯେ ଏକ ଖୋଲା ଜ୍ଞାନକୋଷ ଠିକ ଅଛି। ଖାଲି ଖୋଲା ଜ୍ଞାନକୋଷ ଲେଖିଲେ ମୁଣ୍ଡିଆ ଦେଖାଯିବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୩:୨୪, ୪ ଅପ୍ରେଲ ୨୦୧୪ (UTC)

ଭିନ୍ନ ମତ ଭିନ୍ନ ମତ[ସମ୍ପାଦନା]

  1. "ଓଡ଼ିଆ ଉଇକିପିଡିଆ, ଏକ ଖୋଲା ଜ୍ଞାନକୋଷ" ଶୁଣିବାକୁ ଭଲଲାଗୁଛି । ଏମିତି ବି ଚଳିବ। -- ଅଂଶୁମାନ ତାର ଯୋଡ଼ିବେ? ୧୪:୫୮, ୩ ଅପ୍ରେଲ ୨୦୧୪ (UTC)
  2. ମୁଁ ଅଂଶୁମାନ ଭାଇଙ୍କ ସହ ଏକମତ । ଏକ ଖୋଲା ଜ୍ଞାନକୋଷ ଭଲ ଶୁଣାଯାଉଛି । ଠିକ ଓଡ଼ିଆ ଉଇକିପିଡିଆର ସଂକ୍ଷିପ୍ତ ପରିଚୟ ଭଳି ଲାଗୁଛି । ଇଂରାଜିକୁ ସିଧାସଳଖ ଅନୁବାଦ କରିବାର ଆବଶ୍ୟକତା ବୋଧେ ସେମିତି କିଛି ନାହିଁ । ସମସ୍ତଙ୍କ ମତ ନିଆଯାଉ ଓ ବହୁମତ ଅନୁସାରେ କାର୍ଯ୍ୟ ହେଉ ।--ଶିତିକଣ୍ଠ (ଆଲୋଚନା) ୨୨:୫୧, ୩ ଅପ୍ରେଲ ୨୦୧୪ (UTC)
  3. ଇଂରାଜୀରେ Free ଶବ୍ଦଟି ମାଗଣା ଅର୍ଥରେ ବ୍ୟବହାର ହୋଇଛି କି ଯେ କୌଣସି ଲୋକ ଏହାକୁ ସମ୍ପାଦନା କରି ପାରିବା ଅର୍ଥରେ ବ୍ୟବହାର ହୋଇଛି ? ୨ୟ ଅର୍ଥ ଅନୁସାରେ ଖୋଲା ଠିକ ଅଛି । ୧ମ ଅନୁସାରେ ଏହା ଠିକ ନୁହେଁ । ଆମେ ଖୋଲା ଜ୍ଞାନ ଦେଖି ଦେଖି ଅଭ୍ୟସ୍ତ ହୋଇଗଲୁଣି, ଭଲ ଲାଗୁଛି । ଫଣ୍ଟଟି କିନ୍ତୁ ଭଲ ଦେଖାଯାଉ ନାହିଁ । ସୁନ୍ଦର ଫଣ୍ଟରେ ଲେଖିଲେ ଭଲ ହେବ । --Subas Chandra Rout (ମୋ ଆଲୋଚନା) ୦୬:୪୯, ୪ ଅପ୍ରେଲ ୨୦୧୪ (UTC)
  4. ଏକ ମୁକ୍ତ ଜ୍ଞାନକୋଷ, ରଖିଲେ ଭଲ ହେବ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୭:୦୬, ୪ ଅପ୍ରେଲ ୨୦୧୪ (UTC)
  5. ପୁରୁଣା ଫଣ୍ଟ ଅପେକ୍ଷା ନୁଆ ଫଣ୍ଟର outline sharp ଅଛି । 'ଏକ ମୁକ୍ତ ଜ୍ଞାନକୋଷ' ଲେଖାଟି ଭଲ ହେବ । ଅକ୍ଷର ଆକାର sample ଅପେକ୍ଷା ଛୋଟ ହେଲେ ଭଲ ହେବ । ଅତି ବଡ଼ ହୋଇଯାଉଛି । --Subas Chandra Rout (ମୋ ଆଲୋଚନା) ୧୩:୨୧, ୪ ଅପ୍ରେଲ ୨୦୧୪ (UTC)
ସୁବାସ ସାର, ଫଣ୍ଟର ଆକାର ବଡ଼ କେବଳ କମ Text (ଏକ ଖୋଲା ଜ୍ଞାନକୋଷ ବଦଳରେ ଖୋଲା ଜ୍ଞାନକୋଷ) ଥିବା ହେତୁ ହୋଇଛି । ଆଉ ଏଡ଼ିଟିଂ କଲାବେଳେ ଗୋଟେ grid ଥାଏ, ସବୁ ଭାଷାର "ଉଇକିପିଡ଼ିଆ" ଲେଖାଥିବା text ସେଇ ଗ୍ରିଡ଼ ଭିତରେ ରଖିବାକୁ ପଡ଼ିବ । ତେଣୁ ତଳ text ରେ କଣ ରହିବ ତାହା ଆଗେ ସିଦ୍ଧାନ୍ତ ହେଇସାରୁ । "ଖୋଲା ଜ୍ଞାନକୋଷ" ନାଁ "ମୁକ୍ତ ଜ୍ଞାନକୋଷ" ନାଁ "ଏକ ଖୋଲା ଜ୍ଞାନକୋଷ" ନାଁ "ଏକ ମୁକ୍ତ ଜ୍ଞାନକୋଷ"। --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୪:୦୦, ୪ ଅପ୍ରେଲ ୨୦୧୪ (UTC)
  • "ଓଡ଼ିଆ ଉଇକିପିଡିଆ, ଏକ ଖୋଲା ଜ୍ଞାନକୋଷ" ପରିବର୍ତ୍ତେ ଅନ୍ୟକିଛି ଲେଖିବା ପୂର୍ବରୁ ସାଙ୍ଗସାଥି ଓ ବିଦ୍ଵାନମାନଙ୍କ ମତାମତ ନେଲେ ଭଲ ହେବ । ଆଗରୁ ଓଡ଼ିଶାରେ ଇଂରାଜୀ ଶିକ୍ଷକ ଅଧିକାଂଶ ବଙ୍ଗାଳୀ ଥିଲେ । ସେମାନେ ଇଂରାଜୀର ଅନୁବାଦ ଅଜବ ପ୍ରକାର କରୁଥିଲେ । ଉଦାହରଣ-This girl loves Rama.ର ଓଡ଼ିଆ ଅନୁବାଦ- ଏ ଟୋକୀଟା ରାମକୁ ପ୍ରେମକରୁଛି । ତେଣୁ ମୋମତରେ ଉପଶିରୋନାମାଟି ସରସ ସୁନ୍ଦର ଓ ଶ୍ରୁତିମଧୁର ହେବା ପାଇଁ ସମୟର ଅବଧି ମାସେ ଦୁଇମାସ ହେଲେ ଭଲ ହେବ ।--Dsasanka (ମୋ ଆଲୋଚନା) ୦୨:୦୯, ୮ ଅପ୍ରେଲ ୨୦୧୪ (UTC)
ଶଶାଙ୍କ ଭାଇ, ଆଲୋଚନାରେ ସକ୍ରିୟ ଯୋଗଦାନ ନିମନ୍ତେ ଆଉଥରେ ବଧାଇ! :) କେଉଁ କେଉଁ ବ୍ୟକ୍ତିବିଶେଷଙ୍କୁ ଯୋଗାଯୋଗ କରାଗଲେ ଭଲ ହେବ, ସେମାନଙ୍କ ଭିତରୁ ତମେ କାହାକୁ ବ୍ୟକ୍ତିଗତ ଭାବେ ଜାଣିଛ ଯଦି ଯୋଗାଯୋଗ କରି ତାଙ୍କ ମତ ଲିଖିତ ବା ମେଲ ଯୋଗେ ଆଣିପାରିଲେ ଭଲ ହେବ । ଆମକୁ ଯଦି ଅତି କମରେ ୫-୬ ଜଣ ଭାଷାବିଦଙ୍କ ପରାମର୍ଶ ଦରକାର ତେବେ ବୋଧେ ୨ ମାସରୁ କମ ସମୟ ଭିତରେ ତାହା ହୋଇପାରିବ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୫:୨୩, ୯ ଅପ୍ରେଲ ୨୦୧୪ (UTC)
  • ଓଡ଼ିଆ ଉଇକିପିଡିଆ, ଏକ ଖୋଲା ଜ୍ଞାନକୋଷ ଠିକ ଅଛି, ଯଦି ବଦଳାଯାଏ ତା ହେଲେ ଏକ ମୁକ୍ତ ଜ୍ଞାନକୋଷ କଲେ ମଧ୍ୟ ଭଲ ହେବ । --ଆଦିତ୍ୟ ମହାର (ଆଲୋଚନା) ୧୨:୪୩, ୧୬ ଅପ୍ରେଲ ୨୦୧୪ (UTC)

ଉଇକିଟୁଙ୍ଗି[ସମ୍ପାଦନା]

ଆସନ୍ତା ଜୁଲାଇ ୨୦୧୪ ରୁ ଜୁନ ୨୦୧୫ ବାର୍ଷିକ କାର୍ଯ୍ୟକ୍ରମରେ 'ଉଇକିପିଡିଆ ଟୁଙ୍ଗି' ସ୍ଥାନ ପାଇଛି । ଏହି ବିଷୟରେ ଚର୍ଚ୍ଚା କରିବା ନିମନ୍ତେ ମୋତେ ଫୋନ ଜରିଆରେ ସୁଭାସିସ ଅନୁରୋଧ କରିଛନ୍ତି । ମୁଁ ଗୋଟିଏ ପ୍ଲାନ ଲେଖିଛି । ସେଥିରେ ଅନ୍ୟମାନେ ଅଧିକ କିଛି ଲେଖି ନିଜ ମତ ଦେବାକୁ ଅନୁରୋଧ । ପ୍ରତି ପଏଣ୍ଟ ବିଷୟରେ ଆଲୋଚନା ଆବଶ୍ୟକ । ଅଳ୍ପ ଦିନ ମଧ୍ୟରେ ଏହି ବିଷୟରେ ଗୋଟିଏ IRC କରିବା ।

Wikitungi[ସମ୍ପାଦନା]

  1. Motivation of the Wikipedians for the gathering.
  2. Make a committee.
  3. Mode of personal communication in urgency: E-Mail, FaceBook or telephone? How to collect the address? Someone will be entrusted.
  4. Selection of the place of meet.
  5. Periodicity of the meet. Monthly or twice a month.
  6. About library: Place, purchase and collection of books, donation.
  7. Budget for food and conveyance may be prepared.

Outreach programme[ସମ୍ପାଦନା]

  1. Target will be mass communication institutes, high schools and DAV like schools.
  2. We have to meet the principals and discuss about Wikipedia. They should be apprised of the importance of Wikipedia with distribution of relevant books and leaflets.
  3. Assessment of the facilities available in the institutions for our mission.

Photographs of the cultural places[ସମ୍ପାଦନା]

  1. A taxi should be arranged for Wikipedian to visit places for snapping photographs, gathering documents, documenting oral history, etc. There won’t be any problem for this. Good cameras are required.

Edit-a-thon[ସମ୍ପାଦନା]

  1. Name of the articles should be prepared.
  2. Articles with proper references should be selected and sample writing by experts should be made before the D-Day.
  3. Each one should be allotted particular article/ articles to avoid superimposition.

What is this?[ସମ୍ପାଦନା]

(About 100-200 books and regular subscription to magazines and newspapers) – Stated in ଉଇକିପିଡ଼ିଆ:ବାର୍ଷିକ ଯୋଜନା (ଜୁଲାଇ ୨୦୧୪ - ଜୁନ ୨୦୧୫) This needs more clarification. ଧନ୍ୟବାଦ ସହ --Subas Chandra Rout (ମୋ ଆଲୋଚନା) ୧୭:୦୮, ୯ ଅପ୍ରେଲ ୨୦୧୪ (UTC)

ସାର, ଉଇକିଟୁଙ୍ଗି ବିଷୟରେ ଆଲୋଚନା ଆରମ୍ଭ କରିଥିବାରୁ ଅନେକ ସାଧୁବାଦ । ତେବେ ମୋ ତରଫରୁ ଦୁଇଟି ଅନୁରୋଧ: କ) ଯେହେତୁ ପ୍ରକଳ୍ପର ଭାଷା ଓଡ଼ିଆ ଆଲୋଚନା ଓଡ଼ିଆରେ ହେଲେ ଭଲ, ତେଣୁ ଆପଣ ଯଦି ଆଉଟିକେ ଶ୍ରମ କରି ଏ ଉପରଲିଖିତ ସମସ୍ତ ବିଷୟ ଓଡ଼ିଆରେ ଅନୁବାଦ କରିପାରିବେ ଖୁବ ସୁନ୍ଦର ହେବ ଖ) କେଉଁ ତାରିଖରେ କେତେବେଳେ ଆପଣ ଆଲୋଚନା କରିବାକୁ ମନସ୍ତ କରିଛନ୍ତି ତାହା ନିହାତି ଉଲ୍ଲେଖ କରିବେ । ଅନ୍ୟମାନେ ସେ ସମୟରେ ଉପସ୍ଥିତ ରହିବେ କି ନାଁ ଜଣାଇଲେ ସମସ୍ତଙ୍କୁ ସୁହାଉଥିବା ଗୋଟିଏ ସମୟ ସ୍ଥିର କରି ଆଲୋଚନା ହେବ । ଧନ୍ୟବାଦ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୪:୦୫, ୧୧ ଅପ୍ରେଲ ୨୦୧୪ (UTC)
ସମସ୍ତେ ଏହାକୁ ପଢ଼ି ଏହି ବିଷୟରେ କଅଣ କରିବା, ସେ କଥା ଆଗ ଭାବନ୍ତୁ । ଏହା ସମୟ ସାପେକ୍ଷ । ମୋର ସମୟ ଅଭାବରୁ ଇଂରାଜୀରେ ଲେଖିଛି, କାରଣ ଏହା ଟିକିଏ ଶୀଘ୍ର ହୁଏ, ଆପଣ ମଧ୍ୟ ଇଂରାଜୀରେ ସେହି କାରଣ ନିମନ୍ତେ ଅନେକ ଥର ଲେଖିଛନ୍ତି । ଧିରେ ଧିରେ ଓଡ଼ିଆରେ ଲେଖିବା । ଧନ୍ୟବାଦ । --Subas Chandra Rout (ମୋ ଆଲୋଚନା) ୦୪:୫୩, ୧୧ ଅପ୍ରେଲ ୨୦୧୪ (UTC)
ସାର, ଆପଣ ସମୟ ମିଳିଲେ ଅନୁବାଦଟି କରିବେ, କିନ୍ତୁ ବର୍ତ୍ତମାନ ନିମନ୍ତେ କେବେ ଓ କେତେବେଳେ IRC ଆଲୋଚନା ପାଇଁ ଆପଣ ଉଚିତ ମଣୁଛନ୍ତି ତାହା ଉଲ୍ଲେଖ କଲେ ଭଲ ହୁଅନ୍ତା । ନହେଲେ ସମସ୍ତେ ଅଲଗା ଅଲଗା ତାରିଖ ଓ ସମୟ କହିବେ ଓ ଆଲୋଚନା ପାଇଁ ଦିନ/ସମୟ ନିର୍ଦ୍ଧାରଣରେ ବିଳମ୍ବ ହେବ ବୋଲି ମୋର ଧାରଣା । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୦:୨୦, ୧୧ ଅପ୍ରେଲ ୨୦୧୪ (UTC)
  • ଆସନ୍ତା ଶନିବାର ୧୯/୦୪/୨୦୧୪ ଦିନ ସଂନ୍ଧ୍ୟା ୭. ୩୦ ମିନିଟ ସମୟରେ ଉଇକିଟୁଙ୍ଗୀ ବିଷୟରେ IRC ଆଲୋଚନା କରିବାକୁ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି । ଏହା ଗୋଟିଏ ଅତ୍ୟାବଶ୍ୟକ ଆଲୋଚନା । ଆପଣମାନେ ଉଇକିଟୁଙ୍ଗୀ ବିଷୟ ପଢ଼ି ସାରିଥିବେ ଓ ଏହା ନିମନ୍ତେ ବହୁମୂଲ୍ୟ ମତାମତ ଦେବାକୁ ଅନୁରୋଧ । --Subas Chandra Rout (ମୋ ଆଲୋଚନା) ୦୪:୪୬, ୧୭ ଅପ୍ରେଲ ୨୦୧୪ (UTC)

ଦ୍ୱନ୍ଦ, ଆଲୋଚନା, ସମାଲୋଚନା ଓ ସମାଧାନ[ସମ୍ପାଦନା]

ମୁଁ କିଛି ଲେଖିବା ଆରମ୍ଭ କରିବା ଆଗରୁ ଅନୁରୋଧ କରୁଛି କି ତଳେ ମୁଁ ଯାହା ଲେଖିଛି ତାହା ମୋର ବ୍ୟକ୍ତିଗତ କ୍ଷୋଭ ବା ଆକ୍ରୋଶ ନୁହେଁ, ବରଂ ଓଡ଼ିଆ ଉଇକିପିଡ଼ିଆର ବିକାଶ ଓ ଏଥିରେ ଅନ୍ତରାୟ ସୃଷ୍ଟି କରୁଥିବା କିଛି ବିଷୟ ବିଷୟରେ ଆଲୋଚନା ଓ ଆପଣମାନଙ୍କୁ ନିଜର ମତ ସମ୍ପୂର୍ଣ୍ଣ ଭାବେ ଦେବା ଅନୁରୋଧ ନିମନ୍ତେ ଉଦ୍ଦିଷ୍ଟ ।

ଓଡ଼ିଆ ଉଇକିପିଡ଼ିଆ ଦୀର୍ଘ ୩ ବର୍ଷ ଭିତରେ ଯେଉଁ ଅସୁବିଧା, ସଫଳତା, ବିଫଳତା ଓ ସେଥିରୁ ମିଳିଥିବା ଶିକ୍ଷା, ଅଭିଜ୍ଞତା ଓ ଅନୁଭୂତିକୁ ସାଉଁଟିଛି, ଏସବୁ ଏକ ଖୋଲା ଫର୍ଦ୍ଦରେ ଲିପିବଦ୍ଧ ହେବା ନିତାନ୍ତ ଆବଶ୍ୟକ । ଉଦ୍ଦେଶ୍ୟ ନଥିକରଣ ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ କିଛି ଶିକ୍ଷା ଓ ସୂଚନା ତିଆରି କରିବା ଯାହା ଏହି ଅଭିଯାନ - ଯେଉଁଥିରେ ଆମେ ସମସ୍ତେ ଭିନ୍ନ ଭିନ୍ନ ଭାବରେ ଅଂଶଗ୍ରହଣ କରି ବିଭିନ୍ନ ଭୂମିକା ତୁଲାଉଛୁ, ତାହାକୁ ଆଗକୁ ନେବ । ତେବେ ଯହେତୁ ମୁଁ କେବଳ ଜଣେ ଓଡ଼ିଆ ଉଇକିଆଳି ନୁହେଁ, ମୋର ସ୍ୱେଚ୍ଛାସେବୀ ଭାବରେ ଅବଦାନକୁ ଛାଡ଼ି ଦରମା ପାଉଛି ଅନେକ ସମୟରେ ମୋର କାମର ପରିଣାମ ପାଇଁ ମୋତେ ବିଭିନ୍ନ ଯାଗାରେ ଉତ୍ତର ଦେବାକୁ ପଡ଼ୁଛି । ନିକଟ ଅତୀତରେ CIS-A2Kର ଆଗାମୀ ଅନୁଦାନର ଅନୁରୋଧ ବିଷୟରେ ଚାଲିଥିବା ଆଲୋଚନାର ଓଡ଼ିଆ ଉଇକିପିଡ଼ିଆର ପୁରାତନ ସଦସ୍ୟ ଓ ପରିଚାଳକ କେବଳ ଜଣେ ଓଡ଼ିଆ ଉଇକିଆଳି ଭାବେ ମତଦେଇଛନ୍ତି । ଆଉଥରେ କହିରଖେ, ଯେ ଯେହେତୁ ମୁଁ ଉଭୟ ଭାବେ ଜଣେ ଓଡ଼ିଆ ଉଇକିଆଳି ଓ ଜଣେ କର୍ମଚାରୀ ମୋର ମତରେ ମୋର ଦିଓଟିତାକ ଭୂମିକାର ଅଂଶ ରହିଛି । ଅଂଶୁମାନଙ୍କ ମତ ଏଠାରେ ଉପସ୍ଥାପିତ କରିବା ଯୁକ୍ତିଯୁକ୍ତ: "And there has been no growth at Odia Wikipedia because of A2K, as it claims. The active community is happy because it gets financial support easily for the events!"

CIS-A2K କର୍ମଚାରୀମାନେ ଯେହେତୁ ତାଙ୍କର କାମ ପାଇଁ ଦରମା ଓ ଗସ୍ତଖର୍ଚ୍ଚ ପାଉଛନ୍ତି ତେଣୁ ସମସ୍ତ ଉଇକିଆଳିଙ୍କର ତାଙ୍କ କାମର ପରିଣାମ ଓ ଉଇକିପିଡ଼ିଆ ପାଇଁ ଲାଭ ବିଷୟରେ ପଚାରିବାର ଅବଶ୍ୟ ଅଧିକାର ରହିଛି । ତେବେ ଯେଉଁ ସ୍ୱେଚ୍ଛାସେବୀମାନେ ନିଜର ସମୟ ଓ ଶ୍ରମ ଦାନ କରି ଉଇକିପିଡ଼ିଆକୁ ଉନ୍ନତ କରିବା ପାଇଁ ଚେଷ୍ଟା କରୁଛନ୍ତି ସେଠାରେ ଉପରର ମତ ସେମାନଙ୍କର ପରିଶ୍ରମକୁ ତୁଚ୍ଛ କରି ଦେଖାଉଛି ବୋଲି ବୋଧ ହୁଏ ।

ଅନ୍ୟ ଏକ ମତରେ ଅଂଶୁମାନ ଲେଖିଚନ୍ତି ଯେ, "And about "No Outcome"; I mop at Odia Wikipedia and I regularly visit and keep track of edits there. CISA2K has created a lot of mess which need to be cleaned up." ଦୟାକରି କେଉଁ କେଉଁ CIS-A2K ଯୋଜନାବଦ୍ଧ କାର୍ଯ୍ୟକ୍ରମ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିଆଳି ସଙ୍ଘ ପାଇଁ ଅନ୍ତରାୟ ସୃଷ୍ଟି କରୁଛି ସ୍ପଷ୍ଟ କରି ଲେଖିଲେ ତାହା ଆଗକୁ ନ କରି ପୁରୁଣା ଭୁଲରୁ ମିଳିଥିବା ଶିକ୍ଷା ଅନୁସରଣରେ କାର୍ଯ୍ୟପନ୍ଥାକୁ ବଦଳାଇବୁ ।

ଅଂଶୁମାନଙ୍କ ଅଭିମତ ବିରୋଧରେ ଲେଖିବା ମୋର ଉଦ୍ଦେଶ୍ୟ ନୁହେଁ, କିନ୍ତୁ କେବଳ ସେ ଜଣେ ମାତ୍ର ଓଡ଼ିଆ ଉଇକିଆଳିଭାବେ ଭାରତ ଓ ବିଶ୍ୱସ୍ତରୀୟ ଆଲୋଚନାରେ ଏହି ମତମାନ ଦେଇଥିବାରୁ ଓ ସେସବୁ ମତ ଆମର କାମ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ହୋଇଥିବାରୁ ମୁଁ ଏଠାରେ ଖୋଲାଖୋଲି ଆଲୋଚନା ପାଇଁ ଅନୁରୋଧ କରୁଛି । ଏହି ସବୁ ବିଷୟ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଓ ଏହା ଜଣେ କାର୍ଯ୍ୟକ୍ରମ ଅଧିକାରୀ ଭାବେ ଓଡ଼ିଆ ଉଇକିପିଡ଼ିଆରେ ମୋର CIS-A2K ଆଗାମୀ ଯୋଜନାକୁ କାର୍ଯ୍ୟକାରୀ କରିବାର ଯୋଜନା ଉପରେ ସିଦ୍ଧାନ୍ତ ନିର୍ଭର କରେ । ମୁଁ ସମସ୍ତ ଉଇକିଆଳିଙ୍କୁ ଅନୁରୋଧ କରୁଛି ତଳେ ଥିବା ବିଷୟ ଉପରେ ଉପଯୁକ୍ତ ସ୍ଥାନରେ (ପ୍ରଥମଟି CIS-A2Kର ବାର୍ଷିକ ଯୋଜନାର ଆଲୋଚନାରେ ଓ ଦ୍ୱିତୀୟଟି ଏହି ଆଲୋଚନାର ଠିକ ତଳେ) ଦେବାକୁ ଅନୁରୋଧ ।

ଆପଣମାନଙ୍କୁ ମୁଁ ତଳ କେତୋଟି ବିଶେଷ ବିଷୟ ଉପରେ ମତ ଦେବା ନିମନ୍ତେ ଅନୁରୋଧ କରୁଛି:

  • ଅତୀତରେ (ଗତ ବର୍ଷରୁ ଆଜି ଯାଏ) CIS-A2K ଓଡ଼ିଆ ଉଇକିପିଡ଼ିଆରେ କିଛି ପରିମାଣାତ୍ମକ ପରିବର୍ତ୍ତନ ଆଣିଛି କିମ୍ବା କିଛି କ୍ଷତି କରିଛି କି? ଯଦି ହଁ, ତେବେ ଦୟାକରି ଖୋଲାରେ ଏସବୁ ଉଦାହରଣ ସହିତ ଲେଖନ୍ତୁ ।
  • CIS-A2K ଓଡ଼ିଆ ଉଇକିପିଡ଼ିଆର ଓ ଉଇକିଆଳି ସଙ୍ଘର ବିକାଶ ନିମନ୍ତେ କାମ କରିବା ଆପଣମାନେ ଚାହାନ୍ତି କି ନାଁ?
  • CIS-A2Kର ବାର୍ଷିକ ଯୋଜନାର ଲେଖାଥିବା ସମସ୍ତ ଯୋଜନା ସହ ଆପଣ ଏକମତ କି ନୁହେଁ, ଯଦି ନିର୍ଦ୍ଦିଷ୍ଟ କେଉଁ ଯୋଜନା ଆପଣଙ୍କ ମତରେ କାର୍ଯ୍ୟକାରୀ ହେବା ଭଳି ଲାଗୁନାହିଁ ତେବେ ଦୟାକରି (ବାର୍ଷିକ ଯୋଜନା ୨୦୧୪ -୨୦୧୫)ର ଆଲୋଚନା ପୃଷ୍ଠାରେ ଲେଖିଲେ କାମ ସବୁ ବାସ୍ତବରେ ଫଳବତୀ ହେବା ଆଗରୁ ବଦଳାଯାଇ ପାରିବ ଓ ସମ୍ଭାବିତ ଭୁଲ ସବୁକୁ ଏଡ଼ାଇହେବ ।

ଉଇକିଆଳିଙ୍କ ମତାମତ[ସମ୍ପାଦନା]

ଉପରେ ଥିବା ବିଷୟ ଉପରେ ଆପଣମାନଙ୍କ ମତାମତ ଏହି ପୃଷ୍ଠାରେ ଦେବାକୁ ଅନୁରୋଧ ।

ଦ୍ୱିତୀୟ ଅନୁରୋଧଟି ଜଣେ ପୁରୁଖା ତାମିଲ ଉଇକିଆଳି, ରବିଶଙ୍କରଙ୍କ ମତାମତ ଉପରେ ଆଧାରିତ: "For example, the language communities can be asked to submit half yearly reports describing the nature and results of collaboration with CIS-A2K. This needs to be an independent, community vetted (not written by one or two), ecxhaustive report profiling efforts, issues, failures, misgiving, results and to the level which the community would give credit for CIS-A2K's role."

  • ମୁଁ ଅନୁରୋଧ କରୁଛି "ଉଇକିପିଡ଼ିଆ: ଶିକ୍ଷା ବିବରଣୀ" ବା ସେହିଭଳି ଏକ ପୃଷ୍ଠା ତିଆରି କରି ସେଥିରେ ୨୦୧୧ରୁ ଆରମ୍ଭ କରି ଆଜି ଯାଏ ହୋଇଥିବା ସମସ୍ତ କାମ ପ୍ରତିଫଳନ କରିବା ସହିତ ସମସ୍ତ କାମରୁ ମିଳିଥିବା ସଫଳତା, ବିଫଳତା ଓ ସେଥିରୁ ଆହରିତ ଶିକ୍ଷା, ଉଇକିପିଡ଼ିଆର ବିକାଶର କେଉଁ କେଉଁ ଦିଗରେ କି କି ଉଦ୍ୟମ ଉଇକିଆଳିମାନେ କରିବା ଉଚିତ ଓ CIS-A2Kର ଭୂମିକା ସ୍ପଷ୍ଟଭାବେ ଉଲ୍ଲେଖ କଲେ ତାହା ଆମ ସମସ୍ତଙ୍କୁ ଅଧିକ ଯୋଜନାବଦ୍ଧ ଭାବେ କାମ କରିବାକୁ ସୁଯୋଗ ଦେବ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୫:୦୦, ୧୮ ଅପ୍ରେଲ ୨୦୧୪ (UTC)

ଉଇକିଆଳିଙ୍କ ମତାମତ[ସମ୍ପାଦନା]

  • ମତ ଦେବା ପୂର୍ବରୁ, ସବୁ ବାର୍ଷିକ ଯୋଜନା ପୃଷ୍ଠା, ଏବଂ ଗତ ବର୍ଷର ଯୋଜନା ତାର ପରିଣାମ ଇତ୍ୟାଦି ପଢିବାକୁ ଅନୁରୋଧ । ଧନ୍ୟବାଦ । -- ଅଂଶୁମାନ ତାର ଯୋଡ଼ିବେ? ୦୭:୦୦, ୧୮ ଅପ୍ରେଲ ୨୦୧୪ (UTC)
ଆଉ ଏ ମତାମତର ଉତ୍ତର ଦେଲାବେଳେ ଏହି ଦୁଇଟି ଜିନିଷର ଉତ୍ତର ନିହାତି ଦେବେ:
  1. ଓଡ଼ିଆ ଉଇକି ସଙ୍ଘ (ଆପଣମାନେ) CIS-A2Kର ସହଯୋଗ ଲୋଡ଼ୁଛନ୍ତି କି ନାଁ? ଯଦି ଲୋଡ଼ୁଛନ୍ତି ତାହେଲେ କି କି କାମ ଆପଣମାନେ ନିଜେ କରିବାକୁ ଚାହାଁନ୍ତି ଓ କେଉଁ କେଉଁ କାମ CIS-A2K କରୁ ବୋଲି ଚାହୁଁଛନ୍ତି ?
  2. ଯଦି ଆଗରୁ କରାଯାଇଥିବା କିଛି ପ୍ରକଳ୍ପ ବିଫଳ ହୋଇଛି ତେବେ ତାହା CIS-A2Kର ଭୁଲ କି? ଯଦି ହଁ ତେବେ CIS-A2K ଆଗକୁ କି କି କାମ ନ କରିବା ଉଚିତ ? --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୮:୧୧, ୨୨ ଅପ୍ରେଲ ୨୦୧୪ (UTC)
    • ମୁଁ ପ୍ରସଙ୍ଗ ବିଷୟରେ ମତାମତ ଦେବା ପୂର୍ବରୁ ମହୁମାଛିଙ୍କ ବିଷୟରେ ପଢିଥିବା କଥାଟି କହିବାକୁ ଚାହୁଛିଁ । ମହୁଫେଣାରେ ରାଣୀ ମହୁମାଛି ବ୍ୟତୀତ ଅନେକ ପୁରୁଷ ମହୁମାଛି ରହିଥାନ୍ତି । ଏହି ପୁରୁଷ ମହୁମାଛି ତଥାକଥିତ ରାଣୀ ମହୁମାଛିର ଅଙ୍ଗସଙ୍ଗ ଲାଭକରିବା ଲାଳାୟିତ ହେଉଥିବା ବେଳେ, ସେ ପୁରୁଷ ମହୁମାଛିଙ୍କ ପୁରୁଷତ୍ଵ ହରଣ କରି ନଂପୁସକ କରି ମଧୁ ସଂଗ୍ରହ କରିବା କାମରେ ସେମାନଙ୍କୁ ଲଗାଇ ଦିଏ । ଅନ୍ୟମାନଙ୍କର ମତ କ'ଣ ଜାଣେନି, କିନ୍ତୁ ମୋର ମତ ହେଉଛି CIS-A2K ହେଉ କିମ୍ବା ଅନ୍ୟ କେଉଁ ସଂସ୍ଥା ହେଉ; ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ଅନୁଦାନ କରୁଛି । ମୁଁ ଯେଉଁ କାମକରିବା ପାଇଁ ସକ୍ଷମ, ସେ କାମ କରୁଛି । ଏଥିରେ ମୋର ବହୁ ମୂଲ୍ୟବାନ୍ ସମୟ ଓ ବିଭିନ୍ନ ପ୍ରସଙ୍ଗ ଉନ୍ନତମାନର କରିବା ପାଇଁ ଅନେକ ବହି କିଣିବା ପାଇଁ ଅର୍ଥ ଶ୍ରାଦ୍ଧ କରୁଛି । ଏତେସବୁ ଅବଦାନ ସତ୍ତ୍ଵେ, ଯଦି ଅନୁଦାନକାରୀ ସଂସ୍ଥାର ପ୍ରତିନିଧି ପୁଚ୍ଛା କରନ୍ତି- ଅନ୍ୟ ପ୍ରକଳ୍ପ କାହିଁକି ଆଗଉ ନାହିଁ । ଏଥିପାଇଁ ତୁମେ ଦାୟୀର ଆରୋପ ଲଗାଯାଏ । ଏହିକ୍ଷେତ୍ରରେ ମୋର ଉତ୍ତର ହେଲା, କାହା ପାଖରେ ମୋର ଇଚ୍ଛା ଅନିଚ୍ଛାକୁ ବନ୍ଧକ ରହିବାକୁ ଚାହେଁନା । --Dsasanka (ମୋ ଆଲୋଚନା) ୧୧:୧୬, ୨୨ ଅପ୍ରେଲ ୨୦୧୪ (UTC)
ଶଶାଙ୍କ ଭାଇ, କ୍ଷମା ପ୍ରାର୍ଥନା କରୁଛି, ଏହା ପଚାରିବାର ଉଦ୍ଦେଶ୍ୟ ସ୍ୱେଚ୍ଛାରେ ଶ୍ରମ ଓ ସମୟ ଦାନ କରୁଥିବା ଉଇକିଆଳିଙ୍କ ପାଇଁ ବନ୍ଧକ ସୃଷ୍ଟି କରିବା କିମ୍ବା କାମ ଆଗଉ ନାହିଁ ବୋଲି ଦାୟୀ କରିବା ନୁହେଁ । ବରଂ CIS-A2Kର ସହଯୋଗ (ଆର୍ଥିକ, ପ୍ରକଳ୍ପ ଓ ଯୋଜନା କାର୍ଯ୍ୟକାରୀ କରିବା, ଆନୁଷ୍ଠାନିକ ସହବନ୍ଧନ ତିଆରି କରି ଅଧିକ ଉଇକିପିଡ଼ିଆ କର୍ମଶାଳା କରାଇବା ଆଦି) ଆବଶ୍ୟକ କି ନାଁ, ଏଥିରେ ତୁମର ମତ କଣ ଜଣାଇବା ପାଇଁ ପ୍ରଶ୍ନ କରିଥିଲି । ଆଉ ଏହି ଆଲୋଚନାର ଆରମ୍ଭରେ ସେ ବିଷୟରେ ଉଲ୍ଲେଖ କରିଛି, କିନ୍ତୁ ଏଥିରେ ତିଳେମାତ୍ର ତୁମର ବା ବାକି ଉଇକିଆଳିଙ୍କୁ କୌଣସି ବିଫଳତା ପାଇଁ ଦାୟୀ କରିନାହିଁ - ତାହା କରିବାର କୌଣସି ଅଧିକାର ମୋର ନାହିଁ । ଯଦି CIS-A2K ର କିଛି କାମ ଠିକ ନୁହେଁ (କି କି କାମ ଉପରେ ଲେଖିଛି) ତାହେଲେ ତାହା ଜଣାଇଲେ ଭଲ ହେବ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୧:୨୯, ୨୨ ଅପ୍ରେଲ ୨୦୧୪ (UTC)
  • ଶୁଭ ଭାଇ CIS-A2Kର ବିଷୟରେ ଠିକ୍ ଭାବରେ ବୁଝିପାରି ନ ପାରି ମତାମତ ଦେଇଥିଲି ଏବଂ ଏହି ମତାମତ ତୁମମନରେ ଆଘାତ ଦେଇଛି । ତେଣୁ ମୋର ଅନୁଶୋଚନା ବ୍ୟତୀତ ଉପାୟ ନାହିଁ । CIS-A2Kର ବିଷୟରେ ଏତିକି କହିପାରେ, CIS-A2K ଯାହା କରୁଛି ଠିକ୍ କରୁଛି ଏବଂ ଏହାର ଜଣେ ପ୍ରତିନିଧି/ କର୍ମଚାରୀ ଆମପାଖରେ ଆଉ ଆମ ସପକ୍ଷରେ ଅଛନ୍ତି । ନିଶ୍ଚିତଭାବେ ଓଡିଆ ଉଇକିପିଡିଆ ପାଇଁ ଅଧିକ ମଙ୍ଗଳମୟ ହେବ । ଆମର ଓଡିଆ ଉଇକିପିଡିଆରେ ବିଜ୍ଞାନ ଓ ଅନ୍ୟାନ୍ୟ ବିଷୟରେ ପ୍ରସଙ୍ଗ ଖୁବ୍ କମ୍ । ଖବରକାଗଜ ଓ ଅନ୍ୟାନ୍ୟ ପତ୍ରପତ୍ରିକାରେ ଏବିଷୟରେ ଲେଖୁଥିବା ବ୍ୟକ୍ତିମାନଙ୍କୁ ସାମିଲ କରାଯାଇ, ସେମାନଙ୍କର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସାହାଯ୍ୟରେ ଓଡିଆ ଉଇକିପିଡିଆକୁ ଅଧିକ ସମୃଦ୍ଧ କରିବା ପାଇଁ ଉଦ୍ୟମ ହେଲେ ଖୁବ୍ ଭଲ ହୁଅନ୍ତା ।--Dsasanka (ମୋ ଆଲୋଚନା) ୧୫:୨୯, ୧୩ ଜୁନ ୨୦୧୪ (UTC)

IRC ଆଲୋଚନା[ସମ୍ପାଦନା]

ପ୍ରଥମେ କ୍ଷମାପ୍ରାର୍ଥନା କରୁଛି, ଯାତ୍ରା କରୁଥିବାରୁ କୌଣସିମତେ ଗତଥରର IRC ଆଲୋଚନାରେ ଭାଗନେଇପାରିଲି ନାହିଁ । ତେବେ ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କି କି ଯୋଜନା କାମରେ ଲାଗିବା ଉଚିତ, ଆମେ ଆଗରୁ କରିଥିବା ବିଭିନ୍ନ କାର୍ଯ୍ୟକ୍ରମରୁ ମିଳିଥିବା ଶିକ୍ଷାକୁ ନେଇ କିପରି ଆଗକୁ ବଢ଼ିବା ଏବଂ ନୂଆ ନୂଆ ସମ୍ଭାବ୍ୟ କ୍ଷେତ୍ର ଯାହା ନିକଟ ଅତୀତରେ ଆସିଛି ସେସବୁ ଉପରେ ସାମୁହିକ ଆଲୋଚନା ପାଇଁ ମୁଁ ଏକ IRC ଆଲୋଚନା ପାଇଁ ଅନୁରୋଧ କରୁଛି । ଆସନ୍ତା ୩-୪ ଦିନ ଭିତରେ ଏକ ସମ୍ଭାବ୍ୟ ଦିନ ଓ ସମୟ ପାଇଁ ପରାମର୍ଶ ଦେବେକି ସମସ୍ତେ? ଯଦି ସମସ୍ତେ ସୋମବାର ସଞ୍ଜ ୮ ଘଟିକାରେ ଯୋଗଦେଇପାରିବେ ତାହେଲେ ଜଣାଇବେ । IRC ଚାଟ ପାଇଁ webchat.freenode.net କୁ ଯାଇ #wikipedia-or ଚ୍ୟାନେଲରେ ଯୋଗଦେଇ ଆପଣମାନେ ଆଲୋଚନାରେ ଭାଗନେଇପାରିବେ । ଚାଟ ସମ୍ବନ୍ଧିତ ଅଧିକ ବିବରଣୀ ଏଠାରେ ଦେଖନ୍ତୁ --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୭:୩୯, ୨୫ ଅପ୍ରେଲ ୨୦୧୪ (UTC)

ସୋମବାର ସଞ୍ଜ ୮ ଘଟିକାରେ ଯୋଗଦେଇପାରିବି ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୮:୫୮, ୨୫ ଅପ୍ରେଲ ୨୦୧୪ (UTC)
ସୋମବାର (୨୮ ଅପ୍ରେଲ), ସନ୍ଧ୍ୟାରେ ଯୋଗ ଦେଇପାରିବି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୧୨, ୨୫ ଅପ୍ରେଲ ୨୦୧୪ (UTC)
୨୮ ଅପ୍ରେଲ (ସୋମବାର) ସନ୍ଧ୍ୟାରେ ଯୋଗ ଦେଇପାରିବି ।--ଆଦିତ୍ୟ ମହାର (ଆଲୋଚନା) ୦୬:୧୪, ୨୬ ଅପ୍ରେଲ ୨୦୧୪ (UTC)
ହଁ । --ଶିତିକଣ୍ଠ (ଆଲୋଚନା) ୦୭:୦୯, ୨୬ ଅପ୍ରେଲ ୨୦୧୪ (UTC)

ଲେଖାରେ କିଛି ଭୂଲ[ସମ୍ପାଦନା]

ଆମେ ସମସ୍ତେ ମାଟ୍ରିକ ବା ସାଧାରଣ କଲେଜ ପରେ ଓଡ଼ିଆ ଲେଖାଲେଖି ବହୁତ ବର୍ଷ ହେଲା କରିନେ । ମୁଁ ଲକ୍ଷ କରୁଛି, ଲେଖାରେ ଅନେକ ଭୁଲ ରହୁଛି । ଉଦାହରଣ: ସେମାନଙ୍କ ର, ଏହା ସେମାନଙ୍କର ହେବ; ସେ ମାନଙ୍କ: ସେମାନଙ୍କ ହେବ । ଓଡ଼ିଶା ଦିବସ ଉପଲକ୍ଷେ ନିମନ୍ତ୍ରଣ ପତ୍ରରେ ଏହିଭଳି ଏନେକ ଭୂଲ ଥିଲା ଯାହାକୁ ମୁଁ ଠିକ କରିଦେଇଥିଲି । ଏହି ଭୂଲ ଦେଖି ଦେଖି ମୋର ଜ୍ଞାନ ଠିକ କି ଭୂଲ, ମୁଁ ସନ୍ଦେହରେ ପଡ଼ିଗଲି । ଗୋଟିଏ 'ସାରସ୍ଵାତ ବ୍ୟବହାରିକ ଓଡ଼ିଆ ବ୍ୟାକରଣ' ବହି କିଣି ଦେଖିଲି ପ୍ରକୃତରେ ଭୂଲ ରହୁଛି । ଟାଇପ କଲାବେଳେ କିଛି ଭୂଲ ରହେ, କିନ୍ତୁ ଏହିଭଳି ଭୂଲ ରହିବା ଠିକ ହେବନି । ପାଠକମାନେ ସମାଲୋଚନା କରିବେ । ଆଶା, ସମସ୍ତେ ସଚେତନ ରହି ଲେଖିବେ । --Subas Chandra Rout (ମୋ ଆଲୋଚନା) ୦୭:୨୬, ୨୮ ଅପ୍ରେଲ ୨୦୧୪ (UTC)

ସାର, ଜାଣିନାହିଁ ଆଉ କେହି କାହିଁକି ଏହାର ଉତ୍ତର ଦେଇନାହାନ୍ତି । କିନ୍ତୁ ବିନୀତ ଅନୁରୋଧ କି ଯଦି ଲେଖାରେ ଭୁଲ ରହୁଛି ତାହାକୁ କେହି ନା କେହି ଜଣେ ସୁଧାରିଦେବା ଠିକ ହେବ । ଯଦି ଭୁଲ ଉପରେ ଦ୍ୱନ୍ଦ ଥାଏ ତାହେଲେ ତାହା ଆଲୋଚନା କରି ସ୍ଥିର କରିବାକୁ ହେବ କି କେଉଁ ବନାନ ବ୍ୟବହାର ହେବ (ଯଥା: ବର୍ତ୍ତମାନ/ବର୍ତମାନ: ଏହା ଉପରେ ଦ୍ୱନ୍ଦ ରହିଛି ଆଉ ଉଭୟ ଛପା ବହି/ଖବରକାଗଜରେ ବ୍ୟବହାର ହୋଇଛି) । ତେବେ ଉଇକିପିଡ଼ିଆ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଲିଖିତ ତେଣୁ ଯେଉଁମାନେ ସ୍ୱେଚ୍ଛାରେ ସମ୍ପାଦନା କରୁଛନ୍ତି ତାଙ୍କୁ କିଛି ପ୍ରଶ୍ନର ଉତ୍ତର କାହିଁକି ଠିକ ସମୟରେ ଦେଉନାହାନ୍ତି ବୋଲି ଦାବୀ କରିବା (ଦୟାକରି ଭୁଲ ବୁଝିବେ ନାହିଁ କି ମୁଁ ଏହା ଆପଣଙ୍କୁ କହୁଛି, ଏହା ସମସ୍ତ ସମ୍ପାଦକଙ୍କ ପାଇଁ ପ୍ରଯୁଜ୍ୟ) ଠିକ ହେବ ନାହିଁ । ତେଣୁ ଯେଉଁ ଉଇକିଆଳି ଯେତିକି ପାରୁଛନ୍ତି ସେତିକି କରୁଛନ୍ତି । ନିଜର ସୁବିଧା ଅନୁସାରେ କିଏ କମ ଲେଖୁଛି, କିଏ ବେଶୀ ଲେଖୁଛି । ତେଣୁ ଦ୍ୱନ୍ଦ ଆଉ ଭୁଲ ରହିବ, ତାହା ଧୀରେ ଧୀରେ ସୁଧରା ହେବ ଆଉ ଲେଖାର ମାନ କାଳକ୍ରମେ ଠିକ ହେବ । ଆପଣ ଭୁବନେଶ୍ୱରରେ ନିଜେ ବି ଏ କଥା ବୁଝାଇଥିଲେ ନୂଆ ଉଇକିଆଳିଙ୍କୁ, ଉଇକିପିଡ଼ିଆର ଗ୍ଲୋବ ଭଳି ନିଜେ ଉଇକିପିଡ଼ିଆ ଅସମ୍ପୂର୍ଣ୍ଣ ରହିଥିବ, କାରଣ ଜ୍ଞାନର ଭଣ୍ଡାର ଏତେ ବିଶାଳ ଯେ ତାକୁ ଯେତେ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କଲେ ବି ସେ କେବେ ବି ସମ୍ପୂର୍ଣ୍ଣ ହେବ ନାହିଁ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୦:୧୦, ୩୦ ଅପ୍ରେଲ ୨୦୧୪ (UTC)

ପ୍ରିୟ ସୁଭାସିସ ବାବୁ, ମୁଁ ତ କିଛି ପ୍ରଶ୍ନ କରି ନ ଥିଲି ସେଥିଯୋଗୁ କେହି କିଛି ବୋଧହୁଏ ଲେଖିଲେନି । ଅତି ମୌଳିକ ଭୂଲ ହେଲେ ପାଠକ ବାଛିବେ । ସେଥିଯୋଗୁ ସଚେତନତା ନିମନ୍ତେ ଲେଖିଥିଲି ମାତ୍ର । ଆଉ ଧିରେ ସଜଡ଼ା ହେବା କଥା: କେତେକ ଇଂରାଜୀ ମେଡିକାଲ ବିଷୟ ବହୁତ ଦିନ ହେଲା ଲେଖାଯାଇଥିଲେ ମଧ୍ୟ ରେଫରେନ୍ସ ମଧ୍ୟ ନାହିଁ । ପାଠକମାନେ ନାପସନ୍ଦ କରିବା ସମ୍ଭାବନା ରହିବ । ଗୋଟିଏ ଛୋଟ କଥାରେ ଏତେ ଆଲୋଚନା ହେଲେ ନ ଲେଖିବା ଭଲ । ଏହି ପ୍ରସଙ୍ଗ ମୁଁ ଆଉ ପାଠ କରିବିନି ମଧ୍ୟ । --Subas Chandra Rout (ମୋ ଆଲୋଚନା) ୧୦:୪୫, ୧ ମଇ ୨୦୧୪ (UTC)

ସାର, ଏମିତି ଅଭିମାନ କଲେ ହେବ? ଆପଣ ଆମର ଗୁରୁଜନ, ଆଉ ଆମ ଭଳି କମ ବୟସର ପିଲାମାନେ ଆପଣଙ୍କଠାରୁ ଅନେକ ଶିଖୁଛୁ । ମୁଁ କେବଳ ଆଲୋଚନା କରିବା ପାଇଁ ଲେଖିଥିଲି, ଯୁକ୍ତି ବା ବିରୋଧ କରିବା ପାଇଁ ନୁହେଁ । ତେବେ, ଆପଣଙ୍କର ଆଧାର ନ ଥାଇ ପ୍ରସଙ୍ଗ ଥିବା କଥାରେ ମୁଁ ବି ସମ୍ପୂର୍ଣ୍ଣ ଏକ ମତ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୨୦:୩୦, ୧୯ ମଇ ୨୦୧୪ (UTC)

ଆଜିର ( ୨୮-୪-୨୦୧୪ ) IRC ପାଇଁ ଆଲୋଚ୍ୟ ବିଷୟ[ସମ୍ପାଦନା]

ଆଦରର ଉଇକିଆଳିଗଣ,

ଆପଣ ସମସ୍ତେ ଆଗରୁ "ଉଇକିଟୁଙ୍ଗି" ବାବଦରେ ହୋଇଥିବା ଆଲୋଚନା ପଢିଥିବେ । ଗତ ରବିବାର ଦିନ ହେଇଥିବା IRC ଏହି ବାବଦରେ ଆଲୋଚନା କରଯାଇଥିଲା । ସମୟ ଅଭାବରୁ ଏହା ସଂପୂର୍ଣ୍ଣ ହେଇପାରିଲା ନାହିଁ । ଆଜି ସେହି 'ଉଇକିଟୁଙ୍ଗି' ଅଲୋଚନା ସହ ନିମ୍ନୋକ୍ତ ବିଷୟ ଗୁଡ଼ିକ ଆଲୋଚନା ପରିସରଭୁକ୍ତ ଅଟନ୍ତି -

  1. ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କି କି ଯୋଜନା କାମରେ ଲାଗିବା ଉଚିତ
  2. ଆମେ ଆଗରୁ କରିଥିବା ବିଭିନ୍ନ କାର୍ଯ୍ୟକ୍ରମରୁ ମିଳିଥିବା ଶିକ୍ଷାକୁ ନେଇ କିପରି ଆଗକୁ ବଢ଼ିବା
  3. ନୂଆ ନୂଆ ସମ୍ଭାବ୍ୟ କ୍ଷେତ୍ର ଯାହା ନିକଟ ଅତୀତରେ ଆସିଛି

ସମୟ- ସନ୍ଧ୍ୟା ୮ ଘଟିକା ( ୨୮-୪-୨୦୧୪ )
ଲିଙ୍କ - #wikipedia-or

ସମସ୍ତ ଉଇକିଆଳିଙ୍କୁ ଆଲୋଚନାରେ ଭାଗ ନେବାପାଇଁ ଅନୁରୋଧ ।--ଶିତିକଣ୍ଠ (ଆଲୋଚନା) ୧୧:୧୩, ୨୮ ଅପ୍ରେଲ ୨୦୧୪ (UTC)


କିଛି ବଦଳ ପାଇଁ ପ୍ରସ୍ତାବ[ସମ୍ପାଦନା]

  1. ନଗଦ ବଦଳ ଉପରେ ଆସୁଥିବା "ଲୁଚାଇବେ ଟି ଛୋଟମୋଟ ବଦଳ | ଦେଖାଇବେ ଜଣ ବଟ | ଲୁଚାଇବେ ଜଣ ବେନାମି ସଭ୍ୟ |... " ଇତ୍ୟାଦି କୁ ଠିକ କରାଯାଉ; ମାନେ "ଛୋଟମୋଟ ବଦଳ ଲୁଚାଇବେ| ବଟ ବଦଳ ଦେଖାଇବେ| ବେନାମୀ ସଭ୍ୟ ଲୁଚାଇବେ... " ।
  2. ପ୍ରଧାନ ପୃଷ୍ଠା ଆଲୋଚନା ଠାରୁ ଆଲୋଚନା ସଭାକୁ ଅଲଗା କରିବା । ପ୍ରଧାନ ପୃଷ୍ଠା ଆଲୋଚନାରେ ଆମେ ପ୍ରଧାନ ପୃଷ୍ଠାରେ ବଦଳ ଓ ସୁଧାର ବାବଦରେ ହିଁ ଆଲୋଚନା କରିବା । ଅନ୍ୟ ମାନେ ନିଜ ମତ ଦିଅନ୍ତୁ ।--ଶିତିକଣ୍ଠ (ଆଲୋଚନା) ୦୬:୫୬, ୪ ମଇ ୨୦୧୪ (UTC)
  • ହଁ, ନଗଦ ବଦଳରେ ସେ ବିକଳ୍ପ ପାଇଁ translatewiki.netରେ ଅନୁବାଦଗୁଡିକୁ ସୁଧାରିବାକୁ ହେବ । ଆଉ ପ୍ରଧାନ ପୃଷ୍ଠାର ଆଲୋଚନା ପୃଷ୍ଠାରୁ ଲେଉଟାଣି ହଟାଇଦେଲେ ଭଲ ହେବ, ଉପରେ ଆଲୋଚନା ସଭାର ଲିଙ୍କ ଦେଇପାରିବା । -- ଅଂଶୁମାନ ତାର ଯୋଡ଼ିବେ? ୦୯:୦୮, ୬ ମଇ ୨୦୧୪ (UTC)
  • ସହମତ, ପ୍ରଧାନ ପୃଷ୍ଠା ଆଲୋଚନା ଠାରୁ ଆଲୋଚନା ସଭାକୁ ଅଲଗା କଲେ ଭଲ ହେବ। --49.14.199.10 ୧୨:୫୮, ୭ ମଇ ୨୦୧୪ (UTC)
  • Talk:ପ୍ରଧାନ ପୃଷ୍ଠାରୁ ଲେଉଟାଣି ହଟେଇଦେଲି, ଏବେ "ପ୍ରଧାନ ପୃଷ୍ଠା"ର ବଦଳ ଓ ସୁଧାର ବାବଦରେ ଆଲୋଚନା କରିପାରିବା । -- ଅଂଶୁମାନ ତାର ଯୋଡ଼ିବେ? ୦୯:୦୮, ୨୧ ମଇ ୨୦୧୪ (UTC)
  • ମୁଁ କିଛି ଅନୁବାଦ ଠିକ କରିଛି translatewiki.netରେ, ସେସବୁ ଉଇକିପିଡ଼ିଆରେ ଦେଖାଯିବା ପାଇଁ ହୁଏତ କିଛି ସମୟ ଲାଗିପାରେ । ଆଉ ଏକ ପ୍ରଶ୍ନ, ବ୍ୟବହାରକାରୀ ଏକ ନେମସ୍ପେସ ଓ ନେମସ୍ପେସସବୁ ଏତେ ଲମ୍ବା ହେବା ଅସୁବିଧାଜନକ (କାରଣ ଅନେକ ସ୍ଥାନରେ ଏସବୁକୁ ଟାଇପ କରିବାକୁ ପଡ଼େ, ଟିକେ ବନାନରେ ଏପାଖ ସେପାଖ ହେଲେ ଗଲା!) । ଆମେ ଏହାକୁ ବଦଳାଇ ସଭ୍ୟ (Userର ଭାଷାଗତ ଅନୁବାଦ ବ୍ୟବହାରକାରୀ ହେଲେ ହେଁ ଆମେ ସମସ୍ତଙ୍କୁ ସଭ୍ୟଭାବେ ଆମ ସହ ଯୋଡ଼ିହେବାକୁ ଅନୁରୋଧ କରୁଛୁ, ତେଣୁ ଉଇକିପିଡ଼ିଆର ମୂଳ ନୀତି: ମିଳିତ ସହଯୋଗରେ ଜ୍ଞାନକୋଷ ତିଆରି ସହ ଏହା ଖାପ ଖାଉଛି) କଲେ ଭଲ ହୁଅନ୍ତା । ସଭ୍ୟ ବୋଲି ଲେଖିଲେ ଏକ ସମୂହର ଜଣେ ଏକ ଅଂଶ ବୋଲି ଯେଉଁ ମାଲିକାନାଟି ଆସେ ତାହା ହୁଏତ ବ୍ୟବହାରକାରୀ ଭାବେ କିଛି ସୁବିଧାର କେବଳ ବ୍ୟବହାରର ସୀମିତତାରେ ଆସେ ନାହିଁ । ପୁରୁଣା ଅନୁବାଦରେ ଅନେକ ଏମିତି ତ୍ରୁଟି ବିଚ୍ୟୁତି ରହିଛି ଯାହା ଆମେ ମିଳିତ ଆଲୋଚନା କରି ଧୀରେ ଧୀରେ ସୁଧାରିବେ ମଙ୍ଗଳ ହେବ । ସମସ୍ତେ ଏ ବାବଦରେ ନିଜର ମତ ଦେଲେ ଭଲ ହେବ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୧:୫୮, ୨୨ ମଇ ୨୦୧୪ (UTC)

ବଛାଲେଖା ମନୋନୟନ ବାବଦରେ[ସମ୍ପାଦନା]

ଯେ ହେତୁ ଧିରେ ଧିରେ ଓଡ଼ିଆ ଉଇକିପିଡ଼ିଆର ସମ୍ପାଦକ, ପାଠକ ତଥା ପ୍ରସଙ୍ଗ ସଂଖ୍ୟା ବଢିବାରେ ଲାଗିଛି, ତେଣୁ ଆମେ ପ୍ରତି ମାସରେ ବଛାଲେଖାଟି ମନୋନୟନ କଲା ବେଳେକେତେକ ଦିଗ ପ୍ରତି ଗୁରୁତ୍ଵ ଦେଲେ ଭଲ ହୁଅନ୍ତା। ବଛାଲେଖା ପ୍ରଧାନପୃଷ୍ଠା ଓ ଉଇକିପିଡ଼ିଆର ଏକ ମୂଖ୍ୟ ଅଂଶ, କାରଣ ଜଣେ ପାଠକ ପ୍ରଧାନ ପୃଷ୍ଠା ଖୋଲିଲେ ପ୍ରଥମେ ବଛାଲେଖା ଉପରେ ହିଁ ନଜର ପଡିବ। ସେ କ୍ଷେତ୍ରରେ ଲେଖାଟି ଏମିତି ହେଇଥିବା ଦରକାର ଯାହା ଜଣେ ଓଡ଼ିଆ ପାଠକଙ୍କୁ ଅଧିକ ସଠିକ ତଥ୍ୟ ଦେବା ସହିତ ପୁନର୍ବାର ପଢିବା/ଲେଖିବା କୁ ଆଗ୍ରହ କରାଇବ । ଜଣେ ଓଡ଼ିଆଙ୍କୁ ଆଗଭର କରାଇବ ଯେତେବେଳେ ପ୍ରସଙ୍ଗଟି ଓଡ଼ିଶା ସମ୍ବନ୍ଧିତ ହେବା ସହିତ ଉଚ୍ଚମାନର ଲେଖା ହେଇଥିବ। ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଆ ଉଇକିପିଡ଼ିଆର ପ୍ରଚାର ପ୍ରସାର ପାଇଁ କର୍ମଶାଳା ବ୍ୟତୀତ ଅନ୍ୟ କୈଣସି ବିକଳ୍ପ ନାହିଁ । ତେଣୁ କେଉଁ ମାସରେ କେଉଁ ପ୍ରସଙ୍ଗକୁ ମନୋନୀତ କଲେ ,ତାହା କୈଣସି ମାଧ୍ୟମରେ ମଧ୍ୟ ପ୍ରଚାର ପ୍ରସାର ସହିତ ନୂଆମାନଙ୍କ ପାଖକୁ ପହଞ୍ଚି ପାରିବ, ତାହା ଆମେ ବିଚାର କରି ପ୍ରସଙ୍ଗ ପସନ୍ଦ କଲେ ଭଲ ହୁଅନ୍ତା।

ପ୍ରତ୍ୟେକ ମାସରେ ଓଡ଼ିଆ/ଇଂରଜୀ କ୍ୟାଲେଣ୍ଡର ଅନୁସାରେ ସେ ମାସରେ ପଡୁଥିବା ମୂଖ୍ୟ ଘଟଣାବଳୀ, ପର୍ବପର୍ବାଣୀ, ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଜନ୍ମଜୟନ୍ତୀ ଓ ଇତ୍ୟାଦି ମଧ୍ୟରୁ ଗୋଟିଏ ପ୍ରସଙ୍ଗ ମନୋନୟନ କଲେ ଭଲ ହୁଅନ୍ତା। ଯେଉଁ ମାସରେ ସେମିତି କିଛି ମହୋତ୍ସବ/ ପର୍ବପର୍ବାଣୀ ପଡୁନି ସେ ସମୟରେ ନୂଆ/ପୁରୁଣା ଉଇକିଆଳିଙ୍କ ଯେକୈଣସି ବାହାର ପ୍ରସଙ୍ଗ ଚଳିବ । କାରଣ ଆଜିକାଲି ସମୟନୁସାରେ ପ୍ରାୟତଃ ଲୋକ ସେହି ପ୍ରସଙ୍ଗର ତଥ୍ୟ ନେଟ୍ ରେ ଖୋଜିବେ, ଯାହା ସେହି ମାସ/ସମୟରେ ହେଉଥିବା ଜଣାଶୁଣା ମହୋତ୍ସବ, ପର୍ବପର୍ବାଣୀ ଓ ମହାପୁରୁଷଙ୍କ ଜନ୍ମ ଦିବସ/ଶ୍ରାଦ୍ଧ ଏମିତି କିଛି। ଆଉ ସ୍କୁଲ କଲେଜ, ସରକାରୀ, ବେସରକାରୀ ସଂସ୍ଥାରେ ମଧ୍ୟ ସେହି ଏକା ପନ୍ଥା ଅବଲମ୍ବନ କରୁଛନ୍ତି ନିତିଦିନିଆ ଘଟଣାବଳୀକୁ ନେଇ ।

ଓଡ଼ିଆ ଉଇକିପିଡ଼ିଆ ଧାର୍ମିକ ଅନୁଷ୍ଠାନ ନୁହେଁ କିନ୍ତୁ ଆମ ଓଡ଼ିଶା ମନ୍ଦିରମାଳିନୀ ରୂପେ ପରିଚିତ ହେବା ସହିତ, ଓଡ଼ିଆ ଚାଲିଚଳଣୀ,ପର୍ବପର୍ବାଣୀ, ପରମ୍ପରା ସବୁକିଛି ଧାର୍ମିକ ମନୋଭାବ ସହିତ ଯୋଡି ହୋଇ ରହିଛି। ଆମେ ଓଡ଼ିଆ, ଆଉ ଓଡ଼ିଆ ଉଇକିପିଡ଼ିଆର ଉନ୍ନତି ପାଇଁ ଆମେ ଓଡ଼ିଆ ସମ୍ବନ୍ଧିତ ପ୍ରସଙ୍ଗକୁ ଗୁରୁତ୍ଵ ଦେଲେ ଭଲ ହୁଅନ୍ତା । ଧନ୍ୟବାଦ । --ଆଦିତ୍ୟ ମହାର (ଆଲୋଚନା) ୧୦:୫୭, ୪ ମଇ ୨୦୧୪ (UTC)

  • ହଁ, ଭଲହେବ, ଭାଇ ତ ପ୍ରାୟ ସବୁବେଳେ ଯୋଡୁଛନ୍ତି, ଆଉ ସେ ପର୍ବପର୍ବାଣି ବାବଦରେ ମଧ୍ୟ ଭଲଭାବେ ଅବଗତ ଅଛନ୍ତି, ପର୍ବପର୍ବାଣୀ ଉପରେ ପ୍ରସଙ୍ଗ ଗୁଡିକୁ ପ୍ରତି ବର୍ଷ ପୁଣିଥରେ ରଖିପାରିବା । ଅତି କମରେ କିଛି ମୁଖ୍ୟ ପର୍ବ ପାଇଁ । -- ଅଂଶୁମାନ ତାର ଯୋଡ଼ିବେ? ୦୯:୧୬, ୬ ମଇ ୨୦୧୪ (UTC)
  • ଆଉମଧ୍ୟ ଓଡ଼ିଶାର ଐତିହ୍ୟକୁ ବହନ କରି ବିଶ୍ଵ ଦରବାରରେ ଯାହା ସବୁ ଓଡ଼ିଶାକୁ ପରିଚିତ କରାଇଛି, ଯେମିତି କି :- (୧)କୋଣାର୍କ ସୂର୍ଯ୍ୟ ମନ୍ଦିର, (୨) ଜଗନ୍ନାଥ,ଜଗନ୍ନାଥ ମନ୍ଦିର,ରଥ ଯାତ୍ରା ଏବଂ (୩) ଓଡ଼ିଶାର ଯୁଗ ପୁରୁଷଙ୍କ ମଧ୍ୟରୁ ୧-୩୨ମୂଖ୍ୟ ପ୍ରସଙ୍ଗ, ଏ ସବୁ ପ୍ରସଙ୍ଗକୁ ଉନ୍ନତ ମାନର କରି ବଛାଲେଖା ଭାବେ ପ୍ରତ୍ୟେକ ବର୍ଷ ଥରେ ପର୍ବପର୍ବାଣୀ ସମୟରେ ପସନ୍ଦ କଲେ ଭଲ ହେଵ। ସେ ସମୟରେ ସେ ପ୍ରସଙ୍ଗର ଚାହିଦା ଅଧିକ ରହିବ ଓ ଲୋକ ମଧ୍ୟ ପସନ୍ଦ କରିବେ --49.14.199.10 ୧୨:୫୪, ୭ ମଇ ୨୦୧୪ (UTC)


ନୂଆ ସ୍ୱୟଂଚାଳକ ବାବଦରେ ଆଲୋଚନା[ସମ୍ପାଦନା]

ବନ୍ଧୁଗଣ, ଆମର ଗତ ୨୮ ତାରିଖର IRC ଆଲୋଚନାରେ ଏଯାବତ ତିଆରି ହୋଇଥିବା ମୁଣ୍ଡିଆ ଲେଖାର ସୁଧାର ପାଇଁ ଏକ ପ୍ରକଳ୍ପ କରି ସମସ୍ତେ ଏହି ଲେଖାଗୁଡ଼ିକୁ ଉନ୍ନତ କରିବା ବାବଦରେ ଏକମତ ହୋଇଥିଲେ । ପ୍ରସଙ୍ଗଗୁଡ଼ିକର ଆକାର ନିର୍ଣ୍ଣୟ ଓ ନିୟମିତ ଭାବେ ତଦାରଖ କରିବା ପାଇଁ ସେସବୁକୁ ସ୍ୱୟଂଚାଳକ ବା Bot ବ୍ୟବହାର କରିବାକୁ ପଡ଼ିବ । ଏଥି ନିମନ୍ତେ ମୁଁ ଏକ ସ୍ୱୟଂଚାଳକ ଆରମ୍ଭ କରିଛି ଯାହା ଏହି ଉନ୍ନତୀକରଣ ଓ ଅନ୍ୟାନ୍ୟ ରକ୍ଷଣାବେକ୍ଷଣା କାମ ପାଇଁ ବ୍ୟବହାର କରାଯିବ । ଦୟାକରି ନିଜର ମତ, ସମର୍ଥନ/ବିରୋଧ ଓ ପ୍ରଶ୍ନ ଆଦି ଏହି ପୃଷ୍ଠାର ଆଲୋଚନା ବିଭାଗରେ ଦେବାକୁ ଅନୁରୋଧ! --PsubhashishBot (ମୋ ଆଲୋଚନା) ୦୯:୩୬, ୫ ମଇ ୨୦୧୪ (UTC)

ଆଗାମୀ କାମ[ସମ୍ପାଦନା]

ବନାନ ସଂଶୋଧନ

ଆଲୋଚନା ଓ ଉଇକିଆଳିଙ୍କ ମତାମତକୁ ଭିତ୍ତିକରି ଏହି ବଟକୁ ଅନୁମତି ମିଳିଯାଇଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ମୁଁ ଏକାଧିକ ପ୍ରସଙ୍ଗରେ ଭୁଲ ଥିବା କେତୋଟି ବନାନକୁ ଏକସଙ୍ଗେ ସୁଧାରିବାର ଯୋଜନା ରଖିଛି । ତଳେ ଗୋଟେ ସାରଣୀ କରି ଲେଖିଦେଉଛି କଣ କଣ ବନାନ ଏହି ପର୍ଯ୍ୟାୟରେ ଠିକ ହେବ ।

ଭୁଲ ଠିକ ଭୁଲ ଠିକ ଭୁଲ ଠିକ ଭୁଲ ଠିକ ଭୁଲ ଠିକ ଭୁଲ ଠିକ
ଆବଶ୍ଯକ ଆବଶ୍ୟକ ଓଡିଆ, ଓଡିଶା ଓଡ଼ିଆ, ଓଡ଼ିଶା ଫଟ/ଫୋଟ ଫଟୋ ତଥ୍ଯ ତଥ୍ୟ ନାଆଁ ନାମ ବଢି ବଢ଼ି
ବଡି ବଡ଼ି ପଡି ପଡ଼ି ପଢି ପଢ଼ି ଜଡି ଜଡ଼ି ସଢି ସଢ଼ି ର୍ଯ୍ଯ
(ଉଦାହରଣ: କାର୍ଯ୍ୟ, ଧାର୍ଯ୍ୟ)
ର୍ଯ୍ୟ
ଆରଁଭ ଆରମ୍ଭ ଇଁଟରନେଟ ଇଣ୍ଟରନେଟ ଜଗନାଥ ଜଗନ୍ନାଥ ଆଁଡ଼, ଆଣ୍ଡ ଏଣ୍ଡ ଇଛୁକ ଇଚ୍ଛୁକ ପ୍ରସଁଗ ପ୍ରସଙ୍ଗ
ଉଇକିକମନସ ଉଇକିକମନ୍ସ ୱିକିପିଡିଆ, ୱୀକିପିଡିଆ, ୱିକିପିଡ଼ିଆ ଉଇକିପିଡ଼ିଆ କମ୍ପୁଟର କମ୍ପ୍ୟୁଟର ଖୁବ୍ ଖୁବ ବେଶ୍ ବେଶ
ଓଡ଼ିଆରେ ଉଚ୍ଚାରଣ ଅନୁସାରେ ଶବ୍ଦ ଲେଖିବା କଥା । ଇଂରାଜୀର wikipediaର http://en.wikipedia.org/wiki/Wikipedia ସାଇଟରେ ଡ ଉଚ୍ଚାରଣ ହେଉଛି, ଡ଼ ନୁହେଁ । ସୁତରାଂ ଉଇକିପିଡିଆ ହେବା ବିଧେୟ । --Subas Chandra Rout (ମୋ ଆଲୋଚନା) ୧୪:୩୧, ୨୩ ମଇ ୨୦୧୪ (UTC)
ମୁଣ୍ଡିଆ ପ୍ରସଙ୍ଗର ତାଲିକା

୨ kb ରୁ କମ ତଥ୍ୟ ଥିବା ଓ ମଇ ମାସରେ ତିଆରି ପ୍ରସଙ୍ଗମାନଙ୍କର ଏକ ତାଲିକା ମୁଁ ଆଗରୁ ତିଆରି କରିଥିଲି । ତେବେ ସେ ସମସ୍ତ ପ୍ରସଙ୍ଗରେ {{ମୁଣ୍ଡିଆ}} ପକାଇବା ପରେ ଯାଇ ସେମାନଙ୍କୁ ଚିହ୍ନଟ କରି ସମ୍ପାଦନା କରିବାରେ ସୁବିଧା ହେବ । ଏଥି ସହିତ ମୁଁ ଓଡ଼ିଆ/ଓଡ଼ିଶା ସମ୍ବନ୍ଧିତ ମୁଖ୍ୟ ପ୍ରସଙ୍ଗର ଶ୍ରେଣୀ (ଯଥା: ଓଡ଼ିଆ ସଂସ୍କୃତି, ଓଡ଼ିଆ ସାହିତ୍ୟ ଆଦି) ମାନଙ୍କ ଭିତରେ ଥିବା ପ୍ରସଙ୍ଗମାନଙ୍କରେ ଏହି ଛାଞ୍ଚ ପକାଇ ମୁଣ୍ଡିଆ ଉପଶ୍ରେଣୀ ତିଆରି କରିପାରିବି । ଏହି ତାଲିକା ଗଣସମ୍ପାଦନା ଭଳି କିଛି ନିର୍ଦ୍ଦିଷ୍ଟ ବିଷୟ ସମ୍ବନ୍ଧିତ ଗଣସମ୍ପାଦନା କଲାବେଳେ ବ୍ୟବହାର ଉପଯୋଗୀ ହେବ । ଯଦି ଏହି ସବୁ ବଦଳ ପାଇଁ ବଟ ଚଳାଇବାରେ କିଛି ମତାମତ ଥାଏ ଦୟାକରି ତଳେ ପ୍ରକାଶ କରିବେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୦:୦୨, ୧୪ ମଇ ୨୦୧୪ (UTC)

ମତାମତ[ସମ୍ପାଦନା]

ଏସବୁ ବଦଳ କେବଳ ପ୍ରସଙ୍ଗ (main namespace) ରେ ତ? ପ୍ରସଙ୍ଗ, ଉଇକିପିଡିଆ ଓ ଛାଞ୍ଚ ନେମସ୍ପେସ ପାଇଁ ଠିକ ଅଛି, କିନ୍ତୁ ବାକି ଜାଗାରେ ଖାସ କରି ଆଲୋଚନା ପୃଷ୍ଠାମାନଙ୍କରେ ବଦଳିବା କିଛି ଆବଶ୍ୟକ ନାହିଁ । ଯଦି କିଛି ଲୋକ ଜାଣିଶୁଣି, ଠିକଭାବି 'ୱିକିପିଡ଼ିଆ' ଲେଖୁଛନ୍ତି ଆଲୋଚନା ପୃଷ୍ଠାମାନଙ୍କରେ, ତାହାକୁ ବଦଳେଇବା ଆବଶ୍ୟକ ନାହିଁ, ଆଉ ମଧ୍ୟ ଫଟ/ଫୋଟ , ଖୁବ୍, ଓଡିଆ, ଓଡିଶା ଇତ୍ୟାଦି । -- ଅଂଶୁମାନ ତାର ଯୋଡ଼ିବେ? ୦୮:୫୦, ୨୧ ମଇ ୨୦୧୪ (UTC)

ହଁ ହଁ କେବଳ ପ୍ରସଙ୍ଗରେ, ଆଉ କେଉଁଠି କିଛି ବଦଳାଉନାହିଁ (ମତାମତ ଆଦି ଥିବାରୁ, ତାଛଡ଼ା ବ୍ୟକ୍ତିଗତ ଭାବେ କିଏ କେଉଁ ମାନକ ବ୍ୟବହାର କରି ଲେଖୁଛି ସେସବୁ ଉଇକିପିଡ଼ିଆର ପ୍ରସଙ୍ଗରେ ବ୍ୟବହୃତ ମାନକ ଠାରୁ ଭିନ୍ନ) । ପ୍ରସଙ୍ଗ ପାଇଁ ହଁ କରୁଛୁ ତ? --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୯:୦୮, ୨୧ ମଇ ୨୦୧୪ (UTC)
Psubhashish, ହଁ ତେବେ ଠିକ ଅଛି । -- ଅଂଶୁମାନ ତାର ଯୋଡ଼ିବେ? ୦୯:୧୨, ୨୧ ମଇ ୨୦୧୪ (UTC)
Ansumang ଏ ଆଲୋଚନାଟି ଏବେ ତାହେଲେ ଅଭିଲେଖକୁ ଘୁଞ୍ଚାଇଦେଇପାରିବୁ । ଆମର ବଟର କାମ ପାଇଁ ଗୋଟେ ମୁଖ୍ୟ ପୃଷ୍ଠା ରଖିଲେ ଭଲ ହେବ ନାହିଁ କି ଯେଉଁଥିରେ କିଛି ବଡ଼ କାମ ଆରମ୍ଭ କରିବା ଆଗରୁ ଶିତିକଣ୍ଠ ଦାଶ ଓ ମୁଁ ଘୋଷଣା କରିପାରିବୁ?--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୨:୦୩, ୨୨ ମଇ ୨୦୧୪ (UTC)
ହଁ, ଏକ WP: ପୃଷ୍ଠା ତିଆରି କରି ସେଥିରେ ସବୁ ଉଲ୍ଲେଖ କର । ଆଉ ଆଲୋଚନା ମଧ୍ୟ ସେଇଟି ହୋଇପାରିବ । -- ଅଂଶୁମାନ ତାର ଯୋଡ଼ିବେ? ୦୬:୩୯, ୨୨ ମଇ ୨୦୧୪ (UTC)
ହେଇଗଲା, ଯଦି ଆଉ କିଛି ବିଭାଗ ଦରକାର ତାହେଲେ ସେଥିରେ ଯୋଡ଼ିଦେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୧:୨୯, ୨୨ ମଇ ୨୦୧୪ (UTC)

ମିଡ଼ିଆ ଭିଉଅର, ଉଇକିପିଡ଼ିଆରେ ଫଟୋ ଦେଖିବାର ନୂଆ ସାଧନର ଆରମ୍ଭ[ସମ୍ପାଦନା]

ମିଡ଼ିଆ ଭିଉଅର ନାମକ ଏକ ନୂଆ ସାଧନ ଉଇକିପିଡ଼ିଆ ଓ ଅନ୍ୟାନ୍ୟ ଉଇକିମିଡ଼ିଆ ପ୍ରକଳ୍ପରେ ଆରମ୍ଭ ହେଉଛି । ଏହା ଅଧିକ ସୁବିଧାରେ ଫଟୋମାନ ଦେଖିବାରେ ସାହାଯ୍ୟ କରିବା ସହିତ ଏକାଧିକ ଫଟୋ ଥିବା ପୃଷ୍ଠାରେ ଫଟୋ ଦେଖିବା ବେଳେ ସେହି ଫଟୋଥିବା ପୃଷ୍ଠାମାନଙ୍କୁ ନ ଯାଇ ସିଧାସଳଖ ଗୋଟିଏ ପୃଷ୍ଠାରେ ସେମାନଙ୍କୁ ଦେଖିହେବ ।ଏହା ଓଡ଼ିଆ ଉଇକିପିଡ଼ିଆ ପାଇଁ ଏହି ମାସ ୨୨ ତାରିଖରେ ସକ୍ରିୟ ହେବାକୁ ଯାଉଛି । ଆପଣ ମାନେ ମିଡ଼ିଆ ଭିଉଅରର ମୂଳ ପୃଷ୍ଠାକୁ ଯାଇ ଏହା ବାବଦରେ ଅଧିକ ଜାଣିପାରିବେ । ତେବେ ଏହାକୁ ସକ୍ରିୟ କରି ଆପଣମାନେ ଏବେ ପରଖ କରିପାରିବେ । ଲଗ ଇନ କଲାପରେ ଉପରେ ଡାହାଣ ପାଖେ ଏହି "Beta" ଉପରେ କ୍ଲିକ କଲେ ଆପଣମାନେ ନିଜର ଫଟୋ ଭିଉଅରକୁ ସକ୍ରିୟ କରିପାରିବେ । ସକ୍ରିୟ ହେଲାପରେ ଫଟୋସବୁ କିପରି ଦେଖାଯିବ ତାହା ତଳେ ଦର୍ଶାଯାଇଛି ।

ଓଡ଼ିଆ ଉଇକିପିଡ଼ିଆରେ MediaViewer ଦ୍ୱାରା ଏକାଧିକ ଫଟୋଦେଖିବା

। ଏଥିସହିତ ଏଥି ସମ୍ବନ୍ଧିତ କିଛି ଅନୁବାଦ ପାଇଁ ଜଣେ ଉଇକିଆଳି ସହଯୋଗ କଲେ ବାକି ପାଠକ ଓ ସଭ୍ୟମାନଙ୍କ ପାଇଁ ବ୍ୟବହାରରେ ସୁବିଧା ହେବ । ଏଥିରେ ଅନୁବାଦ ନିମନ୍ତେ ମେସେଜ ସବୁ ଏହି ଲିଙ୍କରେ ଅଛି । ତେବେ ଆପଣମାନେ ଏହାକୁ ପରଖ କରି ଏହା ବ୍ୟବହାର କଲାବେଳେ ଯଦି କିଛି ଅସୁବିଧା ଭୋଗୁଛନ୍ତି ତାହା ତଳେ ଲେଖିଲେ ସେସବୁକୁ ରିଲିଜ ଆଗରୁ ସୁଧାରିବା ସମ୍ଭବ ହୋଇପାରେ--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୧:୪୯, ୭ ମଇ ୨୦୧୪ (UTC)

ସମର୍ଥନ[ସମ୍ପାଦନା]

ବିରୋଧ[ସମ୍ପାଦନା]

ଭିନ୍ନ ମତ[ସମ୍ପାଦନା]

  • ହଁ ଏହା ସକ୍ରିୟ ହେଲେ ପାଠକମାନଙ୍କୁ ଭଲ ଲାଗିପାରେ । ଏଣୁ ଯଦିଓ ମୁଁ ଏହାର ସମର୍ଥନ କରୁଛି, ତଥାପି କିଛି ଦ୍ଵନ୍ଦ ରହିଛି । ପାରମ୍ପରିକ ପଦ୍ଧତିରେ ଅଭ୍ୟସ୍ତ ଉଇକିଆଳିମାନଙ୍କୁ ହୁଏତ ଏହା ଭଲ ଲାଗିନପାରେ । ଏହି ବ୍ୟବସ୍ଥାରେ ଲାଇସେନ୍ସ ଓ ସାରକଥା ଇତ୍ୟାଦି ବାବଦରେ ସବିଶେଷ ତଥ୍ୟ ନଥାଏ । ଏବଂ ଏଡିଟ କରିବା ପାଇଁ ପୁଣି ପୁରୁଣା ସିଷ୍ଟମ କୁ ଫେରିବାକୁ ପଡେ । ଏଣୁ ଆଗରୁ ଥରେ ଆକ୍ଟିଭ କରିଥିଲେବି ପରେ ବନ୍ଦ କରିଦେଇଥିଲି । ଯଦି ଏହାକୁ ଡିଫଲ୍ଟ କରାଯାଉଛି ତେବେ ଏହାକୁ ବନ୍ଦ କରିବା ପାଇଁ ବି "ପସନ୍ଦ"ରେ ବ୍ୟବସ୍ଥା ରହୁ । --ଶିତିକଣ୍ଠ (ଆଲୋଚନା) ୧୮:୨୨, ୧୨ ମଇ ୨୦୧୪ (UTC)
ଶିତି ଭାଇ, ଭଲ ଭଲ କିଛି ବିଷୟ ପଚାରିଛ । ମୋଟାମୋଟି ଭାବେ ଯେହେତୁ ଏଇଟି ଏକ ସଂକ୍ଷିପ୍ତ ସାଧନ ଏଥିରେ କିଛି ସୁବିଧା କମ କରି କେବଳ ଦେଖିବାର ସୁବିଧାକୁ ବଢ଼ାଯାଇଛି । ଲାଇସେନ୍ସଟି ଏଥିରେ ଅଛି, କିନ୍ତୁ ତା ବାବଦରେ ବିଶଦ ସୂଚନା ନାହିଁ । ଏହା ଡିଫଲ୍ଟ ହେଲେ ବି ନିଷ୍କ୍ରିୟ କରିବା ପାଇଁ "ପସନ୍ଦ"ରେ ବ୍ୟବସ୍ଥା ନିଶ୍ଚିତ ରହିବ । ସାରକଥାର ଆବଶ୍ୟକତା ନିହାତି ଅଛି ଓ ମୁଁ ଏ ବିଷୟରେ ଉଇକିମିଡ଼ିଆ ଫାଉଣ୍ଡେସନର କିଗାନଙ୍କୁ ପଚାରିଥିଲି । ସେ ଉତ୍ତର ଦେଇଛନ୍ତି କି ସାରକଥା ରଖିବା ବାବଦରେ ଆଲୋଚନା ଚାଲଛି । ତେବେ ମିଡ଼ିଆ ଭିଉଅର ୦.୨ ବା ୦.୩ରେ ଏହା ଆସିଯିବ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୭:୧୦, ୧୩ ମଇ ୨୦୧୪ (UTC)
ଆଉ ଏହି ଛବିରେ ଅଛି କେମିତି ଡାଉନଲୋଡ଼, ଉଇକିପିଡ଼ିଆରେ ଅନ୍ୟ ପ୍ରସଙ୍ଗରେ ବ୍ୟବହାର କରିବା ପାଇଁ ସୁବିଧା ଅଛି --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୭:୫୦, ୧୩ ମଇ ୨୦୧୪ (UTC)

ଆଲୋଚନା ସଭାର ଇଣ୍ଟରଫେସ ବଦଳ ବାବଦରେ[ସମ୍ପାଦନା]

ଆମର ଆଲୋଚନା ସଭାର ଇଣ୍ଟରଫେସରେ କେତେକ ମୁଖ୍ୟ ବିଭାଗ ନଥିବାରୁ ବ୍ୟବହାର କରିବା ବେଳେ ଜଣେ ଅନଭିଜ୍ଞ ଉଇକିଆଳି ପାଇଁ ଏଥିରୁ ତଥ୍ୟ ଆହରଣ କରିବା କଷ୍ଟ ହେଉଛି । କିଛି ନୂତନ ଉଇକିଆଳିଙ୍କ ସହ ଅନୌପଚାରିକ ଆଲୋଚନାରୁ ଏହା ଜାଣିବାକୁ ପାଇଲି । ମୁଁ ଗୋଟିଏ ଛାଞ୍ଚ ଏଥି ପାଇଁ ତିଆରି କରିଛି ଯାହା କିଛି ପରିମାଣରେ ଆମର ବର୍ତ୍ତମାନର ଛାଞ୍ଚଠାରୁ ଅଲଗା ଓ ବ୍ୟବହାର ଓ ତଥ୍ୟ ଜାଣିବାରେ ସୁବିଧା ହେବ । ଏଥିରେ ଥିବା କେତୋଟି ନୂତନ ବିଭାଗ ହେଲା:

  • ଆଲୋଚନା ସଭା ବାବଦରେ ଏକ ସଂକ୍ଷିପ୍ତ ବିବରଣ (ଓ ଏହା କଣ ନୁହେଁ ତାହା ବାବଦରେ ମଧ୍ୟ)
  • ଏ ମାସର ମୁଖ୍ୟ ଆଲୋଚନା ନାମରେ ଏକ ନୂଆ ବିଭାଗ ଯେଉଁଥିରେ ଏକ ମାସରେ ହେଉଥିବା ମୁଖ୍ୟ ଆଲୋଚନାର ଶିରୋନାମ (ଲିଙ୍କ ସହ) ରହିବ
  • ଏକ କ୍ୟାଲେଣ୍ଡର: କ୍ୟାଲେଣ୍ଡରର ତାରିଖରେ କ୍ଲିକ କରି ଜଣେ କେଉଁ ତାରିଖରେ କଣ ହେଉଛି ତାହା ଜାଣିପାରିବ । ଯଦିଓ ଏବେ ଓଡ଼ିଆ ଉଇକିପିଡ଼ିଆରେ ଖୁବ ଅଧିକ କର୍ମଶାଳା/ମେଳଣ ଆଦି ହେଉନାହିଁ ଏହା ଧୀରେ ଧୀରେ ବଢ଼ିଲେ କ୍ୟାଲେଣ୍ଡରଟିଏ କାମରେ ଆସିବ ।

ଦୟାକରି ଛାଞ୍ଚଟିକୁ ଏହି ଲିଙ୍କରେ ଦେଖି ତଳେ ନିଜର ମତ ଦିଅନ୍ତୁ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୬:୩୦, ୧୩ ମଇ ୨୦୧୪ (UTC)

ସମର୍ଥନ[ସମ୍ପାଦନା]

ବିରୋଧ[ସମ୍ପାଦନା]

ଅନ୍ୟାନ୍ୟ ମତ[ସମ୍ପାଦନା]

  1. ଟିକିଏ ଅଲଗା ଭାଷା ପ୍ରୟୋଗ କରି ଲେଖୁଛି । ଭଲ ଲାଗିଲେ ରଖିବେ, ନ ଲାଗିଲେ ଲିଭେଇ ଦେବେ ।

ପ୍ରଥମ ଧାଡ଼ି - ଏହି 'ଆଲୋଚନା ସଭା' ପୃଷ୍ଠା ବିଭିନ୍ନ ଉଇକିପିଡିଆ ପ୍ରସଙ୍ଗମାନଙ୍କ ବିଷୟରେ ଉଇକିଆଳିଙ୍କଦ୍ଵାରା ସାମୁହିକ ଆଲୋଚନା ନିମନ୍ତେ ଉଦ୍ଦିଷ୍ଟ ।
ପ୍ରଥମ ପାରାର ଶେଷ ଧାଡ଼ି - ଏହି ଆଲୋଚନାରେ ଭାଗ ନେଉଥିବା ସମସ୍ତଙ୍କୁ ବିନିତ ଅନୁରୋଧ, ନିଜର ମତ ଦେବା ଆଗରୁ ଲଗ-ଇନ କରିବେ ଓ ଦସ୍ତଖତ କରି ମତ ଦେବେ, ନହେଲେ ସେମାନଙ୍କ ମତ ଗ୍ରହଣ କରାଯିବ ନାହିଁ ଓ ଏହି ପୃଷ୍ଠାରୁ ଲିଭେଇ ଦିଆଯିବ । --User:Subas Chandra Rout (ଆଲୋଚନା) ୦୬:୧୩, ୧୩ ମଇ ୨୦୧୪ (UTC)

ଆଲୋଚନା ସଭା ବାବଦରେ ବିବରଣ ଅଛି, ଉନ୍ନତ କରିପାରିବା । ଆଉ ମୁଖ୍ୟ ଆଲୋଚନା କଣ! କେମିତି ଜାଣିବା କେଉଁଟି ମୁଖ୍ୟ ବୋଲି? ଆଉ ଯଦି କରାଯାଏ, ଏସବୁ କିଏ ନିୟମିତ ଅପଡେଟ କରିବ?

  • ଯଦି ଆମେ ନିୟମିତ ଆଲୋଚନାଗୁଡିକୁ ଆର୍କାଇଭ କରିଦେବା, ତାହେଲେ ଅସୁବିଧା ଆଉ ରହିବନି । ଜାନୁଆରୀରୁ କରାହେଇନି! ଅତି କମରେ ମଇ ଆରମ୍ଭ ବେଳକୁ, ମାର୍ଚ୍ଚର ଆଲୋଚନା ସବୁ archive ହୋଇଗଲେ ଗଲା ।
  • ଯଦି ଏ2କେ ଗୋଟେ ଅଲଗା ପୃଷ୍ଠା (WP:A2K_Discussion) ରେ ପୋଷ୍ଟ କରେ ଏବଂ ଏ2କେ ଦ୍ଵାରା ଦିଆଯାଉଥିବା ସୂଚନା, ଓ ଆଲୋଚନା ସବୁ ଆମେ ଅଲଗା ଏକ ପୃଷ୍ଠାରେ ରଖିବା ତାହେଲେ କିଛି ବି ଅସୁବିଧା ରହିବନି । -- ଅଂଶୁମାନ ତାର ଯୋଡ଼ିବେ? ୦୭:୦୭, ୧୩ ମଇ ୨୦୧୪ (UTC)
ମୁଖ୍ୟ ଆଲୋଚନା ନୁହେଁ, ସେଇଟା ଘୋଷଣା ଭାବେ ବ୍ୟବହାର କଲେ ଭଲ ହେବ । ଧରାଯାଉ ଏ ମାସରେ ଗୋଟିଏ କର୍ମଶାଳା ଅଛି କି ଗଣ-ସମ୍ପାଦନା କି ଉତ୍ସବ ଅଛି କିମ୍ବା ଗତ ମାସରେ ଓଡ଼ିଆ ଉଇକିପିଡ଼ିଆର ସକ୍ରିୟ ସଭ୍ୟ ସଂଖ୍ୟା ୩୦ ଟପିଲା କିମ୍ବା ନୂଆ ଇନପୁଟ ଲେଆଉଟଟେ ବାହାରିଲା, ଇତ୍ୟାଦି । ଏ2କେ ପାଇଁ ଅଲଗା ଆଲୋଚନା ସଭା କଲେ ଠିକ ହେବନି, କାରଣ ଏବେର ଅନେକ ଆଲୋଚନାରେ ମତାମତ ପାଇବା ଅନେକ ସମୟରେ ଗୋଟେ ଆହ୍ୱାନ । ତେଣୁ ଅଧିକ କାମ ବଢ଼ିଯିବ । ତେବେ କ୍ୟାଲେଣ୍ଡରଟି ଯଦି ଏଠି ଠିକ ଲାଗୁନି ତେବେ ଗୋଟେ ପତ୍ରିକା ଭାବେ (ଉଦାହରଣ ଏଇଟି) ବ୍ୟବହାର କରିପାରିବା ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୭:୪୮, ୧୩ ମଇ ୨୦୧୪ (UTC)
@Ansumang: ମୁଁ ଛାଞ୍ଚଟି ବଦଳାଇଦେଇଛି, ଏବେ ଘୁଞ୍ଚାଇଦେ ତାହେଲେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୮:୪୧, ୨୦ ମଇ ୨୦୧୪ (UTC)
ଆରେ, ଛାଞ୍ଚ:Villagepump1 କୁ ଛାଞ୍ଚ:Villagepump ଘୁଞ୍ଚାଇବାକୁ କହୁଛୁ! ଏମିତି ଘୁଞ୍ଚାଇବାଟା ଠିକ ନୁହେଁ, ଆମେ ଛାଞ୍ଚ:Villagepump ରେ ବଦଳ କରିପାରିବା, ନଚେତ ନୂଆ 1 ବ୍ୟବହାର କରିପାରିବା । ଦୁଇଟାରେ କଣ ପାର୍ଥକ୍ୟ? ଯଦି କେବଳ ବିବରଣୀ ବଦଳାଇବାର ଅଛି, ପୁରୁଣାଟିରେ କଣପାଇଁ ନ ବଦଳେଇବା । -- ଅଂଶୁମାନ ତାର ଯୋଡ଼ିବେ? ୦୪:୩୭, ୨୧ ମଇ ୨୦୧୪ (UTC)
ଯଦି ମୁଖ୍ୟ ଆଲୋଚନା ଉପରେ ଯୋଡିବା ପାଇଁ ଚାହୁଁଛୁ, ତେବେ ଛାଞ୍ଚ:main_discussions ଏଭଳି ଏକ ଛାଞ୍ଚ ତିଆରି କରି, transclude କରିହେବ ଆଲୋଚନା ସଭା ପୃଷ୍ଠାରେ । ସେ ଛାଞ୍ଚଟିକୁ ତୁ ବାରମ୍ବାର ବଦଳେଇପାରିବୁ । -- ଅଂଶୁମାନ ତାର ଯୋଡ଼ିବେ? ୦୪:୫୬, ୨୧ ମଇ ୨୦୧୪ (UTC)
ମୁଁ ବୁଝିପାରିଲିନି :) ଠିକ କରିଦେ ଯେମିତି ଠିକ ହେବ ଭାବୁଛୁ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୫:୦୩, ୨୧ ମଇ ୨୦୧୪ (UTC)

ବନ୍ଧୁଗଣ, ଜୁନ ୩ ତାରିଖ ଓଡ଼ିଆ ଉଇକିପିଡ଼ିଆର ଜନ୍ମଦିନ । ଏଠାରେ ଧ୍ୟାନ ଦେବାକୁ ହେବ ଯେ ଅଂଶୁମାନଙ୍କ ଦ୍ୱାରା ପୁରୁଣା ତଥ୍ୟ ଖୋଜା ଫଳରେ ଓଡ଼ିଆ ଉଇକିପିଡ଼ିଆର ପ୍ରକୃତ ଓଡ଼ିଆ ଭାଷାରେ ସମ୍ପାଦନାକୁ ଗ୍ରହଣ କରି ଜୁନ ୩ ତାରିଖରେ ଜନ୍ମତିଥି ପାଳିବାର ସିଦ୍ଧାନ୍ତ ନିଆଯାଇଛିଗତ ମାସରେ ହୋଇଥିବା IRC ଆଲୋଚନାରେ ଆଗରୁ ଲେଖାଯାଇଥିବା ପ୍ରସଙ୍ଗମାନଙ୍କର ମାନ ଉନ୍ନତ କରୀବା ପୁରୁଖା ଉଇକିଆଳିଙ୍କର ମୁଖ୍ୟ ଲକ୍ଷ୍ୟ ହେଉ ବୋଲି ସାମୁହିକ ଆଲୋଚନା ହୋଇଥିଲା । ତେବେ ଜୁନ ମାସରେ କେତୋଟି ମୁଖ୍ୟ ଗଣ-ସମ୍ପାଦନା ପାଇଁ ପ୍ରିତି ଭାଇ ଆଲୋଚନା କରିଥିଲେ । ଅନ୍ୟମାନେ ଯଦି ଏକମତ ତେବେ ଆମେ ଏହି ସପ୍ତାହ ଗୁରୁବାର (୨୨ ତାରିଖ) ଦିନ ସନ୍ଧ୍ୟା ୮ ଟା ବେଳେ IRCରେ ଆଲୋଚନା କରିପାରିବା । ଧ୍ୟାନ ଦେବେ, ମୁଁ କେବଳ ଏକ ସମ୍ଭାବ୍ୟ ତାରିଖ ଦେଉଛି, ଯଦି ସମସ୍ତେ ଅନ୍ୟ ଏକ ତାରିଖ/ସମୟରେ ଆସିପାରିବେ ତାହା ଚୂଡ଼ାନ୍ତ କରାଯିବ । ତେବେ କାଲି ମଧ୍ୟରେ ଯଦି ସମସ୍ତେ ନିଜ ନିଜର ଉପସ୍ଥିତି ଜଣାଇପାରିଲେ ଭଲ ହୁଅନ୍ତା ।

ସମ୍ଭାବିତ ତାରିଖ ଓ ସମୟ
୨୨ ମଇ (ଗୁରୁବାର), ସନ୍ଧ୍ୟା ୮ ଘଟିକା
IRC
#wikipedia-or (କିପରି ଏଥିରେ ଚାଟ କରିବେ ଏହି ପୃଷ୍ଠାରେ ଦେଖନ୍ତୁ)
ଆଲୋଚନାର ବିଷୟବସ୍ତୁ
  • ଗଣ-ସମ୍ପାଦନା ପାଇଁ ତାଲିକା ତିଆରି (କେତୋଟି ପ୍ରସଙ୍ଗ ବଛାଯିବ ଓ କିଏ ଏହା ତିଆରି କରିବାର ମୁଖ୍ୟ ଦାୟୀତ୍ୱ ନେବେ)
  • ବେଳ ଅନୁକୁଳ ମଣିଲେ ଜୁନ ୩ ତାରିଖରେ ଭୁବନେଶ୍ୱର ଓ ନାଲକୋନଗରରେ ଟୁଙ୍ଗିର ଉଦ୍‌ଘାଟନ ଓ ସେହି ଦିନ ଗଣ-ସମ୍ପାଦନା ବାବଦରେ ଆଲୋଚନା
  • ଗଣ-ସମ୍ପାଦନା ପାଇଁ ମାସିକ ଲକ୍ଷ୍ୟ (କେତୋଟି ପ୍ରସଙ୍ଗର ମାନ ଉନ୍ନତ ହେବ, କେତେ ଜଣ ପୁରୁଖା ଓ କେତେ ଜଣ ନୂଆ ଉଇକିଆଳି ଯୋଗଦେବେ)
  • ନୂଆମାନଙ୍କ ପାଇଁ ଏକ ସହଜ ଶିକ୍ଷଣ
  • ....

ଦୟାକରି ଆଲୋଚନାରେ ଭାଗ ନେଇ ନିଜର ମତ ଓ ମୋ ଦ୍ୱାରା ତିଆରି ଉପର ତାଲିକାରେ ଆଉ କିଛି ବିଷୟବସ୍ତୁ ବାକି ରହିଯାଇଥିଲେ ଲେଖି ତାରିଖସମୟ ବାବଦରେ ଏଠାରେ ସିଦ୍ଧାନ୍ତ ନେବେ । ସାଧୁବାଦ! --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୨୦:୨୧, ୧୯ ମଇ ୨୦୧୪ (UTC)

ତାରିଖ ଓ ସମୟ[ସମ୍ପାଦନା]

୨୨ ମଇ (ଗୁରୁବାର), ସନ୍ଧ୍ୟା ୮ ଘଟିକା
ହଁ:
  • ୨୨ ମଇ (ଗୁରୁବାର), ସଂନ୍ଧ୍ୟାରେ ଚଳିବ । ଅନ୍ୟ ଯେ କୈଣସି ଦିନ ସ୍ଥିର ହେଲେ ମଧ୍ୟ ମୁଁ ଉପସ୍ଥିତ ରହିପାରିବି । --ଆଦିତ୍ୟ ମହାର (ଆଲୋଚନା) ୧୨:୨୫, ୨୦ ମଇ ୨୦୧୪ (UTC)
ନାଁ:
ଭିନ୍ନ ମତ:

ଚୁଡ଼ାନ୍ତ ତାରିଖ ଓ ସମୟ[ସମ୍ପାଦନା]

ସମସ୍ତଙ୍କ ମତ ଅନୁସାରେ 2୪ ତାରିଖ ରାତି ୮ ଘଟିକାରେ ଏହି ଆଲୋଚନାଟି ଅନୁଷ୍ଠିତ ହେବ । ସମସ୍ତଙ୍କୁ ଯୋଗଦେଇ ଆଲୋଚନାରେ ଭାଗନେବାକୁ ଅନୁରୋଧ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୦:୩୧, ୨୪ ମଇ ୨୦୧୪ (UTC)

ଆଲୋଚିତ ବିଷୟ[ସମ୍ପାଦନା]

ଏହି ଆଲୋଚନାରେ ୧୧ ଜଣ ଉଇକିଆଳି ଭାଗନେଇଥିଲେ । ଏଥିରେ ଆଲୋଚିତ ବିଷୟର ସାରାଂଶ ତଳେ ଦିଆଗଲା:

  • ଏଥିରେ ଭାଗ ନେଇଥିବା ୧୧ ଜଣ ଉଇକିଆଳିଙ୍କ ମଧ୍ୟରୁ ଦଶ ଜଣ ସକ୍ରିୟ ଭାବେ ଆଲୋଚନାରେ ଭାଗ ନେଇଥିଲେ ।
  • ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ଦ୍ୱାଦଶ ଜନ୍ମତିଥି ଗଣ-ସମ୍ପାଦନା କରିବା ବାବଦରେ ଆଲୋଚନା ହୋଇଥିଲା ।
  • ଏଥିରେ ଅଭିଜ୍ଞ ଓ ନୂଆ ଉଇକିଆଳିମାନେ ମିଶି ଓଡ଼ିଶାର ମହାମନିଷୀ ଓ ଇତିହାସ ସମ୍ବନ୍ଧିତ ପ୍ରସଙ୍ଗମାନଙ୍କର ମାନରେ ଉନ୍ନତି କରିବେ ।
  • ମୂଳ ଲକ୍ଷ୍ୟ ଆଗରୁ ଥିବା ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡ଼ି ତାହାର ମାନ ଉନ୍ନତ କରିବା ଥିଲେ ହେଁ ନୂଆ ପ୍ରସଙ୍ଗମାନ ମଧ୍ୟ ତିଆରି କରାଯିବ ।
  • ଉଇକିଆଳି ମୃତ୍ୟୁଞ୍ଜୟ କର ଓଡ଼ିଶାର ମହାମନିଷୀ ଓ ଆଦିତ୍ୟ ମହାର ଓଡ଼ିଶାର ଇତିହାସ ସମ୍ବନ୍ଧରେ ପ୍ରସଙ୍ଗସୂଚୀ ଗଠନ ଦାୟୀତ୍ୱରେ ରହିବେ ।
  • ଯଦି କିଛି ଉପ ଯୋଗୀ ପ୍ରସଙ୍ଗ ଆଗରୁ ନାହଁ ତାହା ମଧ୍ୟ ତାଲିକାରେ ରହିବ ।
  • ପ୍ରତି ଉଇକିଆଳି ୧୦ଟି ଲେଖାଏ ପ୍ରସଙ୍ଗ ବାଛିନେବେ ଯହିଁରେ ସେମାନେ ତଥ୍ୟ ଓ ଆଧାର ଯୋଡ଼ି ତାହାକୁ ଉନ୍ନତ କରିବେ ।
  • ଏହି ଗଣ-ସମ୍ପାଦନା ଜୁନ ୩ ତାରିଖରୁ ଆରମ୍ଭ ହୋଇ ୨ ସପ୍ତାହ ଯାଏ ଚାଲିବ । ଆଗ୍ରହୀ ସଭ୍ୟ ଏହି ଲିଙ୍କରେ ଯାଇ ନିଜର ନାମ ଓ କେଉଁ ପ୍ରସଙ୍ଗରେ କାମ କରିବାକୁ ଇଚ୍ଛୁକ ତାହା ଉଲ୍ଲେଖ କରି ସମ୍ପାଦନା ଆରମ୍ଭ କରିପାରିବେ ।
  • ଉପର ଲିଙ୍କରେ ଥିବା ପୃଷ୍ଠାରେ ପ।।ସଙ୍ଗ ସୂଚୀରେ କେଉଁ ବହିରୁ ତଥ୍ୟ ନେଇ ବ୍ୟବହାର କରିବେ ତାହା ଉଲ୍ଲେଖ କରାଯାଇଛି ।
  • ଏଥି ସମ୍ବନ୍ଧିତ କିଛି ପ୍ରଶ୍ନ ଆଲୋଚନା ପୃଷ୍ଠାରେ ପଚାରିପାରିବେ ।
  • ସମୟ ଅନ୍ତ ହେବାରୁ ଶିକ୍ଷଣ ବାବଦରେ ଆଲୋଚନାରେ ସମସ୍ତେ ଭାଗ ନେଇପାରି ନଥିଲେ । ତେବେ, ଏବେର ଉଇକିପିଡ଼ିଆ:ଚାଟସଭାରେ ଏହି ନୂଆ ଶିକ୍ଷଣକୁ ଅନ୍ତଭୁକ୍ତ କରାଯିବା ବାବଦରେ ଆଲୋଚନା କରାଯାଇଥିଲା । ଏକ ସାଇଟନୋଟିସ ବ୍ୟବହାର କରି ନୂଆ ସଭ୍ୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ସେମାନଙ୍କୁ ଏକ ଶିକ୍ଷଣ ଆଡ଼କୁ ମୁହାଁଯିବ । ଏଥିରେ ସଭ୍ୟ ଜଣେ କିପରି ଉଇକିପିଡ଼ିଆର ସମ୍ପାଦନା ଶିଖିବା ପରେ ପ୍ରସଙ୍ଗସୂଚୀ ଥିବା ଜନ୍ମତିଥି ପୃଷ୍ଠାକୁ ତାଙ୍କୁ ବାଟ କଢ଼ାଇନିଆଯିବ । ସେଠାରେ ସେ ପ୍ରସଙ୍ଗଟିଏ ବାଛି ତାହାର ସମ୍ପାଦନା କରିବେ ।

ସମ୍ପୂର୍ଣ୍ଣ ଆଲୋଚନା IRC ଆଲୋଚନା ପୃଷ୍ଠାରେ ଦେଖିପାରିବେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୬:୫୨, ୨୭ ମଇ ୨୦୧୪ (UTC)

ବଟ୍ ଦ୍ଵାରା ନୂଆ ପଦାର୍ଥ ବିଜ୍ଞାନୀଙ୍କ ଜୀବନୀ[ସମ୍ପାଦନା]

ବଟ୍ ବ୍ୟବହାର କରି ମୁଁ କିଛି ନୂଆ ଲେଖା ପଦାର୍ଥ ବିଜ୍ଞାନୀଙ୍କ ଜୀବନୀ ଉପରେ ତିଆରି କରିଛି । ଏହି ଲେଖା ଗୁଡିକ ଇଂରାଜୀ ଉଇକିରେ ଥିବା ତଥ୍ୟପେଟି (ଇନ୍ଫୋବକ୍ସ) ରୁ କପି କରି ତିଆରି କରାଯାଇଛି । ଏଥିରେ ଭାଷାଗତ ଓ ବାକ୍ୟଗଠନଗତ ତ୍ରୁଟିକୁ ସୁଧାରିବା ନିମାନେ ଆପଣଙ୍କ ମତାମତ ଦେବାପାଇଁ ଅନୁରୋଧ । ଏହି ପ୍ରୋଗ୍ରାମକୁ ଉନ୍ନତ କରିବା ପାଇଁ ଯେ କୌଣସି ଗଠନ ମୂଳକ ମନ୍ତବ୍ୟ ଗ୍ରହଣୀୟ । ଯଦି କାହାର ଆପତ୍ତି ନଥାଏ ତେବେ ୧୦ ଦିନ ପରେ ଏହାକୁ ବ୍ୟବହାର କରି ନୂଆ ଲେଖା ତିଆରି କରାଯିବ ।

ଆବଶ୍ୟକତା[ସମ୍ପାଦନା]

  • କିଛି ପୁରୁଣା ଲେଖା ଓଡ଼ିଆ ଉଇକିରେ ଅଛି, ଯେଉଁଥିରେ କେବଳ ଇନ୍ଫୋବୋକ୍ସ ଅଛି କିନ୍ତୁ ଲେଖା ନାହିଁ ସେଗୁଡ଼ିକୁ ଆମେ ଏହା ଦ୍ଵାରା ଉନ୍ନତ କରିପାରିବା ।
  • ଏହା ସହ ଆମେ ଇଂରାଜୀ ଉଇକିରୁ ଇନ୍ଫୋବାକ୍ସ ଆଣି ତାକୁ ବି ନେଇ ବାକ୍ୟ ଗଠନ କରି ଲେଖିପାରିବା ଓ ନୂଆ ଲେଖା ତିଆରି କରିପାରିବା ।
  • ପୁରୁଣା ଡାଇନୋସର ପ୍ରକଳ୍ପ ଭଳି ଅନ୍ୟାନ୍ୟ ଲେଖା ଗୁଡ଼ିକରେ ଟାକ୍ସୋବକ୍ସ ଓ ଇନ୍ଫୋବକ୍ସ ଆପେ ଆପେ ଯୋଡ଼ିପାରିବା ।

ଅସୁବିଧା[ସମ୍ପାଦନା]

ଏହା ଇନ୍ଫୋବାକ୍ସ କୁ ସିଧା ସଳଖ କପି କରିଥିବାରୁ ସେଥିରେ ଥିବା ଲେଖା ଅବିକଳ ଏଠାରେ ବାକ୍ୟ ଆକାରରେ କପି ହୋଇଯିବ । ସେ ଇଂରାଜୀ ଶବ୍ଦ ଗୁଡିକୁ ପୁଣି ଓଡ଼ିଆ ମନୁଆଲି କରିବାକୁ ପଡିପାରେ ଯାହାକି ସମୟ ସାପେକ୍ଷ ।

ଉଦାହରଣ[ସମ୍ପାଦନା]

ମତାମତ[ସମ୍ପାଦନା]