ଉଇକିପିଡ଼ିଆ ଆଲୋଚନା:ବାର୍ଷିକ ଯୋଜନା (ଜୁଲାଇ ୨୦୧୪ - ଜୁନ ୨୦୧୫)

Page contents not supported in other languages.
ଉଇକିପିଡ଼ିଆ‌ରୁ

ମାର୍ଚ୍ଚ ମାସ ୩୦ ତାରିଖରେ ଓଡ଼ିଶା ଦିବସ ୨୦୧୪ରେ କିଛି ଯୋଜନା ଆଲୋଚିତ ହୋଇଥିଲା । ପୁରୁଖା ଓଡ଼ିଆ ଉଇକିଆଳି ଅଂଶୁମାନ ଗିରି, ମୃତ୍ୟୁଞ୍ଜୟ କର, ଡାଃ ସୁବାସ ଚନ୍ଦ୍ର ରାଉତ, ଶିତିକଣ୍ଠ ଦାଶ, ଦୀପ୍ତିମାନ ପାଣିଗ୍ରାହୀ, ଜ୍ଞାନରଞ୍ଜନ ସାହୁ, ଶୈଳେଶ ପଟ୍ଟନାୟକ, ଶିଶିର ସାହୁ, ଶଶାଙ୍କ ଶେଖର ଦାସ, ମନୋରଞ୍ଜନ ମଲ୍ଲିକ, ନିର୍ମଳ ଚନ୍ଦ୍ର ବାରିକ, କୃପାସିନ୍ଧୁ ମୁଦୁଲି ଓ ଭାରତୀୟ ଜନସଂଚାର ସଂସ୍ଥାନର ୧୦ ଜଣ ଛାତ୍ରଛାତ୍ରୀ-ଉଇକିଆଳି ଏଥିରେ ଯୋଗଦେଇଥିଲେ । ଏହି କର୍ମଶାଳାରେ ମୁଁ ସମସ୍ତଙ୍କୁ ବାର୍ଷିକ ଯୋଜନା ବାବଦରେ ସେମାନଙ୍କ ମତାମତ ପଚାରିଥିଲି । କିଛି ତାହା ସମ୍ପୂର୍ଣ୍ଣ/ଆଂଶିକ ପଢ଼ିଥିବା ବେଳେ କିଛି ଆଦୌ ପଢ଼ିନଥିଲେ, ତେଣୁ ମୁଁ ସମସ୍ତଙ୍କୁ ପରେ ସବିଶେଷ ପଢ଼ିବା ନିମନ୍ତେ ଅନୁରୋଧ କରି ସଂକ୍ଷେପରେ ଏଥିରେ ଥିବା ମୁଖ୍ୟ କାର୍ଯ୍ୟକ୍ରମ ବିଷୟକ ସିଦ୍ଧାନ୍ତ ବିଷୟରେ ସୂଚନା ଦେଉଛି:

  1. ସମସ୍ତ କାମ ବଦଳରେ କିଛି ନିର୍ଦ୍ଦିଷ୍ଟ କାମ ପାଇଁ ଭୁବନେଶ୍ୱର ଓ ନାଲକୋନଗରଠାରେ ଦୁଇଟି "ଉଇକିଟୁଙ୍ଗି" ଆରମ୍ଭ (ଉଇକିଟୁଙ୍ଗି ନିଜ ସହରରେ ଅଧିକ ଶିକ୍ଷାନୁଷ୍ଠାନରେ କର୍ମଶାଳା ତଥା ଅନ୍ୟାନ୍ୟ ଜନସଚେତନତା ତିଆରି କରିବା ନିମନ୍ତେ କାମ କରିବେ, ଏଥି ପାଇଁ ସେମାନେ କିଛି ଆବଶ୍ୟକ ଅର୍ଥ ଅନୁଦାନ ଭାବେ ପାଇବାପାଇଁ ଆବେଦନ କରିବେ)
  2. ବର୍ଷରେ ଦୁଇ ଥର ଦୁଇଟି ମୁଖ୍ୟ କାର୍ଯ୍ୟକ୍ରମ "ଓଡ଼ିଆ ଦିବସ (୨୦ ଫେବ୍ରୁଆରି)" ଓ "ଓଡ଼ିଆ ଉଇକିପିଡ଼ିଆର ଜନ୍ମତିଥି (ଜୁନ ୩)"ପାଳିତ ହେବ । ଏଥିରେ ଅଧିକ ଓଡ଼ିଆଙ୍କୁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଜଣାଇବା ତଥା ଉଇକିଆଳିଙ୍କୁ ବୈଷୟିକ ପ୍ରଶିକ୍ଷଣ ଦେବା ମୁଖ୍ୟ କାର୍ଯ୍ୟକ୍ରମ ଭାବେ ରହିବ ।
  3. ଅଧିକରୁ ଅଧିକ ଜାଗାରେ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଅଧିକ ଲୋକଙ୍କୁ ଜଣାଇବା ଓ ଅଧିକ ଉଇକିଆଳି ତିଆରି କରାଇବା ଆଗରୁ ଉଇକିଆଳିମାନେ ବସବାସ କରୁଥିବା ସହରରେ ନୂଆ ଉଇକିଆଳିଙ୍କୁ ନିୟମିତ ପ୍ରଶିକ୍ଷଣ ଦେବା ଓ ସେଠାର ଶିକ୍ଷାନୁଷ୍ଠାନରେ ଅଧିକ ଶିକ୍ଷକ ଓ ଛାତ୍ରମାନଙ୍କୁ ପ୍ରଶିକ୍ଷଣ ଦେବା ।
  4. ଯଦି ପୁରୁଖା ଉଇକିଆଳି ଉପରୋକ୍ତ କାମ ପରେ ଅଧିକ ସମୟ ଓ ଅନ୍ୟ ସ୍ଥାନରେ ପ୍ରଶିକ୍ଷଣ କର୍ମଶାଳା ପାଇଁ ସମୟ ଓ ସୁବିଧା ପାଉଛନ୍ତି ତେବେ ଆଜିଯାଏ ଯେଉଁ ଯେଉଁ ସ୍ଥାନରେ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ହୋଇନାହିଁ ସେଠାରେ କର୍ମଶାଳା କରିବେ ।
  5. ଉଇକିଆଳି ମୃତ୍ୟୁଞ୍ଜୟ କର ଆଲୋଚନା ପାଇଁ ଏକ ବିଷୟ ଉଠାଇଥିଲେ । ଯଦି ଜଣେ ନୂଆ ଉଇକିଆଳି ଓଡ଼ିଆ ଉଇକିପିଡ଼ିଆ ବାବଦରେ ଅଧିକ ଜାଣିବା ପାଇଁ ଆଗ୍ରହୀ ତେବେ ପୁରୁଖା ଉଇକିଆଳି ତାଙ୍କ ସହରକୁ ଯାଇ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟି ପ୍ରଶିକ୍ଷଣ ଦେଇପାରିବେ କି ନାଁ । ଏହି ବିଷୟ ଉପରେ ଅଧିକ ଆଲୋଚନା ଲୋଡ଼ା ।
  6. ସମସ୍ତ କ୍ଷେତ୍ରରେ ଯେଉଁ ଆର୍ଥିକ ଅନୁଦାନ ଲୋଡ଼ା ତାହା ଖୋଲାଖୋଲି ଆଲୋଚନା ସଭା ଅଥବା ପ୍ରକଳ୍ପ ପୃଷ୍ଠାରେ ଆଲୋଚିତ ହୋଇ ସର୍ବସମ୍ମତ୍ତି କ୍ରମେ ଗୃହୀତ ହେଲାପରେ ପାଣ୍ଠି ଅନୁଦାନ ପାଇଁ ଅନୁରୋଧ କରାଯିବ ।
  7. ଓଡ଼ିଆ ଉଇକିପିଡ଼ିଆ ଓ ଅନ୍ୟାନ୍ୟ ଉଇକିମିଡ଼ିଆ ପ୍ରକଳ୍ପରେ ଓଡ଼ିଆରେ ଇନପୁଟକୁ ଡିଫଲ୍ଟ କରିବା ନିମନ୍ତେ ବହୁମତ ଆସିଥିଲା, ଯଦି ଏଥିରେ କିଛି ଆପତ୍ତି ନ ଥାଏ ତାହେଲେ ଆଲୋଚନା ସଭାର ପୁରୁଣା ଆଲୋଚନାରେ ଆଉଥରେ ସିଦ୍ଧାନ୍ତ ଲେଖି ଏଥିନିମନ୍ତେ ଅନୁରୋଧ କରାଯିବ ।
  8. ଓଡ଼ିଆ ଉଇକିପିଡ଼ିଆ ବାବଦରେ ଅନେକ ଓଡ଼ିଆ ଜାଣି ନଥିବାରୁ ଓଡ଼ିଆ ଉଇକିପିଡ଼ିଆର ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ ସ୍ତରରେ ସାମୁହିକ ଉଦ୍ୟମ ଆବଶ୍ୟକ । ଯଦିଓ ଏହା କେବଳ ଓଡ଼ିଆ ଉଇକିପିଡ଼ିଆ ସ୍ତରର ଅସବିଧା ନୁହେଁ ବରଂ ଏକ ସମଗ୍ର ଉଇକିମିଡ଼ିଆ ଆନ୍ଦୋଳନ ସ୍ତରର ଅସୁବିଧା ତେବେ ଓଡ଼ିଆ ସ୍ତରରେ ଏହା ଅଧିକ ।

ମତାମତ[ସମ୍ପାଦନା]

ସମସ୍ତଙ୍କୁ ଅନୁରୋଧ ଉପରର ଆଲୋଚିତ ବିଷୟ ଉପରେ କିଛି ମତାମତ ଥିଲେ ତଳେ ଲେଖିବେ । ବାର୍ଷିକ ଯୋଜନା ଉପରେ ଆଉ କିଛି ମତ ଥିଲେ ଭିନ୍ନ ଏକ ଶିରୋନାମ ତିଆରି କରି ମତ ଦେବେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୭:୫୭, ୧୮ ଅପ୍ରେଲ ୨୦୧୪ (UTC)

ମତାମତ ଗୁଡିକ ସ୍ଵାଗତ ଯୋଗ୍ୟ ଏହାକୁ ତାଲିକା କରି ଲେଖିଥିବାରୁ ଧନ୍ୟବାଦ । ମୋର ଆଉ ଗୋଟେ ଅନୁରୋଧ ଯେ ଯେହେତୁ ଏହା ଏକ ଗୋଷ୍ଠୀଗତ କାର୍ଯ୍ୟ ତେଣୁ ଆମେ ସବୁବେଳେ ମନେ ରଖିବା ଉଚିତ ଯେ ଆମକୁ ମିଶିକରି କାମ କରିବାକୁ ପଡିବ । ସବୁଥିରେ ସମସ୍ତଙ୍କର ସହଯୋଗ ଲୋଡା । ଜଣେ ଓଡିଶାର ଗାଁରେ ରୁହନ୍ତୁ କିମ୍ବା ବିଦେଶରେ ସମସ୍ତଙ୍କ ସହଯୋଗ ଲୋଡା । ଯେହେତୁ ସମସ୍ତେ ନିଜ ପେଟ ପାଇଁ ଟଙ୍କା ଅର୍ଜନ କଲାପରେ କି ନିଜ ପାଠ ପଢିସାରିଲା ପରେ ଏହି ସ୍ଵେଚ୍ଛାଗତ କାମ କରୁଛନ୍ତି ତେଣୁ ଆମେ ବଳପୂର୍ବକ କାହାକୁ କହିପାରିବା ନାହିଁ । ଯାହାଫଳରେ ପ୍ରଥମେ ଇଚ୍ଛା ପ୍ରକାଶ କରିଥିବା ବ୍ୟକ୍ତି ପରେ ନ ଆସିଲେ ଏବଂ ଯଦି ଯୋଜନା ସଫଳ ନ ହେଲା ତେଣୁ କଟୁ ଉକ୍ତି ଗୁଡିକ ଆସିବାର ସମ୍ଭାବନା ଅଛି ।ତେଣୁ ମୂଳରୁ ଏଇଆ ଭାବିନେବାକୁ ପଡିବ ଯେ ଆମେ କାମ ଆରମ୍ଭ କରିବା ଚେଷ୍ଟା କରିବା ଏବଂ ସଫଳତା ପାଇଁ ଆଶା କରିବା ଯଦି ସଫଳ ନହେଲେ ତବେ କାହାକୁ କହିପାରିବାନି । ସୁବାଷ ସାରଙ୍କ ଭଳି ମୁଁ ବି ଟିକେ ଦ୍ଵନ୍ଦରେ ଅଛି । ସତ କଥା କହିବାକୁ ଗଲେ ବେଳେ ବେଳେ ଗୋଷ୍ଠୀରେ ସାମିଲ ନହେଇ ନିଜେ ଯେତିକି ପାରିବ ସେତିକି କରିବା ଉଚିତ ବୋଲି ଇଚ୍ଛା ହଉଛି । ତେଣୁ ଗୋଟେ ଜିନିଷ ସ୍ଵଛ ହେବାର ଅଛି ଯେ କିଏ କିଏ ଗୋଷ୍ଠୀରେ ରହୁଛନ୍ତି ଏବଂ ସହୋଯଗ କରୁଛନ୍ତି । ଯଦି ଜଣେ ଗୋଷ୍ଠୀରେ ନାହି ଏବଂ କିଛି ମନ୍ତବ୍ୟ ଦଉଛନ୍ତି ତାହା ଗ୍ରହଣୀୟ ନୁହେଁ । ଗୋଷ୍ଠୀରେ ଥିବା ଲୋକମାନେ ନିଜ ନିଜ ଭିତରେ ମତ ସିଧାସଳଖ ଭାବେ ଭାବାନୁପ୍ରଦାନ କଲେ ଭଲ ହେବ । ସଫା କଥା କହିବାକୁ ଗଲେ ଆମେ ଯେତିକି ପାରିବୁ ସେତିକି କରିବୁ । ଯେଉଁମାନେ କହୁଛନ୍ତି ଯେ ଏଇଆ କାଇଁ ହଉନି ସେଇଆ କାଇଁ ହଉନି, ସେମାନେ ନିଜେ ଆସି କରନ୍ତୁ ।

CIS-A2K ବାବଦରେ ମୁଁ ଭାବୁଛି ସିଆଇଏସ ଏଟୁକେ ଆମକୁ ବହୁତ ନହେଲେ ବି ସାହାଯ୍ୟ କରିଛି । ୨୦୧୧ ପୂର୍ବରୁ ଆମେ ଯେଉଁ ଭେଟ ହଉଥିଲୁ ସେଥିରେ କିଛି ଉଦ୍ଦେଶ୍ୟ ନଥିଲା ମାନେ ଏମିତି ଦେଖା ହେଇ କଥା ହଉ କିନ୍ତୁ agenda ନଥିଲା ସିଆଇଏସ ଏ୨କେ ଠାରୁ ସେ ଶିକ୍ଷା ମିଳିଛି । ମତେ ଲାଗୁଛି ଯେ ଆମ ଗୋଷ୍ଠୀ ସୁଦୃଢ ହେଇଛି । ଯଦି ଇଭେନ୍ଟ ନ ହୁଅନ୍ତା ଲୋକ ନ ଜାଣନ୍ତେ ତେବେ କେମିତି ଆମେ ପରସ୍ପର ଭାବରେ ଅଧିକ ମିଶିପାରନ୍ତୁ । ବଡ ବଡ ଇଭେନ୍ଟ ପାଇଁ ଗୋଷ୍ଠୀକୁ କାମରେ ଲଗାଇ cisa2k ଆମକୁ ନିଜ ନିଜ ଭିତରେ ଅଧିକ ପାଖକୁ ଆଣି ପାରିଛି । ବାକି ରହିଲା ଲେଖା ଲେଖି କଥା ଉଇକିପେଡିଆରେ ଲେଖା ସଂଖ୍ୟା ବହୁତ ବଢିଛି । ସିଆଇଏସ-ଏ2କେ ଏ ବାବଦରେ ଯଦି ଅଧିକ ଆଲୋଚନା କରାଇ ଓ କିଛି ଯୋଜନା କରାଇ ସୁଧାରିବା ପାଇଁ ଆଲୋଚନା କରାଇଥାନ୍ତା ତାହେଲେ ଭଲ ହେଇଥାନ୍ତା । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୩:୫୬, ୨୬ ଅପ୍ରେଲ ୨୦୧୪ (UTC)

  1. ସମସ୍ତେ ଜାଣନ୍ତି, ଉଇକିମିଡିଆ/ ଉଇକିପିଡିଆ ଗୋଟିଏ ରେଜିଷ୍ଟର୍ଡ ସଂସ୍ଥା ଓ ତାହାର ମାଲିକ ଅଛନ୍ତି, କିନ୍ତୁ ଓଡିଆ ଉଇକିପିଡିଆ ରେଜିଷ୍ଟର୍ଡ ହୋଇ ନ ଥିବା ଏକ ଭାରଚୁଆଲ (Virtual) ସଂସ୍ଥା । ଓଡିଆରେ ଲେଖୁଛେ ତେଣୁ ଓଡିଆ ଉଇକିପିଡିଆ । ନା ତାର ଅଫିସ ଅଛି, ନା କର୍ମଚାରୀ ନା ମାଲିକ । ନିଜ ଭାଷାକୁ ଭଲ ପାଉଥିବା ସ୍ଵେଚ୍ଛାସେବୀମାନେ କୌଣସି ବେତନ ବା ପାରିଶ୍ରମିକ ନ ପାଇ ଏହି ନାମରେ କାମ କରୁଛନ୍ତି । ତେଣୁ ଉଇକିଆଲମାନେ କୌଣସି ସଂସ୍ଥା ବା ଲୋକ ପାଖରେ ଉତ୍ତରଦାୟୀ ନୁହନ୍ତି । ସେମାନେ ଛଅ ମାସିଆ ରିପୋର୍ଟ କାହିଁକି ଦେବେ । କାହିଁକି କମ କାମ ହେଲା, ଏ ପ୍ରଶ୍ନ ଓଡିଆ ଉଇକିପିଡିଆକୁ ପଚାରିବାର ଅଧିକାର କାହାରି ନାହିଁ । ନିଜ ଖୁସିରେ ଏମାନେ ମାତୃ ଭାଷାର ଉନ୍ନତି କଳ୍ପେ କାମ କରୁଛନ୍ତି । ସେହିଭଳି ‘ଆଲୋଚନା ବେଶୀ କାମ କମ’ ଏକ ଅବାନ୍ତର ଟିପ୍ପଣୀ । ଯଦି ଭାଷାର ମଙ୍ଗଳ ଚାହୁଁଛ, ଆସି କାମ କର ।
  2. ଯଦି NGOଠାରୁ କିଛି ସାହାଯ୍ୟ ନେବା ତାହା ହେଲେ ନିଶ୍ଚୟ ତାଙ୍କ ନାମ ରହିବ । ଓଡିଆ ଉଇକିପିଡିଆ ଜନ୍ମ ଦିବସ ବେଳେ ପୁରସ୍କାର କଥା ଉଠିଥିଲା କାହିଁକି ? ଆମର ଟଙ୍କା ନାହିଁ, ପୁରସ୍କାର ଦେବାକୁ । ଯଦି ସେମାନଙ୍କ ଅର୍ଥରେ ଓଡିଶା ଦିବସ ପାଳିବା ବା ପୁରସ୍କାର ନେବା ତାହା ହେଲେ ତାଙ୍କର ନାମ ନ ଦେଲେ ବେଇମାନି ହେବ । କୌଣସି ସାହାଯ୍ୟ ନିଅନ୍ତୁ ନାହିଁ, ତାହା ହେଲେ ତାଙ୍କର ନାମ ଲେଖିବା ଦରକାର ହେବନି । ଆମେ ସ୍ଵତନ୍ତ୍ର ହୋଇଯିବା ।
  3. ଏହି ସଂସ୍ଥା ଯଦି ଓଡିଆ ଉଇକିଆଳିଙ୍କୁ ପୁରସ୍କାର ଦିଏ ଓ ଆମେ ଗ୍ରହଣ କରୁ ତାହାହେଲେ ସେ ସେ ସଂସ୍ଥା କିଛି credit ନେବାରେ ଆପତ୍ତି ହେବା କଥା ନୁହେଁ, କାରଣ ସେ ସଂସ୍ଥା ପୂଜ୍ୟ ପୂଜା ଅନୁଷ୍ଠାନ ନୁହେଁ । ଓଡିଶା ଦିବସ ବା ଓଡିଆ ଉଇକିପିଡିଆ ଜନ୍ମଦିବସ ଭଳି ଦିବସ ପାଳନ କଲା ବେଳେ ଯେଉଁ ସଂସ୍ଥାଠାରୁ ଅର୍ଥ ମିଳିଛି, କେବଳ ସେହି ସଂସ୍ଥା ସଠିକ ଭାବେ ଅର୍ଥ ବିନିଯୋଗ ହୋଇଛି କି ନାହିଁ ଜାଣିବାକୁ ହକଦାର, ସେ ପଚାରିବାକୁ ହକଦାର । କେଉଁ ବାବଦ କେତେ ଖର୍ଚ୍ଚ ହେଲା, ଆମେ ଉଇକିଆଳିମାନେ ଜାଣିବାକୁ କିଏ ? ଯିଏ ଟଙ୍କା ଦେଇଛି ସେ ସେକଥା ବୁଝିବ। ଯଦି ଆମେ ଜାଣିବାକୁ ଚାପ ପ୍ରୟୋଗ କରିବା, ତାହା ହେଲେ ଆମେ ସ୍ଵେଚ୍ଛାସେବୀ ନୁହେଁ ।
  4. ସୁଭାସିସଙ୍କ କଥା ଅଲଗା । ସୁଭାସିସ ପାଣିଗ୍ରାହୀ Centre for Internet and Societyର ଜଣେ କର୍ମକର୍ତ୍ତା ଓ ବିଭିନ୍ନ ଭାରତୀୟ ଭାଷାର ଉନ୍ନତି କରିବା ନିମନ୍ତେ କାମ କରିବା ତାଙ୍କର କାମ ବୋଲି ମୁଁ ଭାବୁଛି । ଏକାଧାରରେ ସେ ଜଣେ କର୍ମଚାରୀ ଓ ସ୍ଵେଚ୍ଛାସେବୀ । ଯେ ହେତୁ ସେ ଉତ୍ତରଦାୟୀ, ତେଣୁ ସେ ତାଙ୍କ ସଂସ୍ଥାର ନାମ ଯୋଗକରିବାକୁ ବାଧ୍ୟ । କଅଣ କାମ କେତେ ଦିନରେ ହୋଇଛି, ତାହାର ଉତ୍ତର କେବଳ ସୁଭାସିସଙ୍କୁ ଦେବାକୁ ହେବ । ଆମେ କାମ କଲେ NGO ନାମ ନେଉଛି ଓ ଉଇକିମିଡ଼ିଆ/ ଉଇକିପିଡିଆ ସଂସ୍ଥା ମଧ୍ୟ ନାମ ନେଉଥିବ । ଆମେ କାହାକୁ ପ୍ରଶ୍ନ କରିପାରିବା ନାହିଁ ବା ଉତ୍ତର ଦେବାକୁ ବାଧ୍ୟ ନୁହେଁ ।
  5. ଏଠି ଗୋଟିଏ କଥା ନ ଲେଖି ରହି ପାରୁନି । ଅଧିକାଂଶ ଓଡିଆ ଉଇକିଆଳିମାନଙ୍କ ସହିତ ସୁଭାସିସ ସୁସମ୍ପର୍କ ରଖିଛନ୍ତି ଓ ସେମାନଙ୍କୁ ଏକ ସ୍ନେହ ବନ୍ଧନରେ ବାନ୍ଧି ରଖିଛନ୍ତି । ସେ ଏକମାତ୍ର ଜଣେ ଲୋକ ଯାହା ପାଖରେ ସମସ୍ତଙ୍କ ଫୋନ ନମ୍ବର ଅଛି । କେହି ଭଲ ବିଷୟଟିଏ ଲେଖିଲେ ତାଙ୍କର ପ୍ରଶଂସା କରନ୍ତି, କିନ୍ତୁ ତାଙ୍କ ଛଡା ଜଣେ ଅଧେ ମାତ୍ର ପ୍ରଶଂସା କରନ୍ତି । ବିନା ପାରିଶ୍ରମିକରେ କାମ କରୁଥିବା ବ୍ୟକ୍ତି ପ୍ରଶଂସା ଟିକିଏ ଅନ୍ତତଃ ପାଇବାକୁ ହକଦାର । --Subas Chandra Rout (ମୋ ଆଲୋଚନା) ୦୫:୦୯, ୨୬ ଅପ୍ରେଲ ୨୦୧୪ (UTC)