"ଜିନା ସାମଲ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
"{{ଛୋଟ|Jina Samal}} {{Infobox person | name = ଜୀନା ସାମଲ | image = | imagesize = | caption = | bir..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
(କିଛି ବଦଳିନାହିଁ)
|
୧୯:୫୫, ୨୬ ମାର୍ଚ୍ଚ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଜୀନା ସାମଲ | |
---|---|
ଜନ୍ମ | ସ୍ୱାତୀ ସାମଲ[୧] |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୭ରୁ-ଏବେଯାଏଁ |
ଜିନା ସାମଲ ଜଣେ ଓଡ଼ିଆ ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନରେ ଧାରାବାହିକରେ ଅଭିନୟ କରନ୍ତି । ଜୀନା ଓଡ଼ିଆ କଥାଚିତ୍ର ଫେରିଆ ମୋ ସୁନା ଭଉଣୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରତି ଧାରାବାହିକ ତୁଳସୀ, ଅପା ଏବଂ ତରଙ୍ଗ ଟିଭିରେ ପ୍ରସାରିତ କେମିତି ଏ ବନ୍ଧନରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୨] ଚଳଚ୍ଚିତ୍ର ଧାରାବାହିକ ସହ ଜିନା ଓଡ଼ିଆ ଆଧୁନିକ ଆଲବମ୍ ଏବଂ କିଛି କାର୍ଯ୍ୟକ୍ରମରେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
ଅଭିନୟ ଜୀବନ
ଜିନା ୨୦୦୭ ମସିହାରେ ଓଡ଼ିଆ କଥାଚିତ୍ର ଫେରିଆ ମୋ ସୁନା ଭଉଣୀରେ ନାୟିକା ଭାବେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲବମ୍ରେ ଅଭିନୟ କରୁଥିଲେ । ଜିନାଙ୍କ ଅଭିନୀତ ପ୍ରମୁଖ ଆଲବମ୍ ହେଉଛି: ବାଟୋଇରେ ବାଟୋଇ, ସେଇ ବର୍ଷାରେ ଏବଂ ସଞ୍ଜ ନଇଁ ଗଲେ ଇତ୍ୟାଦି । ସେ ଇ ଟିଭି ଓଡ଼ିଆରେ ପ୍ରସାରତି ଧାରାବାହିକ ତୁଳସୀ ଜରିଆରେ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ପୁଣି ଇ ଟିଭିରେ ପ୍ରସାରିତ ଧାରାବାହିକ ଅପାରେ ନାୟିକା ଭାବରେ ଅଭିନୟ କରିଥିଲେ ।[୩] ଏହା ପରେ ସେ ଅପା ଧାରାବାହିକ ଛାଡ଼ି ତରଙ୍ଗ ଟିଭିରେ କେମିତି ଏ ବନ୍ଧନ ଧାରାବାହିକରେ ଅଭିନୟ କରିଥିଲେ ।
ଜିନା ଓଡ଼ିଆ କଥାଚିତ୍ର ଗଡ଼ବଡ଼, ତୋ ପାଇଁ ନେବି ମୁଁ ଶହେ ଜନମ, ଭାଇନା, କ'ଣ କଲା ସେ, ଡ୍ରିମ୍ ଗାର୍ଲ, ଗଳ୍ପ ନୁହେଁ ଅଳ୍ପ ଦିନର, ତୋ ବିନା ମୋ କାହାଣୀ ଅଧା, ଝିଅଟା ବିଗିଡ଼ିଗଲା, ପ୍ରେମର ନିଶା ନିଆରା ନିଆରାରେ ଅଭିନୟ କରିଛନ୍ତି ।[୪]
ଅଭିନୀତ କଥାଚିତ୍ର
ଚଳଚ୍ଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୭ | ଫେରିଆ ମୋ ସୁନା ଭଉଣୀ]] | ଲକ୍ଷ୍ମୀ | ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୦୭ | ତୋ ପାଇଁ ନେବି ମୁଁ ଶହେ ଜନମ | କାବେରୀ | |
୨୦୦୭ | ତୋ ବିନା ମୋ କାହାଣୀ ଅଧା | ସୀମା | |
୨୦୦୭ | ରସିକ ନାଗର | ଅତିଥି କଳାକାର | |
୨୦୦୯ | ଡ୍ରିମ୍ ଗାର୍ଲ | ||
୨୦୦୯ | ଆଇଲାରେ ଓଡ଼ିଆ ପୁଅ | ମୋନା | |
୨୦୧୦ | ତୁ ଥା ମୁଁ ଯାଉଛି ରୁଷି | ନିଶା | |
୨୦୧୦ | ଶୁଭ ବିବାହ | ଦେବିକା | |
୨୦୧୧ | ଏ ମନ ଖୋଜେ ମନଟିଏ | ଜିନା | |
୨୦୧୩ | ଗଡ଼ବଡ଼ | ଅନୀତା | |
୨୦୧୫ | ଗଳ୍ପ ନୁହେଁ ଅଳ୍ପ ଦିନର | ଦିପାଲୀ ମହାପାତ୍ର | |
୨୦୧୫ | ଅପନା ହାଥ ଜଗନ୍ନାଥ | ସ୍ୱତନ୍ତ୍ର ଭୂମିକା | |
୨୦୧୬ | ଝିଅଟା ବିଗିଡ଼ିଗଲା | ||
୨୦୧୬ | ଭାଇନା, କ'ଣ କଲା ସେ | ||
୨୦୧୬ | ପ୍ରେମର ନିଶା ନିଆରା ନିଆରା |
ଦୂରଦର୍ଶନ
ଧାରାବାହିକ | ଚେନାଲ | ଭୂମିକା |
---|---|---|
ତୁଳସୀ | ଇ ଟିଭି ଓଡ଼ିଆ | |
ଅପା | ଇ ଟିଭି ଓଡ଼ିଆ | ଅପା |
କେମିତି ଏ ବନ୍ଧନ | ତରଙ୍ଗ ଟିଭି | ଭୂମି |
ଆଧାର
- ↑ Jena, Manjit. "Jina Samal Odia Actress Biography". Odia Info. Retrieved 26 March 2017.
- ↑ "KEMITI E BANDHANA ORIYA SERIAL". Incredible Orissa. 26 February 2014. Retrieved 26 March 2017.
- ↑ "Jina Samal". Incredible Orissa. Retrieved 26 March 2017.
- ↑ "Jina Samal Ollywood Actress". E News ଓଡ଼ିଆ. 22 September 2016. Retrieved 26 March 2017.
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ଜିନା ସାମଲ