"ଲିପି (ଅଭିନେତ୍ରୀ)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
"{{Infobox person | name = ଲିପି | image = | imagesize = | caption = | birth_date = | birth_place = ବ୍ର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
(କିଛି ବଦଳିନାହିଁ)
|
୧୧:୧୫, ୧୦ ମାର୍ଚ୍ଚ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଲିପି | |
---|---|
ଜନ୍ମ | ସଙ୍ଗୀତା |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୫ରୁ-ଏବେଯାଏଁ |
ଲିପି ଜଣେ ଓଡ଼ିଆ ଆଲବମ ଏବଂ କଥାଚିତ୍ର ଅଭିନେତ୍ରୀ । ମୁଁ ବିନା ଘୁଙ୍ଗୁରରେ ନାଚିବି ଆଲବମ୍ ଜରିଆରେ ଆଲବମ୍ ଦୁନିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ସେ ପାଖାପାଖି ୩୦୦୦ଟି ଆଲବମ୍ରେ ଅଭିନୟ କରିଥିଲେ । ୨୦୦୫ରେ ଓମ ଶାନ୍ତି ଓମ ଚଳଚ୍ଚିତ୍ରରେ ଲିପି ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ଦୀର୍ଘଦିନର ବ୍ୟବଧାନ ପରେ ୨୦୧୨ରେ ପୁଣିଥରେ ସେ ବ୍ୟାଡ଼୍ ଗାର୍ଲ ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ ।[୧] ଲିପି ଅନୁଭବ ମହାନ୍ତି, ଦୀପକ, ଦୁଷ୍ମନ୍ତ, ପପୁ, ବୁଲୁ, ଦେବାଶିଷ, ଆକାଶ ଆଦି ଅନେକ ନାୟକଙ୍କ ସହ ଆଲବମ୍ରେ ଅଭିନୟ କରିଛନ୍ତି ।
ପ୍ରାରମ୍ଭିକ ଜୀବନ
ଲିପି ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ପୋଲିସ ଆରକ୍ଷୀ ଅଧକ୍ଷ । ସେ ଲିପିଙ୍କୁ ଜଣେ ଆଇ.ପି.ଏସ୍ କରାଇବାର ସ୍ୱପ୍ନ ଦେଖିଥିଲେ । ମାତ୍ର ଲିପି ଛୋଟ ବେଳୁ ଅଭିନୟ ପ୍ରତି ଆକର୍ଷିତ ହେଇଥିଲେ । ଲିପିଙ୍କ ମାଆ ଜଣେ କଥାଚିତ୍ର ଅଭିନେତ୍ରୀ । ଲିପି ବ୍ରହ୍ମପୁରର ମହାମାୟୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ।[୨]
ଅଭିନୟ ଜୀବନ
ଆଲବମ୍
ଲିପି ଛୋଟବେଳୁ ନୃତ୍ୟ ଏବଂ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ସେ ଛୋଟବେଳୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ଆଲବମ୍ ନିର୍ଦ୍ଦେଶକ ଯତୀନ ନାୟକ ଲିପିଙ୍କୁ ପ୍ରଥମ ଆଲବମ୍ରେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ଲିପିଙ୍କର ପ୍ରଥମ ଆଲବମ୍ ଥିଲା ମୁଁ ବିନା ଘୁଙ୍ଗୁରରେ ନାଚିବି । ଆଲବମ୍ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଥିବା ଆଲବମ୍ ହେଉଛି ଜାଇ ଫୁଲ । ଲିପି ପାଖାପାଖି ୩୦୦୦ରୁ ଅଧିକ ଆଲବମ୍ରେ ଅଭିନୟ କରିଛନ୍ତି । ଲିପିଙ୍କୁ ଆଲବମ୍ କୁଇନ୍ ବୋଲି କୁହାଯାଏ ।[୨] ସେ ସେତେବେଳର ଆଲବମ୍ରେ ଅଭିନୟ କରୁଥିବା ପ୍ରାୟ ସବୁ ନାୟକଙ୍କ ସହ କାମ କରିଥିଲେ ।
ଚଳଚ୍ଚିତ୍ର
ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଓମ ଶାନ୍ତି ଓମରେ ୨୦୦୫ରେ ଓଡ଼ିଆ କଥାଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ ଲିପି ୨୦୧୨ରେ ବ୍ୟାଡ଼୍ ଗାର୍ଲରେ ପୁଣିଥରେ ଚଳଚ୍ଚିତ୍ରକୁ ଫେରିଥିଲେ । ଏହି ଚଳଚ୍ଚିତ୍ରରେ ମିହିର ଦାସ ଏବଂ ବବ୍ଲି ଲିପିଙ୍କ ସହ ମୁଖ୍ୟ ଭୂମିକାରେ ଥିଲେ । ପରେ ପରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ହେଉଛି: ଅରିନ୍ଦମ ରାୟଙ୍କ ସହ ଡାଡି, ମୀମାଂସା, ଗଳ୍ପ ନୁହେଁ ଅଳ୍ପ ଦିନର ।[୩]
ଅଭିନେତା ମନୋଜ ମିଶ୍ରଙ୍କ ସହ ଆଦିଭୂମି ଚଳଚ୍ଚିତ୍ର ମାଧ୍ୟମରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।
ଦୂରଦର୍ଶନ
ଲିପି ଇ ଟିଭି ଓଡ଼ିଆରେ ପ୍ରସାରିତ କାର୍ଯ୍ୟକ୍ରମ ଅନନ୍ୟାରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ପୁଣିଥରେ ଇ ଟିଭି ଓଡ଼ିଆରେ ଆପଣଙ୍କ ପସନ୍ଦ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଦୂରଦର୍ଶନରେ ପ୍ରସାରିତ କିଛି କାର୍ଯ୍ୟକ୍ରମରେ ମଧ୍ୟ ଲିପି ବିଚାରିକା ଭାବରେ କାର୍ଯ୍ୟ କରିଥିଲେ ।[୧]
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା |
---|---|---|
୨୦୦୫ | ଓମ ଶାନ୍ତି ଓମ | |
୨୦୧୨ | ବ୍ୟାଡ଼୍ ଗାର୍ଲ | |
୨୦୧୪ | ଡାଡି | |
୨୦୧୫ | ଗଳ୍ପ ନୁହେଁ ଅଳ୍ପ ଦିନର | |
୨୦୧୬ | ମୀମାଂସା |
ବଛା ବଛା ଆଲବମ୍
- ଆଲବମ୍ କୁଇନ୍
- ଜାଇଫୁଲ
- ସାଗରେ ତ ରଙ୍ଗ ପରି
ଆଧାର
- ↑ ୧.୦ ୧.୧ "Kathare Kathare - Actress Lipi - Etv News Odia". ଈ ଟିଭି ନ୍ୟୁଜ ଓଡ଼ିଆ. 16 January 2016. Retrieved 10 March 2017.
- ↑ ୨.୦ ୨.୧ ""Lipi Mohapatra" Odia Album Queen Biography, Career". E News ଓଡ଼ିଆ. 17 September 2016. Retrieved 10 March 2017.
- ↑ "OTV Gap Sap With Odia Heroine LIPI |". ଓ ଟିଭି. 28 December 2016. Retrieved 10 March 2017.
{{cite news}}
: Cite has empty unknown parameter:|2=
(help); Text "Gungun" ignored (help)