ପ୍ରଭାତ ମୁଖାର୍ଜୀ
ଦେଖଣା
(ପ୍ରଭାତ ମୂଖାର୍ଜୀରୁ ଲେଉଟି ଆସିଛି)
ପ୍ରଭାତ ମୁଖାର୍ଜୀ (୧୯୧୭ - ୧୯୯୭) ଜଣେ ଭାରତୀୟ ବଙ୍ଗଳା ଭାଷୀ ଲେଖକ, ଅଭିନେତା ତଥା କଥାଚିତ୍ର ନିର୍ଦ୍ଦେଶକ ଥିଲେ ଏବଂ ବଙ୍ଗଳା ଚଳଚ୍ଚିତ୍ର ସମେତ ଓଡ଼ିଆ, ଅସମୀୟା, ଓ ହିନ୍ଦୀ ଭାଷୀ ସିନେମାରେ ମଧ୍ୟ ସକ୍ରିୟ ଥିଲେ । ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ନୂଆ ବୋଉ, ଦସ୍ୟୁ ରତ୍ନାକର, ଜୀବନସାଥୀ, ଓ ସାଧନା ଅନ୍ୟତମ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ତାଙ୍କ ନିର୍ଦ୍ଦେଶିତ ପ୍ରଥମ ବଙ୍ଗଳା ଛବି ମା'ରେ (୧୯୫୬) ଅଭିନୟ କରିଥିବା ଅରୁନ୍ଧତୀ ଦେବୀଙ୍କୁ ସେ ପରେ ବିବାହ କରିଥିଲେ ଓ ପରେ ବିବାହ ବିଚ୍ଛେଦ ହୋଇଥିଲା । ପରେ ସେ ଦ୍ୱିତୀୟ ବିବାହ କରିଥିଲେ ଓ ବିବାହ ବିଚ୍ଛେଦ ହୋଇଥିଲା । ମଲ୍ଲିକା ସରାଭାଇ ତାଙ୍କ ନିର୍ଦ୍ଦେଶିତ ଛବିରେ ପ୍ରଥମେ ଅଭିନୟ କରିଥିଲେ।
ବର୍ଷ | କଥାଚିତ୍ର | କଳାକାର | ପ୍ରଯୋଜକ | ମନ୍ତବ୍ୟ |
---|---|---|---|---|
୧୯୬୨ | ନୂଆବୋଉ | ଶରତ ପୂଜାରୀ, ପଦ୍ମା ବିଶ୍ବାସ, ଲୀଳା ଦୁଲାଳି, ପ୍ରଶାନ୍ତ ନନ୍ଦ, ଧୀର ବିଶ୍ବାଳ, ଦୀନବନ୍ଧୁ ଦାସ (ଟିମା) | ପଞ୍ଚସଖା ପିକ୍ଚର୍ସ | ବଙ୍ଗଳା ଛବି ରାମେର ସୁମତି (ଶରତଚନ୍ଦ୍ରଙ୍କ ଗଳ୍ପ) ଛାୟାରେ ନିର୍ମିତ। |
୧୯୬୨ | ଦସ୍ୟୁ ରତ୍ନାକର | ଶରତ ପୂଜାରୀ, ଧୀର ବିଶ୍ବାଳ, ପ୍ରଶାନ୍ତ ନନ୍ଦ, ଶାନ୍ତି | ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନ | |
୧୯୬୪ | ଜୀବନସାଥୀ | ଶରତ ପୂଜାରୀ, ମିନତି ମିଶ୍ର, ଗୀତା ରାଓ, ନିରଞ୍ଜନ ଶତପଥୀ | ଦେବାଶିଷ ପିକ୍ଚର୍ସ | ବଙ୍ଗଳା ଗଳ୍ପ ଛାୟାରେ ନିର୍ମିତ। |
୧୯୬୪ | ସାଧନା | ଶରତ ପୂଜାରୀ, ମିନତି ମିଶ୍ର, ଅନନ୍ତ ମହାପାତ୍ର | ଡାଇମଣ୍ଡ ଭ୍ଯାଲି ପ୍ରଡ଼କ୍ସନ୍ | ଆଶାପୂର୍ଣ୍ଣା ଦେବୀଙ୍କ ଗଳ୍ପ ଛାୟାରେ ନିର୍ମିତ। |