ମଲ୍ଲିକା ସରାଭାଇ
ମଲ୍ଲିକା ସରାଭାଇ | |
---|---|
![]() Mallika Sarabhai in Bertolt Brecht's adaptation of The Good Person of Szechwan directed by Arvind Gaur | |
ଜନ୍ମ | ଜନ୍ମ ୦୯/୦୫/୧୯୫୪ |
ବୃତ୍ତି(s) | କୁଚିପୁଡ଼ି ଓ ଭରତନାଟ୍ୟମ ନର୍ତ୍ତକୀ, ଅଭିନେତ୍ରୀ, ରାଜନୀତିଜ୍ଞ |
Years active | ୧୯୬୯ – ବର୍ତ୍ତମାନ ପର୍ଯ୍ୟନ୍ତ |
ଜୀବନସାଥୀ | ବିପିନ ଶାହ |
ସନ୍ତାନ | ରେବନ୍ତ/ (Revanta) ଅନହିତା |
Parent(s) | ବିକ୍ରମ ସରାଭାଇ (Vikram Sarabhai) ମୃଣାଲିନୀ ସରାଭାଇ (Mrinalini) |
ପୁରସ୍କାର(ଗୁଡ଼ିକ) | ପଦ୍ମ ଭୂଷଣ |
ୱେବସାଇଟ | www |
ମଲ୍ଲିକା ସରାଭାଇ (ଇଂରାଜୀ ଭାଷାରେ Mallika Sarabhai) ଗୁଜରାଟ ପ୍ରଦେଶର ଅହମଦାବାଦରେ, (ଭାରତ) ଜନ୍ମ ଗ୍ରହଣ (୯ ମଇ ମାସ, ୧୯୫୪ରେ ) କରିଥିବା ଜଣେ କର୍ମୀ, ଅଭିନେତ୍ରୀ ଓ ଭାରତୀୟ ଶାସ୍ତ୍ରୀୟ ନୃତ୍ୟାଙ୍ଗନା । ଶାସ୍ତ୍ରୀୟ ନୃତ୍ୟାଙ୍ଗନା ମୃଣାଲିନୀ ସରାଭାଇ (Mrinalini Sarabhai ) ଓ ମହାକାଶ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କର (Vikram Sarabhai) କନ୍ୟା ମଲ୍ଲିକା ଜଣେ କୁଚିପୁଡ଼ି (Kuchipudi) ଓ ଭାରତନାଟ୍ୟମ (Bharatanatyam) ନର୍ତ୍ତକୀ । [୧] ଓ କଳା ବ୍ୟବହାର କରି ସାମାଜିକ ପରିବର୍ତ୍ତନ ଆଣିବାରେ ବିଶେଷ ଦକ୍ଷତା ଥିଲା ।
ପ୍ରାକ୍ ଜୀବନ[ସମ୍ପାଦନା]
ମଲ୍ଲିକା ସରାଭାଇ ଭାରତର ଗୁଜରାଟ ପ୍ରଦେଶର ଅନମଦାବାଦଠାରେ (IIM Ahmedabad) ବିକ୍ରମ ସରାଭାଇ ଓ ମୃଣାଲିନୀ ସରାଭାଇଙ୍କ ଔରଷରୁ ଜନ୍ମ ଗ୍ରହଣ କରିଥିଲେ । ସନ ୧୯୭୪ରେ ସେ ଆଇଆଇଏମ ଅହମଦାବାଦରୁ ଏମବିଏ (MBA) ଡିଗ୍ରୀ ହାସଲ କରିଥିଲେ ଓ ସନ ୧୯୭୬ରେ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ଅର୍ଗାନାଇଜେସନାଲ ବିହେଭିଅର ବିଷୟରେ ଡକ୍ଟରେଟ କରିଥିଲେ [୨] ସେ ଉଭୟ ନର୍ତ୍ତକୀ ଓ ନୃତ୍ୟ ନିର୍ଦ୍ଦେଶିକା ଥିଲେ ଓ ହିନ୍ଦୀ, ମଲୟାଲମ, ଗୁଜରାଟୀ ଓ ଆନ୍ତର୍ଜାତୀୟ ସିନେମାରେ ଅଭିନୟ କରିଥିଲେ । [୩]
ପେଷା[ସମ୍ପାଦନା]
ଅଳ୍ପ ବୟସରୁ ନାଚ ଶିକ୍ଷା କରି ମାତ୍ର ୧୫ ବର୍ଷ ବୟସରେ ସେ ସିନେମାରେ ଅଭିନୟ ଆରମ୍ଭ କରିଥିଲେ । ପିଟର ବ୍ରୁକ (Peter Brook's) ମହାଭାରତ ସିନେମାରେ (୧୯୮୯) ସେ ଦ୍ରୌପଦୀ ଚରିତ୍ରରେ ଅଭିନୟ କରିଥିଲେ । ତାଙ୍କର ଦୀର୍ଘ ଜୀବନରେ ଅନେକ ସମ୍ମାନ ଓ ପ୍ରଶଂସା ପାଇଥିଲେ ଓ ତନ୍ମଧ୍ୟରୁ ଥିଏଟର ଡି ଚାମ୍ପସ ଏଲିସେସ, ପ୍ୟାରିସ ୧୯୭୭ରେ ସେ ବେଷ୍ଟ ଡାନ୍ସ ସୋଲୋଇସ୍ଟ ଭାବରେ ଗୋଲ୍ଡେନ ଷ୍ଟାର ପୁରସ୍କାର ପାଇଥିବା ଉଲ୍ଲେଖଯୋଗ୍ୟ ଅଟେ । ସରାଭାଇ ଏକ ସାମାଜିକ କର୍ମୀ ମଧ୍ୟ ଅଟନ୍ତି । [୪] ଅହମଦାବାଦର ଦର୍ପନ ଏକାଡେମୀ ଅଫ ପରଫର୍ମିଙ୍ଗ ଆର୍ଟସର (Darpana Academy of Performing Arts) ପରିଚାଳିକା ଅଛନ୍ତି ଯେଉଁଠାରେ ବ୍ୟବହାର ପରିବର୍ତ୍ତନ ପାଇଁ ଭାଷାକୁ ଏକ କଳା ଭାବରେ ବ୍ୟବହାର କରିବା ଶିକ୍ଷା ଦିଆଯାଏ ।[୫]
ରଚନା[ସମ୍ପାଦନା]
ମଲ୍ଲିକା ପ୍ରଥମେ ମହିଳାଙ୍କର ଶକ୍ତି ବିଷୟବସ୍ତୁକୁ ନେଇ 'ଶକ୍ତି' ପ୍ରଯୋଜନା କରି ତାହାର ପାଣ୍ଡୁଲିପି ଲେଖିଥିଲେ ଓ ସେଥିରେ ଅଭିନୟ କରିଥିଲେ । ଏହା ପରେ ସେ ତାଙ୍କର ସମସ୍ତ ପ୍ରଦର୍ଶନ ନିମନ୍ତେ ନିଜେ ପାଣ୍ଡୁଲିପି ଲେଖିଥିଲେ । ଟାଇମସ ଅଫ ଇଣ୍ଡିଆ, ବନିଥା, ଦି ଉଇକ, ଦିବ୍ୟଭାଷ୍କର, ହନ୍ସ ଓ ଡିଏନଏ ପତ୍ର ପତ୍ରିକାରେ ସେ ସ୍ତମ୍ଭକାର ଥିଲେ ।
ରାଜନୀତି[ସମ୍ପାଦନା]
ସନ ୨୦୦୯ର ସାଧାରଣ ଭୋଟଗ୍ରହଣ ସମୟରେ ଭାରତୀୟ ଜନତା ପାର୍ଟିର ପ୍ରଧାନ ମନ୍ତ୍ରୀ ପ୍ରାର୍ଥୀ ଏଲ କେ ଆଡଭାନୀ ବିରୁଦ୍ଧରେ ଗାନ୍ଧି ନଗର ଲୋକ ସଭା ସିଟରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଠିଆ ହୋଇଥିଲେ । ରାଜୀବ ଗାନ୍ଧୀ ସମୟରେ ସେ ୧୯୮୪ରେ ପ୍ରଥମ ଥର ପାଇଁ କଂଗ୍ରେସ ତରଫରୁ ଇଲେକସନ ଲଢ଼ିଥିଲେ । [୬][୭] ଏଲ କେ ଆଡଭାନୀଙ୍କଠାରୁ ଭୋଟର ହାରିଯାଇ ଅମାନତ ହରେଇଥିଲେ । [୮]
ସେପ୍ଟେମ୍ବର ୨୦୧୧ରେ ସେ ଗୁଜରାଟ ମୂଖ୍ୟ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୁଦ୍ଧରେ ସର୍ବୋଦୟ ମିଶନ ସମୟରେ ଅଭିଯୋଗ କରିଥିଲେ । [୯] ସନ ୨୦୦୨ର ଗୁଜରାଟ ଦଙ୍ଗା ବିଷୟରେ ନରେନ୍ଦ୍ର ମୋଦୀ ତାଙ୍କର ପେଟିସନକୁ ବିଫଳ କରିଥିବା ସେ ଉଲ୍ଲେଖ କରିଥିଲେ । [୯] ଜାନୁଆରୀ ୮, ସନ ୨୦୧୪ରେ ସେ ଆମ ଆଦମୀ ପାର୍ଟିରେ ଯୋଗଦାନ କରିଥିଲେ ।
ଆଧାର[ସମ୍ପାଦନା]
- ↑ International encyclopedia of dance: a project of Dance Perspectives Foundation, Inc
- ↑ indobase Dances of India
- ↑ The Hindu : National : Mallika Sarabhai to contest against Advani
- ↑ Inspiring woman
- ↑ Welcome to the world of Darpana Archived 19 July 2011 at the Wayback Machine.
- ↑ Express India – Danseuse Mallika Sarabhai troops into Advani bastion in Gandhinagar Archived 23 September 2012 at the Wayback Machine.
- ↑ Poll dance: Mallika to contest against LK from Gandhinagar – Times of India
- ↑ The Hindu – National – Modi magic fails to work
- ↑ ୯.୦ ୯.୧ "Mallika Sarabhai, riots victims detained at Modi's fast venue". The Hindustan Times. IANS. 18 ସେପ୍ଟେମ୍ବର 2011. Archived from the original on 9 ନଭେମ୍ବର 2013. Retrieved 26 ଫେବୃଆରୀ 2013.