ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
(Utkal University of Cultureରୁ ଲେଉଟି ଆସିଛି)
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ
ଲକ୍ଷ୍ୟ"ସା ପ୍ରଥମା ସଂସ୍କୃତି ବିଶ୍ୱବାରା"
ସ୍ଥାପିତ୦୪/୦୧/୨୦୦୦
ପ୍ରକାରସାର୍ବଜନୀନ
କୁଳାଧିପତିଗଣେଶୀ ଲାଲ
କୁଳପତିପ୍ରସନ୍ନ କୁମାର ସ୍ୱାଇଁ
ଅବସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ India
ପରିସରମଦନପୁର (ମୁଖ୍ୟ କାମ୍ପସ)
ସର୍ଦାର ପଟେଲ ହଲ, ୟୁନିଟ-୨,ଭୁବନେଶ୍ୱର (ସିଟି ସେଣ୍ଟର)
ଅନୁବନ୍ଧନଇଉ.ଜି.ସି.,
ୱେବସାଇଟwww.uuc.ac.in/home.aspx


ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର, ସଂରକ୍ଷଣ ଓ ଅନୁସନ୍ଧାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ୧୯୯୯ ମସିହା ଜୁନ ମାସ ୯ତାରିଖରେ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସ୍ଥାପନା କରାଯାଇଥିଲା ।[୧][୨][୩] କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଗଠନ କରାଯାଇଥିବା ଦେଶରେ ଏହା ପ୍ରଥମ ଓ ଏକମାତ୍ର ବିଶ୍ୱବିଦ୍ୟାଳୟ ।[୪] ଭୁବନେଶ୍ୱରର ମଦନପୁରଠାରେ ୪୫ ଏକର ଜମି ଉପରେ ଏହି ବିଶ୍ୱବିଦ୍ୟାଳୟର ମୁଖ୍ୟ କାମ୍ପସ ଅବସ୍ଥିତ । ଏହି ବିଶ୍ୱବିଦ୍ୟାଳୟର ' 'ସିଟି ସେଣ୍ଟର' ' କେନ୍ଦ୍ରଟି ବର୍ତ୍ତମାନ ଓଡ଼ିଶାର ପୁରାତନ ବିଧାନସୌଧ, ସର୍ଦାର ପଟେଲ ହଲ, ୟୁନିଟ-୨ଠାରେ କର୍ମଚଞ୍ଚଳ ରହିଛି । [୫]ଏହି ବିଶ୍ୱବିଦ୍ୟାଳୟ ସହ ୪ଟି ସରକାରୀ ଶିକ୍ଷା ଅନୁଷ୍ଠାନ ଓ ୩୮ଟି ଘରୋଇ ଶିକ୍ଷା ଅନୁଷ୍ଠାନ ଅନୁବନ୍ଧିତ ଅଛନ୍ତି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତଥା ଏହାର ଅନୁବନ୍ଧିତ ଅନୁଷ୍ଠାନ ମାଧ୍ୟମରେ କଳା ଓ ସଂସ୍କୃତିର ପ୍ରାୟ ୨୨ଟି ବିଭାଗରେ ଶିକ୍ଷାଦାନ କରାଯାଇଥାଏ । [୬] ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅପେକ୍ଷାକୃତ ଏକ ନୂତନ ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ବଳିଷ୍ଠ ଅବଦାନ ଦେଇପାରିଛି ।[୭]

ଆଧାର[ସମ୍ପାଦନା]

  1. Ameeta Gupta; Ashish Kumar (2006). Handbook of Universities. Atlantic Publishers & Dist. pp. 852–. ISBN 978-81-269-0608-6. Retrieved 26 September 2012.
  2. S. C. Bhatt, Gopal K. Bhargava (2006). Land and People of Indian States and Union Territories: In 36 Volumes. Orissa. Gyan Publishing House. pp. 215–. ISBN 978-81-7835-377-7. Retrieved 26 September 2012.
  3. Association of Indian Universities (2006). Universities handbook. Association of Indian Universities. p. 1265. Retrieved 26 September 2012.
  4. Harish Chandra Das; State Level Vyasakabi Fakir Mohan Smruti Samsad (2003). The cultural heritage of Khurda. State Level Vyasakabi Fakir Mohan Smruti Samsad. p. 440. Retrieved 26 September 2012.
  5. ସମ୍ବାଦ ୦୪/୦୧/୨୦୧୪ ପୃଷ୍ଠା ୮
  6. http://www.orissalinks.com/archives/4927
  7. http://www.news4education.com/article.php?id=1499

ବାହାର ଆଧାର[ସମ୍ପାଦନା]

Official website