ଉ
Appearance
(U (hraswa)ରୁ ଲେଉଟି ଆସିଛି)
ଓଡ଼ିଆ ବର୍ଣ୍ଣମାଳା | |||||
---|---|---|---|---|---|
ଓଡ଼ିଆ ସ୍ଵର ବର୍ଣ୍ଣ | |||||
ଅ | ଆ | ଇ | ଈ | ଉ | |
ଊ | ଋ | ୠ | ଌ | ୡ | |
ଏ | ଐ | ଓ | ଔ | | |
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ | |||||
କ | ଖ | ଗ | ଘ | ଙ | |
ଚ | ଛ | ଜ | ଝ | ଞ | |
ଟ | ଠ | ଡ | ଢ | ଣ | |
ତ | ଥ | ଦ | ଧ | ନ | |
ପ | ଫ | ବ | ଭ | ମ | |
ଯ | ର | ଳ | ୱ | ୟ | |
ଲ | ଶ | ଷ | ସ | ହ | |
କ୍ଷ | ଡ଼ | ଢ଼ | |||
ଓଡ଼ିଆ ସଂଖ୍ୟା | |||||
୦ | ୧ | ୨ | ୩ | ୪ | |
୫ | ୬ | ୭ | ୮ | ୯ |
ଉ ଓଡ଼ିଆ ବର୍ଣ୍ଣମାଳାର ୫ମ ସ୍ୱର ବର୍ଣ୍ଣ । ଏହାର ନାମ "ହ୍ରସ୍ୱ ଉ" । ଏହାର ମାତ୍ରା "ୁ " ବ୍ୟଞ୍ଜନ ବର୍ଣ୍ଣର ତଳେ ଦିଆହୋଇଥାଏ ଯାହା ଦେଖିବାକୁ ଅଙ୍କ "୪" ପରି ହୋଇଥାଏ ।
ଉଚ୍ଚାରଣ
[ସମ୍ପାଦନା]ଏହାର ଉଚ୍ଚାରଣ ସ୍ଥାନ ଓଠ ।[୧]
ବ୍ୟବହାର
[ସମ୍ପାଦନା]ଅବ୍ୟୟ ପଦ
[ସମ୍ପାଦନା]- ସମ୍ବୋଧନ, ଦୟା, ନିଯୋଗ, ରାଗ ଆଦି ପ୍ରକାଶ କରିବାରେ ବ୍ୟବହାର କରାଯାଇଥାଏ ।
- ଶିଶୁଙ୍କ ଦେହରେ କୌଣସି ଜୀବ ବା ପୋକ ଦେଖାଇ ଭୟ ଜାତ କରାଇବା ଧ୍ୱନି ।
- ହଠାତ କୌଣସି ଭୟସୂଚକ ବସ୍ତୁ ଦେଖିଲେ ଏହି ଅବ୍ୟୟ ଧ୍ୱନି ବ୍ୟବହାର କରାଯାଏ । ଯଥା : 'ଓ! ଲୋ!'
- ଦେଖାଯାଉନଥିବା କୌଣସି ଲୋକ ଦୂରରୁ ଡାକୁଥିଲେ "ଓ ! ହଁ ମୁଁ ଯାଉଛି" ବୋଲି ଜବାବ ଦିଆଯାଇଥାଏ ।[୧]
- ବିଶେଷ୍ୟ ପରେ "ସୁକୁମାରପଣ" ସ୍ଥଳରେ ଏକବଚନାନ୍ତ "ଟି", "ଟା", "ଟିଏ", "ଟାଏ" ଆଦି ଅକାରାନ୍ତ ବ୍ୟଞ୍ଜନାନ୍ତ ଶବ୍ଦରେ କେବେ କେବେ "ଉ" କାର ଯୋଗ ହୁଏ ।
- ଡହ ଡହ ହେବ ମୃଦ୍ୟୁ ଅବୟବ ଶ୍ୟାମ ଶ୍ରୀଅଙ୍ଗଟି ରୋଗୁଁ[୨]
ବିଶେଷଣ
[ସମ୍ପାଦନା]ଦେଶଜ ଶବ୍ଦ
[ସମ୍ପାଦନା]ପ୍ରତ୍ୟୟ
[ସମ୍ପାଦନା]୧. ପଞ୍ଚମୀ ବିଭକ୍ତର ଚିହ୍ନ ସ୍ୱରୂପ ଆକାରନ୍ତ ବିଶେଷ୍ୟ ସଙ୍ଗେ ଯୁକ୍ତ ହୋଇଥାଏ ।
- ରୁ,ଠାରୁ
- ଟାକିଛି ସୁଧାଂଶୁ କଳାକୁ କରିବାକୁ ପାଣିଗତ[୨]
- ଅମୁକଠାରୁ ଭୟ ପାଇବା ଅର୍ଥରେ - ଭୟର ହେତୁ
- କର ନାହିଁ କି ହେ ପର ତରୁଣୀ ହରଣ । [୨]
- ଅପେକ୍ଷା
- ଯଥା - ରୋଗୁଁ ଅଧିକ ଅଟେ ଶୋକ ।
- ହେତୁରୁ ; ଯୋଗୁଁ:
- ଜୋର ଲାଗି ଘେର ପଡ଼ିବ ଯେ ହେବ ଚୋରପଣ ଆଚରଣ ।[୨]
୨. ନିତ୍ୟ ବର୍ତ୍ତମାନ କାଳ ଓ ଅନୁଜ୍ଞାରେ କ୍ରିୟାର ମୂଳ ସହିତ ଯୁକ୍ତ ପ୍ରତ୍ୟୟ ।
- ଆମ୍ଭେ କରୁ (କରୁଁ)
- ଆମ୍ଭେମାନେ କରୁ (କରୁଁ)
- ତୁ କରୁ
- ସେ କରୁ
୩. ଅସମାପିକା କ୍ରିଯା ଅର୍ଥରେ: କ୍ରିୟାର ମୂଳ ସଙ୍ଗେ ଯୁକ୍ତ ହୋଇ ଦୁଇଥର ବ୍ୟବହାର ହେଲେ, କ୍ରିୟାର ଅସମାପ୍ତି ବୁଝାଏ ।
- ଯଥା - କରୁ କରୁ, ଖାଉ ଖାଉ
କମ୍ପ୍ୟୁଟର କୋଡ଼
[ସମ୍ପାଦନା]ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ ଇଉନିକୋଡ଼ରେ ଏହାର କୋଡ଼ ବିନ୍ଦୁ ହେଲା U+0B09 ଓ "ଈକାର" (" ୀ ")ର କୋଡ଼ ହେଲା : 0B41[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ପ୍ରହରାଜ, ଗୋପାଳ. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ[permanent dead link]. ଦ୍ୱିତୀୟ ଖଣ୍ଡ. ବିଶ୍ୱନାଥ କର. କଟକ. ପୃ. ୮୮୫ (୧୯୩୩)
- ↑ ୨.୦ ୨.୧ ୨.୨ ୨.୩ କବିସୂର୍ଯ୍ୟ ବଳଦେବ ରଥ, କୀଶୋରୀ ଚମ୍ପୁ. ଡ. ଗୀତ
- ↑ Oriya: Range 0B00-0B7FThe Unicode Standard 6.0. 1900-2001. Unicode.Inc