ସୁପ୍ରିୟା ନାୟକ

ଉଇକିପିଡ଼ିଆ‌ରୁ
(Supriya Nayakରୁ ଲେଉଟି ଆସିଛି)
ସୁପ୍ରିୟା ନାୟକ
ଜନ୍ମ
ସୁପ୍ରିୟା ନାୟକ

ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୬ରୁ-ଏବେଯାଏଁ

ସୁପ୍ରିୟା ନାୟକ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ଲଭ୍ ପାଇଁ କୁଛ୍ ଭି କରେଗା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ସୁପ୍ରିୟା ୨୦୧୪ର ମିସ୍ ଓଡ଼ିଶା ପ୍ରତିଯୋଗୀତାରେ ୩ୟ ସ୍ଥାନରେ ରହିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସୁପ୍ରିୟା ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଛୋଟବେଳୁ ଜଣେ ଧାବିକା ଭାବରେ ମଧ୍ୟ ସ୍କୁଲରେ ଅନେକ ପୁରସ୍କାର ପାଇଥିଲେ । ମାତ୍ର ମେରୁଦଣ୍ଡ ରୋଗ, ଏପିଲେପ୍ସି ଡିଜର୍ଡର ଏବଂ ରକ୍ତଚାପ ପାଇଁ ସେ ଦୌଡ଼ରୁ ବିରତ ରହିଥିଲେ ।[୨]

ଅଭିନୟ ଜୀବନ[ସମ୍ପାଦନା]

ସୁପ୍ରିୟା ୨୦୧୬ରେ ତରଙ୍ଗ ସିନେ ପ୍ରଡକ୍ସନର ଚଳଚ୍ଚିତ୍ର ଲଭ୍ ପାଇଁ କୁଛ୍ ଭି କରେଗାରେ ଅଭିନେତା ବାବୁଶାନ୍‌ଙ୍କର ନାୟିକା ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩][୪] ଏହାପରେ ସେ ମୁମ୍ବାଇରେ ମଡେଲିଂରେ ଯୋଗ ଦେଇଥିଲେ ।[୨] ମାତ୍ର ପୁଣିଥରେ ଓଡ଼ିଶା ଆସି ବାବୁଶାନ୍‌ଙ୍କ ସ‌ହ ଓନ୍‌ଲି ପ୍ୟାର୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧] ଏହି ଚଳଚ୍ଚିତ୍ରଟି ୨୦୧୮ର ପ୍ରଥମ ଚଳଚ୍ଚିତ୍ର ଭାବରେ ଜାନୁଆରୀରେ ମୁକ୍ତିଲାଭ କରିଥିଲା ।[୫]

୨୦୨୧ ମସିହାର ଜାନୁଆରୀ ୨୫ଠାରୁ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଓଡ଼ିଆ ଧାରାବାହିକ କେମିତି କହିବି କହରେ ସେ ଜଣାଶୁଣା ଓଡ଼ିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ ନାୟିକା ଭାବରେ ଅଭିନୟ କରିଥିଲେ ।[୬][୭]

୨୦୨୨ ମସିହାରେ ତାଙ୍କ ଅଭିନୀତ ଓଡ଼ିଆ କଥାଚିତ୍ର ଆସ୍ତିକ ନାସ୍ତିକ ତରଙ୍ଗ ଟିଭିତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।[୮]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୬ ଲଭ୍ ପାଇଁ କୁଛ୍ ଭି କରେଗା ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୮ ଓନ୍‌ଲି ପ୍ୟାର୍ ନିତ୍ୟା
୨୦୧୯ ବିଜୁ ବାବୁ
୨୦୨୨ ଆସ୍ତିକ ନାସ୍ତିକ
୨୦୨୩ ବାପା ସୁପର୍‌ମ୍ୟାନ୍ ପରିମିତା ଦାଶ [୯]
୨୦୨୩ ପୁଷ୍କରା
୨୦୨୩ ଡଟ୍‌ପେନ୍ ଆଇଟମ୍ ନୃତ୍ୟ[୧୦]
- ସ୍ପଟ୍ ବୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଓଲିଉଡ ଭରସା". ସମାଜ. 30 October 2017. Retrieved 30 October 2017.[permanent dead link]
  2. ୨.୦ ୨.୧ "ବର୍ଷେ ପରେ ପୁଣି ବଡ଼ ପରଦାକୁ ଫେରିଥିବା ହେତୁ ମନରେ କିଛିଟା ଡ଼ରଥିଲା :ସୁପ୍ରିୟା". sambad.in. 19 January 2018. Retrieved 6 February 2018.
  3. "ଏହି ଓଡ଼ିଆ ନାୟିକା ପ୍ରଥମ ସିନେମାରେ ପରଦାରେ ଲଗାଇଥିଲେ ନିଆଁ!". sambad.in. 10 January 2018. Retrieved 1 February 2018.
  4. "ODIA NEW UPCOMING MOVIE – LOVE PAIN KUCH V KAREGA Babusan and Niharika". ମୋ ଓଡ଼ିଶା. Archived from the original on 12 August 2016. Retrieved 4 September 2016.
  5. "ଧ୍ୟାନ କରେ, ଦୌଡ଼େ, କ୍ଷୀର ପିଏ: ସୁପ୍ରିୟା". sambad.in. 30 January 2018. Retrieved 6 February 2018.
  6. "Siddhant Mohapatra makes small screen debut with 'Kemiti Kahibi Kaha'". Odisha News In English (in English). Bhubaneswar. 25 January 2021. Archived from the original on 3 July 2022. Retrieved 3 July 2022.{{cite news}}: CS1 maint: unrecognized language (link)
  7. "Siddhant Mahapatra acts in television serial after two decades - Times of India". The Times of India (in ଇଂରାଜୀ). Retrieved 2022-07-03.
  8. "ସୁପ୍ରିୟାଙ୍କୁ ସୁଯୋଗ ପରେ ସୁଯୋଗ". ପ୍ରମେୟ. 6 July 2022. Archived from the original on 27 October 2022. Retrieved 27 October 2022.
  9. "ବାପା ସୁପରମ୍ୟାନ୍". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
  10. "ଆଇଟମ୍ ନମ୍ବରରେ ସୁପ୍ରିୟା". ଧରିତ୍ରୀ. 5 October 2023. p. ୧୭. Archived from the original on 6 October 2023. Retrieved 6 October 2023.

ବାହାର ଆଧାର[ସମ୍ପାଦନା]