ମିସ ଓଡ଼ିଶା

ଉଇକିପିଡ଼ିଆ‌ରୁ

ବିଶ୍ୱ ଦରବାରରେ ଓଡ଼ିଆ ଚଳଣି ତଥା ସଂସ୍କୃତିକୁ ଉପସ୍ଥାପନ କରିବା, ଓଡ଼ିଆ ଯୁବତୀମାନଙ୍କୁ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେବା ସହଜ କରିବା ଏବଂ ଯୁବାବସ୍ଥାରେ ପାଦଦେଉଥିବା ଝିଅମାନଙ୍କ ପାଇଁ ଓଡ଼ିଆ ଛାପଥିବା ନୂଆ ରୋଲ ମଡେଲ ପ୍ରସ୍ତୁତ କରବା ଆଦି ଲକ୍ଷ୍ୟ ନେଇ ଜ୍ୟୋସ୍ନା ରାଉତରାୟ ମେମୋରିଆଲ ଚାରିଟେବଲ ଟ୍ରଷ୍ଟ ପୃସ୍ତୁତ ମିସ ଓଡ଼ିଶା - ମୁଁ ଓଡ଼ିଶା ସୁନ୍ଦରୀ ପ୍ରତିଯୋଗିତା ୨୦୧୪ ମସିହାରୁ ଆରମ୍ଭ ହୋଇଛି ।[୧]

ମିସ ଓଡ଼ିଶା - ଓଡ଼ିଶା ସୁନ୍ଦରୀ ୨୦୧୪ ବିଜେତା[ସମ୍ପାଦନା]

ଏକ୍ସଆଇଏମବି ପରିସରରେ ଅନୁଷ୍ଠିତ ‘ମୁଁ ମିସ୍‍ ଓଡ଼ିଶା’ ଗ୍ରାଣ୍ଡ ଫିନାଲେରେ ଦାମନଯୋଡ଼ିର ଜ୍ୟୋତିର୍ମୟୀ ବଳ ‘ମୁଁ ମିସ୍‍ ଓଡ଼ିଶା’ ବିବେଚିତ ହୋଇଛନ୍ତି । ଭୁବନେଶ୍ୱରରେ ଏମ୍‍ବିଏ ପଢୁଥିବା ଜ୍ୟୋତିର୍ମୟୀ ମଡେଲିଂ କରୁଛନ୍ତି । ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ପାଇଁ ବି ସେ ପ୍ରସ୍ତୁତି କରିବେ ସୁଯୋଗ ମିଳଲେ ବଲିଉଡ୍‍ରେ କାମ କରିବେ ବୋଲି କହିଛନ୍ତି । [୨] ସେହିପରି ସଙ୍କଲପୁରର ପୂଜା ତ୍ରିପାଠୀ ପ୍ରଥମ ରନର୍ସ ଅପ ଓ ଜଗତସିଂହପୁରର ସୁପ୍ରିୟା ନାୟକ ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ ନାୟିକା ଇଲିଆନା । ସେ ବିଜୟିନୀଙ୍କୁ ମୁକୁଟ ପିନ୍ଧାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଲିଉଡ ନାୟକ ସବ୍ୟସାଚୀ, ନାୟିକା ଅର୍ଚ୍ଚିତା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ନିର୍ଦ୍ଦେଶକ ଅବିନାଶ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । [୩]

ମିସ ଓଡ଼ିଶା - ଓଡ଼ିଶା ସୁନ୍ଦରୀ ୨୦୧୫ ବିଜେତା[ସମ୍ପାଦନା]

ପ୍ରିୟଙ୍କା କୁମାରୀ ଗୁପ୍ତା, ମିସ ଓଡ଼ିଶା ୨୦୧୫ର ବିଜେତା, ଝାରଖଣ୍ଡ ଜନ୍ମିତ କିଟ ବିଶ୍ୱବିଦ୍ୟାଳୟର ବି-ଟେକ (କମ୍ପ୍ୟୁଟର ସାଇନ୍ସ)ର ଦ୍ୱିତୀୟବର୍ଷର ଛାତ୍ରୀ ଅଟନ୍ତି ।[୪]

ମିସ ଓଡ଼ିଶା-ଇଣ୍ଡିଆ[ସମ୍ପାଦନା]

ଏହା ମୁମ୍ବାଈସ୍ଥିତ ବେନେଟ କୋଲେମନ ଏଣ୍ଡ କୋ. ଲିମିଟେଡ ଏକ ବିଭାଗ ମିସ ଇଣ୍ଡିଆ ସଂଗଠନର ଓଡ଼ିଆ ସଂସ୍କରଣ ଅଟେ । ଓଡ଼ିଶା ପାଇଁ ଷ୍ଟାର ମେକର୍ସ ଏଣ୍ଡ ପ୍ରିଲୁଡ଼ ୩ ବର୍ଷ ପାଇଁ ଏହାର ଆଯୋଜନ କରିବା ପାଇଁ ଅନୁବନ୍ଧିତ ହୋଇଛନ୍ତି । ଏହାର ଓଡ଼ିଶା ଅଡିସନ ୫ଟି ସହରରେ ହେଉଛି: ରାଉରକେଲା, ସମ୍ବଲପୁର, କଟକ, ପୁରୀ, ଏବଂ ଭୁବନେଶ୍ୱର । ମିସ ଇଣ୍ଡିଆ ସଂଗଠନର ୨ ଜଣ ପୂର୍ବ ମିସ ଇଣ୍ଡିଆ ଏବଂ ଓଡ଼ିଶାର ଜଣେ ସେଲେବ୍ରିଟିଙ୍କୁ ମିଶାଇ ୪ ଜଣ ବିଚାରପତି ଅଛନ୍ତି । ବଛା ପ୍ରତିଯୋଗୀ ସିଧାସଳଖ ଫେମିନା ମିସ ଇଣ୍ଡିଆ କୋଲକାତା ୨୦୧୫ରେ ଯୋଗଦେବାକୁ ସୁଯୋଗ ମିଳେ । [୫][୬]

ମିସ ଓଡ଼ିଶା-ଇଣ୍ଡିଆ ୨୦୧୫ ବିଜେତା[ସମ୍ପାଦନା]

ପ୍ରିୟଙ୍କା କୁମାରୀ ସୁନ୍ଦର କେଶ - ମିସ ଅଞ୍ଜଳି ସିଂହ, ବେଷ୍ଟ ସ୍ମାଇଲ - ଶୁଭସ୍ମିତା ଜେନା, ବେଷ୍ଟ ଟ୍ୟାଲେଣ୍ଟ ଏବଂ ମିସ ସିନେ ଷ୍ଟାର - ରୂପାଲୀ ମଲିକ, ମିସ ବଡି ବିଉଟି - ପ୍ରିୟଙ୍କା କୁମାରୀ, ମିସ ଭିଭାକସ - ଐଶ୍ୱର୍ୟା ସେଠୀ, ମିସ ଷ୍ଟାଇଲ ଡିଭା[୭] - ଅଙ୍କିତା ଚକ୍ରବର୍ତ୍ତୀ , ଏବଂ ମିସ ଫୋଟୋଜେନିକ - ସୋନିକା ରାୟ [୮]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2014-06-28. Retrieved 2015-08-23. {{cite web}}: Cite has empty unknown parameter: |1= (help)
  2. http://sambadepaper.com/epaperpdf%5C23122014%5C23-md-bm-14.pdf[permanent dead link]
  3. "ଆର୍କାଇଭ୍ କପି". Archived from the original on 2015-03-17. Retrieved 2015-03-23. {{cite web}}: Cite has empty unknown parameter: |1= (help)
  4. http://incredibleorissa.com/priyanka-gupta-miss-odisha/
  5. "ଆର୍କାଇଭ୍ କପି". Archived from the original on 2015-01-16. Retrieved 2015-03-23. {{cite web}}: Cite has empty unknown parameter: |1= (help)
  6. beautypageants.indiatimes.com/miss.../Odisha...Miss.../45835141.cms
  7. "ଆର୍କାଇଭ୍ କପି". Archived from the original on 2015-04-16. Retrieved 2015-03-23. {{cite web}}: Cite has empty unknown parameter: |1= (help)
  8. "ଆର୍କାଇଭ୍ କପି". Archived from the original on 2015-04-08. Retrieved 2015-03-23. {{cite web}}: Cite has empty unknown parameter: |1= (help)