ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ
ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୦ – ୧୯୬୧ | |
ପୂର୍ବ ଅଧିକାରୀ | କିଶୋର ଚନ୍ଦ୍ର ଦେଓ ଭଞ୍ଜ |
ପର ଅଧିକାରୀ | ସାହେବ ନାଏକ |
ନିର୍ବାଚନ ମଣ୍ଡଳୀ | ଦଶପଲ୍ଲା |
ସାଂସଦ: ୩ୟ ଲୋକ ସଭା | |
କାର୍ଯ୍ୟକାଳ ୧୯୬୨ – ୧୯୬୭ | |
ନିର୍ବାଚନ ମଣ୍ଡଳୀ | ଭୁବନେଶ୍ୱର |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ଜୁନ ୧୯, ୨୦୦୬ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | କମଳା ଦେବୀ |
ବାପା/ବୋଉ | କିଶୋର ଚନ୍ଦ୍ର ଦେଓ ଭଞ୍ଜ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ (ମୃତ୍ୟୁ: ୧୯ ଜୁନ ୨୦୦୬) ଦଶପଲ୍ଲାର ପୂର୍ବତନ ରାଜା ଥିଲେ ଏବଂ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପୂର୍ଣ୍ଣଚନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବଂ ଲୋକ ସଭାରେ ସାଂସଦ ଭାବରେ ଥରେ ଲେଖାଏଁ କାର୍ଯ୍ୟ କରିଥିଲେ । ୧୯୬୦ ମସିହାରେ ଦଶପଲ୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପନିର୍ବାଚନରେ ସେ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହାପରେ ସେ ୧୯୬୨ ଭାରତୀୟ ସାଧାରଣ ନିର୍ବାଚନରେ ୩ୟ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ବାପାଙ୍କ ନାମ କିଶୋର ଚନ୍ଦ୍ର ଦେଓ ଭଞ୍ଜ ଓଡ଼ିଶା ବିଧାନ ସଭା ଦୁଇଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୨] ତାଙ୍କ ପତ୍ନୀଙ୍କ ନାମ କମଳା ଦେବୀ ।[୧] ସେ ଦଶପଲ୍ଲାର ରାଜା ଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ପୂର୍ଣ୍ଣଚନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କାର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ ଲେଖାଏଁ କାର୍ଯ୍ୟ କରିଥଲେ ।[୧]
ମୃତ୍ୟୁ
[ସମ୍ପାଦନା]ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ୨୦୦୬ ମସିହାର ଜୁନ ମାସ ୧୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Purna Chandra Bhanjadeo". odishaassembly.nic.in. Odisha Assembly. Retrieved 24 April 2020.
- ↑ "Shri Kishore Chandra Deo Bhanj". odishaassembly.nic.in. Odisha Assembly. Retrieved 28 April 2020.