Jump to content

ମିକ୍ସିଡିମା କୋମା

ଉଇକିପିଡ଼ିଆ‌ରୁ
(Myxedema comaରୁ ଲେଉଟି ଆସିଛି)
Myxedema coma
Face of someone with myxedema showing an expressionlessness, periorbital puffiness, and pallor
ବିଭାଗEndocrinology
ଲକ୍ଷଣAltered mental status, low body temperature[]
ଆକ୍ରାନ୍ତ ସମୟOlder females[]
ବିପଦ କାରକUntreated hypothyroidism[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms together with lab tests[]
ସଠିକ ରୋଗ ନିର୍ଣ୍ଣୟSepsis, seizure, diabetic ketoacidosis, overdose[]
ଚିକିତ୍ସାLevothyroxine (T4), hydrocortisone, antibiotics[]
ପୁନଃପୌନିକRare[]
ମୃତ୍ୟୁ ସାନ୍ଦ୍ରତା20 to 50% of cases[]

ମିକ୍ସିଡିମା କୋମା ହେଉଛି ହାଇପୋଥାଇରଏଡିଜମର ଏକ ରୂପ ।[] ସାଧାରଣ ଲକ୍ଷଣଗୁଡ଼ିକରେ ପରିବର୍ତ୍ତିତ ମାନସିକ ସ୍ଥିତି ଏବଂ ଶରୀରର ନିମ୍ନ ତାପମାତ୍ରା ହୋଇଥାଏ ।[] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ନିଦ୍ରା ଶ୍ୱାସରୋଧ, ପଫି ଚର୍ମ (puffy skin), କେଶ ଝଡ଼ିବା ଏବଂ ପେଟ ଫୁଲିବା ହୋଇପାରେ ।[] ତଥାପି କୋମା ସାଧାରଣତଃ ଉପସ୍ଥିତ ନଥାଏ ।[] ରୋଗ ଜଟିଳ ହେଲେ ଶ୍ୱାସକ୍ରିୟା ବିଫଳତା ହୋଇପାରେ । []

ଏହା ସାଧାରଣତଃ ଗୁରୁତର ଏବଂ ଚିକିତ୍ସା ହୋଇନଥିବା ହାଇପୋଥାଇରଏଡିଜିମ୍ ରୋଗୀଙ୍କଠାରେ ଦେଖାଯାଏ ।[] ନିର୍ଜଳନ, ସଂକ୍ରମଣ କିମ୍ବା ଷ୍ଟ୍ରୋକ୍ ଭଳି ଏକ ଘଟଣା ଏହି ରୋଗର ବିକାଶକୁ ଟ୍ରିଗର କରିଥାଏ ।[] [] ଲାବୋରେଟୋରୀ ପରୀକ୍ଷଣରେ ସାଧାରଣତଃ କମ୍ ଥାଇରଏଡ୍ ସ୍ଥିତି ଦେଖାଏ (ନିମ୍ନ ଟି୪ ସ୍ତର ଏବଂ ଉଚ୍ଚ ଟିଏସଏଚ ସ୍ତର ) । [] ନିମ୍ନ ରକ୍ତଚାପ, ମନ୍ଥର ହୃଦ୍‌ସ୍ପନ୍ଦନ, ମନ୍ଥର ରିଫ୍ଲେକ୍ସ, କମ୍ ସୋଡିୟମ୍ ଏବଂ କମ୍ ରକ୍ତ ଶର୍କରା ଥାଇପାରେ ।[]

ଶୀଘ୍ର ଥାଇରଏଡ୍ ହରମୋନ୍ ସହିତ ଚିକିତ୍ସା କରାଯାଏ ।[] ସାଧାରଣତଃ ଶିରାଭ୍ୟନ୍ତରରେ ୩୦୦ରୁ ୫୦୦ ମାଇକ୍ରୋଗ୍ରାମ ଲିଭୋଥାଇରକ୍ସିନ (T4) ଦିଆଯାଏ, ଯଦିଓ କେତେକ ଲିଓଥାଇରୋନିନ (T3) ବ୍ୟବହାର କରନ୍ତି ।[] ହାଇଡ୍ରୋକୋର୍ଟିସୋନ ୧୦୦ ମିଗ୍ରା ଏବଂ ଆଣ୍ଟିବାୟୋଟିକ୍ ମଧ୍ୟ ଦିଆଯାଏ ।[] ଉଷୁମ ଶିରାଭ୍ୟନ୍ତର ତରଳ ପଦାର୍ଥ ଦେବା ଯୁକ୍ତିଯୁକ୍ତ ମନେ ହୁଏ କିନ୍ତୁ ସେଠାରେ ଚିନ୍ତା ଅଛି ଯେ କେବଳ ଜଣେ ବ୍ୟକ୍ତିଙ୍କ ଚର୍ମକୁ ଗରମ କରିବାଦ୍ୱାରା ସେମାନଙ୍କର ରକ୍ତଚାପ ଆହୁରି କମ ହୋଇପାରେ ।[] ମୃତ୍ୟୁ ଆଶଙ୍କା ପ୍ରାୟ ୨୦ରୁ ୫୦% ଅଟେ ।[]

ମିକ୍ସିଡିମା କୋମା ପ୍ରତିବର୍ଷ ପ୍ରାୟ ୫ନିୟୁତ ଲୋକଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରେ ।[] ପ୍ରଭାବିତ ବ୍ୟକ୍ତିମାନେ ସାଧାରଣତଃ ବୟସ୍କ ଏବଂ ମହିଳା ଅଟନ୍ତି ।[] ଏହି ରୋଗ ସାଧାରଣତଃ ଶୀତଦିନେ ଆରମ୍ଭ ହୁଏ ।[] ଏହି ଅବସ୍ଥା ପ୍ରଥମେ ୧୮୭୯ମସିହାରେ ଅର୍ଡ ବର୍ଣ୍ଣନା (Ord) କରିଥିଲେ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Wiersinga, WM; Feingold, KR; Anawalt, B; Boyce, A; Chrousos, G; de Herder, WW; Dhatariya, K; Dungan, K; Hershman, JM; Hofland, J; Kalra, S; Kaltsas, G; Koch, C; Kopp, P; Korbonits, M; Kovacs, CS; Kuohung, W; Laferrère, B; Levy, M; McGee, EA; McLachlan, R; Morley, JE; New, M; Purnell, J; Sahay, R; Singer, F; Sperling, MA; Stratakis, CA; Trence, DL; Wilson, DP (2000). "Myxedema and Coma (Severe Hypothyroidism)". PMID 25905238. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Elshimy, G; Chippa, V; Correa, R (January 2022). "Myxedema". PMID 31424777. Archived from the original on 7 September 2021. Retrieved 29 March 2022. {{cite journal}}: Cite journal requires |journal= (help)
  3. Eaton, Jennifer L. (31 October 2018). Thyroid Disease and Reproduction: A Clinical Guide to Diagnosis and Management (in ଇଂରାଜୀ). Springer. p. 33. ISBN 978-3-319-99079-8. Archived from the original on 30 March 2022. Retrieved 29 March 2022.