ନିଦ୍ରା ଶ୍ୱାସରୋଧ
ନିଦ୍ରା ଶ୍ୱାସରୋଧ | |
---|---|
ଇଂରାଜୀ ପ୍ରତିଶବ୍ଦ - sleep apnoea ,sleep apnea syndrome | |
ଉଚ୍ଚାରଣ | |
ବିଭାଗ | Otorhinolaryngology, sleep medicine |
ଆଇସିଡ଼ି-୧୦ | G47.3,P28.3 |
ଆଇସିଡ଼ି-୯-ସିଏମ୍ | 327.23, 780.57 |
ମେଡ଼ିସିନ-ପ୍ଲସ | 000811 003997 |
ଇ-ମେଡ଼ିସିନ | ped/2114 |
MeSH | D012891 |
ନିଦ୍ରା ଶ୍ୱାସରୋଧ (ଇଂରାଜୀ ଭାଷାରେ Sleep apnea) ଏକ ନିଦ୍ରା ବେମାରୀ (sleep disorder) ଯେଉଁଥିରେ ଶୟନ ସମୟରେ ସାମୟିକ ଶ୍ୱାସରୋଧ (pauses in breathing) ହୁଏ ବା ଅଗଭୀର ଶ୍ୱାସକ୍ରିୟା (shallow breathing) ଚାଲୁରହେ ।[୧] କିଛି ସେକେଣ୍ଡ ନିମନ୍ତେ ବା କେତେକ ମିନିଟ ନିମନ୍ତେ ନିଦ୍ରା ଶ୍ୱାସରୋଧ ହୁଏ ବା ରାତ୍ରୀରେ ଅନେକ ଥର ଏହା ହୁଏ ।[୧] ସର୍ବାଧିକ ସାଧାରଣ ସ୍ୱରୂପରେ ଉଚ୍ଚ ଧ୍ୱନୀର ଘୁଙ୍ଗୁଡ଼ି ପରେ ହୁଏ ।[୨] ପୁନଃ ଶ୍ୱାସକ୍ରିୟା ଆରମ୍ଭ ହେଲେ ଅଣନିଶ୍ୱାସୀ ଲାଗେ । ନିଦ୍ରାଭିଭୂତ ବା ଥକ୍କିଯାଇଥିବା ଲୋକଙ୍କର ଏହା ହେବା ଯୋଗୁ ନିଦ୍ରାରେ ବ୍ୟାଘାତ ହୁଏ ।[୧]ଏହା ସ୍କୁଲରେ ପିଲାମାନଙ୍କର ସମସ୍ୟା ସୃଷ୍ଟି କରେ ବା ଅତିସକ୍ରିୟତା (hyperactivity) କରାଏ ।[୨]
ତିନି ପ୍ରକାର ନିଦ୍ରା ଶ୍ୱାସରୋଧ ହୋଇପାରେ: ଅବରୋଧୀ ନିଦ୍ରା ଶ୍ୱାସରୋଧ (obstructive ବା ଓଏସଏ/OSA)), କେନ୍ଦ୍ରୀୟ ନିଦ୍ରା ଶ୍ୱାସରୋଧ (central ବା ସିଏସଏ/CSA)) ଓ ମିଶ୍ରିତ ନିଦ୍ରା ଶ୍ୱାସରୋଧ । ସବୁଠାରୁ ସାଧାରଣ ଆକାର ଓଏସଏ ଥାଏ । [୧] ଓଜନାଧିକ୍ୟ (overweight), ପାରିବାରିକ ରୋଗ ଇତିହାସ, ଆଲର୍ଜି ଓ ବର୍ଦ୍ଧିତ ଟନସିଲ ଇତ୍ୟାଦି ଏହି ବେମାରୀର ସଙ୍କଟ ଉତ୍ପନ୍ନ କରନ୍ତି ।[୩] ବାୟୁ ପ୍ରବାହ ବନ୍ଦ ଯୋଗୁ ଓଏସଏ, ଶ୍ୱାସକ୍ରିୟା ପ୍ରଚେଷ୍ଟା ଅଭାବ ଯୋଗୁ ସିଏସଏ ହୁଏ । ଏହି ରୋଗ ଥିବା କଥା ଏହି ରୋଗୀମାନେ ଅବଗତ ନ ଥାଆନ୍ତି । ପରିବାରର ଲୋକ ଏହା ଜଣେଇ ଦିଅନ୍ତି ।[୧] ସାରା ରାତିର ପଲିସୋମ୍ନୋଗ୍ରାଫି (sleep study) ପରୀକ୍ଷାରୁ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୪] ଏକ ଘଣ୍ଟାରେ ୫ଥର ଏଭଳି ନିଦ୍ରା ବ୍ୟାଘାତ ହେଲେ ନିଦ୍ରା ଶ୍ୱାସରୋଧ ରୋଗ ନିର୍ଣ୍ଣୟ କରାଯାଏ ।[୫]
ଜୀବନଚର୍ଯ୍ୟାରେ ପରିବର୍ତ୍ତନ, ଶ୍ୱାସକ୍ରୀୟା ଯନ୍ତ୍ର, ମାଉଥପିସ ଓ ଅପରେଶନ ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[୧] ମଦ୍ୟ ତ୍ୟାଗ, ଓଜନ ହ୍ରାସ, ଧୂମ୍ରପାନ ବନ୍ଦ ଓ ଦେହର ପାର୍ଶ୍ୱଦେଶରେ ଶୟନ କରି ଏହି ବେମାରୀକୁ ନିୟନ୍ତ୍ରଣ କରାଯାଇପାରେ । ସିପାପ ମେସିନ CPAP machine ବ୍ୟବହାର କରି ଶ୍ୱାସକ୍ରିୟା ସମ୍ପାଦନ କରାଯାଏ ।[୬] ଅଣଚିକିତ୍ସିତ ଲୋକଙ୍କର ହୃଦ୍ଘାତ, ସ୍ଟ୍ରୋକ, ମଧୁମେହ, ହୃଦ୍ପାତ, ଅନିୟମିତ ହୃତ୍ସ୍ପନ୍ଦନ (irregular heartbeat), ମୋଟାପଣ ଓ ଗାଡ଼ି ଧକ୍କା (motor vehicle collisions) ଇତ୍ୟାଦି ସଙ୍କଟ ରହେ ।[୧]
ସିଏସଏ ରୋଗ ୧-୬% ବଡ଼ ମଣିଷଙ୍କୁ ଓ ୨% ପିଲାଙ୍କୁ ଆକ୍ରମଣ କରେ ।[୭][୮] ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଦୁଇ ଗୁଣ ରୋଗ ହୁଏ ।[୭] ଯେ କୌଣସି ବୟସରେ ଏ ରୋଗ ହୋଇପାରିଲେ ମଧ୍ୟ ସାଧାରଣତଃ ୫୫ରୁ ୬୦ ବର୍ଷ ବୟସ ମଧ୍ୟରେ ହୁଏ ।[୧][୭] କେନ୍ଦ୍ରୀୟ ନିଦ୍ରା ଶ୍ୱାସରୋଧ ବେମାରୀ ୧%ରୁ କମ୍ ଲୋକଙ୍କୁ ହୁଏ ।[୯] ଏକ ଜର୍ମାନୀ କଳ୍ପିତ କାହାଣୀରେ (myth) ଓଣ୍ଡାଇନର (Ondine's curse) ଅଭିଶାପ ଫଳରେ ନିଦ୍ରା ସମୟରେ ଜଣେ ଶ୍ୱାସକ୍ରିୟା ଭୁଲିଯାଏ ଓ ତାହା କେନ୍ଦ୍ରୀୟ ନିଦ୍ରା ଶ୍ୱାସରୋଧ ଦର୍ଶାଉଛି ।[୧୦]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Sleep Apnea: What Is Sleep Apnea?". NHLBI: Health Information for the Public. U.S. Department of Health and Human Services. July 10, 2012. Retrieved 2016-08-18.
- ↑ ୨.୦ ୨.୧ "What Are the Signs and Symptoms of Sleep Apnea?". NHLBI. July 10, 2012. Retrieved 18 August 2016.
- ↑ "Who Is at Risk for Sleep Apnea?". NHLBI. July 10, 2012. Retrieved 18 August 2016.
- ↑ "How Is Sleep Apnea Diagnosed?". NHLBI. July 10, 2012. Retrieved 18 August 2016.
- ↑ De Backer, W (June 2013). "Obstructive sleep apnea/hypopnea syndrome". Panminerva medica. 55 (2): 191–5. PMID 23676959.
- ↑ "How Is Sleep Apnea Treated?". NHLBI. July 10, 2012. Retrieved 18 August 2016.
- ↑ ୭.୦ ୭.୧ ୭.୨ Global Surveillance, Prevention and Control of Chronic Respiratory Diseases: A Comprehensive Approach (in ଇଂରାଜୀ). World Health Organization. 2007. p. 32. ISBN 9789241563468.
- ↑ Ferri, Fred F. (2014). Ferri's Clinical Advisor 2015: 5 Books in 1 (in ଇଂରାଜୀ). Elsevier Health Sciences. p. 1090. ISBN 9780323084307.
- ↑ Auth, Patrick C. (2012). Physician Assistant Review (in ଇଂରାଜୀ) (4 ed.). Lippincott Williams & Wilkins. p. 40. ISBN 9781451171297.
- ↑ Yentis, Steven M.; Hirsch, Nicholas P.; Ip, James (2013). Anaesthesia and Intensive Care A-Z: An Encyclopedia of Principles and Practice (in ଇଂରାଜୀ). Elsevier Health Sciences. p. 428. ISBN 9780702053757.