ହାଇଡ୍ରୋକର୍ଟିଜୋନ

ଉଇକିପିଡ଼ିଆ‌ରୁ
ହାଇଡ୍ରୋକର୍ଟିଜୋନ
Cortisol2.svg
Cortisol-3D-balls.png
Clinical data
Trade namesCortef, Solu-Cortef, others[୧]
AHFS/Drugs.commonograph
MedlinePlusa682206
data
Pregnancy
category
  • AU: A
  • US: C (Risk not ruled out)
Routes of
administration
ବଟିକା, ଶିରାଭ୍ୟନ୍ତର ଇଞ୍ଜେକସନ, ସ୍ଥାନୀୟ ଓ ମଳଦ୍ୱାର ପଥରେ ଏହି ଔଷଧ ଦିଆଯାଏ ।
ATC code
Legal status
Legal status
  • AU: Pharmacist only
  • UK: POM (Prescription only)
  • US: OTC for topical administration; Rx-only for oral tablets, rectal use and intravenous therapy
Identifiers
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
Chemical and physical data
FormulaC21H30O5
Molar mass362.460 g/mol
3D model (JSmol)
 ☒NcheckY (what is this?)  (verify)

ହାଇଡ୍ରୋକର୍ଟିଜୋନ (ଇଂରାଜୀ ଭାଷାରେ Hydrocortisone, ଏକ ବିକ୍ରୟ ନାମ କର୍ଟେଫ/Cortef) ନାମ ଦିଆଯାଏ ଯେତେବେଳେ ହରମୋନ କର୍ଟିଜୋଲକୁ (cortisol) ଔଷଧ ଆକାରରେ ଯୋଗାଇ ଦିଆଯାଏ ।[୨] ଏହି ଔଷଧ ବ୍ୟବ‌ହାର କରାଯାଉଥିବା ରୋଗମାନଙ୍କର ନାମ: ଆଡ୍ରେନାଲ ଇନସଫିସିଏନ୍ସି (adrenocortical insufficiency, ଆଡ୍ରେନୋଜେନିଟାଲ ସିଣ୍ଡ୍ରୋମ (adrenogenital syndrome), ହାଇପୋକ୍ୟାଲସେମିଆ (high blood calcium, ଥାଇରଏଡାଇଟିସ (thyroiditis), ରିଉମାଟଏଡ ଆର୍ଥ୍ରାଇଟିସ, ଡର୍ମାଟାଇଟିସ (dermatitis), ଆଜ୍‌ମା, ଓ ସିଓପିଡି[୧] ଆଡ୍ରେନୋକର୍ଟିକାଲ ଇନସଫିସିଏନସି ରୋଗରେ ଏହା ପସନ୍ଦ ଯୋଗ୍ୟ ଔଷଧ ।[୩] ଏହା ଉଭୟ ପାଟିରେ ଓ ଇଞ୍ଜେକସନ ଆକାରରେ ଦିଆଯାଏ ।[୧] ଦୀର୍ଘକାଳର ବ୍ୟବ‌ହାର ପରେ ବନ୍ଦ କରିବାକୁ ହେଲେ ଧୀରେ ଧୀରେ ମାତ୍ରା ଅଳ୍ପ କରି କମେଇ ଶେଷରେ ବନ୍ଦ କରାଯାଏ । [୧]

ଏହାର ପାର୍ଶ୍ୱ ପ୍ରତିକ୍ରିୟା ହେଲେ ମନୋଦଶାର ପରିବର୍ତ୍ତନ ହୁଏ, ସଂକ୍ରମଣ (infection) ସଙ୍କଟ ବଢ଼ିଯାଏ ଓ ଇଡିମା (swelling) ହୁଏ ।[୧] ଦୀର୍ଘକାଳ ଧରି ବ୍ୟବ‌ହାର ପରେ ହେଉଥିବା ପାର୍ଶ୍ୱ ପ୍ରତିକ୍ରିୟା: ଓଷ୍ଟିଓପୋରୋସିସ, ପେଟ ଗୋଳମାଳ (upset stomach), ଶାରୀରିକ ଦୂର୍ବଳତା (physical weakness), ସ‌ହଜରେ ବ୍ରୁଇସ (bruising), ଓ କ୍ୟାଣ୍ଡିଡିଆସିସ (yeast infection) ହୁଏ ।[୧] ଗର୍ଭାବସ୍ଥାରେ ବ୍ୟବ‌ହାର କରାଗଲେ ମଧ୍ୟ ଏହାର ନିରାପତ୍ତା ବିଷୟ ଅଜ୍ଞାତ ଅଛି । [୪] ଏହା ପ୍ରଦାହରୋଧୀ (antiinflammatory) ଓ ଇମ୍ମ୍ୟୁନ ଦମନ‌କାରୀ (immune suppression) ଭାବରେ ବ୍ୟବ‌ହାର କରାଯାଏ ।[୧]

ସନ ୧୯୫୫ରେ ହାଇଡ୍ରୋକର୍ଟିଜୋନ ଆବିଷ୍କୃତ ହୋଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ସନ ୨୦୧୪ରେ ପାଟିରେ ଦିଆଯାଉଥିବା ଏହି ଔଷଧର ଦୈନିକ ଖର୍ଚ୍ଚ ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୦.୨୭ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଗୋଟିଏ ମାସର ଔଷଧ ଖର୍ଚ୍ଚ ୨୫ଡଲାରରୁ କମ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Hydrocortisone". Drugs.com. American Society of Health-System Pharmacists. February 9, 2015. Retrieved 30 August 2016.
  2. Becker, Kenneth L. (2001). Principles and Practice of Endocrinology and Metabolism (in ଇଂରାଜୀ). Lippincott Williams & Wilkins. p. 762. ISBN 9780781717502.
  3. ୩.୦ ୩.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 202. ISBN 9781284057560.
  4. "Hydrocortisone Pregnancy and Breastfeeding Warnings". Drugs.com. Retrieved 1 September 2016.
  5. Walker, S. R. (2012). Trends and Changes in Drug Research and Development (in ଇଂରାଜୀ). Springer Science & Business Media. p. 109. ISBN 9789400926592.
  6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  7. "Hydrocortisone". International Drug Price Indicator Guide. Retrieved 1 September 2016.