ମିକ୍ସିଡିମା କୋମା

ଉଇକିପିଡ଼ିଆ‌ରୁ
Myxedema coma
Face of someone with myxedema showing an expressionlessness, periorbital puffiness, and pallor
ବିଭାଗEndocrinology
ଲକ୍ଷଣAltered mental status, low body temperature[୧]
ଆକ୍ରାନ୍ତ ସମୟOlder females[୧]
ବିପଦ କାରକUntreated hypothyroidism[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms together with lab tests[୨]
ସଠିକ ରୋଗ ନିର୍ଣ୍ଣୟSepsis, seizure, diabetic ketoacidosis, overdose[୨]
ଚିକିତ୍ସାLevothyroxine (T4), hydrocortisone, antibiotics[୧]
ପୁନଃପୌନିକRare[୨]
ମୃତ୍ୟୁ ସାନ୍ଦ୍ରତା20 to 50% of cases[୧]

ମିକ୍ସିଡିମା କୋମା ହେଉଛି ହାଇପୋଥାଇରଏଡିଜମର ଏକ ରୂପ ।[୧] ସାଧାରଣ ଲକ୍ଷଣଗୁଡ଼ିକରେ ପରିବର୍ତ୍ତିତ ମାନସିକ ସ୍ଥିତି ଏବଂ ଶରୀରର ନିମ୍ନ ତାପମାତ୍ରା ହୋଇଥାଏ ।[୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ନିଦ୍ରା ଶ୍ୱାସରୋଧ, ପଫି ଚର୍ମ (puffy skin), କେଶ ଝଡ଼ିବା ଏବଂ ପେଟ ଫୁଲିବା ହୋଇପାରେ ।[୨] ତଥାପି କୋମା ସାଧାରଣତଃ ଉପସ୍ଥିତ ନଥାଏ ।[୧] ରୋଗ ଜଟିଳ ହେଲେ ଶ୍ୱାସକ୍ରିୟା ବିଫଳତା ହୋଇପାରେ । [୨]

ଏହା ସାଧାରଣତଃ ଗୁରୁତର ଏବଂ ଚିକିତ୍ସା ହୋଇନଥିବା ହାଇପୋଥାଇରଏଡିଜିମ୍ ରୋଗୀଙ୍କଠାରେ ଦେଖାଯାଏ ।[୧] ନିର୍ଜଳନ, ସଂକ୍ରମଣ କିମ୍ବା ଷ୍ଟ୍ରୋକ୍ ଭଳି ଏକ ଘଟଣା ଏହି ରୋଗର ବିକାଶକୁ ଟ୍ରିଗର କରିଥାଏ ।[୧] [୨] ଲାବୋରେଟୋରୀ ପରୀକ୍ଷଣରେ ସାଧାରଣତଃ କମ୍ ଥାଇରଏଡ୍ ସ୍ଥିତି ଦେଖାଏ (ନିମ୍ନ ଟି୪ ସ୍ତର ଏବଂ ଉଚ୍ଚ ଟିଏସଏଚ ସ୍ତର ) । [୧] ନିମ୍ନ ରକ୍ତଚାପ, ମନ୍ଥର ହୃଦ୍‌ସ୍ପନ୍ଦନ, ମନ୍ଥର ରିଫ୍ଲେକ୍ସ, କମ୍ ସୋଡିୟମ୍ ଏବଂ କମ୍ ରକ୍ତ ଶର୍କରା ଥାଇପାରେ ।[୧]

ଶୀଘ୍ର ଥାଇରଏଡ୍ ହରମୋନ୍ ସହିତ ଚିକିତ୍ସା କରାଯାଏ ।[୧] ସାଧାରଣତଃ ଶିରାଭ୍ୟନ୍ତରରେ ୩୦୦ରୁ ୫୦୦ ମାଇକ୍ରୋଗ୍ରାମ ଲିଭୋଥାଇରକ୍ସିନ (T4) ଦିଆଯାଏ, ଯଦିଓ କେତେକ ଲିଓଥାଇରୋନିନ (T3) ବ୍ୟବହାର କରନ୍ତି ।[୧] ହାଇଡ୍ରୋକୋର୍ଟିସୋନ ୧୦୦ ମିଗ୍ରା ଏବଂ ଆଣ୍ଟିବାୟୋଟିକ୍ ମଧ୍ୟ ଦିଆଯାଏ ।[୧] ଉଷୁମ ଶିରାଭ୍ୟନ୍ତର ତରଳ ପଦାର୍ଥ ଦେବା ଯୁକ୍ତିଯୁକ୍ତ ମନେ ହୁଏ କିନ୍ତୁ ସେଠାରେ ଚିନ୍ତା ଅଛି ଯେ କେବଳ ଜଣେ ବ୍ୟକ୍ତିଙ୍କ ଚର୍ମକୁ ଗରମ କରିବାଦ୍ୱାରା ସେମାନଙ୍କର ରକ୍ତଚାପ ଆହୁରି କମ ହୋଇପାରେ ।[୧] ମୃତ୍ୟୁ ଆଶଙ୍କା ପ୍ରାୟ ୨୦ରୁ ୫୦% ଅଟେ ।[୧]

ମିକ୍ସିଡିମା କୋମା ପ୍ରତିବର୍ଷ ପ୍ରାୟ ୫ନିୟୁତ ଲୋକଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରେ ।[୨] ପ୍ରଭାବିତ ବ୍ୟକ୍ତିମାନେ ସାଧାରଣତଃ ବୟସ୍କ ଏବଂ ମହିଳା ଅଟନ୍ତି ।[୧] ଏହି ରୋଗ ସାଧାରଣତଃ ଶୀତଦିନେ ଆରମ୍ଭ ହୁଏ ।[୧] ଏହି ଅବସ୍ଥା ପ୍ରଥମେ ୧୮୭୯ମସିହାରେ ଅର୍ଡ ବର୍ଣ୍ଣନା (Ord) କରିଥିଲେ ।[୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Wiersinga, WM; Feingold, KR; Anawalt, B; Boyce, A; Chrousos, G; de Herder, WW; Dhatariya, K; Dungan, K; Hershman, JM; Hofland, J; Kalra, S; Kaltsas, G; Koch, C; Kopp, P; Korbonits, M; Kovacs, CS; Kuohung, W; Laferrère, B; Levy, M; McGee, EA; McLachlan, R; Morley, JE; New, M; Purnell, J; Sahay, R; Singer, F; Sperling, MA; Stratakis, CA; Trence, DL; Wilson, DP (2000). "Myxedema and Coma (Severe Hypothyroidism)". PMID 25905238. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Elshimy, G; Chippa, V; Correa, R (January 2022). "Myxedema". PMID 31424777. Archived from the original on 7 September 2021. Retrieved 29 March 2022. {{cite journal}}: Cite journal requires |journal= (help)
  3. Eaton, Jennifer L. (31 October 2018). Thyroid Disease and Reproduction: A Clinical Guide to Diagnosis and Management (in ଇଂରାଜୀ). Springer. p. 33. ISBN 978-3-319-99079-8. Archived from the original on 30 March 2022. Retrieved 29 March 2022.