Jump to content

ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ

ଉଇକିପିଡ଼ିଆ‌ରୁ
(Murlidhar Chandrakant Bhandareରୁ ଲେଉଟି ଆସିଛି)
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ
ରାଜ୍ୟପାଳ, ଓଡ଼ିଶା
କାର୍ଯ୍ୟକାଳ
୨୧ ଅଗଷ୍ଟ ୨୦୦୭ –୦୯ ମାର୍ଚ ୨୦୧୩
ପୂର୍ବ ଅଧିକାରୀରାମେଶ୍ୱର ଠାକୁର
ପର ଅଧିକାରୀଏସ. ସି. ଜମିର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1928-12-10)ଡିସେମ୍ବର ୧୦, ୧୯୨୮
ମୁମ୍ବାଇ
ମୃତ୍ୟୁ୧୫ ଜୁନ ୨୦୨୪(2024-06-15) (ବୟସ ୯୫)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବାପା/ବୋଉଚନ୍ଦ୍ରକାନ୍ତ ଲକ୍ଷ୍ମୀକାନ୍ତ ଭଣ୍ଡାରେ
ସୁନନ୍ଦା ଭଣ୍ଡାରେ
ଶିକ୍ଷାସ୍ନାତକ (ବିଜ୍ଞାନ), ସ୍ନାତକ (ଆଇନ)

ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ( ଡିସେମ୍ବର ୧୦, ୧୯୨୮ - ଜୁନ ୧୫, ୨୦୨୪) ଜଣେ ଭାରତୀୟ ରାଜନେତା ଓ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଥିଲେ । []

ରାଜନୈତିକ ଜୀବନ

[ସମ୍ପାଦନା]

ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ଓଡ଼ିଶାର ୪୩ତମ ରାଜ୍ୟପାଳ ରୂପେ କାର୍ଯ୍ୟନିର୍ବାହ (୨୧ ଅଗଷ୍ଟ ୨୦୦୭ରୁ ୦୯ ମାର୍ଚ ୨୦୧୩ ପର୍ଯ୍ୟନ୍ତ) କରିଥିଲେ । [] ସେ, ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ତିନି ଥର (୧୯୮୦-୮୨, ୧୯୮୨-୮୮,୧୯୮୮-୯୪) ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ଏହା ବ୍ୟତିତ, ସେ ସୁପ୍ରିମ କୋର୍ଟରେ ଜଣେ ବରିଷ୍ଠ ଆଇନଜୀବୀ ଓ ଦୁଇଥର ସୁପ୍ରିମ କୋର୍ଟ ବାର୍ ଆଶୋସିଏସନର ଅଧ୍ୟକ୍ଷ ରୂପେ କାମ କରିଥିଲେ ।

ଭଣ୍ଡାରେ, ଜାତିସଂଘର ଅଳ୍ପସଂଖ୍ୟକଙ୍କ ପାଇଁ ଗଠିତ କମିଶନର ଅଧ୍ୟକ୍ଷ (୧୯୮୪-୮୯) ଓ ୟୁନେସ୍କୋର ଆପିଲସ୍ ବଡ଼ିର ଅଧ୍ୟକ୍ଷ (୧୯୯୦-୨୦୦୩) ମଧ୍ୟ ରହିଥିଲେ ।[]

ସମାଜ ସେବା

[ସମ୍ପାଦନା]

ସମାଜ ସେବା କ୍ଷେତ୍ରରେ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କର ବଳିଷ୍ଠ ଅବଦାନ ରହିଥିଲା । ସେ, ଭାରତକୁ ବିଭିନ୍ନ ଆନ୍ତର୍ଜାତିକ ସ୍ତରରେ ପ୍ରତିନିଧିତ୍ୱ କରିଥିଲେ । ମହିଳା ସଶକ୍ତିକରଣ କ୍ଷେତ୍ରରେ ସେ ଖୁବ ଆଗଭର ଥିଲେ ଓ ଏହି ବିଷୟକୁ ନେଇ 'ଦି ୱର୍ଲଡ ଅଫ ଜେଣ୍ଡର ଜଷ୍ଟିସ' ନାମକ ପୁସ୍ତକ ମଧ୍ୟ ରଚନା କରିଥିଲେ। ସେ ଶିଶୁ ଓ ଭିନ୍ନକ୍ଷମମାନଙ୍କ ଅଧିକାର ପାଇଁ ମଧ୍ୟ କାର୍ଯ କରିଥିଲେ ।[]

ଆଇନ, ମହିଳା ସଶକ୍ତିକରଣ, ଜନସଂଖ୍ୟା ନିୟନ୍ତ୍ରଣ ଇତ୍ୟାଦି ବିଷୟରେ ତାଙ୍କଦ୍ୱାରା ଲିଖିତ ସମ୍ପାଦକୀୟ ରଚନା ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା ।[]

ମୃତ୍ୟୁ

[ସମ୍ପାଦନା]

୨୦୨୪ ମସିହା ଜୁନ ୧୫ ତାରିଖରେ ଭଣ୍ଡାରେଙ୍କର ପରଲୋକ ଘଟିଥିଲା ।[]

ଗ୍ୟାଲେରି

[ସମ୍ପାଦନା]
  1. "ଆର୍କାଇଭ୍ କପି". Archived from the original on 2015-09-14. Retrieved 2013-03-25. {{cite web}}: Cite has empty unknown parameter: |1= (help)
  2. http://www.thehindu.com/todays-paper/tp-national/tp-otherstates/bhandare-accorded-ceremonial-farewell/article4521098.ece
  3. "ଆର୍କାଇଭ୍ କପି". Archived from the original on 2013-03-23. Retrieved 2013-03-25. {{cite web}}: Cite has empty unknown parameter: |1= (help)
  4. "ଆର୍କାଇଭ୍ କପି". Archived from the original on 2011-12-05. Retrieved 2013-03-25. {{cite web}}: Cite has empty unknown parameter: |1= (help)
  5. http://www.indianetzone.com/8/murlidhar_chandrakant_bhandare.htm
  6. "Former Odisha Guv Murlidhar Chandrakant Bhandare Passes Away". Retrieved 15 June 2024.