Jump to content

ରସୁଣ

ଉଇକିପିଡ଼ିଆ‌ରୁ
(Garlicରୁ ଲେଉଟି ଆସିଛି)

ରସୁଣ
Allium sativum, known as garlic, from William Woodville, Medical Botany, 1793.
Scientific classification Edit this classification
Kingdom: Plantae
Clade: Tracheophytes
Clade: Angiosperms
ଗୋଷ୍ଠୀ: ଏକବୀଜପତ୍ରୀ
ଗଣ: ଆସ୍ପାରାଗେଲ
Family: {{{1}}}
Subfamily: {{{1}}}
Genus: {{{1}}}
Species:
A. sativum
Binomial name
Allium sativum
ରସୁଣ ମାଳ

ରସୁଣ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଏକ ଭଲ ମସଲା ଭାବେ ମଧ୍ୟ ଲୋକପ୍ରିୟ। ଏହି ଗୁଳ୍ମ ଅତି ବେଶୀରେ ୩୦ ସେ.ମି. ଉଚ୍ଚତା ଯାଏଁ ବଢ଼ିଥାଏ । ପତ୍ର ଗୁଡ଼ିକ ଚେପଟା, ସରୁ ଓ ଲମ୍ବା । ଏହାର ମୂଳରେ କଲି କଲି ହୋଇ ଏକ ଧଳା ଆବରଣରେ ଆବୃତ ହୋଇ ରସୁଣ ରହିଥାଏ। ଏହାର ମୂଳକୁ ହିଁ ମୁଖ୍ୟତଃ ମସଲା ଓ ଔଷଧ ରୂପରେ ବ୍ୟବହାର କରାଯାଇଥାଏ । ଭାରତୀୟ ବ୍ୟଞ୍ଜନରେ ଏହାର ବହୁଳ ବ୍ୟବହାର ହୋଇଥାଏ ।

ବିବିଧ ଭାଷାରେ ନାମ

[ସମ୍ପାଦନା]
ଭାଷା ନାମ
ଓଡ଼ିଆ ରସୁଣ
ସଂସ୍କୃତ ଅରିଷ୍ଟ
ହିନ୍ଦୀ ଲସୁନ
କନ୍ନଡ଼ Belluli
ଗୁଜରାଟୀ Lasan
ତାମିଲ Vellaipundu
ତେଲୁଗୁ Velluli
ବଙ୍ଗଳା Lasun
ମରାଠି Lasunas
ମାଲୟାଲମ Velluli
ବର୍ମିଜ Kyiat thwon Phyu
English Garlic
ରସୁଣ ଫୁଲ

ବ୍ୟବହାର

[ସମ୍ପାଦନା]

ଔଷଧୀୟ

[ସମ୍ପାଦନା]
  • ଦେହରୁ କୃମି ମାରିବାରେ
  • ଥଣ୍ଡା, ସର୍ଦ୍ଦି ଦୂର କରିବାରେ, ଟନସିଲ (ଗଳାବ୍ୟଥା), କଣ୍ଠର କର୍କଶ ସ୍ୱରରେ
  • ଲାଳ ବୃଦ୍ଧି କରିବା ଓ ହଜମରେ ସହାୟତା କରିବାରେ, ପେଟର ବାୟୁ ଓ ପେଟକାମୁଡ଼ା ଆଦି ଦୂର କରିବାରେ
  • ମୂତ୍ରର ପ୍ରବାହକୁ ସୁଗମ କରିବାରେ
  • ଜ୍ୱର ଦୂର କରିବାରେ
  • ଫୁଲା, ଦରଜ ଦୂର କରିବାରେ
  • ବ୍ରୋଙ୍କାଇଟିସ, ଯକ୍ଷ୍ମା (ଟ୍ୟୁବରକୁଲୋସିସ) , ନିମୁନିଆ(ସନ୍ନିପାତ), ଆସ୍ଥ୍ମା(ଶ୍ୱାସ), ଏବଂ ଅନ୍ୟାନ୍ୟ ଶ୍ୱାସ ସମ୍ବନ୍ଧିୟ ରୋଗରେ
  • ଏହା ଉଚ୍ଚ ରକ୍ତଚାପର ଉତ୍ତମ ଔଷଧ। ଏଥିପାଇଁ କଞ୍ଚା ରସୁଣକୁ ସାଲାଡରେ ଖିଆଯାଏ ।
  • ଏହା କର୍କଟ ରୋଗର ପ୍ରତିଷେଧକ ଓ ଆଣ୍ଟିବାୟୋଟିକ
  • କାନଟଣା, କାଲାପଣ ଓ ବାଳ ବଢିବାରେ ବିଳମ୍ବ ହେଲେ ଏହାର ପ୍ରୟୋଗ କରାଯାଏ, ଏଥିପାଇଁ ରସୁଣକୁ ଛେଚି ନଡିଆ ତେଲରେ ଗରମ କରି, ସେହି ତେଲକୁ ଛାଣି ତାକୁ ନଖ ଉଷୁମ କାନରେ ପକାଯାଏ।
  • ବିଭିନ୍ନ ଚର୍ମରୋଗରେ ଏହା ଗୁଣକାରୀ
  • ବୈଜ୍ଞାନିକ ପର୍ଯ୍ୟବେକ୍ଷଣରୁ ଜଣା ପଡ଼ିଛି ଯେ, ରସୁଣ ଖାଇବାଦ୍ୱାରା ଦେହରେ କୋଲେଷ୍ଟରଲର ମାତ୍ରା କମ୍ ହୁଏ ।

ଅନ୍ୟାନ୍ୟ

[ସମ୍ପାଦନା]
  • ନିମ୍ନରକ୍ତଚାପ (hypotension)ର ରୋଗୀ ରସୁଣ ଖାଇବା ହାନିକାରକ ।

ପୁସ୍ତକ

[ସମ୍ପାଦନା]
  • Plants That Heal by Dr. J C Kurian, Oriental Watchman Publishing House, Pune, India

ଅଧିକ ତଥ୍ୟ

[ସମ୍ପାଦନା]