Jump to content

ତୁଳସୀ ଗଛ

ଉଇକିପିଡ଼ିଆ‌ରୁ


ତୁଳସୀ
Scientific classification
Kingdom:
(unranked):
Asterids
Order:
Lamiales
Family:
Lamiaceae
Genus:
Ocimum
Species:
O. tenuiflorum
Binomial name
Ocimum tenuiflorum
Synonyms

Ocimum sanctum, King Swastik Som

ତୁଳସୀ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଭାରତରେ ସର୍ବତ୍ର ଦେଖିବାକୁ ମିଳେ । ଏହା ଭାରତୀୟ ଜନଜୀବନ ସହିତ ଅତି ପରିଚିତ । ଏହା ସାତ ପ୍ରକାରର ହୋଇଥିଲେ ବି ପତ୍ରର ରଙ୍ଗକୁ ନେଇ ଧଳା ଓ କଳା ଭେଦରେ ଦୁଇଟି ଜାତି ପ୍ରଧାନ ଅଟେ । ଶ୍ୱେତ ତୁଳସୀର ପତ୍ରଗୁଡ଼ିକ ହାଲୁକା ରଙ୍ଗର ଥାଏ ଏହାକୁ କେହି କେହି 'ଗୌରୀ ତୁଳସୀ' ମଧ୍ୟ କହିଥାନ୍ତି । କୃଷ୍ଣ ତୁଳସୀ ପତ୍ରଗୁଡ଼ିକ ଗାଢ଼ କଳା । ଏହା ବ୍ୟତୀତ ବଣ ତୁଳସୀ ନାମକ ଆଉ ଏକ ଜାତି ରହିଛି । ଏହାକୁ ହିନ୍ଦୀରେ 'କାଠେରକ୍' କୁହାଯାଏ । [] ଔଷଧୀୟ ବ୍ୟବହାର ପାଇଁ ତୁଳସୀ ମୁଖ୍ୟତଃ କାମରେ ଲାଗିଥାଏ ।

ମହତ୍ତ୍ୱ

[ସମ୍ପାଦନା]

ବିଷ୍ଣୁ ଭଗବାନଙ୍କର ଅତି ପ୍ରିୟ ତୁଳସୀ । ତୁଳସୀ ପତ୍ର ବିନା ବିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ । ସେଥିପାଇଁ ତ ତୁଳସୀଙ୍କ ନାମ ବୈଷ୍ଣବୀ, ବିଷ୍ଣୁ ବଲ୍ଲଭା, ହରିପ୍ରିୟା । ତୁଳସୀର ନାଁ ପୂର୍ବରୁ ଲାଗେ ଶ୍ରୀ ଯାହାକି ସୌଭାଗ୍ୟ, ଐଶ୍ୱର୍ଯ୍ୟର ପ୍ରତୀକ । ତୁଳସୀ ବୃକ୍ଷ ମୂଳରେ ଗଙ୍ଗା ଓ ଡାଳପତ୍ରରେ ଅନ୍ୟାନ୍ୟ ଦେବତାମାନେ ବାସ କରନ୍ତି ବୋଲି ଲୋକୋକ୍ତି ରହିଛି । କାର୍ତ୍ତିକ ମାସର ପ୍ରବୋଧୀନି ଏକାଦଶୀକାର୍ତ୍ତିକ ପୂର୍ଣ୍ଣିମା ଭିତରେ ଅନୁଷ୍ଠିତ ହୁଏ ତୁଳସୀ ବିବାହ । ଅର୍ଥାତ ଏହି ଦିନ ଭଗବାନ ବିଷ୍ଣୁଙ୍କ ସହ ତୁଳସୀ ବୃକ୍ଷର ବିବାହ ସମ୍ପନ୍ନ ହୁଏ । ହିନ୍ଦୁ ଭକ୍ତମାନେ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ୧୦୦୦ ତୁଳସୀ ମାଳ ଗୁନ୍ଥି ଅର୍ପଣ କରନ୍ତି । ତୁଳସୀର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ଯେତିକି , ତାଠାରୁ ଅଧିକ ଏହାର ଔଷଧୀୟ ଗୁଣ । ଆୟୁର୍ବେଦ ଔଷଧ ତିଆରିରେ ତୁଳସୀ ଏକ ମୂଖ୍ୟ ଉପାଦାନ । ଆଜିକାଲି ତୁଳସୀ ପତ୍ରଯୁକ୍ତ ହର୍ବଲଟି ସମସ୍ତଙ୍କର ପ୍ରିୟ ହୋଇଛି । ପିଲାଙ୍କର ସ୍ମୃତିଶକ୍ତି ବର୍ଧକ ଭାବେ ଏହା ବ୍ୟବହାର କରାଯାଉଛି । ପ୍ରତିଦିନ କିଛି ତୁଳସୀ ପତ୍ର ଚୋବାଇ ଖାଇଲେ ଥଣ୍ଡା ଜ୍ୱର ରୋଗରୁ ଉପଶମ ମିଳେ । ତାଛଡା ମୂଖ ଗହ୍ୱର କ୍ଷତ ବା ସଂକ୍ରାମଣରୁ ରକ୍ଷା ପାଇବାକୁ ହେଲେ କିଛି ତୁଳସୀ ପତ୍ର ଚୋବାଇ ଖିଆଯାଇପାରେ । ତୁଳସୀ ପତ୍ରକୁ ଖରାରେ ଶୁଖାଇ ତାହାର ଚୂର୍ଣ୍ଣରେ ଦାନ୍ତ ଘଷିଲେ ମାଢି ଶକ୍ତ ରହେ । ତୁଳସୀ ପତ୍ର ଗୁଣ୍ଡକୁ ଚନ୍ଦନରେ ଫେଣ୍ଟି କପାଳରେ ଲଗାଇଲେ ଗ୍ରୀଷ୍ମତାପ ଓ ମୁଣ୍ଡବିନ୍ଧାରୁ ରକ୍ଷା ମିଳେ ।

ବିବିଧ ଭାରତୀୟ ପ୍ରାଦେଶିକ ନାମ

[ସମ୍ପାଦନା]
ତୁଳସୀ ପତ୍ର
ପ୍ରାଦେଶିକ ଭାଷା ନାମ
ଓଡ଼ିଆ ତୁଳସୀ
ସଂସ୍କୃତ ଦେବଦୁର୍ଲଭା, ବିଷ୍ଣୁବଲ୍ଲଭା, ଅମର ବଲ୍ଲଭା, ଦେବଦୁନ୍ଦୁଭି, ସୁଲଭା, ମଞ୍ଜରୀ, ଶୂଳଘ୍ନୀ, ରକ୍ଷଣୀ, ରକ୍ଷାକାରିଣୀ, ତ୍ରିପୁରା ଓ ଗୌରୀ ପ୍ରଭୃତି କୁହାଯାଏ।
ହିନ୍ଦୀ ତୁଲ୍ସୀ, ନାଜ୍ୱୁ ଓ ବରଣ୍ଡା
ତେଲୁଗୁ ତୁଲିସୀ, ଇୟୁଳସୀ, ଗଗ୍ଗେରଗ
ବଙ୍ଗଳା ତୁଲ୍ସୀ, ଜନାର

ଶାସ୍ତ୍ରୋକ୍ତ ଗୁଣ

[ସମ୍ପାଦନା]

ଅଳ୍ପତିକ୍ତ ମିଶ୍ରିତ, କଟୁରସ, ଅଗ୍ନିବର୍ଧକ, ରକ୍ଷାକାରକ, ଉଷ୍ଣବୀର୍ଯ୍ୟ, କଫଶ୍ଳେଷ୍ମଘ୍ନ, କୃମି, କାସଜ୍ୱର, ବାତ, ବାୟୁ, ବାନ୍ତି, କ୍ଷୟ, କ୍ଷତ, କୁଷ୍ଠ, ରକ୍ତସ୍ରାବ, ରକ୍ତବିକୃତି, ଭୂତାବେଶ, ମୂତ୍ରକୃଚ୍ଛ୍ର ଓ ଗଳଗ୍ରହ ନିବାରକ ଅଟେ।

ବ୍ୟବହାର

[ସମ୍ପାଦନା]

ମୁଖ୍ୟତଃ ଏହାର ପତ୍ରକୁ ଔଷଧ ରୂପେ ବ୍ୟବହାର କରାଗଲେ ମଧ୍ୟ ବିଭିନ୍ନ ରୋଗରେ ଏହାର ସର୍ବାଙ୍ଗ ଔଷଧର କାମ କରିଥାଏ। ଅଦାରସ ସହିତ ତୁଳସୀରସ ମିଶାଇ ଖାଇଲେ ଶିଶୁମାନଙ୍କର କାଶ ଓ ଥଣ୍ଡା ଦୂରହୁଏ। ପ୍ରତ୍ୟହ ସକାଳୁ ଚାରି ପାଞ୍ଚଟି ତୁଳସୀପତ୍ର ପିଲାମାନଙ୍କୁ ଖୁଆଇଦେଲେ କ୍ଷୁଧା ବଢ଼େ ଓ ହଜମ ଭଲ ହୁଏ ଓ ଦେହ ନୀରୋଗ ରହେ। ତୁଳସୀ ପତ୍ରକୁ ଗିଳିଦେଲେ ଗଳାବ୍ୟଥା (ଟନ୍ସିଲ୍) ଦୂରହୁଏ। କେବଳ ତୁଳସୀ କାଠକୁ ବେକରେ ପକାଇଲେ ଗଳାର ନାନାଦି ରୋକ ଦୂର ହୁଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ତୁଳସୀ ମଞ୍ଜିର ସେବନ ମୁଖ ଶୁଦ୍ଧି କାରକ। ଏହା ଶୁକ୍ର ବୃଦ୍ଧିରେ ସାହାଯ୍ୟ କରେ। ତୁଳସୀ ପତ୍ର ଜଳରେ ପକାଇଲେ ଜଳ ଶୁଦ୍ଧ ହୋଇଥାଏ ବୋଲି ମାନ୍ୟତା ରହିଛି। ଏଥିପାଇଁ ବୈଷ୍ଣବମାନେ ପ୍ରତ୍ୟେକ ଖାଦ୍ୟ ପାନୀୟରେ ପ୍ରଥମେ ତୁଳସୀପତ୍ର ପକାଇଥାନ୍ତି। ଓଡ଼ିଶାର ପୁରପଲ୍ଲୀରେ ସମସ୍ତଙ୍କ ଘର ଆଗରେ ତୁଳସୀ ଚଉରାଟିଏ ରହିଥାଏ। ଏହା ଶୁଭ କାରକ ବୋଲି ଲୋକେ ମାନିଥାନ୍ତି ଓ ପ୍ରତିଦିନ ସଞ୍ଜବେଳେ କୁଳବଧୁମାନେ ତୁଳସୀ ଚଉରାମୂଲେ ସନ୍ଧ୍ୟାବତୀ ଦେଇଥାନ୍ତି। ତୁଳସୀ ପୂଜାକଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଲୋକେ ବିଶ୍ୱାସ କରନ୍ତି।

ପୂର୍ବକଥିତ ବଣ ତୁଳସୀର ଗନ୍ଧ ଅତି କମ ଥାଏ, କିନ୍ତୁ ବିଷର ପ୍ରଭାବ ନାଶ କରିବାରେ ଏହା ବିଶେଷ ଉପଯୋଗୀ । ଏହା ବ୍ୟତୀତ 'ମରୁବକ୍' ନାମକ ତୁଳସୀର ଏକ ବିରଳ ଜାତି ରହିଛି । [] କୌଣସି ଅସ୍ତ୍ରଶସ୍ତ୍ର କ୍ଷତ ବା ବିଛା, ସାପ ଇତ୍ୟାଦିଙ୍କ ଦଂଶନ ଥିଲେ ଏହି ମରୁବକ୍ ତୁଳସୀର ରସ ବିଶେଷ ଲାଭପ୍ରଦ ହୋଇଥାଏ ।

  1. ୧.୦ ୧.୧ ମହାପାତ୍ର, ପଲ୍ଲବୀ (୧୬ ଫେବୃୟାରୀ ୨୦୦୦). "ମହୋପକାରୀ ତୁଳସୀ". ସମାଜ ସାପ୍ତାହିକ (୧୬): ୨୧. {{cite journal}}: Check date values in: |date= (help)

ବାହାର ଆଧାର

[ସମ୍ପାଦନା]
  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
  • ଶ୍ରୀ ଲକ୍ଷ୍ମଣ ମିଶ୍ରଙ୍କ ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା।