Jump to content

ଧଣିଆ

ଉଇକିପିଡ଼ିଆ‌ରୁ
(Corianderରୁ ଲେଉଟି ଆସିଛି)

ଧଣିଆ
Lua error in package.lua at line 80: module 'Module:InfoboxImage/data' not found.
Scientific classification
Kingdom:
Plantae
(unranked):
Angiosperms
(unranked):
Eudicots
(unranked):
Asterids
Order:
Apiales
Family:
Apiaceae
Genus:
Coriandrum
Species:
C. sativum
Binomial name
Coriandrum sativum

ଧଣିଆ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ ଯାହା ୩୦ରୁ ୯୦ ସେ.ମି. ଯାଏ ବଢ଼ିଥାଏ। ଏହା ଏକ ଭଲ ମସଲା ଭାବେ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ନରମ, ପତ୍ର ଗୁଡ଼ିକ ଛୋଟ ଛୋଟ ଶିରାଶିରା, ଫୁଲ ଧଳା ରଙ୍ଗର। ଏହାର ଫଳ ଗୋଲ ଓ ବାଦାମୀ ରଙ୍ଗର। ଏହାର ପତ୍ର ଓ ଫଳ ଭଭୟକୁ ମସଲା ରୂପେ ବ୍ୟବହାର କରାଯାଏ।

ବିବିଧ ଭାଷାରେ ନାମ

[ସମ୍ପାଦନା]
ଭାଷାନାମ
ଓଡ଼ିଆଧଣିଆ
ସଂସ୍କୃତଧଣ୍ୟା
ହିନ୍ଦୀଧନିଆ
ଗୁଜରାଟୀKonphir
ତାମିଲKothamali
ତେଲୁଗୁDhaniyalu
ବଙ୍ଗଳାDhane
ମରାଠିKotmir, Dhanna
ମାଲୟାଲମKothampalari
ବର୍ମିଜNa-nan bin
EnglishCoriander

ବ୍ୟବହାର

[ସମ୍ପାଦନା]

ଔଷଧୀୟ

[ସମ୍ପାଦନା]
ସଜ ଧଣିଆ ପତ୍ର, ଏହାକୁ ଚୀନି ପାରସ୍ଲେ ବା ସିଲାଣ୍ଟ୍ରୋ ମଧ୍ୟ କୁହାଯାଏ।
  • ଏହାକୁ କ୍ଷୁଧା ବର୍ଦ୍ଧକ ରୂପେ ବ୍ୟବହାର କରାଯାଏ।
  • ପେଟର ବିକୃତି, ବାୟୁ ଆଦି ଦୂର କରେ।
  • ଆକସ୍ମିକ ପେଶୀ ସଂକୋଚନ, ମୁର୍ଚ୍ଛା ଆଦିରେ ଏହା ଗୁଣକାରୀ।
  • ପାକସ୍ଥଳୀର କ୍ଷମତା ବଢାଏ।
  • ଦରଜ କରୁଥିବା ଗଣ୍ଠିରେ ଲଗାଇଲେ ଏହା ବଥା କମାଏ।
  • ଔଷଧାଦିକୁ ସୁଗନ୍ଧିତ କରିବାପାଇଁ ଏହାର ବହୁଳ ବ୍ୟବହାର ହୋଇଥାଏ।

ଅନ୍ୟାନ୍ୟ

[ସମ୍ପାଦନା]
ଶୁଖିଲା ଧଣିଆ ମଞ୍ଜି
  • ଧଣିଆ [] ଏକ ଭଲ ମସଲା। ଏହାର ମଞ୍ଜିକୁ ଓ ପତ୍ରକୁ ମସଲା ରୂପେ ଅନେକ ପ୍ରକାରର ଭାରତୀୟ ବ୍ୟଞ୍ଜନରେ ବ୍ୟବହାର କରାଯାଏ। ଏହାର ପତ୍ର ସହିତ ତେନ୍ତୁଳି ମିଶାଇ ସ୍ୱାଦିଷ୍ଠ ଚଟଣୀ ମଧ୍ୟ କରାଯାଏ। ଧଣିଆ ମଞ୍ଜିକୁ ପାନର ମସଲା ରୂପେ ମଧ୍ୟ ଉପଯୋଗ କରାଯାଏ।
  1. "coriander". Tarladala.com.[permanent dead link]

ଅଧିକ ତଥ୍ୟ

[ସମ୍ପାଦନା]
  • Plants That Heal by Dr. J C Kurian, Oriental Watchman Publishing House, Pune, India