ଧଣିଆ
ଦେଖଣା
(Corianderରୁ ଲେଉଟି ଆସିଛି)
ଧଣିଆ | |
---|---|
![]() | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Apiales |
କୁଳ: | Apiaceae |
ପ୍ରଜାତି: | Coriandrum |
ଜାତି: | C. sativum |
ବାଇନୋମିଆଲ ନାମ | |
Coriandrum sativum |
ଧଣିଆ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ ଯାହା ୩୦ରୁ ୯୦ ସେ.ମି. ଯାଏ ବଢ଼ିଥାଏ। ଏହା ଏକ ଭଲ ମସଲା ଭାବେ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ନରମ, ପତ୍ର ଗୁଡ଼ିକ ଛୋଟ ଛୋଟ ଶିରାଶିରା, ଫୁଲ ଧଳା ରଙ୍ଗର। ଏହାର ଫଳ ଗୋଲ ଓ ବାଦାମୀ ରଙ୍ଗର। ଏହାର ପତ୍ର ଓ ଫଳ ଭଭୟକୁ ମସଲା ରୂପେ ବ୍ୟବହାର କରାଯାଏ।
ବିବିଧ ଭାଷାରେ ନାମ
[ସମ୍ପାଦନା]ଭାଷା | ନାମ |
---|---|
ଓଡ଼ିଆ | ଧଣିଆ |
ସଂସ୍କୃତ | ଧଣ୍ୟା |
ହିନ୍ଦୀ | ଧନିଆ |
ଗୁଜରାଟୀ | Konphir |
ତାମିଲ | Kothamali |
ତେଲୁଗୁ | Dhaniyalu |
ବଙ୍ଗଳା | Dhane |
ମରାଠି | Kotmir, Dhanna |
ମାଲୟାଲମ | Kothampalari |
ବର୍ମିଜ | Na-nan bin |
English | Coriander |
ବ୍ୟବହାର
[ସମ୍ପାଦନା]ଔଷଧୀୟ
[ସମ୍ପାଦନା]
- ଏହାକୁ କ୍ଷୁଧା ବର୍ଦ୍ଧକ ରୂପେ ବ୍ୟବହାର କରାଯାଏ।
- ପେଟର ବିକୃତି, ବାୟୁ ଆଦି ଦୂର କରେ।
- ଆକସ୍ମିକ ପେଶୀ ସଂକୋଚନ, ମୁର୍ଚ୍ଛା ଆଦିରେ ଏହା ଗୁଣକାରୀ।
- ପାକସ୍ଥଳୀର କ୍ଷମତା ବଢାଏ।
- ଦରଜ କରୁଥିବା ଗଣ୍ଠିରେ ଲଗାଇଲେ ଏହା ବଥା କମାଏ।
- ଔଷଧାଦିକୁ ସୁଗନ୍ଧିତ କରିବାପାଇଁ ଏହାର ବହୁଳ ବ୍ୟବହାର ହୋଇଥାଏ।
ଅନ୍ୟାନ୍ୟ
[ସମ୍ପାଦନା]
- ଧଣିଆ [୧] ଏକ ଭଲ ମସଲା। ଏହାର ମଞ୍ଜିକୁ ଓ ପତ୍ରକୁ ମସଲା ରୂପେ ଅନେକ ପ୍ରକାରର ଭାରତୀୟ ବ୍ୟଞ୍ଜନରେ ବ୍ୟବହାର କରାଯାଏ। ଏହାର ପତ୍ର ସହିତ ତେନ୍ତୁଳି ମିଶାଇ ସ୍ୱାଦିଷ୍ଠ ଚଟଣୀ ମଧ୍ୟ କରାଯାଏ। ଧଣିଆ ମଞ୍ଜିକୁ ପାନର ମସଲା ରୂପେ ମଧ୍ୟ ଉପଯୋଗ କରାଯାଏ।
ଆଧାର
[ସମ୍ପାଦନା]- ↑ "coriander". Tarladala.com.[permanent dead link]
ଅଧିକ ତଥ୍ୟ
[ସମ୍ପାଦନା]
ଉଇକିମିଡ଼ିଆ କମନ୍ସରେ ଧଣିଆ
ବାବଦରେ ମାଧ୍ୟମ ରହିଛି ।
- Plants That Heal by Dr. J C Kurian, Oriental Watchman Publishing House, Pune, India