ତେନ୍ତୁଳି

ଉଇକିପିଡ଼ିଆ ରୁ
(Tamarind ରୁ ଲେଉଟି ଆସିଛି)
Jump to navigation Jump to search
ତେନ୍ତୁଳି
Tamarind fruit.jpg
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Fabales
କୁଳ: Fabaceae
ଉପକୁଳ: Caesalpinioideae
ଗୋଷ୍ଠୀ: Detarieae
ପ୍ରଜାତି: Tamarindus
L.
ଜାତି: T. indica
ବାଇନୋମିଆଲ ନାମ
Tamarindus indica
L.

ତେନ୍ତୁଳି ବା କଇଁଆକୁ ଇଂରାଜୀରେ ‘ଟାମାରିଣ୍ଡ ଟ୍ରି’ ବା ‘ଇଣ୍ଡିଆନ୍‌ ଡେଟ୍‌’ କୁହାଯାଉଥିବା ବେଳେ ଏହାର ବୈଜ୍ଞାନିକ ନାମ ଟାମାଣ୍ଡସ୍‌ ଇଣ୍ଡିକା(ଲାଟିନ୍‌ ଶବ୍ଦ) ଓ ଏହା ସିଜାଲ୍‌ପିନିଆସି ବଂଶର ଅନ୍ତର୍ଭୁକ୍ତ । ସଂସ୍କୃତ ଶବ୍ଦ ଆମଳିକା ଅର୍ଥ ଖଟା ସ୍ୱାଦ ବିଶେଷ । ଏହାକୁ ହିନ୍ଦୀରେ ଇମଲି, ମରାଠିରେ ଅମଳି, ଚିଞ୍ଚି, ତେଲୁଗୁ ଭାଷାରେ ଚିନ୍‌ଥା, ହୁଲି ଓ ମାଲାୟାଲାମ୍‌ରେ ଅମଲାମ୍‌ କୁହାଯାଏ । ସଂସ୍କୃତରେ ଅମାଳିକା ବୋଲି କୁହାଯାଏ । କଇଁଆ ଗୋଟିଏ ସୁନ୍ଦର ସବୁଜ ବୃକ୍ଷ ଯାହାର ଶାଖା ଚାରିଆଡ଼କୁ ବିଛେଇ ହୋଇ ରହିଥାଏ । ଏହାର ଗଣ୍ଡି ମୋଟା ଓ ବାହାର ପଟ ପୂରାପୂରି ଖଦଖଦଡିଆ ଓ ମଝିରେ ମଝିରେ ଗଛର ବକଳରେ ଫାଟ ଥାଏ ଓ ରଙ୍ଗ କଳାଆଶିଆ ହୋଇଥାଏ । ପତ୍ରଗୁଡ଼ିକ ଛୋଟ ଓ ଅଣ୍ଡାକୃତି ଓ ଦଶ ବା ଅଧିକ ଯୋଡ଼ା ହିସାବରେ ପ୍ରାକ୍ଷ (ଆକ୍‌ସିସ୍‌)ରେ ରହିଥାଏ । ପ୍ରଥମ କଅଁଳିଆ ପତ୍ର ସବୁଜ ଥାଏ କିନ୍ତୁ ପାକଳ ହେଲା ପରେ ଧୂଳିଆ ଗାଢ଼ ସବୁଜ ରଙ୍ଗ ହୋଇଯାଏ । କଇଁଆ ଗଛର ଫୁଲ ଇଷତ୍‌ ହଳଦିଆ କିନ୍ତୁ ପାଖୁଡ଼ାମାନଙ୍କରେ ନାଲିରଙ୍ଗର ଶିରା ଥାଏ । ପ୍ରତ୍ୟେକ ଫୁଲରେ ପାଞ୍ଚଟି ପାଖୁଡ଼ା ଥାଏ । ଫୁଲଗୁଡ଼ିକ ଡେମ୍ଫ ଚାରିପଟେ ଗୁନ୍ଥିଲା ଭଳି ରହିଥାନ୍ତି । କଇଁଆ ଫଳ ବଙ୍କା ଓ ପାକଳ ହେଲେ ମାଟିଆ ରଙ୍ଗ ହୋଇଯାଏ । ଫଳର ଚୋପା ତଳେ ମାଂସାଳ ଅଂଶ ଥାଏ ଓ ତା’ଭିତରେ ବହୁତ କଠିନ, ଚିକ୍‌କଣ ଓ ଗାଢ଼ ନାଲିଆଶିଆ ମାଟିଆ ରଙ୍ଗର ମଞ୍ଜି ଥାଏ । ଫଳରୁ ଚୋପା ବାହାର କରି ଏହାକୁ ଖାଦ୍ୟରେ ବ୍ୟବହୃତ ହୁଏ ‌। କଇଁଆର ଅନେକ ବ୍ୟାବହାରିକ ଗୁଣ ଅଛି ।

ତେନ୍ତୁଳି ଫୁଲ

ବ୍ୟବହାର[ସମ୍ପାଦନା]

ପ୍ରଧାନତଃ ଏହାର ଫଳର ଚାହିଦା ବେଶୀ, ଖଟା, ଚଟଣି, ଚାରୁ ଇତ୍ୟାଦିରେ ତେନ୍ତୁଳିର ବ୍ୟବହାର ହୁଏ । ତେନ୍ତୁଳିକୁ ଖଟା ମିଠା ଡାଲି ତିଆରି କରିବା ପାଇଁ ଗୁଡ ସହିତ ହରଡ ଓ ମସୁର ଡାଲି ସହିତ ମିଶା ଯାଏ । ତେନ୍ତୁଳିକୁ ମଧ୍ୟ ଆଚାର ଓ ଚଟଣି ତିଆରି କରିବାରେ ବ୍ୟବହାର କରାଯାଏ ।

ଏହି ଫଳ ହଜମ କରିବାରେ ସାହାଯ୍ୟ କରେ । ତେନ୍ତୁଳି ମଧ୍ୟ କୋଷ୍ଠକାଷ୍ଠିନ୍ୟ ଦୂର କରେ । ପିତ ରୋଗରେ ମଧ୍ୟ ତେନ୍ତୁଳି ବ୍ୟବହାର କରାଯାଏ । ଦକ୍ଷିଣ ଭାରତରେ କଇଁଆ ଗଛର ବେଶି ଚାହିଦା ରହିଛି। ଦକ୍ଷିଣ ଭାରତୀୟ ଚାରୁ, ଚଟଣି ତଥା ବିଭିନ୍ନ ବ୍ୟଞ୍ଜନରେ କଇଁଆକୁ ବ୍ୟବହୃତ କରିଥାନ୍ତି ।

ଲୋକକଥା[ସମ୍ପାଦନା]

କଇଁଆ ଗଛ ଉପରେ ଏକ ଆଦିବାସୀ ଲୋକକଥା ରହିଛି | ବହୁବର୍ଷ ପୂର୍ବେ ଉଭୟ ଦେବତା ଓ ଅସୁରମାନେ ମର୍ତ୍ତ୍ୟକୁ ଗମନ କଲେ । ବ୍ରହ୍ମାସୁର ନାମରେ ଜଣେ ଅସୁର ସେନାର ସେନାପତି ଥିଲେ । ସେ ମହାଦେବଙ୍କୁ ଧମକ ଦେଲା ଯେ ଯିଏ ଯୁଦ୍ଧରେ ଜିତିବ ସେ ପୃଥିବୀ ଶାସନ କରିବ । ମହାଦେବ ଓ ବ୍ରହ୍ମାସୁର ମଧ୍ୟରେ ଯୁଦ୍ଧ ହେଲା । ବ୍ରହ୍ମାସୁର ବହୁତ ଥର କ୍ଷତ ବିକ୍ଷତ ହୋଇ ଜୀବନ ରକ୍ଷା ପାଇଁ ଜଙ୍ଗଲକୁ ପଳାୟନ କଲା । ଲୁଚିବା ପାଇଁ ସେ ତେନ୍ତୁଳି ଗଛ ଦେଖିଲା ଯେ ତାହା ବଡ଼ ବଡ଼ ଡାଳପତ୍ରରେ ଭର୍ତ୍ତି ହୋଇଛି । ସେ ଏ ଗଛରେ ଚଢ଼ି ଗହଳିଆ ପତ୍ରରେ ନିଜକୁ ଘୋଡ଼ାଇ ରଖିଲା । ମହାଦେବ ମଧ୍ୟ ଜଙ୍ଗଲରେ ତାକୁ ଖୋଜି ଖୋଜି ତେନ୍ତୁଳି ଗଛ ପାଖରେ ପହଞ୍ଚିଲେ । ବ୍ରହ୍ମାସୁର ଥରିବାକୁ ଲାଗିଲା । କିନ୍ତୁ ଗହଳ ପତ୍ର ଯୋଗୁଁ ମହାଦେବ ତାକୁ ଦେଖିପାରୁ ନଥିଲେ । ସେ ଭାବିଲେ ଯେ ଶତ୍ରୁ ତାଙ୍କୁ ଦେଖି ପାରୁଛି, ସେ କିନ୍ତୁ ତାକୁ ଦେଖି ପାରୁନାହାନ୍ତି । ସେ ଗୋଟିଏ ଆଖିରେ ଦେଖିବାକୁ ଚେଷ୍ଠା କଲେ । ତା’ପରେ ଦ୍ୱିତୀୟ ଆଖିରେ ଦେଖିବାକୁ ଚେଷ୍ଠା କଲେ । କିନ୍ତୁ ଦେଖିପାରିଲେନି ଯେହେତୁ ପତ୍ରଗୁଡ଼ିକ ଅସୁରକୁ ଘୋଡ଼େଇ ରଖିଥିଲା । ମହାଦେବଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲା । ସେ ଗର୍ଜନ କରି କପାଳରେ ମଧ୍ୟଭାଗରେ ଥିବା ତୃତୀୟନେତ୍ରରେ ଅନେଇଲେ ଓ କଇଁଆର ପ୍ରତ୍ୟେକ ବଡ଼ ବଡ଼ ପତ୍ରକୁ ଖଣ୍ଡ ଖଣ୍ଡ କରିଦେଲେ । ତା’ପରେ ସେ ବ୍ରହ୍ମାସୁରକୁ ଦେଖି ପାରିଲେ ଓ ତାକୁ ବଧ କଲେ। ପୃଥିବୀ ଅସୁର ଦାଉରୁ ରକ୍ଷା ପାଇଲା । କିନ୍ତୁ ସେହିଦିନଠାରୁ କଇଁଆଗଛର ପତ୍ର ଛୋଟ ଛୋଟ ହୋଇଗଲା ।

ଅନ୍ଧବିଶ୍ୱାସ[ସମ୍ପାଦନା]

କଥିତ ରହିଛି ଯେ ତେନ୍ତୁଳି ଗଛ ପ୍ରେତମାନଙ୍କ ଗଛ ଓ ଏ ଗଛ ତଳେ ଅନ୍ୟ କୌଣସି ଗଛ ବଞ୍ଚିପାରନ୍ତି ନାହିଁ । ସେହି ଅନୁଯାୟୀ ପଥିକମାନଙ୍କୁ କୁହାଯାଏ ଯେ ଏ ଗଛରେ କିଏ ହେଲେ ଆଶ୍ରୟ ନେବେ ନାହିଁ । କଇଁଆ ଗଛ ଗୋଟିଏ ଗୋୟାଲିୟର୍‌ରେ ଅଛି ଯାହାକି ରାଜା ଆକବରଙ୍କ ସଂଗୀତକାର ତାନ୍‌ସେନ୍‌ କବର ଉପରେ ଦେଖାଯାଏ । ଏ କଥାଟି ପ୍ରଚଳିତ ଅଛି ଯେ ସଂଗୀତକାରମାନେ ଏ ଗଛର ପତ୍ରକୁ ନିଜର ସ୍ୱରକୁ ଅଧିକ ମଧୁର କରିବା ପାଇଁ ଖାଆନ୍ତି । [୧]

ଆଧାର[ସମ୍ପାଦନା]

  1. ପ୍ରଫେସର ଅରୁଣ ଚନ୍ଦ୍ର ସାହୁ, ସମୟ, ପୃଷ୍ଠା-୨, ୭.୧୨.୨୦୧୪