Jump to content

ଦିବ୍ୟା ମହାନ୍ତି

ଉଇକିପିଡ଼ିଆ‌ରୁ
(Divya Mohantyରୁ ଲେଉଟି ଆସିଛି)
ଦିବ୍ୟା ମହାନ୍ତି
ପେଷା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୫ରୁ-ଏବେଯାଏଁ

ଦିବ୍ୟା ମହାନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ, ଯିଏକି ଦୂରଦର୍ଶନ ଧାରାବାହିକ, ଓଡ଼ିଆ କଥାଚିତ୍ର ଜଗତ ଓ ତେଲୁଗୁ କଥାଚିତ୍ର ଜଗତରେ ମୁଖ୍ୟତଃ କାର୍ଯ୍ୟ କରନ୍ତି ।[୧] ୨୦୧୮ ମସିହାରେ ସେ ଓଡ଼ିଆ ଆଧ୍ୟାତ୍ମିକ ଧାରାବାହିକ ଜୟ ମା' ଲକ୍ଷ୍ମୀ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୮ ମସିହାରେ ସେ ସୁନ୍ଦରଗଡ଼ର ସଲମାନ୍ ଖାନ୍ ଜରିଆରେ ଓଡ଼ିଆ ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଓଡ଼ିଆ କଥାଚିତ୍ର ବ୍ୟତୀତ ସେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ କରୁଛନ୍ତି ।

କଥାଚିତ୍ର ଜୀବନ

[ସମ୍ପାଦନା]

ଦିବ୍ୟା ୨୦୧୫ ମସିହାରେ ଅଭିନୟ କରିବା ଆରମ୍ଭ କରିଥିଲେ । ପ୍ରଥମେ ସେ ଦୂରଦର୍ଶନରେ ଅଭିନୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ଜୟ ମା' ଲକ୍ଷ୍ମୀ ଥିଲା ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ, ଯେଉଁଥିରେ ସେ ମା ଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ ।

୨୦୧୮ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ସୁନ୍ଦରଗଡ଼ର ସଲମାନ୍ ଖାନ୍, ଯେଉଁଥିରେ ସେ ବାବୁଶାନ୍‌ଙ୍କ ନାୟିକା ଭାବରେ ଅଭିନୟ କରିଥିଲେ ।[୨] ପରବର୍ତ୍ତୀ ସମୟରେ ସେ ବାଳ-ଦ ରିଦମ୍ ଅଫ୍ ଲାଇଫ୍, ତୁ ମୋର ସାଥିରେ, ତୁ ମୋର ସାଥିରେ ୨, ଇଏ ବି ଗୋଟେ ଲଭ୍ ଷ୍ଟୋରୀ, ତୁ କହିଦେ ଆଇ ଲଭ୍ ୟୁ, ମିଷ୍ଟର ମଜନୁ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।

୨୦୨୦ ମସିହାରେ ସେ ତରଙ୍ଗ ପ୍ଲସ୍‌ର ପ୍ରଥମ ଧାରାବାହିକ ଚୁମ୍ବକରେ ତମନ୍ନା ବ୍ୟାସଙ୍କ ସହ ଅଭିନୟ କରିଥିଲେ ।[୩] ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ପିଲାଦିନରୁ ଦୁର୍ବଳତା ରହିଛି ଏବଂ ସେ ନୃତ୍ୟାଭ୍ୟାସ ମଧ୍ୟ କରନ୍ତି ।[୪]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ/ଆଧାର
୨୦୧୮ସୁନ୍ଦରଗଡ଼ର ସଲମାନ୍ ଖାନ୍ଗଙ୍ଗାପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୯ ବାଳ-ଦ ରିଦମ୍ ଅଫ୍ ଲାଇଫ୍ ଚିତ୍ରା
ତୁ କହିଦେ ଆଇ ଲଭ୍ ୟୁ [୫][୬]
ମିଷ୍ଟର ମଜନୁ [୭]
୨୦୨୦ ତୁ ମୋର ସାଥିରେ
୨୦୨୧ ତୁ ମୋର ସାଥୀରେ ୨
ଇଏ ବି ଗୋଟେ ଲଭ୍ ଷ୍ଟୋରୀ
୨୦୨୨ ପ୍ରେମ ଏଟିଏମ୍
୨୦୨୩ ଧୋରେ ବାବୁ ଧୋ [୮]
ନିୟତି [୯]
- ଭାଇ [୧୦]
- ଓମ୍ ସ୍ୱାହା

ଅଭିନୀତ ଧାରାବାହିକ/ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷଧାରାବାହିକଭୂମିକାମନ୍ତବ୍ୟ
୨୦୧୫ଜୟ ମା' ଲକ୍ଷ୍ମୀମାଆ ଲକ୍ଷ୍ମୀଅଭିନୀତ ପ୍ରଥମ ଓଡ଼ିଆ ଧାରାବାହିକ
୨୦୨୦ ଚୁମ୍ବକ ଅଭିନୀତ ପ୍ରଥମ ଓଡ଼ିଆ ୱେବ୍ ସିରିଜ୍
  1. ↑ "Asit and Divya work in the first one-shot Odia film - Times of India". The Times of India (in ଇଂରାଜୀ). Retrieved 2022-02-26.
  2. ↑ "Divya Mohanty waiting for theatres to open for her film's release - Times of India". The Times of India (in ଇଂରାଜୀ). Retrieved 2022-02-26.
  3. ↑ interview2019 (2020-09-28). "Landing in Ollywood is a grace of God-Ollywood Actress Divya Mohanty". Interview Times (in ଆମେରିକୀୟ ଇଂରାଜୀ). Retrieved 2022-02-26.{{cite web}}: CS1 maint: numeric names: authors list (link)
  4. ↑ "Divya Mohanty is brushing up her dancing skills - Times of India". The Times of India (in ଇଂରାଜୀ). Retrieved 2022-02-26.
  5. ↑ "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
  6. ↑ "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍‌'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
  7. ↑ "ସିଲେକ୍ଟ ହେଲେ, କିନ୍ତୁ ଦୁଃଖରେ କାନ୍ଦିଥିଲେ". Odisha Reporter. ଭୁବନେଶ୍ୱର. 29 November 2021. Archived from the original on 9 December 2021. Retrieved 9 December 2021.
  8. ↑ "ନୂଆବର୍ଷରେ ଧୋରେ ବାଇଆ ଧୋ". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
  9. ↑ "'ନିୟତି' କାହାଣୀ". ସମାଜ. No. ରବିବାର. 19 February 2023. p. 8. Archived from the original on 19 February 2023. Retrieved 19 February 2023.
  10. ↑ "ଦିବ୍ୟାଙ୍କ ଚରିତ୍ର". ସକାଳ. No. ଭୁବନେଶ୍ୱର. 18 June 2023. p. 2. Archived from the original on 10 October 2023. Retrieved 10 October 2023.

ଅଧିକ ତଥ୍ୟ

[ସମ୍ପାଦନା]