ଦିବ୍ୟା ମହାନ୍ତି

ଉଇକିପିଡ଼ିଆ‌ରୁ
ଦିବ୍ୟା ମହାନ୍ତି
Occupation(ଓଡ଼ିଆ) ଅଭିନେତ୍ରୀ
Years active୨୦୧୫ରୁ-ଏବେଯାଏଁ

ଦିବ୍ୟା ମହାନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ, ଯିଏକି ଦୂରଦର୍ଶନ ଧାରାବାହିକ, ଓଡ଼ିଆ କଥାଚିତ୍ର ଜଗତ ଓ ତେଲୁଗୁ କଥାଚିତ୍ର ଜଗତରେ ମୁଖ୍ୟତଃ କାର୍ଯ୍ୟ କରନ୍ତି ।[୧] ୨୦୧୮ ମସିହାରେ ସେ ଓଡ଼ିଆ ଆଧ୍ୟାତ୍ମିକ ଧାରାବାହିକ ଜୟ ମା' ଲକ୍ଷ୍ମୀ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୮ ମସିହାରେ ସେ ସୁନ୍ଦରଗଡ଼ର ସଲମାନ୍ ଖାନ୍ ଜରିଆରେ ଓଡ଼ିଆ ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଓଡ଼ିଆ କଥାଚିତ୍ର ବ୍ୟତୀତ ସେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ କରୁଛନ୍ତି ।

କଥାଚିତ୍ର ଜୀବନ[ସମ୍ପାଦନା]

ଦିବ୍ୟା ୨୦୧୫ ମସିହାରେ ଅଭିନୟ କରିବା ଆରମ୍ଭ କରିଥିଲେ । ପ୍ରଥମେ ସେ ଦୂରଦର୍ଶନରେ ଅଭିନୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ଜୟ ମା' ଲକ୍ଷ୍ମୀ ଥିଲା ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ, ଯେଉଁଥିରେ ସେ ମା ଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ ।

୨୦୧୮ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ସୁନ୍ଦରଗଡ଼ର ସଲମାନ୍ ଖାନ୍, ଯେଉଁଥିରେ ସେ ବାବୁଶାନ୍‌ଙ୍କ ନାୟିକା ଭାବରେ ଅଭିନୟ କରିଥିଲେ ।[୨] ପରବର୍ତ୍ତୀ ସମୟରେ ସେ ବାଳ-ଦ ରିଦମ୍ ଅଫ୍ ଲାଇଫ୍, ତୁ ମୋର ସାଥିରେ, ତୁ ମୋର ସାଥିରେ ୨, ଇଏ ବି ଗୋଟେ ଲଭ୍ ଷ୍ଟୋରୀ, ତୁ କହିଦେ ଆଇ ଲଭ୍ ୟୁ, ମିଷ୍ଟର ମଜନୁ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।

୨୦୨୦ ମସିହାରେ ସେ ତରଙ୍ଗ ପ୍ଲସ୍‌ର ପ୍ରଥମ ଧାରାବାହିକ ଚୁମ୍ବକରେ ତମନ୍ନା ବ୍ୟାସଙ୍କ ସହ ଅଭିନୟ କରିଥିଲେ ।[୩] ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ପିଲାଦିନରୁ ଦୁର୍ବଳତା ରହିଛି ଏବଂ ସେ ନୃତ୍ୟାଭ୍ୟାସ ମଧ୍ୟ କରନ୍ତି ।[୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ/ଆଧାର
୨୦୧୮ ସୁନ୍ଦରଗଡ଼ର ସଲମାନ୍ ଖାନ୍ ଗଙ୍ଗା ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୯ ବାଳ-ଦ ରିଦମ୍ ଅଫ୍ ଲାଇଫ୍ ଚିତ୍ରା
ତୁ କହିଦେ ଆଇ ଲଭ୍ ୟୁ [୫][୬]
ମିଷ୍ଟର ମଜନୁ [୭]
୨୦୨୦ ତୁ ମୋର ସାଥିରେ
୨୦୨୧ ତୁ ମୋର ସାଥୀରେ ୨
ଇଏ ବି ଗୋଟେ ଲଭ୍ ଷ୍ଟୋରୀ
୨୦୨୨ ପ୍ରେମ ଏଟିଏମ୍
୨୦୨୩ ଧୋରେ ବାବୁ ଧୋ [୮]
ନିୟତି [୯]
- ଭାଇ [୧୦]
- ଓମ୍ ସ୍ୱାହା

ଅଭିନୀତ ଧାରାବାହିକ/ୱେବ୍ ସିରିଜ୍[ସମ୍ପାଦନା]

ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ
୨୦୧୫ ଜୟ ମା' ଲକ୍ଷ୍ମୀ ମାଆ ଲକ୍ଷ୍ମୀ ଅଭିନୀତ ପ୍ରଥମ ଓଡ଼ିଆ ଧାରାବାହିକ
୨୦୨୦ ଚୁମ୍ବକ ଅଭିନୀତ ପ୍ରଥମ ଓଡ଼ିଆ ୱେବ୍ ସିରିଜ୍

ଆଧାର[ସମ୍ପାଦନା]

  1. "Asit and Divya work in the first one-shot Odia film - Times of India". The Times of India (in ଇଂରାଜୀ). Retrieved 2022-02-26.
  2. "Divya Mohanty waiting for theatres to open for her film's release - Times of India". The Times of India (in ଇଂରାଜୀ). Retrieved 2022-02-26.
  3. interview2019 (2020-09-28). "Landing in Ollywood is a grace of God-Ollywood Actress Divya Mohanty". Interview Times (in ଆମେରିକୀୟ ଇଂରାଜୀ). Retrieved 2022-02-26.{{cite web}}: CS1 maint: numeric names: authors list (link)
  4. "Divya Mohanty is brushing up her dancing skills - Times of India". The Times of India (in ଇଂରାଜୀ). Retrieved 2022-02-26.
  5. "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
  6. "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍‌'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
  7. "ସିଲେକ୍ଟ ହେଲେ, କିନ୍ତୁ ଦୁଃଖରେ କାନ୍ଦିଥିଲେ". Odisha Reporter. ଭୁବନେଶ୍ୱର. 29 November 2021. Archived from the original on 9 December 2021. Retrieved 9 December 2021.
  8. "ନୂଆବର୍ଷରେ ଧୋରେ ବାଇଆ ଧୋ". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
  9. "'ନିୟତି' କାହାଣୀ". ସମାଜ. No. ରବିବାର. 19 February 2023. p. 8. Archived from the original on 19 February 2023. Retrieved 19 February 2023.
  10. "ଦିବ୍ୟାଙ୍କ ଚରିତ୍ର". ସକାଳ. No. ଭୁବନେଶ୍ୱର. 18 June 2023. p. 2. Archived from the original on 10 October 2023. Retrieved 10 October 2023.

ଅଧିକ ତଥ୍ୟ[ସମ୍ପାଦନା]