ଦିଲୀପ ଦତ୍ତ

ଉଇକିପିଡ଼ିଆ ରୁ
(Dilip Duttaରୁ ଲେଉଟି ଆସିଛି)
Jump to navigation Jump to search
ଦିଲୀପ ଦତ୍ତ
ଜନ୍ମ ଓ ଜନ୍ମସ୍ଥାନ୧୯୪୨
ଗୌରୀସାହି, ପୁରୀ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଜୀବନସାଥିଅଞ୍ଜଳି
ବାପା ବୋଉନଦୀଆ ଚାନ୍ଦ, କିରଣବାଳା

ଦିଲୀପ ଦତ୍ତ (ଜନ୍ମ : ୧୯୪୨) ଜଣେ ଓଡ଼ିଆ ଛାୟାକାର । ସେ ଅନେକ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ରରେ ଦୃଶ୍ୟ ଉତ୍ତଳନ କରିଛନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଦିଲୀପ, ୧୯୪୨ ମସିହାରେ ପୁରୀର ଗୌରୀସାହିଠାରେ ନିଜ ମାମୁଘରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ନଦୀଆଚାନ୍ଦ ଦତ୍ତ ଓ ମାତାଙ୍କ ନାମ କିରଣବାଳା ଦତ୍ତ ଥିଲା । ସେମାନଙ୍କ ପୌତୃକ ଗ୍ରାମ ଯାଜପୁର ଜିଲ୍ଲାର ବରୁହାହରିପୁରସ୍ଥ ମହେଶପୁରଗ୍ରାମ । ପିତା ନଦୀଆଚାନ୍ଦ ଦତ୍ତ ଜଣେ ସ୍କୁଲ ନିରୀକ୍ଷକ(ଇନ୍ସପେକ୍ଟର) ଥିଲେ । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ସେ ଭଦ୍ରକରେ ପଢିଥିଲେ । ଯାଜପୁରରୁ ୧୯୫୬/୫୭ରେ ମାଟ୍ରିକ ପାସ କରିଥିଲେ । ବିଜେବି କଲେଜରୁ ୧୯୫୯ ମସିହରେ ସେ ଆଇଏସସି ପାସ କରିଥିଲେ । ସଚିବାଳୟର ଅର୍ଥବିଭାଗରେ ସେ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ । ପରେ ଚାକିରୀ ଛାଡି ସିନେମାଟୋଗ୍ରାଫି ପାଠ ପଢିବା ପାଇଁ ବାଙ୍ଗାଲୋର ଯାଇଥିଲେ ।

ସାହିତ୍ୟିକ ଓ ଅନୁବାଦକ ଯୁଗଳ କିଶୋର ଦତ୍ତ ତାଙ୍କର ଅଗ୍ରଜ ଭାଇ । ସେ କଟକ ଫିରିଙ୍ଗିବଜାରର ଝିଅ ଅଞ୍ଜଳିଙ୍କୁ ବିବାହ କରିଛନ୍ତି ।

ବୃତିଗତ ଜୀବନ[ସମ୍ପାଦନା]

୧୯୬୩ ମସିହାରେ ବାଙ୍ଗାଲୋରରୁ ସିନେମାଟୋଗ୍ରାଫି ପାଠ ପଢିସାରି, ସେ କାମ ଅନ୍ୱେଷଣରେ ବମ୍ବେ ଯାଇଥିଲେ । ୧୯୬୩ ମସିହା ସେପ୍ଟେମ୍ବର ୨୯ତାରିଖରେ ସେ ଗୁରୁଦତ୍ତ ଷ୍ଟୁଡିଓରେ ଛାୟାକାର ଭାବରେ କାମ ଆରମ୍ଭ କରିଥିଲେ । ଗଜଲ ସିନେମାରେ ସେ ପ୍ରଥମେ ସହକାରୀ ଛାୟାକାର ଭାବରେ କାମ କରିଥିଲେ । ୧୯୬୪ରେ କାମ କରିଥିଲେ ଛୋଟି ସି ମୁଲାକାତ ଚଳଚ୍ଚିତ୍ରରେ । ଏହିପରି ୧୦ ବର୍ଷ ମଧ୍ୟରେ ସେ ୧୨ଟି ଚଳଚ୍ଚିତ୍ରରେ ସହକାରୀ ଛାୟାକାର ଭାବରେ କାମ କରିଥିଲେ ।

୧୯୭୪ ମସିହାରେ ଦିଲୀପ ନିଜ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସମୟରେ ମୁଖ୍ୟ ଛାୟାକାର ଭାବରେ କ୍ୟାମେରା ପରିଚାଳନା କରିଥିଲେ । ପରେ ସିନ୍ଦୁର ବିନ୍ଦୁ, ସାକ୍ଷୀ ଗୋପୀନାଥ, ସମୟ ବଡ଼ ବଳବାନ, ନିଝୁମ ରାତିର ସାଥୀ ଆଦି ଓଡ଼ିଆ ଚଳଚ୍ଚିତ୍ରରେ କ୍ୟାମେରା ପରିଚାଳନା କରିଥିଲେ । ସେ ଓଡ଼ିଶା ସରକାରଙ୍କ ଫିଲ୍ମ ଡିଭିଜନ ପାଇଁ ୭ଟି ବୃତ୍ତଚିତ୍ର ମଧ୍ୟ ନିର୍ମାଣ କରିଥିଲେ । ସେଥି ମଧ୍ୟରୁ ଫୋକ ପେଣ୍ଟିଂସ ଅଫ ଓଡ଼ିଶା ଆନ୍ତର୍ଜାତିକ ସ୍ତରରେ ସମ୍ମାନ ହାସଲ କରିଛି । ପ୍ରାୟ ୨୪ଟି ହିନ୍ଦୀ ଧାରାବାହିକର ୬ହଜାରରୁ ଅଧିକ ଅଧ୍ୟାୟ ପାଇଁ ସେ ଛାୟାକାର ଭାବରେ କାମ କରିଛନ୍ତି । ଏହା ବ୍ୟତିତ ସେ ଗୋଟିଏ ଫ୍ରେଞ୍ଚ ଚଳଚ୍ଚିତ୍ର ସେଲାଭି, ବଙ୍ଗଳା, ମରାଠୀ ଓ ଭୋଜପୁରୀ ଚଳଚ୍ଚିତ୍ରରେ କ୍ୟାମେରା ପରିଚାଳନା କରିଥିଲେ ।[୧]

ଆଧାର[ସମ୍ପାଦନା]

  1. "କଟକେ ଅଟକିଛନ୍ତି ଦିଲୀପ ଦତ୍ତ" (ସମାଜ ୦୧/୦୮/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮). ସମାଜ. Retrieved 1 August 2020.

ଅଧିକ ତଥ୍ୟ[ସମ୍ପାଦନା]