ଦିଲୀପ ଦତ୍ତ

ଉଇକିପିଡ଼ିଆ‌ରୁ
ଦିଲୀପ ଦତ୍ତ
Born୧୯୪୨
ହେରାଗୋହରୀ ସାହି, ପୁରୀ
Nationalityଭାରତୀୟ
Citizenshipଭାରତୀୟ
Spouseଅଞ୍ଜଳି
Parent(s)ନଦୀଆ ଚାନ୍ଦ, କିରଣବାଳା

ଦିଲୀପ ଦତ୍ତ (ଜନ୍ମ : ୧୯୪୨) ଜଣେ ଓଡ଼ିଆ ଛାୟାକାର । ସେ ଅନେକ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ରରେ ଦୃଶ୍ୟ ଉତ୍ତୋଳନ କରିଛନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଦିଲୀପ, ୧୯୪୨ ମସିହାରେ ପୁରୀର ହେରାଗୋହରୀ ସାହିଠାରେ ନିଜ ମାମୁଘରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ନଦୀଆଚାନ୍ଦ ଦତ୍ତ ଓ ମାତାଙ୍କ ନାମ କିରଣବାଳା ଦତ୍ତ ଥିଲା । ସାହିତ୍ୟିକ ଓ ଅନୁବାଦକ ଯୁଗଳ କିଶୋର ଦତ୍ତ ତାଙ୍କର ଅଗ୍ରଜ ଭାଇ । ସେମାନଙ୍କ ପୈତୃକ ଗ୍ରାମ ଯାଜପୁର ଜିଲ୍ଲାର ବରୁହାହରିପୁରସ୍ଥ ମହେଶପୁରଗ୍ରାମ । ପିତା ନଦୀଆଚାନ୍ଦ ଦତ୍ତ ଜଣେ ସ୍କୁଲ ନିରୀକ୍ଷକ (ଇନ୍ସପେକ୍ଟର) ଥିଲେ । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ସେ ଭଦ୍ରକରେ ପଢ଼ିଥିଲେ । ଯାଜପୁରରୁ ୧୯୫୬/୫୭ରେ ମାଟ୍ରିକ ପାସ କରିଥିଲେ । ବିଜେବି କଲେଜରୁ ୧୯୫୯ ମସିହରେ ସେ ଆଇଏସସି ପାସ କରିଥିଲେ । ସଚିବାଳୟର ଅର୍ଥବିଭାଗରେ ସେ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ । ପରେ ଚାକିରୀ ଛାଡି ସିନେମାଟୋଗ୍ରାଫି ପାଠ ପଢ଼ିବା ପାଇଁ ବାଙ୍ଗାଲୋର ଯାଇଥିଲେ । ସେ କଟକ ଫିରିଙ୍ଗିବଜାରର ଝିଅ ଅଞ୍ଜଳିଙ୍କୁ ବିବାହ କରିଛନ୍ତି ।

ବୃତିଗତ ଜୀବନ[ସମ୍ପାଦନା]

୧୯୬୩ ମସିହାରେ ବାଙ୍ଗାଲୋରରୁ ସିନେମାଟୋଗ୍ରାଫି ପାଠ ପଢିସାରି, ସେ କାମ ଅନ୍ୱେଷଣରେ ବମ୍ବେ ଯାଇଥିଲେ । ୧୯୬୩ ମସିହା ସେପ୍ଟେମ୍ବର ୨୯ତାରିଖରେ ସେ ଗୁରୁଦତ୍ତ ଷ୍ଟୁଡିଓରେ ଛାୟାକାର ଭାବରେ କାମ ଆରମ୍ଭ କରିଥିଲେ । ଗଜଲ ସିନେମାରେ ସେ ପ୍ରଥମେ ସହକାରୀ ଛାୟାକାର ଭାବରେ କାମ କରିଥିଲେ । ୧୯୬୪ରେ କାମ କରିଥିଲେ ଛୋଟି ସି ମୁଲାକାତ ଚଳଚ୍ଚିତ୍ରରେ । ଏହିପରି ୧୦ ବର୍ଷ ମଧ୍ୟରେ ସେ ୧୨ଟି ଚଳଚ୍ଚିତ୍ରରେ ସହକାରୀ ଛାୟାକାର ଭାବରେ କାମ କରିଥିଲେ ।

୧୯୭୪ ମସିହାରେ ଦିଲୀପ ପ୍ରଥମ ଆଂଶିକ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ସମୟରେ ମୁଖ୍ୟ ଛାୟାକାର ଭାବରେ କ୍ୟାମେରା ପରିଚାଳନା କରିଥିଲେ ।[୧] ପରେ ସିନ୍ଦୁର ବିନ୍ଦୁ, ସାକ୍ଷୀ ଗୋପୀନାଥ, ସମୟ ବଡ଼ ବଳବାନ, ନିଝୁମ ରାତିର ସାଥୀ ଆଦି ଓଡ଼ିଆ ଚଳଚ୍ଚିତ୍ରରେ କ୍ୟାମେରା ପରିଚାଳନା କରିଥିଲେ ।[୨] ସେ ଓଡ଼ିଶା ସରକାରଙ୍କ ଫିଲ୍ମ ଡିଭିଜନ ପାଇଁ ୭ଟି ବୃତ୍ତଚିତ୍ର ମଧ୍ୟ ନିର୍ମାଣ କରିଥିଲେ । ସେଥି ମଧ୍ୟରୁ ଫୋକ ପେଣ୍ଟିଂସ ଅଫ ଓଡ଼ିଶା ଆନ୍ତର୍ଜାତିକ ସ୍ତରରେ ସମ୍ମାନ ହାସଲ କରିଛି । ପ୍ରାୟ ୨୪ଟି ହିନ୍ଦୀ ଧାରାବାହିକର ୬ହଜାରରୁ ଅଧିକ ଅଧ୍ୟାୟ ପାଇଁ ସେ ଛାୟାକାର ଭାବରେ କାମ କରିଛନ୍ତି । ଏହା ବ୍ୟତିତ ସେ ଗୋଟିଏ ଫ୍ରେଞ୍ଚ ଚଳଚ୍ଚିତ୍ର ସେଲାଭି, ବଙ୍ଗଳା, ମରାଠୀ ଓ ଭୋଜପୁରୀ ଚଳଚ୍ଚିତ୍ରରେ କ୍ୟାମେରା ପରିଚାଳନା କରିଥିଲେ ।

ଆଧାର[ସମ୍ପାଦନା]

  1. "କଟକେ ଅଟକିଛନ୍ତି ଦିଲୀପ ଦତ୍ତ". No. ସମାଜ ୦୧/୦୮/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. ସମାଜ. Archived from the original on ୧ ଅଗଷ୍ଟ ୨୦୨୦. Retrieved 1 August 2020. {{cite news}}: Check date values in: |archivedate= (help)
  2. "ଶରୀର ବଲିଉଡ଼ରେ ଆତ୍ମା ଓଡ଼ିଶାରେ". ୨୭ ଜୁନ ୨୦୨୧. p. ୭. Archived from the original on 2021 06 27. Retrieved 27 June 2021. {{cite web}}: Check date values in: |date= and |archivedate= (help)

ଅଧିକ ତଥ୍ୟ[ସମ୍ପାଦନା]