ରକ୍ତହୀନତା

ଉଇକିପିଡ଼ିଆ‌ରୁ
(Anemiaରୁ ଲେଉଟି ଆସିଛି)
ରକ୍ତହୀନତା
Anemias
ଲୌହ ଅଭାବ ଜନିତ ମାନବ ଆନିମିଆ ରୋଗୀର ରକ୍ତ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିhematology[*]
ଆଇସିଡ଼ି-୧୦D50.-D64.
ଆଇସିଡ଼ି-୯-ସିଏମ୍280-285
ରୋଗ ଡାଟାବେସ663
ମେଡ଼ିସିନ-ପ୍ଲସ000560
ଇ-ମେଡ଼ିସିନmed/132 emerg/808 emerg/734
MeSHD000740

ପ୍ରତିଶବ୍ଦ - ଆନିମିଆ, ରକ୍ତ କ୍ଷୀଣତା
ରକ୍ତହୀନତା ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା ହେମୋଗ୍ଲୋବିନ ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ ।[୧][୨]>[୩] ହେମୋଗ୍ଲୋବିନର ଅମ୍ଳଜାନ ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ ।[୪] ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood")। ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା କ୍ୟାପିଲାରି ବା ଅତି ସୂକ୍ଷ୍ମ ରକ୍ତ ନଳୀ (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ରକ୍ତରେ ଅମ୍ଳଜାନ ପରିମାଣ କମିଯାଏ ଯାହାକୁ ହାଇପୋକ୍ସିଆ କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ । ଆନିମିଆ ଧୀରେ ଧୀରେ ଆସିଲେ ଲକ୍ଷଣ ଅସ୍ପଷ୍ଟ ହୁଏ: ଥକ୍କାଣ, ଦୂର୍ବଳତା, ଛୋଟ ଶ୍ୱାସକ୍ରିୟା ବା ବ୍ୟାୟାମ ଅକ୍ଷମତା ଦେଖାଯାଏ । ଶୀଘ୍ର ହେଉଥିବା ଆନିମିଆ ଲକ୍ଷଣ: ଚିତ୍ତଭ୍ରମ ହୁଏ, ଅଚେତ ହେବା ଭଳି ଲାଗେ ଓ ଅଧିକ ଶୋଷ ହୁଏ । ଶେତା ଦେଖାଯିବା ନିମନ୍ତେ ଅଧିକ ଆନିମିଆ ଆବଶ୍ୟକ । ଅନ୍ତର୍ନିହିତ କାରଣ ଅନୁସାରେ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ । [୫]

ରକ୍ତସ୍ରାବ, ଲୋହିତ ରକ୍ତ କଣିକା (ଲୋ.ର.କ.) କମ୍ ତିଆରି ଓ ଅଧିକ ଲୋ.ର.କ. ଭାଙ୍ଗିବା- ଏହି ତିନି କାରଣ ଯୋଗୁ ରୋଗ ହୁଏ । ରକ୍ତକ୍ଷୟର କାରଣ ମଧ୍ୟରେ ଆଘାତ ଖାଦ୍ୟନଳୀ ରକ୍ତସ୍ରାବ ପ୍ରଧାନ । ସ୍ୱଳ୍ପ ତିଆରି କାରଣମାନଙ୍କ ମଧ୍ୟରେ ଦେହରେ ଲୌହ ଅଭାବ, ଭିଟାମିନ ବି୧୨ ଅଭାବ, ଥାଲାସେମିଆ ଓ ଅନେକ ଅସ୍ଥିମଜ୍ଜା ଅର୍ବୁଦ ପ୍ରଧାନ । ଅଧିକ ଭାଙ୍ଗିବା କାରଣ ମଧ୍ୟରେ ମ୍ୟାଲେରିଆ ଓ କେତେକ ଅଟୋଇମ୍ମ୍ୟୁନ ରୋଗ ପ୍ରଧାନ । ଲୋ.ର.କ.ର ଆକାର (size of red blood cells) ଓ ପ୍ରତି କଣିକାରେ ଥିବା ହେମୋଗ୍ଲୋବିନ ପରିମାଣ (amount of hemoglobin in each cell) ଅନୁସାରେ ଏହାକୁ ବର୍ଗୀକରଣ କରାଯାଏ । ଲୋ.ର.କ. ଛୋଟ ହେଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼ ହେଲେ ମାକ୍ରୋସାଇଟିକ ଆନିମିଆ ଓ ଅପରିବର୍ତ୍ତିତ ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଆନିମିଆ ରୋଗ ନିର୍ଣ୍ଣୟ କରିବା ନିମନ୍ତେ ହେମୋଗ୍ଲୋବିନ ପୁରୁଷଙ୍କଠାରେ ୧୩ରୁ୧୪ଗ୍ରା/ଡେ.ଲି. (130 to 140 g/L ବା13 to 14 g/dL) ଓ ମହିଳାଙ୍କଠାରେ ୧୨ରୁ ୧୩ଗ୍ରା/ଡେ.ଲି. (120 to 130 g/L ବା 12 to 13 g/dL)ରୁ କମ୍ ହେବା ଆବଶ୍ୟକ । [୫][୬] ଆନିମିଆର ସଠିକ କାରଣ ନିର୍ଣ୍ଣୟ କରିବା ନିମନ୍ତେ ଅଧିକ ପରୀକ୍ଷା ଆବଶ୍ୟକ ହୁଏ ।[୫]

ଗର୍ଭବତୀ ମହିଳାମାନେ ଲୌହ ବା ଆଇରନ ପିଲ୍ ଖାଇଲେ ଏହାର ପ୍ରତିଷେଧ ହୁଏ ।[୫][୭] ନିର୍ଦ୍ଦିଷ୍ଟ କାରଣ ନ ଥାଇ ଅଧିକ ପୂରକ(supplement) ଖାଦ୍ୟ ଦେବା ନିଷେଧ । ଚିହ୍ନ ଓ ଲକ୍ଷଣ ଦେଖି ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ । [୫] ଲକ୍ଷଣହୀନ ଆନିମିଆରେ ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ ନାହିଁ; ହେମୋଗ୍ଲୋବିନ ସ୍ତର ୬ରୁ୮ଗ୍ରା/ଡେ.ଲି.(60 to 80 g/L ବା 6 to 8 g/dL)ରୁ କମ ଥିଲେ ଦିଆଯାଏ ।[୫][୮] ଆକ୍ୟୁଟ ରକ୍ତସ୍ରାବ ଥିଲେ ମଧ୍ୟ ଏହି ଧାରା ମାନିହେବ । [୫] ଅତ୍ୟଧିକ ରକ୍ତସ୍ରାବ ହେଉଥିଲେ ଟ୍ରାନ୍ସଫ୍ୟୁଜନ ଦିଆଯାଏ ।[୫] ଅତ୍ୟଧିକ ଆନିମିଆ ଥିଲେ ରକ୍ତକଣିକା ସୃଷ୍ଟିକାରୀ ଔଷଧ ଦେବାକୁ ପରାମର୍ଶ ଦିଆଯାଏ ।[୮]

ଆନିମିଆ ଗୋଟିଏ ଅତି ସାଧାରଣ ରକ୍ତ ରୋଗ ଯାହା ପୃଥିବୀର ଏକ ଚତୁର୍ଥାଂଶ ଲୋକଙ୍କୁ ଆକ୍ରମଣ କରେ । [୫] ଲୌହ-ଅଭାବ ଆନିମିଆ ପ୍ରାୟ ଏକ ବିଲିଅନ(ଶହେ କୋଟି) ଲୋକଙ୍କର ଥାଏ । [୯] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଏହି ରୋଗର ଅଧିକ ଶିକାର ହୁଅନ୍ତି,[୯] ପିଲା ବୟସ୍କ ଓ ଗର୍ଭାବତୀ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ ।[୫] ଆନିମିଆ ଯୋଗୁ ଚିକିତ୍ସା ଖର୍ଚ୍ଚ ବଢ଼େ ଓ କର୍ମଶକ୍ତି କମିବାଯୋଗୁ ଉତ୍ପାଦନ କମେ ।[୬] ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood") ।[୧୦] ସନ ୧୯୯୦ରେ ଲୌହ ଅଭାବ ଜନିତ ଆନିମିଆ ଯୋଗୁ ୨୧୩,୦୦୦ ମୃତ୍ୟୁ ହୋଇଥିଲା ଯାହା ସନ ୨୦୧୩ରେ କମିଯାଏ ୧୮୩,୦୦୦ ମୃତ୍ୟୁ ହୋଇଥିଲା । [୧୧]

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ଆନିମିଆ ରୋଗର ମୂଖ୍ୟ ଲକ୍ଷଣ ସମୂହ ।[୧୨]

ଏହି ରୋଗ ସହଜରେ ଧରା ପଡେ ନାହିଁ । ଏହାର ଲକ୍ଷଣ ଅତି କମ ଥାଏ ବା ଅସ୍ପଷ୍ଟ ଥାଏ । ଏହାର କାରଣ ଅନୁସାରେ ଲକ୍ଷଣ ଦେଖାଯାଏ ବା ରୋଗର ନିଜ ଲକ୍ଷଣ ପ୍ରକାଶ ପାଏ ।
ସାଧାରଣତଃ ଦୂର୍ବଳତା, ଥକ୍କା ଲାଗିବା, ଦେହ ଘୋଳି ହେବା, ଓ ମନ ନ ଲାଗିବା ଏହି ରୋଗର ଲକ୍ଷଣ । ଅଳ୍ପ ପରିଶ୍ରମ କଲେ ଅଣନିଶ୍ୱାସି (dyspnea) ଲାଗେ । ଅତ୍ୟଧିକ ଆନିମିଆ ଥିଲେ ସ୍ୱଳ୍ପ ଅମ୍ଳଜାନ ବହନ ଶକ୍ତିକୁ ଭରଣା କରିବା ନିମନ୍ତେ ହୃତପିଣ୍ଡ ଅଧିକ ରକ୍ତ ସରବରାହ କରେ । ଏଥି ଯୋଗୁ ଛାତି ଧଡ଼ଧଡ଼ ହୁଏ, ଆଗରୁ ହୃଦରୋଗ ଥିଲେ ଆଞ୍ଜିନା ହୁଏ ରହି ରହି କ୍ଲଡିକେସନ ହୁଏହୃଦଘାତ ଲକ୍ଷଣ ପ୍ରକାଶ ପାଏ ।
ରୋଗୀର ଚମ, ମ୍ୟୁକୋସା(Mucosa), ଆଖି ପତାର ଭିତର ପାଖ (Conjunctiva) ଓ ନଖ ଇତ୍ୟାଦି ଶେତା ଦେଖାଯାଏ । ଲୌହ ଅଭାବ ଜନିତ ଆନିମିଆ ଥିଲେ ନଖରେ କଏଲନିକିଆ ( koilonychia) ଦେଖାଯାଏ । ଅତ୍ୟଧିକ ରକ୍ତ କଣିକା ନଷ୍ଟ ହେଉଥିଲେ ହଳଦିଆ କାମଳ ବା ଜଣ୍ଡିସ ହୁଏ । ସିକ୍ଲ ସେଲ ଆନିମିଆ, ଥାଲାସେମିଆହେମୋଲାଇଟିକ ଆନିମିଆରେ ରକ୍ତ କଣିକା ନଷ୍ଟ ହୋଇ ଜଣ୍ଡିସ ହୁଏ ।
ଅତ୍ୟଧିକ ଆନିମିଆ ଥିଲେ ଦୃତ ହୃତପିଣ୍ଡ ଗତି ହୁଏ, ନାଡ଼ି ଫୁଲି ଉଠେ, ହୃତପିଣ୍ଡରୁ ମର୍‌ମର୍ (Murmur, ଏକ ପ୍ରକାର ଶବ୍ଦ) ଶୁଣାଯାଏ, ନିଳୟ ବଡ଼ ହୋଇଯାଏ ଓ ହୃତପିଣ୍ଡ ବନ୍ଦ ହୋଇଯାଏ ।
ପିଲାମାନଙ୍କର ସ୍ଥାୟୀ ଆନିମିଆ ଥିଲେ ସ୍ନାୟୁ ସଠିକ ଭାବେ ତିଆରି ନ ହୋଇ ପାରି ବ୍ୟବ‌ହାରିକ ଗୋଳମାଳ ହୁଏ, ସ୍କୁଲରେ ଶିକ୍ଷା ଗ୍ରହଣ ଶକ୍ତି କମିଯାଏ ଓ ପରୀକ୍ଷା ଫଳ ଭଲ ହୁଏ ନାହିଁ । ଲୌହ ଅଭାବ ଆନିମିଆରେ ରେସ୍ଟଲେସ ଲେଗ ସିଣ୍ଡ୍ରୋମ ଅଧିକ ଦେଖାଯାଏ ।

କାରଣ[ସମ୍ପାଦନା]

ଚିତ୍ରରେ ରକ୍ତନଳୀ ମଧ୍ୟରେ ସାଧାରଣ ଲୋହିତ ରକ୍ତ କଣିକା ବାଧାହୀନ ଭାବରେ ବୋହିଚାଲିଛି । ଭିତର ଚିତ୍ରରେ ସାଧାରଣ ହେମୋଗ୍ଲୋବିନ ଥିବା ସାଧାରଣ ଲୋହିତ ରକ୍ତ କଣିକା ଦେଖାଯାଉଛି । [୧୩]

ଆନିମିଆ ହେବାର ମୋଟାମୋଟି ୪ଟି କାରଣ ଅଛି : ୧. ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଲୋ.ର.କ)ତିଆରି, ୨. ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ (ଯେପରିକି ହେମୋଲାଇଟିକ ଆନିମିଆରେ ହୁଏ ।), ୩. ରକ୍ତ କ୍ଷୟ ଓ ୪. ଅତ୍ୟଧିକ ତରଳ ପଦାର୍ଥ ଶୀରାରେ ପ୍ରବେଶ କରେଇ ଦେବା (Hypervolemia) । ଏମାନଙ୍କ ମଧ୍ୟରୁ କେତେକ କାରଣ ମିଳିମିଶି ମଧ୍ୟ ଆନିମିଆ କରନ୍ତି । ରକ୍ତ କ୍ଷୟ ଜନିତ ଆନିମିଆ ଦୀର୍ଘ ସ୍ଥାୟୀ ନୁହେଁ ଯଦି ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଯଥା ଲୌହ ଅଭାବ ନ ଥାଏ ଓ ଏହା ସାଧାରଣତଃ ଲୌହ ଅଭାବ ଯୋଗୁ ହୁଏ ।[୧୪])

ତୃଟିଯୁକ୍ତ ତିଆରି[ସମ୍ପାଦନା]

ଅତ୍ୟଧିକ ନଷ୍ଟ[ସମ୍ପାଦନା]

ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ ହୋଇ ଯେଉଁ ଆନିମିଆ ହୁଏ ତାହାକୁ ହେମୋଲାଇଟିକ ଆନିମିଆ କୁହାଯାଏ । ଏହି ଅବସ୍ଥାରେ ଜଣ୍ଡିସ ବା କାମଳ ସହ ଲାକ୍ଟେଟ ଡିହାଡ୍ରୋଜେଜେନ ପରିମାଣ ବୃଦ୍ଧି ପାଏ ।

ରକ୍ତ କ୍ଷୟ[ସମ୍ପାଦନା]

ଅତ୍ୟଧିକ ତରଳ ପଦାର୍ଥ ଭାର[ସମ୍ପାଦନା]

ଅତ୍ୟଧିକ ତରଳ ପଦାର୍ଥ ଭାର ବା (ହାଇପରଭଲ୍ୟୁମିଆ) ହେବାଦ୍ୱାରା ହେମୋଗ୍ଲୋବିନ ଗାଢ଼ପଣ କମିଯାଇ ଆପେକ୍ଷିକ ଆନିମିଆ ହୁଏ ।

  • ହାଇପରଭଲ୍ୟୁମିଆର ସାଧାରଣ କାରଣ ମଧ୍ୟରେ ଅତ୍ୟଧିକ ସୋଡ଼ିୟମ ଓ ତରଳ ପଦାର୍ଥ ଦେହକୁ ଗଲେ, ସୋଡ଼ିୟମ ତ‌ଥା ଜଳ ଅବଧାରଣ ଓ ତରଳ ପଦାର୍ଥ ରକ୍ତନଳୀ ଭିତରକୁ ପ୍ରବେଶ ।[୨୩]
  • ଗର୍ଭାବସ୍ଥା ଆନିମିଆ: ଅତ୍ୟଧିକ ରକ୍ତ ପରିମାଣ ହେତୁ ।

ରୋଗ ନିର୍ଣ୍ଣୟ[ସମ୍ପାଦନା]

Peripheral blood smear microscopy of a patient with ଲୌହ ଅଭାବ ଆନିମିଆ

ସମ୍ପୁର୍ଣ୍ଣ ରକ୍ତ ଗଣନା(complete blood count) ଆଧାରରେ ଆନିମିଆ ରୋଗ ନିର୍ଣ୍ଣୟ କରାଯାଏ ।ଲୋହିତ ରକ୍ତ କଣିକା ସଂଖ୍ୟା ନିର୍ଣ୍ଣୟ ଓ ହେମୋଗ୍ଲୋବିନ ପରିମାନ ସ‌ହିତ ଅଟୋମେଟିକ କାଉଣ୍ଟରରେ ଫ୍ଲୋ ସାଇଟୋମେଟ୍ରି ସାହାଯ୍ୟରେ ଲୋହିତ ରକ୍ତ କଣିକାର ଆକାରର ମାପ ନେଇ ଆନିମିଆର କାରଣ ଜାଣିହୁଏ । ଯେଉଁ ସ୍ଥାନରେ ଏହିଭଳି ଯନ୍ତ୍ରର ସୁବିଧା ନାହିଁ, ସେଠାରେ ରକ୍ତ ସ୍ମିଅର ନେଇ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରାଯାଏ ।

ଆଧୁନିକ କାଉଣ୍ଟରରେ ୪ଟି ମାନ‌ଦଣ୍ଡ ନିଆଯାଏ: ଲୋହିତ ରକ୍ତ କଣିକା ସଂଖ୍ୟା, ହେମୋଗ୍ଲୋବିନ ଗାଢ଼ତା, ଏମସିଭି ଓ ଆରଡିଡବ୍ଲ୍ୟୁ ମାପ କରାଯାଏ ଓ ବୟସ ତ‌ଥା ଲିଙ୍ଗ ଅନୁପାତରେ ମାନ‌କ ଥିବା ସଂଖ୍ୟା ସ‌ହ ତୁଳନା କରାଯାଏ ।

ଅନିମିଆ ନିମନ୍ତେ ଡବ୍ଲ୍ୟୁଏଚଓ ସୀମାରେଖା ।[୨୪] (୧ ଗ୍ରା/ଡେଳି = ୦.୬୨୦୬ ମିମୋଲ/ଲି)
ବୟସ ବା ଲିଙ୍ଗ ଦଳ ହେମୋଗ୍ଲୋବିନ ସୀମାରେଖା (ଗ୍ରା/ଡେଲି) ହେମୋଗ୍ଲୋବିନ ସୀମାରେଖା (ମିମୋଲ/ଲି)
ପିଲା (୦.୫–୫.୦ ବର୍ଷ) ୧୧.୦ ୬.୮
ପିଲା (୫–୧୨ ବର୍ଷ) ୧୧.୫ ୭.୧
କିଶୋର/ଟିନ (୧୨–୧୫ ବର୍ଷ) ୧୨.୦ ୭.୪
ମହିଳା, ଗର୍ଭ ନ ଥିବା (>୧୫ ବର୍ଷ) ୧୨.୦ ୭.୪
ଗର୍ଭବତୀ ମହିଳା ୧୧.୦ ୬.୮
ପୁରୁଷ (>୧୫ ବର୍ଷ) ୧୩.୦ ୮.୧

ଅଧୁନା ବଡ଼ ବଡ଼ ମେଡିକାଲରେ କେତେକ ଅଟୋମେଟିକ କାଉଣ୍ଟର ଉପଲବ୍ଧ ହେବା ଯୋଗୁ ରେଟିକୁଲୋସାଇଟ ଗଣନା ଓ ଆନିମିଆ ପ୍ରତି ଉନ୍ନତ ଆଭିମୁଖ୍ୟ ସମ୍ଭବ ହେଉଛି । ଅସ୍ଥିମଜ୍ଜାରେ ତିଆରି ହେଉଥିବା ନୂଆ ଲୋହିତ ରକ୍ତ କଣିକା ସଂଖ୍ୟାର ଗଣନାକୁ ରେଟିକୁଲୋସାଇଟ କାଉଣ୍ଟ କୁହାଯାଏ । ଆନିମିଆ ସ୍ତର ଓ ରେଟିକୁଲୋସାଇଟ ଗଣନାରେ ଉନ୍ନତିର ଅନୁପାତକୁ ରେଟିକୁଲୋସାଇଟ ତିଆରି ଇଣ୍ଡେକ୍ସ କୁହାଯାଏ । ଆନିମିଆ ସ୍ତର ଅଧିକ ଥିଲେ ସାଧାରଣ ରେଟିକୁଲୋସାଇଟ ଗଣନା ମଧ୍ୟ ଯଥେଷ୍ଟ ପ୍ରତିକ୍ରିୟା ନ ହେବା ଦର୍ଶାଏ । ଅଟୋମେଟେଡ କାଉଣ୍ଟର ନ ଥିଲେ ରକ୍ତ ଫିଲ୍ମକୁ ବିଶେଷ ପଦ୍ଧତିରେ ସ୍ଟେନ କରି ଗଣନା କରାଯାଏ । ଅଣୁବୀକ୍ଷଣ ଯନ୍ତ୍ରରେ ତିଆରି ହେଉଥିବା ଯୁବ ଲୋହିତ ରକ୍ତ କଣିକାମାନଙ୍କର ସଂଖ୍ୟା ଓ ଆକାର ଦେଖି ଅସ୍ଥିମଜ୍ଜାର କାର୍ଯ୍ୟକାରୀତା ଜାଣିହୁଏ । ନୂଆ ଲୋହିତ ରକ୍ତ କଣିକା ପୁରୁଣାମାନଙ୍କ ଅପେକ୍ଷା ସାମାନ୍ୟ ବଡ଼ ଓ ସେଥିରେ ପଲିକ୍ରୋମାସିଆ ଥାଏ । ରକ୍ତସ୍ରାବର ଉତ୍ସା ଜଣାଥିଲେ ଏରିଥ୍ରୋପଏସିସ ସାହାଯ୍ୟରେ ଅସ୍ଥିମଜ୍ଜା ଏହି କ୍ଷତିକୁ ଭରଣା କରିପାରିବା କି ନାହିଁ ଓ କେଉଁ ଅନୁପାତରେ କରିବ ତାହା ମୂଲ୍ୟାଙ୍କନ କରିହୁଏ । କାରଣ ଜଣା ନ ଥିବା କେଶରେ କରାଯାଉଥିବା ପରୀକ୍ଷା: ଇଏସଆର, ଫେରିଟିନ, ସେରମ ଲୌହ, ଟ୍ରନ୍ସଫେରିନ, ଲୋରକ ଫୋଲେଟ ସ୍ତର, ସେରମ ଭିଟାମିନ ବି୧୨, ହେମୋଗ୍ଲୋବିନ ଇଲେକ୍‌ଟ୍ରୋଫେରେସିସ, ବୃକ୍‌କ କାର୍ଯ୍ୟକାରୀତା ପରୀକ୍ଷା ଇତ୍ୟାଦି । ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହେଉଥିଲେ ଅସ୍ଥିମଜ୍ଜା ପରୀକ୍ଷା କରାଯାଏ ଯାହା ଯନ୍ତ୍ରଣା ଦାୟକ ଓ କ୍ୱଚିତ କରାଯାଏ ।

ଲୋହିତ ରକ୍ତ କଣିକା ବିସ୍ତାର[ସମ୍ପାଦନା]

ଲୋହିତ ରକ୍ତ କଣିକାର ଆକାର ଅନୁସାରେ ଆନିମିଆର ବର୍ଗୀକରଣ କରାଯାଏ । ମିନ କର୍ପସକୁଲାର ଭଲ୍ୟୁମ ଅନୁସାରେ ଆକାର ନିରୁପଣ କରାଯାଏ । ସାଧାରଣ (୮୦ଏଫଏଲ) ଆକାରଠାରୁ କମ ଥିଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼(୧୦୦ଏଫଏଲରୁ ବେଶି) ଥିଲେ ମାକ୍ରୋସାଇଟିକ ଅନିମିଆ ଓ ସାଧାରଣ(୮୦ରୁ୧୦୦ଏଫଏଲ) ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଏହି ଆକାରରୁ କାରଣ ମଧ୍ୟ ଜଣାଯାଏ ଯଥା:- ମାଇକ୍ରୋସାଇଟିକ ଅଧିକାଂଶ ସମୟରେ ଲୌହ ଅଭାବ ଯୋଗୁ ହୁଏ । ଏହି ବର୍ଗୀକରଣର ଗୋଟିଏ ଅସୁବିଧା ହୁଏ ଯଦି ମିଶ୍ରିତ କାରଣ ଥାଏ ଯଥା:- ଲୌହ ଅଭାବ (ମାଇକ୍ରୋସାଇଟିକ) ସ‌ହିତ ଭିଟାମିନ ବି୧୨ ଅଭାବ (ମାକ୍ରୋସାଇଟିକ) ମିଶିଗଲେ ନର୍ମୋସାଇଟିକ ହୋଇଯାଏ ।

ତିଆରି ବନାମ ନଷ୍ଟ ବା କ୍ଷତି[ସମ୍ପାଦନା]

ସବୁଠାରୁ ଅଧିକ ପ୍ରାସଙ୍ଗିକ ବର୍ଗୀକରଣ ଏକାଧିକ ମାନ‌ଦଣ୍ଡକୁ ନେଇ କରାଯାଏ ବିଶେଷତଃ ରେଟିକୁଲୋସାଇଟ କାଉଣ୍ଟ ବା ହିସାବ । ଏହାଦ୍ୱାରା ଅଧିକ ତିଆରି ବା ଅଧିକ ନଷ୍ଟ/କ୍ଷତି ଜଣାଯାଏ । ନଷ୍ଟ/କ୍ଷତି ହୋଇଥିଲେ ପ୍ରାନ୍ତୀୟ ରକ୍ତ ସ୍ମିଅର(ପେରିଫାରାଲ ବ୍ଲଡ଼ ସ୍ମିଅର) ପରୀକ୍ଷାରେ ତୃଟି ଦେଖାଯାଏ ଯେପରିକି ଅଧିକ ଏଲଡିଏଚ ଥିଲେ ଜୀବକୋଷ ନଷ୍ଟ; କିମ୍ବା ରକ୍ତସ୍ରାବ ଚିହ୍ନ ଯେପରିକି ଗୁଆଇଆକ-ପଜିଟିଭ ଝାଡ଼ା, ଏକ୍ସ‌-ରେ ଦର୍ଶନ ଓ ଖୋଲା ରକ୍ତସ୍ରାବ । କାଇନେଟିକ ଦୃଷ୍ଟିକୋଣ ନୈଦାନିକ ଅନୁସାରେ ସବୁଠାରୁ ନିର୍ଭର‌ଯୋଗ୍ୟ ବର୍ଗୀକରଣ । ଏଥିରେ ଅନେକ ଗୁଡ଼ିଏ ପାରାମିଟର ଦେଖାଯାଏ ବିଶେଷତଃ ରକ୍ତ ରେଟିକୁଲୋସାଇଟ ଗଣନା । ସାଧାରଣ ବର୍ଗୀକରଣ ନିମ୍ନରେ ଦିଆଗଲା ।

 
 
 
 
 
 
 
 

ଆନିମିଆ

 
 
 
 
 
 
 
 
 
 
 

ରେଟିକୁଲୋସାଇଟ ପ୍ରୋଡକ୍‌ସନ ଇଣ୍ଡେକ୍ସ ଦେଖାଏ ଆନିମିଆରେ ସ୍ୱଳ୍ପ ତିଆରି ପ୍ରତିକ୍ରିୟା

 
 
 

ରେଟିକୁଲୋସାଇଟ ପ୍ରୋଡକ୍‌ସନ ଇଣ୍ଡେକ୍ସ ଉପ‌ଯୁକ୍ତ ପ୍ରତିକ୍ରିୟା ଆନିମିଆ ନିମନ୍ତେ ଦେଖାଏ । = ହେମୋଲାଇସିସ ବା ରକ୍ତକ୍ଷୟ ଚାଲୁ ରହେ କୌଣସି ଲୋରକ ତିଆରି ସମସ୍ୟା ନ ଥାଇ

 
 
 
 

ରକ୍ତକ୍ଷୟ ବା ହେମୋଲାଇସିସ ଥାଇ ମଧ୍ୟ କ୍ଲିନିକାଲ ଜ୍ଞାତବ୍ୟ ବିଷୟ ରହେନି:ନିର୍ମଳ ତିଆରି ସମସ୍ୟା ।

 

କ୍ଲିନିକାଲ ନିସ୍କର୍ଷ ଅସାଧାରଣ ଏମସିଭି: ହେମୋଲାଇସିସ କିମ୍ବା କ୍ଷୟ କ୍ରନିକ ତିଆରି ସମସ୍ୟା *।

 

କ୍ଲିନିକାଲ ନିସ୍କର୍ଷ ସାଧାରଣ ଏମସିଭି= ଆକ୍ୟୁଟ ହେମୋଲାଇସିସ ବା ଅସ୍ଥିମଜ୍ଜାଦ୍ୱାରା ପୁନଃ ତିଆରି ପାଇଁ ସମୟ ଅଭାବ **।

 
 

ମାକ୍ରୋସାଇଟିକ ଆନିମିଆ (ଏମସିଭି>୧୦୦)

 

ନର୍ମୋସାଇଟିକ ଆନିମିଆ (୮୦<ଏମସିଭି<୧୦୦)

 
 

ମାଇକ୍ରୋସାଇଟିକ ଆନିମିଆ (ଏମସିଭି<୮୦)

 
 
 
 

* ଉଦାହାରଣ ସ୍ୱରୁପ ସିକ୍ଲ ସେଲ ଆନିମିଆ ସ‌ହିତ ଲୌହ ଅଭାବ; କ୍ରନିକ ପାକସ୍ଥଳୀ ରକ୍ତସ୍ରାବ ସ‌ହିତ ବି୧୨ ଓ ଫୋଲେଟ ଅଭାବ ଇତ୍ୟାଦି ।
** ପୁନଶ୍ଚ ରେଟିକୁଲୋସାଇଟ ଗଣନା କରାଯାଏ: ଅଳ୍ପ ରେଟିକୁଲୋସାଇଟ ତିଆରି ଇଣ୍ଡେକ୍ସ, ସାଧାରଣ ଏମସିଭି ଓ ହେମୋଲାଇସିସ ବା ରକ୍ତକ୍ଷୟ ଦେଖାଯାଏ ଯଦି ଅସ୍ଥମଜ୍ଜା ଫେଲ ହେଉଥାଏ ବା କ୍ରନିକ ରୋଗ ଜନିତ ଆନିମିଆ ସ‌ହିତ ହେମୋଲାଇସିସ ବା ରକ୍ତକ୍ଷୟ । ଆନିମିଆ ସ‌ହିତ ଏମସିଭି ସ୍କିମର ଆରମ୍ଭ :

 
 
 
 
 
 
 
 
 
 
 
ଆନିମିଆ
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ମାକ୍ରୋସାଇଟିକ ଆନିମିଆ (MCV>100)
 
 
 
 
 
ନର୍ମୋସାଇଟିକ ଆନିମିଆ (MCV 80–100)
 
 
 
 
 
ମାଇକ୍ରୋସାଇଟିକ ଆନିମିଆ (MCV<80)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ଅଧିକ ରେଟିକୁଲୋସାଇଟ ଗଣନା
 
 
 
 
 
ଅଳ୍ପ ରେଟିକୁଲୋସାଇଟ ଗଣନା
 
 
 
 


ପେରିଫେରାଲ ସ୍ମିଅର କେତେକ ମୂଲ୍ୟବାନ ସଙ୍କେତ ଦିଏ ଯଥା ଅସାଧାରଣ ଶ୍ୱେତ ରଲ୍ତ କଣିକା ଥିଲେ ଅସ୍ଥିମଜ୍ଜାରେ କାରଣ ଥିବା ସନ୍ଦେହ କରାଯାଏ

ମାଇକ୍ରୋସାଇଟିକ[ସମ୍ପାଦନା]

ମାଇକ୍ରୋସାଇଟିକ ଆନିମିଆ ରୋଗ ହେମୋଗ୍ଲୋବିନ ସଂଶ୍ଳେଷଣ ତୃଟି ବା ଅଭାବ ହେଲେ ହୁଏ ।ଏହାର କେତେ ଗୁଡ଼ିଏ କାରଣ ଦିଆଗଲା:

  • ହେମ ସଂଶ୍ଳେଷଣ ତୃଟି
  • ଗ୍ଲୋବିନ ସଂଶ୍ଳେଷଣ ତୃଟି
    • ଆଲଫା-, ଓ ବିଟା- ଥାଲାସେମିଆ
    • ଏଚବିଇ ସିଣ୍ଡ୍ରୋମ (HbC syndrome)
    • ଅନେକ ଅସ୍ଥିର (unstable) ହେମୋଗ୍ଲୋବିନ ରୋଗ ।
  • ସିଡେରୋବ୍ଲାସ୍ଟିକ ତୃଟି
    • ହେରେଡିଟାରି ସିଡେରୋବ୍ଲାସ୍ଟିକ ଆନିମିଆ
    • ଆକ୍ୱାୟାର୍ଡ଼ ସିଡେରୋବ୍ଲାସ୍ଟିକ ଆନିମିଆ (ସୀସା ବିଷମୟ)
    • ରେଭର୍ସିବ୍ଲ ସିଡେରୋବ୍ଲାସ୍ଟିକ ଆନିମିଆ

ଲୌହ ଅଭାବ ଆନିମିଆ ସର୍ବାଧିକ ସାଧାରଣ ଆନିମିଆ ଓ ଏହାର ଅନେକ ଗୁଡ଼ିଏ କାରଣ ଅଛି । ଅଣୁବୀକ୍ଷଣ ଯନ୍ତ୍ରରେ ଲୋହିତ ରକ୍ତ କଣିକା ଅଧିକାଂଶ ସମୟରେ ହାଇପୋକ୍ରୋମିକ (ଫିକା) ଓ ମାଇକ୍ରୋସାଇଟିକ (ଛୋଟ) ଦେଖାଯାଏ ।

  • ଲୌହ ଅଭାବ ଆନିମିଆ: ଖାଦ୍ୟରେ ଲୌହ ଅଭାବ ବା ଲୌହ ଅବଶୋଷଣ ସମୟରେ ତୃଟି ଯୋଗୁ ଦେହର ଆବଶ୍ୟକତା ମେଣ୍ଟାଇ ନ ପାରିଲେ ହୁଏ । ଶିଶୁ ଓ ଗର୍ଭବତୀ ମହିଳାଙ୍କର ଅଧିକ ଆବଶ୍ୟକତା ଥାଏ । ଖାଦ୍ୟନଳୀ ରୋଗ, ବାରମ୍ବାର ରକ୍ତଦାନ ଓ ଅତ୍ୟଧିକ ଋତୁସ୍ରାବ ଇତ୍ୟାଦି ଅବସ୍ଥାରେ ଅଧିକ ଲୋହ ଥିବା ଖାଦ୍ୟ ଆବଶ୍ୟକ ହୁଏ ।[୨୫] ହେମୋଗ୍ଲୋବିନର ଏକ ଅତ୍ୟବଶ୍ୟକ ଅଂଶ ହେଉଛି ଲୌହ, ଫଳରେ ଲୋହିତ ରକ୍ତ କଣିକାରେ ହେମୋଗ୍ଲୋବିନ ଅଂଶ କମିଯାଏ । ଆମେରିକୀୟ ଦେଶମାନଙ୍କରେ ସନ୍ତାନ ଜନ୍ମକ୍ଷମ ମହିଳାଙ୍କ ମଧ୍ୟରେ ୧୨ % ମହିଳାଙ୍କର ଲୌହ ଅଭାବ ଥାଏ, ଏହି ବୟସରେ ମାତ୍ର ୨ % ପୁରୁଷମାନଙ୍କର ଉକ୍ତ ଅଭାବ ଥାଏ । ଆଫ୍ରିକୀୟ ଆମେରିକା ଓ ମେକ୍‌ସିକୋ ଆମେରିକୀୟ ମହିଳାଙ୍କ ମଧ୍ୟରୁ ୨୦ % ମହିଳାଙ୍କର ଏହି ଅଭାବ ଥାଏ ।[୨୬] ଅନୁଶୀଳନରେ ଦେଖାଯାଇଛି ଆନିମିଆ ନ ଥିଲେ ମଧ୍ୟ କିଶୋରୀଙ୍କର ସ୍କୁଲରେ ପ୍ରଦର୍ଶନ ଓ ଆଇକ୍ୟୁ (IQ) କମ ଥାଏ ଯଦିଓ ଏହା ସାମାଜିକ ଅର୍ଥନୈତିକ କାରଣ ଯୋଗୁ ହୁଏ ।[୨୭][୨୮] ଲୌହ ଅଭାବ ଏକ ପୃଥିବୀବ୍ୟାପି ସମସ୍ୟା । ଏହାଦ୍ୱାରା ବେଳେବେଳେ ଓଠ କଣ ଫାଟିଯାଏ ଯାହାକୁ ଆଙ୍ଗୁଲାର ସ୍ଟୋମାଟାଇଟିସ କୁହାଯାଏ ।
  • ଆମେରିକାରେ ଲୌହ ଅଭାବ ଆନିମିଆର ସବୁଠାରୁ ସାଧାରଣ କାରଣ ହେଉଛି ରକ୍ତକ୍ଷରଣ ବିଶେଷତଃ ପାକସ୍ଥଳୀଅନ୍ତନଳୀରୁ । ମଳ ଓକଲ୍ଟ ରକ୍ତ ପରୀକ୍ଷା, ଉର୍ଦ୍ଧ୍ୱ ଏଣ୍ଡୋସ୍କୋପିନିମ୍ନ ଏଣ୍ଡୋସ୍କୋପି କରି ରକ୍ତ କ୍ଷରଣର ସଠିକ ସ୍ଥାନ ନିର୍ଣ୍ଣୟ କରାଯାଏ । ଅଧିକ ବୟସର ଲୋକଙ୍କର କଲୋନ ପଲିପ ବା କଲୋରେକ୍ଟାଲ ପଲିପ ବା କଲୋରେକ୍ଟାଲ କର୍କଟ ଯୋଗୁ ଏହି ରକ୍ତସ୍ରାବ ହୁଏ ।
  • ପୃଥିବୀରେ ଲୌହ ଅଭାବ ଆନିମିଆର ସବୁଠାରୁ ଅଧିକ କାରଣ ପରଜୀବୀମାନଙ୍କଦ୍ୱାର ହୁଏ ଯଥା:- ଅଙ୍କୁଶକୃମି, ଆମିବାୟାସିସ, ସିସ୍ଟୋସୋମିଆସିସଟ୍ରାଇଚୁରିସ ଟ୍ରାଇଚୁରିଆ ସଂକ୍ରମଣ ।[୨୯]

ଲୌହ ଅଭାବ ଯୋଗୁ ମାଇକ୍ରୋସାଇଟିକ ଆନିମିଆ ଥିବା ସମ୍ଭାବନା ମେଞ୍ଜର ଇଣ୍ଡେକ୍ସ (ମିନ କୋଷ ଆୟତନ ହରଣ ଲୋହିତ ରକ୍ତ କଣିକା) ପରୀକ୍ଷାଦ୍ୱାରା ଜଣାଗଲେ ମଧ୍ୟ ଅଧିକ ପରୀକ୍ଷା ନିଧର୍ଯ୍ୟ କରିବାକୁ ଆବଶ୍ୟକ ହୁଏ ।

ମାକ୍ରୋସାଇଟିକ[ସମ୍ପାଦନା]

ଦୁଇ ପ୍ରକାର ମାକ୍ରୋସାଇଟିକ ଆନିମିଆ ଅଛି ଯଥା:- ମେଗାଲୋବ୍ଲାସ୍ଟିକ ଆନିମିଆ ଓ ନନ୍‌ମେଗାଲୋବ୍ଲାସ୍ଟିକ ଆନିମିଆ । ଆରଏନଏ ସଂଶ୍ଳେଷଣ ଠିକ ଥାଇ ଡିଏନଏ ତିଆରିରେ ତୃଟି ଥିଲେ ପ୍ରୋଜେନିଟର ଜୀବକୋଷ ବିଭାଜିତ ହୋଇ ନପାରି ସୀମିତ ମେଗାଲୋବ୍ଲାସ୍ଟିକ ଆନିମିଆ ହୁଏ । ମେଗାଲୋବ୍ଲାସ୍ଟିକ ଆନିମିଆରେ ନିଉଟ୍ରୋଫିଲ ୬ରୁ ୧୦ ଲୋବ ବିଶିଷ୍ଟ ହୁଏ । ନନ୍‌ମେଗାଲୋବ୍ଲାସ୍ଟିକ ଆନିମିଆର କାରଣ ପୃଥକ୍ ଯେପରିକି ଆଲକୋହୋଲିଜ୍ନ ।

ଅନିମିଆର ଅନିର୍ଦ୍ଦିଷ୍ଟ ଲକ୍ଷଣ ସହିତ ଅନେକ ନିର୍ଦ୍ଦିଷ୍ଟ ଲକ୍ଷଣ ଥାଏ ଯେପରିକି ପେରିଫେରାଲ ନିଉରୋପାଥି ଓ ମେରୁଦଣ୍ଡର ସବ୍ଆକ୍ୟୁଟ କମ୍ବାଇଣ୍ଡ ଡିଜେନେରେସନ ଯେଉଁଥିରେ ପୋସ୍ଟିରିଅର କଲମର ଡିଜେନେରେସନ ଯୋଗୁ ବାଲାନ୍ସ ବା ଶରୀରର ସନ୍ତୁଳନ ରହେନି । [୩୦] ଏହା ବ୍ୟତୀତ ଚିକ୍କଣ, ଲାଲ ଜିଭ ଓ ଗ୍ଲୋସାଇଟିସ ହୁଏ । ଉଇଲିଅମ ମର୍ଫି, କୁକୁରମାନଙ୍କର ରକ୍ତସ୍ରାବ କରାଇବା ପରେ ବିଭିନ୍ନ ଖାଦ୍ୟ ଖୁଆଇ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ ଯାହା ଫଳରେ କେଉଁ ଖାଦ୍ୟ ଉପକାର କରୁଛି ଜାଣିହେବ ଓ ସେ ଅବିଷ୍କାର କଲେ ଯକୃତ ଖାଇଲେ ଉପଶମ ହେଉଛି । ପରେ ଜର୍ଜ ମିନୋଟଜର୍ଜ ହୁଇପ୍ଲ ରାସାୟନିକ ପଦ୍ଧତିରେ ଏହାର ଆରୋଗ୍ୟକାରୀ ପଦାର୍ଥ ଭିଟାମିନ ବି୧୨ ଯକୃତରୁ ପୃଥକ କରିଥିଲେ । ସେହି ତନିଜଣ ସନ ୧୯୩୪ରେ ମେଡିସିନ ବିଭାଗରେ ନୋବେଲ ପୁରସ୍କାର ପାଇଥିଲେ । [୩୧]

ନର୍ମୋସାଇଟିକ[ସମ୍ପାଦନା]

ଏହି ପ୍ରାକାର ଆନିମିଆ ହୁଏ ଯେତେବେଳେ ଦେହର ସମୁଦାୟ ହେମଗ୍ଲୋବିନ ସ୍ତର କମିଯାଏ, କିନ୍ତୁ ଲୋରକ ଆକାର (ମିନ କର୍ପସ୍‌କୁଲାର ଭଲ୍ୟୁମ) ଅପରିବର୍ତ୍ତିତ ରହେ । ଏହାର କାରଣ ଗୁଡ଼ିକର ନାମ:

ଡାଇମର୍ଫିକ[ସମ୍ପାଦନା]

ବେଳେ ବେଳେ ରକ୍ତ ସ୍ମିଅରରେ ଦୁଇ ପ୍ରକାର ଲୋହିତ ରକ୍ତ କଣିକା ଦେଖାଯାଆନ୍ତି । ଉଦାହରଣ ସ୍ୱରୁପ ଲୌହ ଅଭାବ ଆନିମିଆ ରୋଗୀର ଛୋଟ, ଫିକା ଲୋରକ ସ‌ହିତ ରକ୍ତ ଟ୍ରାନ୍ସଫ୍ୟୁଜନ ନେଇଥିଲେ ସାଧାରଣ ଲୋହିତ ରକ୍ତ କଣିକା ଦେଖାଯାଏ । ଏହି ଭଳି ଅବସ୍ଥା ଫୋଲେଟ ବା ଭିଟାମିନ ବି୧୨ ଅଭାବ ଜନିତ ଆନିମିଆ(ରୋଗୀର ବଡ଼ ଓ ଫିକା ଲୋରକ ସ‌ହିତ ସାଧାରଣ ଲୋରକ) ଓ ସିଡେରୋବ୍ଲାସ୍ଟିକ(ହେମ ତିଆରି ତୃଟି) ଆନିମିଆରେ ମଧ୍ୟ ଦେଖାଯାଏ ।

ହେଞ୍ଜ ବଡ଼ି ଆନିମିଆ[ସମ୍ପାଦନା]

ଏହି ରୋଗରେ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ଲୋହିତ ରକ୍ତ କଣିକାର ସାଇଟୋପ୍ଲାଜ୍ମରେ କ୍ଷୁଦ୍ର କଳା ବିନ୍ଦୁ ଦେଖାଯାଏ । ଡ୍ରଗ ସେବନ, ଆସେଟାମିନୋଫେନ ଇତ୍ୟାଦି ଏହା ସୃଷ୍ଟି କରେ । କୁକୁର ପିଆଜ ବା ଜିଙ୍କ ଖାଇଲେ, ଘୋଡ଼ା ରେଡ ମ୍ୟାପ୍ଲ ପତ୍ର ଖାଇଲେ, ବିଲେଇ ପିଆଜ ଖାଇଲେ [୩୨] ସେମାନଙ୍କ ଦେହରେ ଏହା ସୃଷ୍ଟି ହୁଏ ।

ହାଇପରଆନିମିଆ[ସମ୍ପାଦନା]

ହେମାଟୋକ୍ରିଟ ୧୦ %ରୁ କମ ଥାଏ ଓ ଏହା ଏକ ପ୍ରକାର ଗମ୍ଭୀର ଧରଣର ଆନିମିଆ ।

ରିଫ୍ରାକ୍‌ଟରି ଆନିମିଆ[ସମ୍ପାଦନା]

ରିଫ୍ରାକ୍‌ଟରି ଆନିମିଆରେ ଚିକିତ୍ସା ସତ୍ତ୍ୱେ କୌଣସି ସୁଫଳ ମିଳେନାହିଁ, [୩୩] ଏହା ମାୟେଲୋଡିସପ୍ଲାସ୍ଟିକ ସିଣ୍ଡ୍ରୋମର ଉପଲକ୍ଷଣ ହୋଇପାରେ ।[୩୪] ପାକସ୍ଥଳୀ-ଅନ୍ତନଳୀ ରୋଗମାନଙ୍କରେ ଲୌହ ଅଂଶ ଅବଶୋଷଣ ହୋଇପାରୁ ନ ଥିବାରୁ ବା ଓକଲ୍ଟ ରକ୍ତସ୍ରାବ ଯୋଗୁ ହେଉଥିବା ଲୌହ ଅଭାବ ଆନିମିଆରେ ମଧ୍ୟ ଚିକିତ୍ସା ଫଳପ୍ରଦ ହୁଏନାହିଁ । [୩୫]

ଚିକିତ୍ସା[ସମ୍ପାଦନା]

ଆନିମିଆ ରୋଗର କାରଣ ଓ ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ । ପାଟିରେ ଫଲିକ ଏସିଡ ଓ ଭିଟାମିନ ବି୧୨ ଦିଆଯାଏ । ମାଂସପେଶୀରେ ଭିଟାମିନ ବି୧୨ ଇଞ୍ଜେକସନ ଦିଆଯାଏ ।

ଲୌହ ପାଟିରେ[ସମ୍ପାଦନା]

ବିକାଶଶୀଳ ଦେଶମାନଙ୍କରେ ପୌଷ୍ଟିକ ଲୌହ ଅଭାବ ବ‌ହୁଳ ଭାବରେ ଦେଖାଯାଏ । ଶିଶୁ ଓ ଜନ୍ମକ୍ଷମ ମହିଳାଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଏହି ରୋଗରେ ପୀଡ଼ିତ ହୁଅନ୍ତି ଓ ଏମାନଙ୍କ ମଧ୍ୟରୁ ୧/୩ ଭାଗ ଗମ୍ଭୀର ଧରଣର ଆନିମିଆର ଶିକାର ହୋଇଥାନ୍ତି ।[୩୬] ପରୁଷମାନଙ୍କର ଓ ଋତୁବନ୍ଦ ମହିଳାଙ୍କର ଏହି ଲୌହ ଅଭାବ କ୍ୱଚିତ ଦେଖାଯାଏ । ଲୌହ ଅଭାବ ନିର୍ଣ୍ଣୟ କରିବା ପୂର୍ବରୁ ଏହାର ଉତ୍ସ ଖୋଜିବା ଆବଶ୍ୟକ ଯେପରିକି ଖାଦ୍ୟନଳୀ ଓ କୋଲୋନ କର୍କଟରୁ ରକ୍ତସ୍ରାବ । ସାମାନ୍ୟରୁ ମଧ୍ୟମ ଧରଣର ଆନିମିଆ ରୋଗୀଙ୍କୁ ଫେରସ୍ ସଲ୍‌ଫେଟ, ଫେରସ୍ ଫ୍ୟୁମାରେଟ ବା ଫେରସ୍ ଗ୍ଲୁକୋନେଟ ଦିଆଯାଏ । ଲୌହ ଅଧିକ ଖାଇଲେ ପେଟ ଗୋଳମାଳ ଓ କଳା ଝାଡ଼ା ଅନୁଭବ ହୋଇପାରେ । ପେଟ ଗୋଳମାଳ ନ ହେବା ନିମନ୍ତେ ଖାଦ୍ୟ ସ‌ହିତ ଲୌହ ବଟିକା ଖାଇବାକୁ ଉପଦେଶ ଦିଆଯାଏ କିନ୍ତୁ ଏହାଦ୍ୱାରା ଲୌହ ଅବଶୋଷଣ କମିଯାଏ । ଭିଟାମିନ ଗ ଏହି ଅବଶୋଷଣକୁ ସାହାଯ୍ୟ କରେ, ତେଣୁ ଲୌହ ଔଷଧ ସାଥିରେ କମଳା ଜୁସ୍ ଦେଲେ ଉପକାର ମିଳେ ।

କ୍ରନିକ ରୋଗରେ ଥିବା ଆନିମିଆରେ ଲୋହିତ ରକ୍ତ କଣିକା ତିଆରି ପ୍ରୋତ୍ସାହିତ କରିବା ନିମନ୍ତେ ରିକମ୍ବିଟାଣ୍ଟ ଏରିଥ୍ରୋପଏଟିନ ବା ଏପୋଏଟିନ ଆଲ୍‌ଫା ଦେବା ପରେ ମଧ୍ୟ ଲୌହ ଇଞ୍ଜେକସନ ଦିଆଯାଏ ।[୩୭]

ଲୌହ ଇଞ୍ଜେକସନ[ସମ୍ପାଦନା]

ଇଞ୍ଜେକସନ ଆକାରରେ ଲୌହ ଦିଆଯାଏ ଯେତେବେଳେ ପାଟିବାଟେ ଦିଆଯାଉତିବା ଲୌହ ଫଳପ୍ରଦ ହୁଏନି, ଧୀରେ କାମ କରେ (ଅପରେଶନ ପୂର୍ବରୁ) ବା ତାହାର ଅବଶୋଷଣ ବାଧାପ୍ରାପ୍ତ(ପ୍ରଦାହ ଥିଲେ) ହୁଏ । ଶରୀର ଖାଦ୍ୟନଳୀରୁ ଦୈନିକ ୬ ମିଗ୍ରା ଲୌହ ଅବଶୋଷଣ କରିପାରେ । ରୋଗୀର ୧,୦୦୦ ମିଗ୍ରା ଲୌହ ଅଭାବ ଥିଲେ ପୂରଣ କରିବାକୁ ଅନେକ ମାସ ଲାଗିଯାଏ । ଅଧିକ ରକ୍ତକଣିକା ସୃଷ୍ଟି ନିମନ୍ତେ ଏହା ସ‌ହିତ ଏରିଥ୍ରୋପଏଟିନ ଦିଆଯାଏ ।

ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ[ସମ୍ପାଦନା]

କୌଣସି ଲକ୍ଷଣ ନ ଥିଲେ ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ ଦିଆଯାଏ ନାହିଁ, ଦିଆଯାଏ ଯଦି ହେମୋଗ୍ଲୋବିନ ସ୍ତର ୬୦ରୁ ୮୦ ଗ୍ରା/ଲି (୬ରୁ ୮ ଗ୍ରା/ଡେଲି) କମ ଥାଏ ।[୫] ହେମୋଗ୍ଲୋବିନ ସ୍ତର ୬୦ରୁ ୮୦ ଗ୍ରା/ଲି (୬ରୁ ୮ ଗ୍ରା/ଡେଲି) କମ ଥିଲେ କାରୋନାରି ହୃଦରୋଗରେ ରକ୍ତସ୍ରାବ ହେଉ ନ ଥିଲେ ମଧ୍ୟ ଦିଆଯାଏ ।[୮] ପୂର୍ବରୁ ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ ଦେଲେ ମଧ୍ୟ ବଞ୍ଚିବା ଆଶା ବଢ଼ିଯାଏନି ।[୩୮]

ଅସନ୍ତୁଳିତ ହୃଦରକ୍ତନଳୀ ରୋଗରେ ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ ଦିଆଯାଏ । [୩୯]

ଏରିଥ୍ରୋପଏସିସ୍ ସ୍ଟିମୁଲେଟିଙ୍ଗ ଫ୍ୟାକ୍ଟର[ସମ୍ପାଦନା]

ରୋଗୀର ସର୍ବନିମ୍ନ ବ୍ୟକ୍ତିଗତ ହେମୋଗ୍ଲୋବିନ ଆବଶ୍ୟକତା ଓ ସର୍ବନିମ୍ନ ଟ୍ରାନ୍ସଫ୍ୟୁଜନ ଆବଶ୍ୟକତାକୁ ଲକ୍ଷ ରଖି ଏରିଥ୍ରୋପଏସିସ୍ ସ୍ଟିମୁଲେଟିଙ୍ଗ ଫ୍ୟାକ୍ଟର (ଇଏସଏ) ଦିଆଯାଏ । [୪୦] ଏହା ସାମାନ୍ୟ ବା ମଧ୍ୟମ ଧରଣର ଆନିମିଆରେ ଦିଆଯାଏ ନାହିଁ । [୩୮] କ୍ରନିକ ବୃକ୍‌କ ରୋଗରେ ହେମୋଗ୍ଲୋବିନ ସ୍ତର ୧୦ଗ୍ରା/ଡେଲିରୁ କମ ନ ଥିଲେ ବା ଆନିମିଆ ଲକ୍ଷଣ ନ ଥିଲେ ଦିଆଯାଏ ନାହିଁ । ଏହା ସ‌ହିତ ଲୌହ ଇଞ୍ଜେକସନ ଦିଆଯାଏ । [୪୦][୪୧]

ହାଇପର୍‌ବାରିକ ଅମ୍ଳଜାନ[ସମ୍ପାଦନା]

ସମୁଦ୍ରଗର୍ଭ ଓ ହାଇପର୍‌ବାରିକ ମେଡିକାଲ ସୋସାଇଟି (ଏଚବିଓ)ଦ୍ୱାରା ଅତ୍ୟଧିକ ରକ୍ତସ୍ରାବକୁ ହାଇପର୍‌ବାରିକ ଅମ୍ଳଜାନ ଥେରାପି ଦେବା ନିମନ୍ତେ ଏକ ସୂଚକ ଭାବେ ସ୍ୱିକୃତି ଦିଆଯାଇଛି । [୪୨][୪୩] ଯେତେବେଳେ ତନ୍ତୁ ସ୍ଥଳରେ ଅମ୍ଳଜାନ ଡେଲିଭରି ଯଥେଷ୍ଟ ହୁଏ ନାହିଁ ଓ ଡାକ୍ତରୀ ତ‌ଥା ଧାର୍ମିକ କାରଣରୁ ରକ୍ତ ଟ୍ରାନ୍ସଫ୍ୟୁଜନ ଦେବା ସମ୍ଭବ ହୁଏ ନାହିଁ ସେତେବେଳେ ହାଇପର୍‌ବାରିକ ଅମ୍ଳଜାନ ଦେବାକୁ ସୁପାରିସ କରାଯାଏ । ଡାକ୍ତରୀ କାରଣ ମଧ୍ୟରେ ରକ୍ତ ବା ରକ୍ତ ପଦାର୍ଥ ଅସଙ୍ଗତ ଥିଲେ ବା ସଞ୍ଚାରକ୍ଷମ ରୋଗ ସମ୍ଭାବନା ମୂଖ୍ୟ ଅଟେ । [୪୨] କେତେକ ଧର୍ମରେ (ex: Jehovah's Witnesses) ଏହାର ବ୍ୟବ‌ହାରର ଆବଶ୍ୟକତାକୁ ବିଶ୍ୱାସ କରାଯାଇଛି । [୪୨] ସନ ୨୦୦୫ର ସମସ୍ତ ପ୍ରକାଶନମାନଙ୍କର ଏକ ସମୀକ୍ଷାରୁ ଜଣାଯାଇଛି ଗମ୍ଭୀର ଧରଣର ଆନିମିଆରେ ଏହା ଯୁକ୍ତାତ୍ମକ ଫଳ ଦେଇଛି । [୪୪]


ରୋଗାନୁଶୀଳନ[ସମ୍ପାଦନା]

ମଧ୍ୟମ ଧରଣର ଲୌହ ଅଭାବ ଆନିମିଆ ପୃଥିବୀର ୬୧୦ନିୟୁତ (ଜନସଂଖ୍ୟାର ୮.୮%) ଲୋକଙ୍କୁ ହୋଇଥଲେ ।[୯] ଏହି ରୋଗ ପୁରୁଷମାନଙ୍କ(୭.୮%) ଅପେକ୍ଷା ମହିଳାମାନଙ୍କର(୯.୯%) ସାମାନ୍ୟ ଅଧିକ ହୁଏ ।[୯] ସାମାନ୍ୟ ଧରଣର ଲୌହ ଅଭାବ ଆନିମିଆ ୩୭୫ନିୟୁତ ଅଧିକ ଲୋକଙ୍କୁ ହୁଏ ।[୯]

ଇତିହାସ[ସମ୍ପାଦନା]

୪୦୦୦ ବର୍ଷ ପୂର୍ବରୁ ଆନିମିଆ ରୋଗ ପୃଥିବୀରେ ଥିବା ଜଣାଯାଏ ।[୪୫]

ଆଧାର[ସମ୍ପାଦନା]

  1. MedicineNet.com --> Definition of Anemia Archived 2014-01-23 at the Wayback Machine. Last Editorial Review: 12/9/2000 8:31:00 AM
  2. merriam-webster dictionary --> anemia Retrieved on May 25, 2009
  3. Stedman's medical dictionary (28th ed. ed.). Philadelphia: Lippincott Williams & Wilkins. 2006. p. Anemia. ISBN 9780781733908. {{cite book}}: |edition= has extra text (help)
  4. Hematology : clinical principles and applications (3. ed. ed.). Philadelphia: Saunders. 2007. p. 220. ISBN 9781416030065. {{cite book}}: |edition= has extra text (help); |first1= has generic name (help); |first1= missing |last1= (help)
  5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ୫.୧୦ Janz, TG; Johnson, RL; Rubenstein, SD (Nov 2013). "Anemia in the emergency department: evaluation and treatment". Emergency medicine practice. 15 (11): 1–15, quiz 15-6. PMID 24716235.
  6. ୬.୦ ୬.୧ Smith RE, Jr (Mar 2010). "The clinical and economic burden of anemia". The American journal of managed care. 16 SupplIssues: S59-66. PMID 20297873.
  7. Bhutta, ZA; Das, JK; Rizvi, A; Gaffey, MF; Walker, N; Horton, S; Webb, P; Lartey, A; Black, RE; Lancet Nutrition Interventions Review, Group; Maternal and Child Nutrition Study, Group (Aug 3, 2013). "Evidence-based interventions for improvement of maternal and child nutrition: what can be done and at what cost?". Lancet. 382 (9890): 452–77. doi:10.1016/S0140-6736(13)60996-4. PMID 23746776.
  8. ୮.୦ ୮.୧ ୮.୨ Qaseem, A; Humphrey, LL; Fitterman, N; Starkey, M; Shekelle, P; Clinical Guidelines Committee of the American College of, Physicians (Dec 3, 2013). "Treatment of anemia in patients with heart disease: a clinical practice guideline from the American College of Physicians". Annals of internal medicine. 159 (11): 770–9. doi:10.7326/0003-4819-159-11-201312030-00009. PMID 24297193.
  9. ୯.୦ ୯.୧ ୯.୨ ୯.୩ ୯.୪ Vos, T; Flaxman, AD; Naghavi, M; Lozano, R; Michaud, C; Ezzati, M; Shibuya, K; Salomon, JA; et al. (Dec 15, 2012). "Years lived with disability (YLDs) for 1160 sequelae of 289 diseases and injuries 1990-2010: a systematic analysis for the Global Burden of Disease Study 2010". Lancet. 380 (9859): 2163–96. doi:10.1016/S0140-6736(12)61729-2. PMID 23245607.
  10. "anaemia". Dictionary.com. Retrieved 7 July 2014.
  11. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)
  12. eMedicineHealth > anemia article Author: Saimak T. Nabili, MD, MPH. Editor: Melissa Conrad Stöppler, MD. Last Editorial Review: 12/9/2008. Retrieved on 4 April 2009
  13. "Red Blood Cells (Erythrocytes)". PubMed Health Glossary - PubMedHealth. NIH - National Cancer Institute. {{cite web}}: line feed character in |website= at position 23 (help)
  14. National Heart Lung and Blood Institute > What Causes Anemia? Retrieved on June 9, 2010
  15. ୧୫.୦୦ ୧୫.୦୧ ୧୫.୦୨ ୧୫.୦୩ ୧୫.୦୪ ୧୫.୦୫ ୧୫.୦୬ ୧୫.୦୭ ୧୫.୦୮ ୧୫.୦୯ ୧୫.୧୦ ୧୫.୧୧ ୧୫.୧୨ ୧୫.୧୩ ୧୫.୧୪ ୧୫.୧୫ Table 12-1 in: Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson. Robbins Basic Pathology. Philadelphia: Saunders. ISBN 1-4160-2973-7.{{cite book}}: CS1 maint: multiple names: authors list (link) 8th edition.
  16. Jump up to: a b c d e f g h i j k l m n o p q r s t u v w x y z aa Table 12-1 in: Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson. Robbins Basic Pathology. Philadelphia: Saunders. ISBN 1-4160-2973-7. 8th edition.
  17. Kumar, Vinay; Abbas, Abul K.; Fausto, Nelson; & Mitchell, Richard N. (2007). Robbins Basic Pathology (8th ed.). Saunders Elsevier. p. 432 ISBN 978-1-4160-2973-1
  18. Cotran, Ramzi S.; Kumar, Vinay; Fausto, Nelson; Nelso Fausto; Robbins, Stanley L.; Abbas, Abul K. (2005). Robbins and Cotran pathologic basis of disease. St. Louis, Mo: Elsevier Saunders. p. 637. ISBN 0-7216-0187-1.{{cite book}}: CS1 maint: multiple names: authors list (link)
  19. ୧୯.୦ ୧୯.୧ AUTOIMMUNE HEMOLYTIC ANEMIA (AIHA)By J.L. Jenkins. The Regional Cancer Center. 2001 Archived 2009-10-07 at the Wayback Machine.
  20. Berentsen S, Beiske K, Tjønnfjord GE (October 2007). "Primary chronic cold agglutinin disease: An update on pathogenesis, clinical features and therapy". Hematology. 12 (5): 361–70. doi:10.1080/10245330701445392. PMC 2409172. PMID 17891600.{{cite journal}}: CS1 maint: multiple names: authors list (link)
  21. Brooker S; Hotez PJ; Bundy DA (2008). "Hookworm-related anaemia among pregnant women: a systematic review". PLoS Neglected Tropical Diseases. 2 (9): e291. doi:10.1371/journal.pntd.0000291. PMC 2553481. PMID 18820740.
  22. Gyorkos TW; Gilbert NL; Larocque R; Casapía M (2011). "Trichuris and hookworm infections associated with anaemia during pregnancy". Tropical Medicine & International Health. 16 (4): 531–7. doi:10.1111/j.1365-3156.2011.02727.x.
  23. Page 62 (Fluid imbalances) in: Portable Fluids and Electrolytes (Portable Series). Hagerstwon, MD: Lippincott Williams & Wilkins. 2007. ISBN 1-58255-678-4.
  24. World Health Organization (2008). Worldwide prevalence of anaemia 1993–2005 (PDF). Geneva: World Health Organization. ISBN 978-92-4-159665-7. Archived (PDF) from the original on 12 March 2009. Retrieved 2009-03-25.
  25. Recommendations to Prevent and Control Iron Deficiency in the United States MMWR 1998;47 (No. RR-3) p. 5
  26. "Iron Deficiency --- United States, 1999--2000". MMWR. 51 (40): 897–899. October 11, 2002. Retrieved 21 April 2012.
  27. Halterman JS, Kaczorowski JM, Aligne CA, Auinger P, Szilagyi PG (2001). "Iron Deficiency and Cognitive Achievement Among School-Aged Children and Adolescents in the United States". Pediatrics. 107 (6): 1381–1386. doi:10.1542/peds.107.6.1381. PMID 11389261.{{cite journal}}: CS1 maint: multiple names: authors list (link)
  28. Grantham-McGregor S, Ani C (2001). "Iron-Deficiency Anemia: Reexamining the Nature and Magnitude of the Public Health Problem". J Nutr. 131 (2): 649S–668S. PMID 11160596.
  29. "Iron Deficiency Anaemia: Assessment, Prevention, and Control: A guide for programme managers" (PDF). Retrieved 2010-08-24.
  30. eMedicine – Vitamin B-12 Associated Neurological Diseases : Article by Niranjan N Singh, MD, DM, DNB July 18, 2006
  31. "Physiology or Medicine 1934 – Presentation Speech". Nobelprize.org. 1934-12-10. Archived from the original on 28 August 2010. Retrieved 2010-08-24.
  32. "Onions are Toxic to Cats". Peteducation.com. Archived from the original on 3 September 2010. Retrieved 2010-08-24.
  33. "MedTerms Definition: Refractory Anemia". Medterms.com. 2011-04-27. Archived from the original on 2011-12-08. Retrieved 2011-10-31.
  34. "Good Source for later". Atlasgeneticsoncology.org. Retrieved 2011-10-31.
  35. Mody RJ, Brown PI, Wechsler DS; Brown; Wechsler (February 2003). "Refractory iron deficiency anemia as the primary clinical manifestation of celiac disease". J. Pediatr. Hematol. Oncol. 25 (2): 169–72. doi:10.1097/00043426-200302000-00018. PMID 12571473.{{cite journal}}: CS1 maint: multiple names: authors list (link)
  36. West CE (November 1996). "Strategies to control nutritional anemia". Am. J. Clin. Nutr. 64 (5): 789–90. PMID 8901803.
  37. "ଆର୍କାଇଭ୍ କପି". Archived from the original on 2013-06-24. Retrieved 2015-11-25. {{cite web}}: Cite has empty unknown parameter: |1= (help)
  38. ୩୮.୦ ୩୮.୧ Kansagara D, Dyer E, Englander H, Fu R, Freeman M, Kagen D; Dyer; Englander; Fu; Freeman; Kagen (Dec 3, 2013). "Treatment of anemia in patients with heart disease: a systematic review". Annals of internal medicine. 159 (11): 746–57. doi:10.7326/0003-4819-159-11-201312030-00007. PMID 24297191.{{cite journal}}: CS1 maint: multiple names: authors list (link)
  39. Goddard AF, James MW, McIntyre AS, Scott BB; James; McIntyre; Scott; British Society of Gastroenterology (2011). "Guidelines for the management of iron deficiency anaemia". Gut. 60 (10): 1309–1316. doi:10.1136/gut.2010.228874. PMID 21561874.{{cite journal}}: CS1 maint: multiple names: authors list (link)
  40. ୪୦.୦ ୪୦.୧ Aapro MS, Link H; Link (2008). "September 2007 update on EORTC guidelines and anemia management with erythropoiesis-stimulating agents". Oncologist. 13 Suppl 3 (Supplement 3): 33–6. doi:10.1634/theoncologist.13-S3-33. PMID 18458123.
  41. American Society of Nephrology, "Five Things Physicians and Patients Should Question" (PDF), Choosing Wisely: an initiative of the ABIM Foundation, American Society of Nephrology, retrieved August 17, 2012
  42. ୪୨.୦ ୪୨.୧ ୪୨.୨ Undersea and Hyperbaric Medical Society. "Exceptional Blood Loss — Anemia". Archived from the original on 2008-07-05. Retrieved 2008-05-19.
  43. Hart GB, Lennon PA, Strauss MB. (1987). "Hyperbaric oxygen in exceptional acute blood-loss anemia". J. Hyperbaric Med. 2 (4): 205–210. Archived from the original on 2009-01-16. Retrieved 2008-05-19.{{cite journal}}: CS1 maint: multiple names: authors list (link)
  44. Van Meter KW (2005). "A systematic review of the application of hyperbaric oxygen in the treatment of severe anemia: an evidence-based approach". Undersea Hyperb Med. 32 (1): 61–83. PMID 15796315. Archived from the original on 2009-01-16. Retrieved 2008-05-19.
  45. Tayles, N (Sep 1996). "Anemia, genetic diseases, and malaria in prehistoric mainland Southeast Asia". American Journal of Physical Anthropology. 101 (1): 11–27. doi:10.1002/(SICI)1096-8644(199609)101:1<11::AID-AJPA2>3.0.CO;2-G. PMID 8876811.

ବାହାର ଲିଙ୍କ[ସମ୍ପାଦନା]